ବରଗଡ଼ରେ ଲଜ୍ଜା: ଲୁଚକାଳି ଖେଳିବାକୁ ଡାକି ନାବାଳିକାଙ୍କୁ ବଳାତ୍କାର

ବରଗଡ଼ ଅଫିସ,୧୭।୯: ବରଗଡ଼ ଜିଲା ପାଇକମାଲ ଥାନା ଅଧୀନ ଏକ ଗ୍ରାମରେ ସୋମବାର ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତା ନାବାଳିକା ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ଭୀମସାର, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ସୋମବାର ପୀଡିତାଙ୍କୁ ଜଣେ ନାବାଳକ(୧୪) ଲୁଚକାଳି ଖେଳିବା ପାଇଁ ଡାକିନେଇ ନିଛାଟିଆ ସ୍ଥାନରେ ବଳାତ୍କାର କରିଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁ ପୀଡିତା ଗୁରୁତର ହୋଇପଡିଥିଲେ। ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରୁ ମଙ୍ଗଳବାର ବୁର୍ଲା ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜିଲା ଶିଶୁ ମଙ୍ଗଳ ସମିତି ଚେୟାରମ୍ୟାନ ସୁଜିତ କୁମାର ଦାଶ, ସଭ୍ୟା ଅଞ୍ଜୁ ଅଗ୍ରୱାଲ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମଞ୍ଜୁ ଏକ୍କା ପ୍ରମୁଖ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିଛନ୍ତି। ପାଇକମାଲ ପୋଲିସ ସମ୍ପୃକ୍ତ ନାବାଳକଙ୍କୁ ଅଟକରଖି ପଚରାଉଚରା କରୁଥିବା ସୂଚନା ମିଳିଛି।


All Right Reserved By

୨୨ରେ ଦିଲ୍ଲୀ ଯିବେ ରାଜ୍ୟ କଂଗ୍ରେସ ନେତା: ତାରା କହିଲେ ‘ପିସିସି ସଭାପତି ପରିବର୍ତ୍ତନ ନ କରିବାକୁ କହିବୁ’

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟ କଂଗ୍ରେସର ସମସ୍ତ ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି। ଆସନ୍ତା ୨୨ରେ ନେତାମାନେ ଦିଲ୍ଲୀ ଯିବେ। ଦଳର ହାଇକମାଣ୍ଡଙ୍କ ପାଖରୁ ଏହି ଡାକରା ଆସିଥିବା...

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ୨ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୧୮।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବା ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ନିକଟରୁ ବୁଧବାର ପୂର୍ବାହ୍ନରେ ୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି...

ଭଡ଼ାରେ ଲାଗିଛି ପଞ୍ଚାୟତ କାର୍ଯ୍ୟାଳୟ: ନୋଟିସ ପ୍ରଦାନ ପରେ ବି ଖାଲି ହେଉନି ଗୃହ

ନାଉଗଁା,୩୦ା୭(ସ୍ବ.ପ୍ର.): ପଞ୍ଚାୟତ କାର୍ଯ୍ୟାଳୟର ଆଧୁନିକୀକରଣ ପାଇଁ ସରକାର ବିପୁଳ ଅନୁଦାନ ଯୋଗାଇ ଦେଉଛନ୍ତି। କିନ୍ତୁ କେତେକ ଦାୟିତ୍ୱହୀନ ଅଧିକାରୀଙ୍କ ଯୋଗୁ ଏସବୁ ଅନୁଦାନ ଠିକ୍‌ ଭାବେ...

ନବୀନଙ୍କ ଶପଥ ଉତ୍ସବ ପୂର୍ବରୁ ଚଳଚଞ୍ଚଳ ପ୍ରଦର୍ଶନୀ ପଡ଼ିଆ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ୫ମ ଥର ଲାଗି ବିଜେଡି ସରକାର ଗଠନ କରିବାକୁ ଯାଉଛି। ତେବେ ପ୍ରଥମ ଥର ଲାଗି ରାଜଭବନ ବାହାରେ ଅର୍ଥାତ୍‌ ଭୁବନେଶ୍ୱରର ପ୍ରଦର୍ଶନୀ...

ଅସରାଏ ବର୍ଷାରେ ଜମୁଛି ପାଣି: ରୋଗୀ ହଇରାଣ

ତେଲକୋଇ, ୧୨।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ମୁଖ୍ୟାଳୟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ଆଉଟଡୋର ସାମ୍ନାରେ ପାଣି ଜମୁଛି। ଅସରାଏ ବର୍ଷା ହେଲେ ଏହି ପ୍ରକାର ପରିସ୍ଥିତି ସୃଷ୍ଟି...

ଆଜି ହେରାପଞ୍ଚମୀ : ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ ରଥ

ପୁରୀ ଅଫିସ,୮।୭: ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କୁ ଛାଡ଼ିି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରା କରିଛନ୍ତି। ତାଙ୍କୁ ସାଙ୍ଗରେ ଆଣି ନ...

ପୁଅ, ୩ ସହଯୋଗୀ ଗିରଫ

ଅନୁଗୋଳ ଅଫିସ,୧୦।୧୦ – ବାପାଙ୍କୁ ମାଡ଼ ମାରି ଟଙ୍କା ଲୁଟିବା ଅଭିଯୋଗରେ ଅନୁଗୋଳ ପୋଲିସ ଜଣେ ପୁଅ ସହ ତାଙ୍କର ୩ ସହଯୋଗୀଙ୍କୁ ସୋମବାର ଗିରଫ...

ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକଙ୍କ ଅସଦାଚରଣ

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଗୁରୁ-ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ପୁଣି ଲାଗିଛି କଳଙ୍କର ଛିଟା। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ଟ୍ୟୁଶନ ଶିକ୍ଷକ ତାଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *