ସବୁଠୁ ମହଙ୍ଗା ପରିବା, କିଲୋ ୮୨ ହଜାର ଟଙ୍କା

ଦୁନିଆରେ ଏଭଳି ଏକ ପରିବା ରହିଛି, ଯାହା ମୂଲ୍ୟ ସାମ୍ନାରେ ଆଳୁ, ଟମାଟୋ କି ପିଆଜ ଦର ବାଲିଗୋଡି଼ ସହ ସମାନ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ପରିବାର ନଁା ହପ୍‌ ଶୁଟ୍ସ। ଏହାର ମୂଲ୍ୟ କିଲୋ ପ୍ରତି ୧୦୦୦ ୟୁରୋ ବା ପ୍ରାୟ ୮୨,୦୦୦ ଟଙ୍କା। ଏହାସତ୍ତ୍ୱେ ମଧ୍ୟ ବିଭିନ୍ନ ଦେଶରେ ଏହାର ଚାହିଦା ଅଧିକ ରହିଛି। କିଛି ଲୋକ ଏହାକୁ ତରକାରୀ ବ୍ୟତୀତ ଆଚାର କରି ଖାଇଥାନ୍ତି। ଏଥିରେ ଥିବା ଫୁଲ ପାଟିକୁ ଖୁବ୍‌ ରାଗ ଲାଗିଥାଏ। ବ୍ରିଟେନ୍‌, ଜର୍ମାନୀ ସମେତ ଅନ୍ୟ ୟୁରୋପୀୟ ଦେଶରେ ବାଇଗଣୀ ରଙ୍ଗର ଏହି ପରିବାକୁ କେବଳ ବସନ୍ତ ଋତୁରେ ଚାଷ କରାଯାଏ। ଗଛର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହା ଗୋଟିଏ ଦିନରେ ୬ ଇଞ୍ଚ ପର୍ଯ୍ୟନ୍ତ ବଢ଼ିଥାଏ। ଭାରତର ହିମାଳୟ କ୍ଷେତ୍ରରେ ହପ୍‌ ଶୁଟ୍ସର ଅନ୍ୟ ଏକ ପ୍ରକାର ପରିବାର ଚାଷ କରାଯାଏ, ଯାହାକୁ ସ୍ପଞ୍ଜ ମଶରୁମ୍‌ ବୋଲି କୁହାଯାଏ।


All Right Reserved By Dharitri.Com

ମା’ ଦୁର୍ଗାଙ୍କୁ କେଉଁ ଦେବତା କେଉଁ ଅସ୍ତ୍ର ପ୍ରଦାନ କରିଥିଲେ ଜାଣନ୍ତୁ…

ମା’ ଦୁର୍ଗାଙ୍କ ଆବାହନରେ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ। ଆଶ୍ୱୀନ ମାସ ଶୁକ୍ଳପକ୍ଷ ୬ଷ୍ଠୀ ତିଥିରୁ ଆରମ୍ଭ ହୋଇଛି ମା’ଙ୍କର ଏହି ପୂଜାର୍ଚ୍ଚନା। ଆଜି ଅର୍ଥାତ ରବିବାର...

ଟେକ୍ସାସ ଚର୍ଚ୍ଚରେ ଗୁଳିକାଣ୍ଡ: ୨ ନିହତ

ହ୍ୟୁଷ୍ଟନ,୩୧ା୧୨(ପି.ଟି.): ଟେକ୍ସାସ୍‌ର ଏକ ଚର୍ଚ୍ଚରେ ରବିବାର ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ଯବାନଙ୍କ ଗୁଳିରେ ଆକ୍ରମଣକାରୀ ନିହତ ହୋଇଛନ୍ତି।...

ଉଡୁପୀ ଶ୍ରୀକୃଷ୍ଣ ମଠ: କେବେ ଓ କେମିତି ଯିବେ

କର୍ନାଟକ ରାଜ୍ୟର ଉଡୁପୀ ସହରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ରହିଛି, ଯାହାର ନାମ ହେଉଛି ଉଡୁପୀ ଶ୍ରୀକୃଷ୍ଣ ମଠ(ମନ୍ଦିର)। ଏହି...

ଏପରି ମନ୍ଦିର ଯେଉଁଠି ମାଙ୍କଡ଼ଙ୍କ ପାଖରେ ହୁଏ ଭୋଗ ଲାଗି…

ଉତ୍ତରପ୍ରଦେଶ ସୀତାପୁର ଜିଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବା କୁରସଠ ଗାଁରେ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ମାଙ୍କଡ଼ଙ୍କ ପାଖରେ ଭୋଗ...

ଭୟାବହ ହେଉଛି ଜଙ୍ଗଲ ନିଆଁ

ମେଲବୋର୍ନ,୫।୧(ପି.ଟି.): ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଭୟାବହ ଦୁର୍ବିପାକରେ ପରିଣତ ହୋଇଛି। ନ୍ୟୁ ସାଉଥ୍‌ଓ୍ବେଲ୍ସ, ଭିକ୍ଟୋରିଆ, ଦକ୍ଷିଣ ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଭୟଙ୍କର ଭାବେ ମାଡ଼ି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ...

ଅଣ୍ଡରଓ୍ବାଟର ସେଲ୍‌ଫି ବଦଳାଇ ଦେଲା ପରିତ୍ୟକ୍ତ ପୋଖରୀର ରୂପ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦୀଘବର୍ଷ ଧରି ପରିତ୍ୟକ୍ତ ଭାବେ ପଡ଼ି ରହିଥିବା ଏକ ପୋଖରୀ ଏବେ ପର୍ଯ୍ୟଟନସ୍ଥଳୀ ଭାବେ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି। ଲୋକେ ଏଠାରେ ଅଣ୍ଡର ଓ୍ବାଟର...

ଭାରତକୁ ସଶସ୍ତ୍ର ଡ୍ରୋନ ବିକିବ ଆମେରିକା

ଓ୍ବାଶିଂଟନ,୯ା୬(ପି.ଟି.): ଭାରତକୁ ଆମେରିକା ସଶସ୍ତ୍ର ଡ୍ରୋନ ବିକ୍ରି କରିବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଡ୍ରୋନ ବିକ୍ରି ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିସହିତ ଭାରତର...

୨୦୫୦ ବେଳକୁ ଏମିତି ଦେଖାଯାଉଥିବେ ଭାରତୀୟ ଖେଳାଳି

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି...

Leave a comment

Your email address will not be published. Required fields are marked *