୨୬ ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ:ତୁରନ୍ତ କ୍ୱାର୍ଟର୍ସ ଛାଡ଼, ନଚେତ୍‌ ବିଦ୍ୟୁତ୍‌, ପାଣି ବନ୍ଦ

ଭୁବନେଶ୍ୱର,୧୭-୯(ବ୍ୟୁରୋ):ସରକାରୀ କ୍ୱାର୍ଟର୍ସଗୁଡିକୁ ତୁରନ୍ତ ଛାଡିବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ୨୬ ଜଣ ପୂର୍ବତନ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହିତ ପାଣି ଓ ବିଦ୍ୟୁତ୍‌ ଯୋଗାଉଥିବା ବିଭାଗଗୁଡିକୁ ମଧ୍ୟ ନୋଟିସ ଜାରି କରାଯାଇଛି। ଯେଉଁ ପୂର୍ବତନ ବିଧାୟକମାନେ ଗତ ନିର୍ବାଚନରେ ପରାଜିତ ହୋଇ କ୍ୱାର୍ଟର୍ସ ଛାଡୁ ନାହାନ୍ତି ସେମାନେ ତୁରନ୍ତ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ ସେହି କ୍ୱାର୍ଟର୍ସକୁ ପାଣି ଓ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିବାକୁ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାଚସ୍ପତି ଗଣମାଧ୍ୟମକୁ କହିଛନ୍ତି। ସେହି କ୍ୱାର୍ଟର୍ସଗୁଡିକୁ ନୂତନ ବିଧାୟକମାନଙ୍କୁ ଆଲଟ୍‌ କରାଯାଇଛି। କ୍ୱାର୍ଟର୍ସ ଛାଡି ନ ଥିବାରୁ ନୂତନ ବିଧାୟକଙ୍କୁ ଯୋଗାଇ ଦିଆଯାଇ ପାରୁ ନାହିଁ। କ୍ୱାର୍ଟର୍ସ ଛାଡିବାକୁ ଯେଉଁମାନଙ୍କୁ ନୋଟିସ କରାଯାଇଛି ସେମାନେ ହେଲେ ପୂର୍ବତନ ବିଧାୟକ ବସନ୍ତ କୁମାର ପଣ୍ଡା, ବେଦ ପ୍ରକାଶ ଅଗ୍ରଓ୍ବାଲ, ଭୁଜବଳ ମାଝି, ବିଭୂତି ଭୂଷଣ ହରିଚନ୍ଦନ, ବିଜୟଶ୍ରୀ ରାଉତରାୟ, ଦାମୋଦର ରାଉତ, ଦେବାଶିଷ ନାୟକ, ଧନେଶ୍ୱର ମାଝି, ଗୋଲକ ବିହାରୀ ନାଏକ, ଯୁଗଳ କିଶୋର ପଟ୍ଟନାୟକ, କିଶୋର ଚନ୍ଦ୍ର ତରାଇ, ମହେଶ ସାହୁ, ନନ୍ଦିନୀ ଦେବୀ, ନୀତେଶ ଗଙ୍ଗଦେବ, ପ୍ରଭାତ କୁମାର ତ୍ରିପାଠୀ, ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୁଷ୍ପେନ୍ଦ୍ର ସିଂଦେଓ, ରବି ନାରାୟଣ ନାଏକ, ରମେଶ ଚନ୍ଦ୍ର ମାଝି, ସାନନ୍ଦ ମାରାଣ୍ଡି, ସଞ୍ଜୟ କୁମାର ଦାସବର୍ମା, ସଞ୍ଜୀବ କୁମାର ସାହୁ, ସରୋଜ କୁମାର ସାମଲ, ସୁବଳ ସାହୁ, ସରୋଜିନୀ ହେମ୍ବ୍ରମ ଏବଂ ଝିନ୍ନ ହିକ୍‌କା। ଏଠାରେ ସୂଚନା ଯୋଗ୍ୟ ଯେ ଭୁଜବଳ ମାଝି ଏବଂ ରବି ନାରାୟଣ ନାୟକ ଦୁଇଟି ଲେଖାଏ ସରକାରୀ କ୍ୱାର୍ଟର୍ସକୁ ନିଜ ଅକ୍ତିଆରରେ ରଖିଛନ୍ତି। ଗତ ମାସ ମଧ୍ୟରେ ୨ଥର କ୍ୱାର୍ଟର୍ସ ଛାଡିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୫ଜଣ ଏମ୍‌ପି ହୋଇଥିଲେ ମଧ୍ୟ କ୍ୱାର୍ଟର୍ସକୁ ମାଡି ବସି ରଖିଛନ୍ତି। ତେବେ ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ, ପ୍ରଭାତ ତ୍ରପାଠୀଙ୍କ ପୁତ୍ର ବିଧାୟକ ଥିବାରୁ ବାପାଙ୍କ କ୍ୱାର୍ଟର୍ସକୁ ନିଜ ନାମରେ କରିବାକୁ ଉଦ୍ୟମ କରୁଛନ୍ତି। ସେହିପରି ସ୍ବର୍ଗତ ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ବାଲ ବିଧାୟକ ଥିବାରୁ ନିଜ ନାମରେ ତାଙ୍କ ସ୍ବାମୀଙ୍କ କ୍ୱାର୍ଟର୍ସକୁ ରଖିବାକୁ ଚାହୁଛନ୍ତି। ସେହିପରି ବିଜେପୁର ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ନାମରେ ଥିବା କ୍ୱାର୍ଟର୍ସକୁ ତାଙ୍କ ସ୍ତ୍ରୀ ତଥା ପୂର୍ବତନ ବିଧାୟିକ ରୀତା ସାହୁଙ୍କ ଦଖଲରେ ରହିଛି। ବିଜେଡି ତାଙ୍କୁ ଆଗାମୀ ବିଜେପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିବା ସମ୍ଭାବନା ଥିବାରୁ ସେ କ୍ୱାର୍ଟର୍ସ ଛାଡି ନ ପାରନ୍ତି ବୋଲି କୁହାଯାଇଛି।
ଥରେ ବିଧାନସଭାକୁ ନିର୍ବାଚିତ ହେଲେ ସରକାରଙ୍କ ତରଫରୁ ମିଳିଥିବା କ୍ୱାର୍ଟର୍ସକୁ ଆଉ ବିଧାୟକମାନେ ଛାଡିବାକୁ ନାରାଜ। ଭୁବନେଶ୍ୱରରେ ଏତେ ଶସ୍ତାରେ ଘର ମିଳିବା କଷ୍ଟ। ନିଜର ବିଭିନ୍ନ କାର୍ଯ୍ୟ ପାଇଁ ରାଜଧାନୀରେ ପୂର୍ବତନ ବିଧାୟକ, ମନ୍ତ୍ରୀଙ୍କ ନାମରେ ଥିବା କ୍ୱାର୍ଟର୍ସ ବର୍ଷ ବର୍ଷ ଧରି ନିଜ ଅକ୍ତିଆରରେ ରଖାଯାଇଛି। ନବ ନିର୍ବାଚିତ ବିଧାୟକମାନେ କ୍ୱାର୍ଟର୍ସ ନ ପାଇ ଏଣେ ତେଣେ ରହୁଛନ୍ତି। ଗତ ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଏ ନେଇ ବିଧାନସଭାରେ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଏପରି କି ତାଙ୍କୁ ରାଜ୍ୟ ସରକାରଙ୍କ ଅତିଥି ଭବନ ବାରଣ୍ଡାରେ ରାତି କାଟିବାକୁ ପଡୁଛି ବୋଲି କହିଥିଲେ। ଜୀବନ ପ୍ରତି ବିପଦ ଅଛି ତୁରନ୍ତ କ୍ୱାର୍ଟର୍ସ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।


All Right Reserved By

କୁସୁମୀ ବଦଳରେ ମହାନଦୀ ଜଳ ପାଇଁ ଦାବି :ସମସ୍ୟା ସମାଧନ ନ ହେଲେ ଆନ୍ଦୋଳନ

ଖଣ୍ଡପଡା,୨୪।୮(ସ୍ବ.ପ୍ର.)-ମହାନଦୀ ଜଳକୁ ବିଶୋଧନ କରାଯାଇ ନୟାଗଡ ଅଞ୍ଚଳକୁ ଯୋଗାଣ ହେଉଥିବା ବେଳେ ଖଣ୍ଡପଡାବାସୀଙ୍କୁ କୁସୁମୀ ନଦୀର ଗୋଳିଆ ଦୂଷିତପାଣି ଯୋଗାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।...

ଥାନା ହାଜତରେ ଛେଳି

ପୁରୁଣା ଭୁବନେଶ୍ୱର,୨୨ା୬ (ଡି.ଏନ.ଏ.): ଥାନା ହାଜତରେ ଅପରାଧୀଙ୍କୁ ଅଟକ ରଖିବାକୁ କମିଶନରେଟ୍‌ ପୋଲିସ ପଛାଉଥିବା ବେଳେ ଧଉଳି ଥାନାରେ ଛେଳିକୁ ହାଜତ ଭିତରେ ରଖିବା ଫଟୋ...

ଦାୟିତ୍ୱ ନେଲେ ଓଏଚ୍‌ଆରସି ଅଧ୍ୟକ୍ଷ

ଭୁବନେଶ୍ୱର, ୪।୯(ବ୍ୟୁରୋ): ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ର ଅଧ୍ୟକ୍ଷ ଭାବେ ବୁଧବାର ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ପ୍ରତିକ୍ରିୟା ରଖି ସେ...

ସରକାରୀ ଜମିରେ ହେବ ପାଚେରି

ବ୍ରହ୍ମପୁର ଅଫିସ୍‌,୨ା୯-ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକରେ ବ୍ରହ୍ମପୁର ଉପଜିଲାପାଳ ଶିନ୍ଦେ ଦତ୍ତାତ୍ରୟ ଭାଉସାହେବ ଅଧ୍ୟକ୍ଷତା କରିଥିଲେ। ଏଥିରେ ଉପଖଣ୍ଡସ୍ତରୀୟ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର...

ଲୋକ ସଭାରେ ଶପଥ ନେଲେ ଓଡ଼ିଶାର ୧୬ ଏମ୍‌ପି

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ନବନିର୍ବାଚିତ ସଦସ୍ୟମାନଙ୍କ ଶପଥ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଥମେ...

ରାଜଧାନୀରେ ବାହୁଡ଼ାଯାତ୍ରା

ଭୁବନେଶ୍ୱର,୧୩।୭(ବ୍ୟୁରୋ): ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଶେଷ ହୋଇଛି ରାଜଧାନୀ ପ୍ରସିଦ୍ଧ ଇସ୍କନ ମନ୍ଦିର ରଥଯାତ୍ରା। ଆନନ୍ଦ ଉଲ୍ଲାସ ମଧ୍ୟରେ ଲକ୍ଷାଧିକ ଭକ୍ତ ଶ୍ରୀଜୀଉଙ୍କୁ ରଥରେ...

ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ ପକ୍ଷରୁ ‘ଉଡ଼େ ତ୍ରିରଙ୍ଗା’: ‘ଡଟ୍‌ ଫେଷ୍ଟ୍‌’ ଭଳି ହେବ ଅନ୍ତର୍ଜାତୀୟ ଭୁବନେଶ୍ୱର ସଙ୍ଗୀତ ଉତ୍ସବ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଜଣାଶୁଣା କଣ୍ଠଶିଳ୍ପୀଙ୍କୁ ନେଇ ଆୟୋଜିତ ହେବ ଅନ୍ତର୍ଜାତୀୟ ଭୁବନେଶ୍ବର ସଙ୍ଗୀତ ଉତ୍ସବ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ନାମୀଦାମୀ...

ବିଜିୟୁ ଓ ଏମ୍‌ଏମ୍‌ୟୁ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭୁବନେଶ୍ୱର,୬ା୭(ବ୍ୟୁରୋ): ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ଓ ମାଲେସିଆସ୍ଥିତ ମଲ୍ଟି ମିଡିଆ ୟୁନିଭର୍ସିଟି (ଏମ୍‌ଏମ୍‌ୟୁ) ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଯାଇଛି। ବୁଝାମଣା ଅନୁସାରେ ଗବେଷଣା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *