ଯେଉଁଠାରେ କର୍ମଚାରୀମାନେ ନିର୍ଦ୍ଧାରିତ କରନ୍ତି ନିଜର ବେତନ

ସବୁ ସଂସ୍ଥାରେ ମାଲିକ ଦରମା ନିର୍ଦ୍ଧାରଣ କରୁଥିବା ବେଳେ ବିଶ୍ୱରେ ଏଭଳି ଏକ କମ୍ପାନୀ ରହିଛି ଯେଉଁଠାରେ କର୍ମଚାରୀମାନେ ନିଜର ଦରମା ନିଜେ ନିର୍ଦ୍ଧାରିତ କରିଥାନ୍ତି। ଲଣ୍ଡନରେ ଥିବା ଗ୍ରାଣ୍ଟଟ୍ରି ନାମକ କମ୍ପାନୀରେ ମିଳେ ଏହି ସୁବିଧା। ଉକ୍ତ କମ୍ପାନୀ ବ୍ୟବସାୟିକ କମ୍ପାନୀଗୁଡ଼ିକୁ ସରକାରୀ ଅର୍ଥ ଯୋଗାଇବାରେ ସାହାଯ୍ୟ କରିଥାଏ। ଗ୍ରାଣ୍ଟଟ୍ରି କମ୍ପାନୀରେ ଏବେ ୪୫ଜଣ କର୍ମଚାରୀ କାମ କରୁଛନ୍ତି। ଆଉ ସମସ୍ତ କର୍ମଚାରୀ ନିଜ ଦରମା ନିଜେ ସ୍ଥିର କରିଥାନ୍ତି। ଏମିତିକି ଏହି ଦରମାକୁ ସେମାନେ ନିଜ ଇଛାରେ ପରିବର୍ତ୍ତନ ମଧ୍ୟ କରିପାରନ୍ତି। କିନ୍ତୁ ଏଥିରେ କିଛି ନିୟମାବଳୀ ରହିଛି। ଦରମା ବର୍ଦ୍ଧିତ କରିବା ପୂର୍ବରୁ କର୍ମଚାରୀମାନଙ୍କୁ ଜାଣିବାକୁ ହେବ ଯେ ତାଙ୍କର ଏହି କାମ ପାଇଁ ଅନ୍ୟ କମ୍ପାନୀ କର୍ମଚାରୀମାନଙ୍କୁ କେତେ ବେତନ ଦେଉଛନ୍ତି। ଏଥିସହ ସେମାନେ ନିଜ କାମରେ କେତେ ଉନ୍ନତି କରିଛନ୍ତି ଏବଂ କମ୍ପାନୀ ତାଙ୍କୁ କେତେ ଅଧିକ ବେତନ ଦେଇପାରିବ ସେନେଇ କର୍ମଚାରୀଙ୍କୁ ବିଚାର ମଧ୍ୟ କରିବାକୁ ପଡ଼ିଥାଏ। ଏହାପରେ ଏମାନେ ଦରମା ବୃଦ୍ଧି ନେଇ କମ୍ପାନୀ ସମ୍ମୁଖରେ ପ୍ରସ୍ତାବ ରଖିଥାନ୍ତି ଏବଂ ଅନ୍ୟ ସହଯୋଗୀମାନେ ଏହାର ପୁର୍ନଃବିଚାର କରିଥାନ୍ତି। ତେବେ ସହଯୋଗୀ ଏହି ପ୍ରସ୍ତାବ ଉପରେ ହଁ କି ନାଁ କୁହନ୍ତି ନାହଁି ବରଂ ନିଜର ଫିଡବ୍ୟାକ ଦେଇଥାନ୍ତି। ଫିଡବ୍ୟାକ ଦେବା ପରେ କର୍ମଚାରୀମାନେ ନିଜର ଦରମା ନିଜେ ସ୍ଥିର କରିଥାନ୍ତି।


All Right Reserved By Dharitri.Com

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ: ଚିଠା ପ୍ରସ୍ତୁତ ଲାଗି ନିର୍ଦ୍ଦେଶ

ଓ୍ବାଶିଂଟନ, ୭ା୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆସିଥିବାବେଳେ ଏନେଇ ଚିଠା ପ୍ରସ୍ତୁତ କରିବା ଲାଗି ତାଙ୍କ ଡେମୋକ୍ରାଟିକ ପାର୍ଟିର ବରିଷ୍ଠ ନେତାମାନଙ୍କୁ...

୪୬୦ ଫୁଟ୍‌ ବ୍ରିଜ୍‌ ଭୁଶୁଡ଼ିଲା: ୬ ମୃତ

ତାଇପେଇ, ୩ା୧୦: ତାଇଓ୍ବାନ୍‌ରେ ବୁଧବାର ଏକ ବ୍ରିଜ୍‌ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ୩ଟି ବୋଟ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରାଣ ହରାଇଥିବା...

ଉଡିବାକୁ ଥିବା ବିମାନର ପଙ୍ଖା ଉପରେ ଚଢିଗଲେ ଯୁବକ

ଲାଗୋସ,୨୧।୭: ନାଇଜେରିଆ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ଶୁକ୍ରବାର ମୁର୍ତଲା ମହମ୍ମଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅଜମାନ ଏୟାର ଲାଇନ୍ସର ଏକ ବିମାନ ଉଡିବା ଲାଗି...

ଯେଉଁଠି ରାତିରେ ଟଏଲେଟ୍‌ ଯିବା ଅପରାଧ

ଟଏଲେଟ୍‌ ଯିବା ସେଠାରେ ଏକ ଅପରାଧ। ସ୍ବିଜରଲାଣ୍ଡର ଏହି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ତେବେ ଏହା ସେଠାକାର ସ୍ବୀକୃତିପ୍ରାପ୍ତ ନିୟମ ବା ପରମ୍ପରା...

ଜୀବନ ଅନୁସନ୍ଧାନ କରିବ ମାର୍ସ ରୋଭର

ଓ୍ବାଶିଂଟନ୍‌,୧୫ା୬(ଆଇଏଏନ୍‌ଏସ୍‌): ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଲୋହିତ ଗ୍ରହ ମଙ୍ଗଳକୁ ୨୦୨୦ରେ ରୋଭର ମହାକାଶଯାନ ପ୍ରେରଣ କରିବ। ମଙ୍ଗଳରେ ପ୍ରାଚୀନ କାଳରେ ଜୀବନ ତିଷ୍ଠିଥିଲା...

କରୋନାରୁ ବର୍ତ୍ତିବା ପାଇଁ ଭାରତକୁ ଏନ୍‌-୯୫ ମାସ୍କ ମାଗିଲା ଚାଇନା

ବେଜିଂ,୧।୨: ଚାଇନାରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏଥିଯୋଗୁ ଏବେ ପର୍ଯ୍ୟନ୍ତ ୨୫୯ ଜଣଙ୍କର ଜୀବନ ଗଲାଣି। ଏହି ରୋଗରେ ପ୍ରାୟ...

ଚକୋଲେଟ କଟେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାପତ୍ୟ ରହିଛି, ଯାହାର ସୁନ୍ଦରତା ଏବଂ ସ୍ବତନ୍ତ୍ରତା ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସେହିଭଳି ଏକ ନିଆରା ସ୍ଥାପତ୍ୟ ରହିଛି ପ୍ୟାରିସ୍‌ଠାରେ।...

ସବୁଜ ମିଶନରେ ଲାଗିପଡିଛନ୍ତି ପାରା ଆଥଲେଟ୍‌ ଟି ଭି ସୁବ୍ରମଣୀ

ଅନ୍ତର୍ଜାତୀୟ ପାରା ଆଥଲେଟିକ୍‌ ଚାମ୍ପିଅନସିପରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଙ୍ଗାଲୁରୁ ନିବାସୀ ୩୯ ବର୍ଷୀୟ ଟି ଭି ସୁବ୍ରମଣୀ ନିଜ ଗାଁରେ ସବୁଜ...

Leave a comment

Your email address will not be published. Required fields are marked *