କ୍ଷୁଦ୍ର ରପ୍ତାନିକାରୀଙ୍କ ଲାଗି ବୀମା ପ୍ରିମିୟମ କମିବ:ଗୋୟଲ

ନୂଆଦିଲ୍ଲୀ,୧୭-୯: ବାଣିଜ୍ୟ ମନ୍ତ୍ରଣାଳୟ କ୍ଷୁଦ୍ର ରପ୍ତାନିକାରୀଙ୍କ ଲାଗି ବୀମା ପ୍ରିମିୟମ ହାର କମ୍‌ କରିବା ପାଇଁ କ୍ୟାବିନେଟରେ ଏକ ପ୍ରସ୍ତାବ ଆଣିବ। ଯେଉଁ ରପ୍ତାନିକାରୀଙ୍କ ବକେୟା ସୀମା ୮୦ କୋଟି ଟଙ୍କାରୁ କମ୍‌ ହୋଇଥିବ ସେମାନଙ୍କ ଲାଗି ବୀମା ପ୍ରିମିୟମ ହାରକୁ ୦.୬୦ ପ୍ରତିଶତକୁ ହ୍ରାସ କରାଯିବ। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର କହିଛନ୍ତି ଯେ, ବର୍ତ୍ତମାନ ବୀମା ପ୍ରିମିୟମ ୦.୭୨% ରହିଛି। ଏହାବ୍ୟତୀତ ୮୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସୀମାର ରପ୍ତାନିକାରୀଙ୍କ ସହାୟତା ଲାଗି ପ୍ରିମିୟମକୁ ସୁବ୍ୟବସ୍ଥିତ କରାଯିବ। ଏଭଳି ଭାବେ ରପ୍ତାନିକାରୀଙ୍କୁ ବିଭିନ୍ନ ଶ୍ରେଣୀରେ ବଣ୍ଟାଯିବ ବୋଲି ସେ କହିଛନ୍ତି। ଏଥିରେ ଅଣ ସ୍ବର୍ଣ୍ଣ, ଗହଣା ଏବଂ ହୀରା ସମେତ ଅନ୍ୟ ରପ୍ତାନିକାରୀ ସାମିଲ ହେବେ। ସେ କହିଛନ୍ତି ଯେ, ଭାରତୀୟ ରପ୍ତାନି ଋଣ ଗ୍ୟାରେଣ୍ଟି ନିଗମ ପକ୍ଷରୁ ନୂଆ ସ୍କିମ୍‌ ନିର୍ବିକ(ରପ୍ତାନି ଋଣ ବିକାଶ ଯୋଜନା) ଆରମ୍ଭ କରାଯାଇଛି। ଏହା ରପ୍ତାନିକାରୀଙ୍କୁ ଋଣ ପ୍ରଦାନରେ ବ୍ୟାଙ୍କଗୁଡ଼ିକୁ ସହାୟତା କରିବ। ବାଣିଜ୍ୟ ମନ୍ତ୍ରୀ କହିଛନ୍ତି ଯେ, ଏହି ସୁରକ୍ଷା କବଚ ପରିସରକୁ ଅଧିକ ବୃଦ୍ଧି କରାଯାଇଛି। ଏଥିରେ ବକେୟା ସମେତ ମୂଳଧନକୁ ମଧ୍ୟ ଯୋଡା ଯାଇଛି।


All Right Reserved By Dharitri.Com

ସୋନିର ଅଲ୍‌ଫା ଆର୍‌ ଆଇଭି ମଡେଲ

ନୂଆଦିଲ୍ଲୀ,୯-୧୦: ସୋନି ପକ୍ଷରୁ ଆଲ୍‌ଫା ଆର୍‌ ଆଇଭି ମଡେଲ ଓଡିଶା ବଜାରରେ ପ୍ରବେଶ କରିଛି। ଏଥିରେ ୧୬ ମେଗାପିକ୍ସେଲ ସିଏମ୍‌ଓଏସ୍‌ ଇମେଜ୍‌ ସେନ୍‌ସର ରହିଛି। ସେହିଭଳି...

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ନୂଆଦିଲ୍ଲୀ,୨୨-୪: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏହି ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଚିହ୍ନଟ କରି ଏକ ତାଲିକା...

୬ଘଣ୍ଟା ଅଚଳ ରହିଲା ଏୟାର ଇଣ୍ଡିଆ ସର୍ଭର: ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୨୮-୪: ଏୟାର ଇଣ୍ଡିଆ ଫ୍ଲାଇଟ୍ସ ସର୍ଭର ଶନିବାର ୬ ଘଣ୍ଟା ଅଚଳ ହୋଇଯିବା ପରେ ୧୫୫ଟି ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ପ୍ରଭାବିତ ହୋଇଥିଲା। ଫଳରେ...

ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସଜବାଜ

ନୂଆଦିଲ୍ଳୀ,୨୮-୧: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସରକାର ପ୍ରଥମଥର ପ୍ରଚେଷ୍ଠାରେ ବିଫଳ ହେବା ପରେ ପୁଣି ଥରେ ଏନେଇ ମନ ବଳାଇଛନ୍ତି।...

ଗୋକୁଲର ନୂଆ ଆଉଟଲେଟ୍‌

ଭୁବନେଶ୍ୱର,୧୪-୧୦: ଗୋକୁଲ୍‌ ବେକରୀର ୧୧ତମ ଆଉଟ୍‌ଲେଟ କଟକର କଲେଜ ଛକଠାରେ ଖୋଲିଛି। ଗୋକୁଲର ପ୍ରତିଷ୍ଠାତା ଅଶୋକ ଅଗରଓ୍ବାଲ ଏବଂ ଅମିତ ସିଂଘାନିଆ ଏହାକୁ ଉନ୍ମୋଚନ କରିଥିଲେ।...

୧୦୦ ଟଙ୍କା ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର

ନୂଆଦିଲ୍ଲୀ,୧-୭:  ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୧୦୦.୫୦ ଟଙ୍କା ହ୍ରାସ ପାଇଛି। ଜୁଲାଇ ପହିଲାରୁ ଏହା ଲାଗୁ ହୋଇଯିବ। ଫଳରେ ଦିଲ୍ଲୀରେ ଘରୋଇ ବ୍ୟବହାର...

କରୋନା ଯୋଗୁ ପୃଥିବୀ ଅର୍ଥନୀତି ଦୋହଲିଯିବା ଆଶଙ୍କା !

ନୂଆଦିଲ୍ଲୀ, ୨୬।୧: ସମ୍ପ୍ରତି ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ୧୧ଟି ଅନ୍ୟ ଦେଶକୁ ବ୍ୟାପିଛି। ଇତିମଧ୍ୟରେ ଏହାଯୋଗୁ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୬...

ସିଣ୍ଡିକେଟ ବ୍ୟାଙ୍କର ନୂଆ ହାଉସିଂ ଲୋନ୍‌ ସ୍କିମ୍‌

ଭୁବନେଶ୍ୱର,୧୪-୭: ସିଣ୍ଡିକେଟ ବ୍ୟାଙ୍କ ପକ୍ଷରୁ ନୂଆ ହାଉସିଂ ଲୋନ ସ୍କିମ୍‌ ‘ସିଣ୍ଡିନିବାସ ଟେକ୍‌ ଓଭର ଧମାକା’ ଶୁଭାରମ୍ଭ ହୋଇଛି। ଏହା ଗ୍ରାହକଙ୍କୁ ବିଶେଷ ସୁବିଧା ପ୍ରଦାନ...

Leave a comment

Your email address will not be published. Required fields are marked *