Posted inଜାତୀୟ

ପୋଲିସ କର୍ମୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ: ଜବାବ ତଲବ କଲେ ଏସ୍‌ଏସ୍‌ପି

ଲକ୍ଷ୍ନୌ,୧୭।୯: ବର୍ତ୍ତମାନ ଦେଶରେ ସୋସିଆଲ ମିଡିଆରେ ଟିକ୍‌ଟକ୍‌ର ଟ୍ରେଣ୍ଡ ଚାଲିଛି। ଏନେଇ ଛୁଆଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଟିକ୍‌ଟକ୍‌ ମାନିଆ ଦେଖାଦେଇଛି। ଯେଉଁଠି ଦେଖିବେ ଯାହାକୁ ଦେଖିବେ ନିଜର ଅଜବ ଅଜବ ଭିଡିଓ ତିଆରି କରିବାରେ ସମସ୍ତେ ମସ୍‌ଗୁଲ। ଏହି ପରିପ୍ରେକ୍ଷୀରେ ଜଣେ ପୋଲିସ କର୍ମୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଉତ୍ତରପ୍ରଦେଶ ଲକ୍ଷ୍ନୌର ପିଜିଆଇ ଥାନା ଅଞ୍ଚଳରୁ ଆସିଛି। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ସାଉଥ ସିଟି ପୋଲିସ ଥାନାର ଇନ୍‌ଚାର୍ଜ ମହମ୍ମଦ ଆରିଫଙ୍କ ୨ଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ୨ଟି ଭିଡିଓରେ ସେ ଥାନାରେ ବସିଥିବା ବେଳେ ପୋଲିସ ପୋଷାକ ପିନ୍ଧି ଡାଇଲଗ୍‌ କହୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲକ୍ଷ୍ନୌର ଏସ୍‌ଏସ୍‌ପି କଳାନିଧି ନୌଥାନି ଭିଡିଓର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାରେ ଥାନାର ଇନ୍‌ଚାର୍ଜଙ୍କୁ ଜବାବ ତଲବ କରିଛନ୍ତି ଏସ୍‌ଏସ୍‌ପି। ପର୍ବୂରୁ ମଧ୍ୟ ଉତ୍ତରପ୍ରଦେଶର ପୋଲିସକର୍ମୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇସାରିଛି।


All Right Reserved By Dharitri.Com

କଥା ହେଉ ହେଉ ହୃଦ୍‌ଘାତରେ ଯୁବକଙ୍କ ମୃତ୍ୟୁ: ସିସିଟିଭିରେ ରେକର୍ଡ ହେଲା ଭିଡିଓ

ଡେରାଡୁନ,୧।୧୦: ଘର ବାହାରେ ଠିଆହୋଇ କଥା ହେଉଥିବା ସମୟରେ ହଠାତ୍‌ ଯୁବକଙ୍କ ଚାଲିଗଲା ଜୀବନ। ସିସିଟିଭିରେ ରେକର୍ଡ ହେଲା ମୃତ୍ୟୁବେଳର ଭିଡିଓ। ଏଭଳି ବିଚଳିତ କରିଦେବା...

ସୀତାରାମନଙ୍କୁ ଘେରିଲେ ପିଏମ୍‌ସି ବ୍ୟାଙ୍କ୍‌ ଖାତାଧାରୀ: କହିଲେ, ଆମ ଟଙ୍କା ଦିଅ

ମୁମ୍ବାଇ,୧୦।୧୦: ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କ ଦୁର୍ନୀତି ମାମଲାକୁ ନେଇ ବ୍ୟାଙ୍କ୍‌ର ଖାତାଧାରୀମାନେ ଚିନ୍ତାରେ ପଡିଛନ୍ତି । ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା...

ସରକାରଠାରୁ ଦୂରେଇ ରହିବେ ୟେଦୁରପ୍ପାଙ୍କ ପରିବାର

ବେଙ୍ଗାଲୁରୁ,୨୮।୭: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ବିଏସ୍‌ ୟେଦୁରପ୍ପା କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନାନା ପ୍ରଶ୍ନ ଉଙ୍କି ମାରିଛୁ। ଏବେ...

ବିହାରର ବନ୍ୟା ପରିସ୍ଥିତିକୁ ଦେଖି ଜରୁରୀ ବୈଠକ ଡାକିଲେ ନୀତୀଶ

ପାଟନା,୩୦।୭: ବିହାରର ବନ୍ୟା ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଏକ ଜରୁରୀ ବୈଠକ ଡକାଇଥିଲେ। ଏଥିରେ ରାଜ୍ୟର ମନ୍ତ୍ରୀ, ମୁଖ୍ୟ ସଚିବ, ପ୍ରମୁଖ...

ନାଳରୁ ମିଳିଲା ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ କାର୍ଡ

ଜୟପୁର, ୩।୭: ରାଜସ୍ଥାନର ବାରା ଜିଲା ଉବଡା ଅଞ୍ଚଳରେ ଥିବା ଏକ ନାଳରେ ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ୍‌ କାର୍ଡ ପଡିଥିବାର ଦେଖିବାକୁ ମିଳିଛି। ତିନିବର୍ଷ ତଳେ...

ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ମହିଳାମାନେ ନ୍ୟାଭି ସୈନ୍ୟଙ୍କ ହାତରେ ବାନ୍ଧିଲେ ରାଖୀ

ପୁଣେ,୧୧।୮: ମହାରାଷ୍ଟ୍ର, କେରଳ, କର୍ନାଟକ, ଗୁଜରାଟ ଏବଂ ମଧ୍ୟ ପ୍ରଦେଶରେ ଏବେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି। ମହାରାଷ୍ଟ୍ରରେ...

ଆରେ ଗଛକଟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ: ମେଟ୍ରୋ ଶେଡ୍‌ ପ୍ରକଳ୍ପ ବନ୍ଦ ହେବନି

ନୂଆଦିଲ୍ଲୀ,୨୨ା୧୦(ପି.ଟି.): ମୁମ୍ବାଇର ଆରେ କଲୋନିରେ ମେଟ୍ରୋ ଶେଡ୍‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଉକ୍ତ କଲୋନିରେ ଗଛକଟାକୁ...

ମାଓବାଦୀଙ୍କ ଟାର୍ଗେଟରେ ଏସ୍‌ପି ନେତା: ଅପହରଣ ପରେ କଲେ ହତ୍ୟା

ବିଜାପୁର,୧୯।୬: ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ ସମାଜବାଦୀ ପାର୍ଟି (ଏସ୍‌ପି) ନେତା ସନ୍ତୋଷ ପୁନେମଙ୍କୁ ମାଓବାଦୀ ଅପହରଣ କରି ହତ୍ୟା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *