Posted inUncategorized

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଠିକା କର୍ମଚାରୀ ମୃତ: ୨୦ ଲକ୍ଷ କ୍ଷତିପୂରଣ ଦାବି

ଭବାନୀପାଟଣା,୧୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମଙ୍ଗଳବାର ବିଦ୍ୟୁତ୍‌ ଠିକା କମ୍ପାନୀରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁର୍ଲୁଭଟ୍ଟା ଗ୍ରାମର କୃତୀ ନାଏକ। କୃତୀ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଖୁଣ୍ଟରୁ ହିତାଧିକାରୀଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଗ୍ରାମବାସୀ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି। ତେବେ ଆଲୋଚନା କରି କମ୍ପାନୀ ପକ୍ଷରୁ ୫୦ ହଜାର ଟଙ୍କା ଦେବା ଓ ବାକି ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଯାହାବି ବ୍ୟବସ୍ଥା କରାଯିବ ବୋଲି କହିବା ପରେ ଉତ୍ତେଜନା ହ୍ରାସ ପାଇଛି।


All Right Reserved By Dharitri.Com

Posted inUncategorized View All

ହାଇକୋର୍ଟରେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲା: ଜବାବ ଦାଖଲ ପାଇଁ ମହଲତ ନେଲେ ବିଧାୟକ

କଟକ ଅଫିସ,୧୪ା୯: ବାରବାଟୀ-କଟକ ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାରେ ବିଧାୟକ ମହମ୍ମଦ ମୋକିମ ଶୁକ୍ରବାର ଜବାବ ଦାଖଲ ପାଇଁ ଅଦାଲତଙ୍କଠାରୁ ମହଲତ ନେଇଛନ୍ତି।...

ଓଲଟିଲା ଯାତ୍ରୀବାହୀ ବସ୍‌: ୨୦ ଆହତ

କେନ୍ଦୁଝର,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ରଜାବସା ନିକଟରେ ଏନଏଚ-୨୦ରେ ଏକ ଯାତ୍ରୀବାହୀ ବସ୍‌(ନମ୍ବର-ଓଆର୦୫ଏଏନ/୬୨୩୦) ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି। ଫଳରେ ୨୦ଜଣ...

ନବ ଦମ୍ପତିଙ୍କୁ ପିଆଜ ଭେଟି

ଅନୁଗୋଳ ଅଫିସ, ୧୦।୧୨ ଚଢ଼ା ଦରରେ ବିକ୍ରି ହେଉଥିବା ପିଆଜ ଏବେ ଉପହାର ପାଲଟିଯାଇଛି। ମୂଲ ଆକାଶ ଛୁଆଁ ହୋଇଥିବାରୁ ଏହାକୁ ଲୋକେ ବିବାହ ଆଦି...

ବାରି ବରକୋଳି

ଝିଅ ଅଳି କରି କହିଲା, ବାପା ବରକୋଳି ଆଣିବ। କଲିକତି କୋଳି ନୁହଁ, ଦେଶୀ କୋଳି। ବଜାରରେ ଆଖି ବୁଲେଇଲି। ସବୁଠି ଦେଖିଲି ବଡ ବଡ...

ମେସିଙ୍କ ଗୋଲରେ ବ୍ରାଜିଲକୁ ହରାଇଲା ଆର୍ଜେଣ୍ଟିନା

ରିୟାଦ,୧୬।୧୧- ଅନ୍ତର୍ଜାତୀୟ ବାସନ୍ଦାଦେଶ ପରେ ଫେରିଥିବା ଲିଓନେଲ ମେସିଙ୍କ ଗୋଲ ଯୋଗୁ ୧-୦ ଗୋଲରେ ବ୍ରାଜିଲକୁ ସୌଦି ଆରବରେ ହରାଇ ଦେଇଛି। ଦକ୍ଷିଣ ଆମେରିକା ଫୁଟ୍‌ବଲ...

ଗୋଟିଏ ସ୍ଥାନରେ ଅଧିକ ସମୟ ବସି କାମ କରୁଥିଲେ ହୋଇପାରେ ଏହି ରୋଗ

ଆଧୁନିକ ଜୀବନଶୈଳୀର ପ୍ରଭାବ ଯୋଗୁ ଶାରୀରିକ ଗତିବିଧି ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି କହିଲେ ଚଳେ। ଏହାରି ଫଳସ୍ବରୂପ ଭବିଷ୍ୟତରେ ଜଣେ ସୁସ୍ଥ ମଣିଷ ବସି...

‘ଆରମ୍ଭ ହେଲା ଟି୨୦ ବିଶ୍ୱକପ୍‌ ପ୍ରସ୍ତୁତି’

ଲଡରହିଲ,୩।୮(ପି.ଟି.)- ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରୁ ପ୍ରସ୍ତୁତି ଆରମ୍ଭ...

ସରକାରୀ ତଥ୍ୟକୁ ଭରସା କର

କଟକ ଅଫିସ୍‌,୧୧ା୪: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ୱରେ ଭୟ ଦେଖାଦେଇଛି। ଏହି ଭୟ ଦେଖାଇ ଅନ୍‌ଲାଇନ୍‌ରେ ଠକେଇ ମଧ୍ୟ ଚାଲିଛି ।...

Leave a comment

Your email address will not be published. Required fields are marked *