Posted inଜାତୀୟ

ଫାରୁକ୍‌ ଅବଦୁଲ୍ଲା ପିଏସ୍‌ଏରେ ଅଟକ: କେନ୍ଦ୍ର ଓ ଜମ୍ମୁ-କଶ୍ମୀରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୯(ପି.ଟି.): ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ନେଇ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଓ ରାଜ୍ୟ ପ୍ରଶାସନକୁ ଜବାବ ମାଗିଛନ୍ତି। ଜମ୍ମୁ-କଶ୍ମୀରର ଜନସୁରକ୍ଷା ଆଇନ (ପିଏସ୍‌ଏ)ରେ ଫାରୁକ୍‌ଙ୍କୁ ଅଟକ ରଖାଯାଇଥିବା ରାଜ୍ୟ ପ୍ରଶାସନ ଜଣାଇଛନ୍ତି। ଫାରୁକ୍‌ଙ୍କ ଅଟକକୁ ବିରୋଧ କରି ଏମ୍‌ଡିଏମ୍‌କେ ନେତା ଭାଇକୋ ପିଟିଶନ୍‌ ଦାଏର କରିଥିଲେ। ଏହାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦କୁ ଧାର୍ଯ୍ୟ କରାଯାଇଛି। ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନ୍‌ସି) ନେତା ଫାରୁକଙ୍କୁ ବେଆଇନ ଭାବେ ଅଟକ ରଖାଯାଇଥିବା ଭାଇକୋ ତାଙ୍କ ପିଟିଶନ୍‌ରେ ଅଭିଯୋଗ କରିଥିଲେ।
ଅନ୍ୟପକ୍ଷରେ ଫାରୁକ୍‌ଙ୍କ ଅଟକକୁ ତାଙ୍କ ଦଳ ଚ୍ୟାଲେଞ୍ଜ କରିବ ବୋଲି କହିଛି। ଏନ୍‌ସି ଅଧ୍ୟକ୍ଷଙ୍କୁ ଅଟକ ରଖିବାର କୌଣସି ଯଥାର୍ଥତା ନାହିଁ। ଯଦି ସେମାନେ ତାଙ୍କୁ ପୁରୁଣା ପିଏସ୍‌ଏରେ ଅଟକ ରଖିଥାନ୍ତି ତେବେ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟକୁ ଯିବେ ବୋଲି ବରିଷ୍ଠ ନେତା ମହମ୍ମଦ ଆକବର ଲୋନ୍‌ ଖବରଦାତାଙ୍କୁ କହିଛନ୍ତି।


All Right Reserved By

୨୦୧୮ରେ ଆସିଛି ଅଧିକ ସାମୁଦ୍ରିକ ଝଡ଼: ୭ ବାତ୍ୟା ନେଇଛି ୩ଶହ ୪୩ ଜୀବନ

ନୂଆଦିଲ୍ଲୀ,୧୨।୬: ଦେଶରେ ୧୯୬୭ଠାରୁ ବର୍ତ୍ତମାନ ସୁଦ୍ଧା ୫୨ ବର୍ଷ ମଧ୍ୟରେ ୧୨୧ ସାମୁଦ୍ରିକ ଝଡ଼ ଆସିଛି। ସେଥିମଧ୍ୟରୁ ୨୦୧୮ରେ ଅଧିକ ଝଡ଼ ହୋଇଛି। ଏଥିରେ ୩...

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରକାଶ ଜାଭଡେକର ଭାଜପା ନିର୍ବାଚନ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ,୯।୮: ଆସନ୍ତା ବର୍ଷ ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାଜପା ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେଲାଣି। ଏନେଇ ଭାରତୀୟ ଜନତା...

ଆଖୁ ଜମିରେ କାମ କରିବା ଲାଗି ୩ ବର୍ଷରେ କଢ଼ାଯାଇଛି ୪ ହଜାରରୁ ଅଧିକ ମହିଳାଙ୍କ ଗର୍ଭାଶୟ: ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୯।୬: ମହାରାଷ୍ଟ୍ର ବିଡ୍‌ ଜିଲାରେ ଆଖୁ ଜମିରେ କାମ କରିବା ପାଇଁ ମହିଳାଙ୍କ ଗର୍ଭାଶୟ କଢ଼ାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଏହାର ତଦନ୍ତ ପାଇଁ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୦।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଚ୍‌ ଜିଲାର ମେଣ୍ଡାର ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଶନିବାର ପୂର୍ବାହ୍ନ...

ବିଜୟ କୁମାର ହୋଇପାରନ୍ତି ଉପରାଜ୍ୟପାଳ

ନୂଆଦିଲ୍ଲୀ,୧୦ା୮: କେନ୍ଦ୍ର ସରକାର ଅବସରପ୍ରାପ୍ତ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ବିଜୟ କୁମାରଙ୍କୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ କରିପାରନ୍ତି।...

ଅଟୋ-ଟ୍ୟାକ୍ସିରେ ଲାଗିଲା କ୍ୟୁଆର୍‌ କୋଡ୍‌: ସ୍କାନ୍‌ କଲେ ମିଳିବ ଡ୍ରାଇଭରଙ୍କ ସମ୍ପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୨୪।୮: ଏବେ ଅଟୋ-ଟ୍ୟାକ୍ସିରେ ଯାତ୍ରା କରିବା ଅଧିକ ସୁରକ୍ଷିତ ହୋଇପାରିବ। ଦିଲ୍ଲୀର ୬ ହଜାରରୁ ଅଧିକ ଅଟୋ-ଟ୍ୟାକ୍ସିରେ କ୍ୟୁଆର୍‌ କୋଡ୍‌ ଲଗାଯାଇଛି। ଏହାକୁ ସ୍କାନ୍‌ କଲେ...

ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣା ମାମଲା: ଟ୍ରକ୍‌ ଡାଇଭର ଓ ହେଲ୍‌ପରଙ୍କୁ ୩ ଦିନ ରିମାଣ୍ଡରେ ନିଆଗଲା

ଲକ୍ଷ୍ନୌ,୩।୮: ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ଓ ହେଲପର୍‌ଙ୍କୁ ସ୍ପେଶାଲ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌...

ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ବାସ ଭବନ ସୁରକ୍ଷା ପାଇଁ ୨୫ ଲକ୍ଷ ଖର୍ଚ୍ଚ କରିବେ ରାଜ୍ୟ ସରକାର

ହାଇଦ୍ରାବାଦ୍‌,୨୩।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ ବାସ ଭବନ ସୁରକ୍ଷା ପାଇଁ ୨୪ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟ ସରକାରଙ୍କ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *