ଗର୍ଭବତୀ ନାରୀର ଯତ୍ନ

କିଛିଦିନ ହେବ କେବେ ଅଧିକ ଖରା ତ କେବେ ଦିନ ଦିନ ଲାଗି ରହୁଛି ପ୍ରବଳ ବର୍ଷା। ତେବେ ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ବିଶେଷ କରି ଏଭଳି ବର୍ଷା ଅଧିକ ପ୍ରଭାବିତ କରୁଛି ଭାବୀ ମା’ ମାନଙ୍କୁ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ବିଭିନ୍ନ ରୋଗ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଛି। ତେଣୁ ଏ ସମୟରେ ଗର୍ଭବତୀ ନାରୀମାନଙ୍କୁ ଉଭୟ ନିଜ ସହ ଗର୍ଭସ୍ଥ ଶିଶୁ ପାଇଁ ବିଶେଷ ଭାବରେ ସତର୍କ ରହିବା ଆବଶ୍ୟକ…
ସୁଷମ ଖାଦ୍ୟ – ଗର୍ଭବତୀ ନାରୀମାନେ ନିଜ ସହ ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ଖାଇବା ଆବଶ୍ୟକ। ବିଶେଷ କରି ବର୍ଷା ସମୟରେ ସେମାନଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବାରୁ ଅନେକ ଗୁଡିଏ ଖାଦ୍ୟ ଜନିତ ସଂକ୍ରମଣ ରୋଗ ହୋଇଥାଏ ଯଥା – ଝାଡା, ଜଣ୍ଡିସ୍‌, ଆନ୍ତ୍ରିକ ଜ୍ୱର ଆଦି ହୋଇଥାଏ ା ତେଣୁ ଏ ସମୟରେ ବେଶି ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ। ଏହାଛଡା ବେଶି ତେଲ, ମସଲାଯୁକ୍ତ, ବାସିଖାଦ୍ୟ ଆଦି ନ ଖାଇ ସଦ୍ୟ ପ୍ରସ୍ତୁତ ଗରମ ଖାଦ୍ୟ ଖାଇବା ସହ ଗରମ ସୁପ୍‌ ପିଇବା ଭଲ ା କାକୁଡି, ଟମାଟୋ ଓ ପିଆଜ ଆଦି ଗରମ ପାଣିରେ ଧୋଇ ସାଲାଡ ପ୍ରସ୍ତୁତ କରିବା ଦରକାର ା ବିଶେଷଭାବରେ ଶାଗଜାତୀୟ ଖାଦ୍ୟ ଯଥା- ପାଳଙ୍ଗଶାଗ, ବିଭିନ୍ନ ପ୍ରକାର ଶାଗ, ବନ୍ଧାକୋବି, ଫୁଲକୋବି ଆଦି ପରିବା ପତ୍ରରେ ଛୋଟ ଛୋଟ ପୋକ ଓ ଜୀବାଣୁ ଥିବାରୁ ଏହାକୁ ରାନ୍ଧିବା ପୂର୍ବରୁ ଗରମ ପାଣିରେ ୩-୪ ଥର ଭଲଭାବେ ଧୋଇବା ଉଚିତ୍‌ ା ଏହି ସମୟରେ ମଟନ ଓ ଚିକେନ୍‌ ମଧ୍ୟ ବେଶି ପରିମାଣରେ ଖାଇବା ଠିକ୍‌ ନୁହେଁ। ଏହା ହଜମ ନ ହୋଇ ଅଜୀର୍ଣ୍ଣ ରୋଗ, ଝାଡା ଓ ବାନ୍ତିର କାରଣ ସାଜିଥାଏ।
– ବର୍ଷା ଅଧିକ ହେଲେ ଅନେକେ ଭାବନ୍ତି ଜଳବାୟୁ ଆର୍ଦ୍ର ଥିବାରୁ ବେଶି ପାଣି ପିଇବା ଉଚିତ ନୁହେଁ। ହେଲେ ମନେ ରଖନ୍ତୁ ଏ ସମୟରେ ପରିବେଶର ଉଷ୍ଣତା କମିଯିବାରୁ ବେଶି ପାଣି ପିଇବା ଓ ପାନୀୟ ଜିନିଷ ବ୍ୟବହାର କରିବା ଆବଶ୍ୟକ। ଏ ସମୟରେ କମ୍‌ ପାଣି ପିଇଲେ ଗର୍ଭବତୀଙ୍କୁ ଡିହାଇଡ୍ରେଶନ ହୋଇ ବାନ୍ତିି ଲାଗେ, ମୁଣ୍ଡ ବିନ୍ଧେ ଏବଂ ଅଚେତ ହେବା ଭଳି ଲାଗେ । ତେଣୁ ସେମାନେ ଫଳରସ, ପଇଡ, ପାଣି, ଲେମ୍ବୁ ସରବତ ଆଦି ପ୍ରଚୁର ପରିମାଣରେ ପିଇବା ଦରକାର। ହେଲେ ବଜାରରେ ମିଳୁଥିବା ଦହି ଓ ଲସି ପିଇବା ଠିକ୍‌ ନୁହେଁ ା ସେହିପରି ବାହାରେ ବିକ୍ରି ହେଉଥିବା ଖାଦ୍ୟ ଆଦୌ ଖାଇବା ଉଚିତ ନୁହେଁ। ଏଥିରେ ବ୍ୟବହୃତ ହେଉଥିବା ସମସ୍ତ ଜିନିଷରେ ପ୍ରଚୁର ପରିମାଣରେ ତେଲ ଓ ମସଲା ସହ ସଂକ୍ରମିତ ପାଣି ବ୍ୟବହାର ହୋଇଥିବାରୁ ସଂକ୍ରମଣ ଜନିତ ରୋଗ ହେବାର ଆଶଙ୍କା ବେଶି ଥାଏ ା ବେଳେ ବେଳେ କଟା ହୋଇଥିବା ଫଳ ବହୁତ ସମୟ ବାହାରେ ରହିବା ଦ୍ୱାରା ବି ସଂକ୍ରମଣ ହୋଇଥାଏ। ତେଣୁ ବାହାରେ ରହିଥିବା କଟା ଫଳ ଖାଇବା ଅନୁଚିତ୍‌।
ଗର୍ଭବତୀଙ୍କୁ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ସଫାସୁତରା ରହିବା ଆବଶ୍ୟକ। ଭଲ ଭାବରେ ସ୍ନାନ କରିବା ଦ୍ୱାରା ଚର୍ମ ପରିଷ୍କାର ହୁଏ ଓ ଜୀବାଣୁ ଚର୍ମ ଭିତରକୁ ଯାଇପାରେ ନାହିଁ ା ବାହାରେ ବର୍ଷାରେ ଭିଜିଗଲେ ନିଜ ଶରୀରକୁ ଟାୱେଲରେ ପୋଛି ଶୁଖିଲା କରିବା ପରେ ଗରମ ପାଣିରେ ଗାଧୋଇବା ଦ୍ୱାରା ସଂକ୍ରମଣ ହୋଇ ନ ଥାଏ ା କେବଳ ସ୍ନାନ, ଶୌଚ ଠିକ୍‌ ଭାବେ କରିବା ନୁହେଁ ନଖକାଟିବା, ରାନ୍ଧିବା ଓ ଖାଇବା ଆଗରୁ ହ୍ୟାଣ୍ଡଓ୍ବାଶ୍‌ ଲଗାଇ ହାତ ଧୋଇବା ଆବଶ୍ୟକ। ଯାହାକି ନିଜ ସହ ଗର୍ଭସ୍ଥ ଶିଶୁକୁ ବି ନୀରୋଗ ରଖିଥାଏ। ସେହିପରି ନିଜର ଘରଦ୍ୱାର ଓ ଆଖପାଖ ସ୍ଥାନ ମଧ୍ୟ ପରିଷ୍କାର ରଖନ୍ତୁ। କାର୍ବୋଲିକ୍‌ ସାବୁନର ଦ୍ରବଣରେ ଘରଦ୍ୱାର ପୋଛି ସଫା କରିବା ଦ୍ୱାରା ଜୀବାଣୁମୁକ୍ତ ରହିଥାଏ ା ଏହା ସହ ବିଛଣା ଚଦର ଓ ତଉଲିଆ ଆଦି ସଫା ରଖିବା ଆବଶ୍ୟକ। ମ୍ୟାଲେରିଆ ଓ ଡେଙ୍ଗୁ ରୋଗରୁ ରକ୍ଷା ପାଇଁ ମଶାରି ଟାଣି ଶୁଅନ୍ତୁ। ଆବଶ୍ୟକ ସ୍ଥଳେ ମଶାଧୂପ ଓ ମଶାକ୍ରିମ ବ୍ୟବହାର କରିପାରିବେ। ସର୍ବଦା କଟନ୍‌ ବା ସୂତା କପଡା ପିନ୍ଧିବା ଭଲ ା
– ଗର୍ଭାବସ୍ଥାରେ ହେଭି ମେକଅପ୍‌ ବା ଗାଢ ପ୍ରସାଧନ ବ୍ୟବହାର କରିବା ଠିକ୍‌ ନୁହେଁ। ବିଶେଷ କରି ମସ୍କାରା ଓ ପଫ୍‌, ଆଇ-ଲାଇନର ଓ ଲିପଷ୍ଟିକ୍‌ରୁ ସଂକ୍ରମଣର ଭୟ ଥାଏ, ତେଣୁ ହାଲୁକା ମେକଅପ୍‌ ନିଅନ୍ତୁ।
– ବାହାରକୁ ଯାଉଥିଲେ ପାଖରେ ଛତା, ରେନିକୋଟ ରଖନ୍ତୁ। ଯଦି ପ୍ରସବର ସମ୍ଭାବନା ତାରିଖ ନିକଟରେ ଥାଏ, ତେବେ ସବୁ ପ୍ରକାର ପ୍ରସ୍ତୁତି କରି ରଖନ୍ତୁ। ଯଥା- ଡାକ୍ତରଙ୍କର ଫୋନ୍‌ ନମ୍ବର, ହସପିଟାଲ, ଆମ୍ବୁଲାନ୍ସର ଫୋନ୍‌ ନମ୍ବର ଏବଂ ହସପିଟାଲ ଯିବା ପାଇଁ ଗାଡି ଠାରୁ ଆରମ୍ଭ କରି ସବୁ ଜିନିଷର ପ୍ରସ୍ତୁତି ଆଗରୁ କରି ରଖନ୍ତୁ।
ପାଣିପାଗ ଯାହା ହେଉ ନା କାହିଁକି ଏହା ଅନୁଯାୟୀ ସମସ୍ତ ପ୍ରକାର ପ୍ରସ୍ତୁତି ସହ ସ୍ବାସ୍ଥ୍ୟରକ୍ଷାର ନିୟମ ମାନି ଚଳିଲେ ନିଜେ ନୀରୋଗ ରହିବା ସହ ଗର୍ଭସ୍ଥ ଶିଶୁକୁ ବି ସୁରକ୍ଷିତ ରଖିବା ସହଜ।

-ଡା. ସରୋଜିନୀ ଷଡ଼଼ଙ୍ଗୀ

ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞା
ଲିଙ୍କ୍‌ରୋଡ଼, କଟକ
ମୋ- ୯୪୩୭୦୫୫୦୦୭


All Right Reserved By Dharitri.Com

ଶୀତଦିନେ ଖାଆନ୍ତୁ ମକାରେ ତିଆରି ରୁଟି

ମକା ଶରୀର ପାଇଁ ବେଶ୍‌ ଲାଭଦାୟକ। ଏଥିରେ ରହିଛି ଫାଇବର, ଭିଟାମିନ୍ସ ଓ ପୋଷକ ତତ୍ତ୍ୱ। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା...

ଏପିଲେପ୍‌ସି

ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାରରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ଅପସ୍ମାର (ଏପିଲେପ୍‌ସି) ଦିବସ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… ସୁସ୍ଥ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ମସ୍ତିଷ୍କର...

ଦିନରେ ୨ କପ୍‌ ଗ୍ରୀନ୍‌ ଟି’…

ସକାଳେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ନିୟମିତ ଗ୍ରୀନ୍‌...

ଗରମ ଚା’ ପିଉଛନ୍ତି କି? ଏପରି କରିବା ଦ୍ୱାରା ବୃଦ୍ଧିପାଏ ଖାଦ୍ୟନଳୀ କ୍ୟାନ୍‌ସର ଆଶଙ୍କା

ଭାରତରେ ଚା’ପ୍ରେମୀଙ୍କ ସଂଖ୍ୟା ଅଧିକ। ତେଣୁ ଏହାର ସ୍ବାଦ ପ୍ରାୟ ସମସ୍ତଙ୍କୁ ଜଣା କହିଲେ ଭୁଲ ହେବ ନାହିଁ। ଅନେକେ ଏହାକୁ ଗରମରେ ପିଇବାକୁ ପସନ୍ଦ...

ସିଗାରେଟ୍‌ : ଜୀବନ ଘାତକ

‘ପ୍ରାୟ ଦୁଇ ଦଶକ ପୂର୍ବେ ସ୍ବାସ୍ଥ୍ୟ ଉପରେ ଧୂମପାନର ଭୟାବହ ପରିଣାମ କ୍ରମେ ଜଣାଗଲା । ସେଥିରୁ ଜଣାପଡ଼ିଲା ଯେ, ସିଗାରେଟ୍‌ ଧୂଆଁରେ ଥାଏ ପ୍ରାୟ...

ଆଖି ସମସ୍ୟା ଦୂର କରେ ଅମୃତଭଣ୍ଡା

ବାଡିବଗିଚାରେ ଅମୃତଭଣ୍ଡା ସହଜରେ ମିଳିଥାଏ। କଞ୍ଚା ହେଉ ବା ପାଚିଲା ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ ଏ, ବି, ସି ଓ...

ଏହି ରୋଗୀଙ୍କ ପାଇଁ କ୍ଷତିକାରକ ପଣସ

ଅଧିକାଂଶ ଲୋକଙ୍କୁ ପଣସ ଖାଇବାକୁ ଭଲ ଲାଗିଥାଏ। ତାହା ପାଚିଲା ହେଉ ଅବା କଞ୍ଚା। ପଣସ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ବହୁ ପ୍ରକାରର ପୋଷକ...

ପାଲକ ଡାଲ୍‌ ଖେଚୁଡ଼ି

ଆବଶ୍ୟକ ସାମଗ୍ରୀ: ଛୋଟ ଛୋଟ କଟା ପାଳଙ୍ଗ ଶାଗ ୧ କପ୍‌, ୧ଟି କଟା ପିଆଜ, ୨ଟି କଟା ଟମାଟୋ, ଦେଢ଼ କପ୍‌ ଚାଉଳ, ଡାଲି...

Leave a comment

Your email address will not be published. Required fields are marked *