ଦେବାଳିଆ ହେଲା ଅନିଲ ଅମ୍ବାନୀଙ୍କ ଆଉ ଏକ କମ୍ପାନୀ

ନୂଆଦିଲ୍ଲୀ,୧୭-୯: ଶିଳ୍ପପତି ଅନିଲ ଅମ୍ବାନୀଙ୍କ ମାଲିକାନାରେ ଥିବା ଆଉ ଏକ କମ୍ପାନୀ ଦେବାଳିଆ ହୋଇଗଲାଣି। ଋଣରେ ବୁଡ଼ି ରହିଥିବା ଟେଲିକମ୍‌ କମ୍ପାନୀ ରିଲାଏନ୍ସ କମ୍ୟୁନିକେଶନ୍ସର ଏକ ସହଯୋଗୀ କମ୍ପାନୀ ଜିସିଏକ୍ସ ଲିମିଟେଡ ନିଜକୁ ଦେବାଳିଆ ଘୋଷଣା ଲାଗି ଆଇବିସି କୋର୍ଟରେ ଆବେଦନ କରିଛି ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି। ଉଲ୍ଲେଖଥାଉ କି, ସମୁଦ୍ର ତଳେ ବିଶ୍ୱର ସର୍ବବୃହତ ଘରୋଇ କେବଳ ସିଷ୍ଟମ ଜିସିଏକ୍ସ ନିକଟରେ ରହିଛି। ୩୫ କୋଟି ଡଲାର ୭% ବଣ୍ଡ ପେମେଣ୍ଟ ଦେବାରେ ବିଫଳ ହେବା ପରେ କମ୍ପାନୀ ଉକ୍ତ ପଦକ୍ଷେପ ଗ୍ରହଣ କରିଛି। ଏଥିପୂର୍ବରୁ ରିଲାଏନ୍ସ କମ୍ୟୁନିକେଶନ୍ସ ନିଜକୁ ଦେବାଳିଆ ଘୋଷଣା ପାଇଁ ଆଇବିସି କୋର୍ଟରେ ଆବେଦନ କରିସାରିଛି। ଋଣବୋଝକୁ କମାଇବା ଲକ୍ଷ୍ୟରେ ରିଲାଏନ୍ସ ଗ୍ରୁପ୍‌ ରୋଡ୍‌ରୁ ରେଡିଓ ଷ୍ଟେଶନ ପର୍ଯ୍ୟନ୍ତ ବିକ୍ରି କରି ୨୧,୭୦୦ କୋଟି ଟଙ୍କା ଯୋଗାଡ କରିବାକୁ ଲକ୍ଷ୍ୟ ରଖିଛି।


All Right Reserved By

ନାଲ୍‌କୋ ପକ୍ଷରୁ ବନମହୋତ୍ସବ ପାଳନ

ଭୁବନେଶ୍ୱର,୮-୭: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ) ପକ୍ଷରୁ ସପ୍ତାହବ୍ୟାପୀ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ କମ୍ପାନୀର ବିଭିନ୍ନ ୟୁନିଟ ଏବଂ କାର୍ଯ୍ୟାଳୟଗୁଡିକର...

ନାଲ୍‌କୋକୁ ଗୋଲ୍‌ଡେନ ପିକକ ପୁରସ୍କାର

ଭୁବନେଶ୍ୱର,୧୪-୭(ବ୍ୟୁରୋ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)କୁ ଗୋଲ୍‌ଡେନ ପିକକ ପରିବେଶ ପରିଚାଳନା ପୁରସ୍କାର ମିଳିଛି। ପରିବେଶ ପରିଚାଳନାରେ ବିଶ୍ୱସ୍ତରୀୟ ମାନ୍ୟତା, ଔଦ୍ୟୋଗିକ ବିକାଶ ସହ ନିରନ୍ତର...

ଏଫ୍‌ପିଆଇଙ୍କ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି

ନୂଆଦିଲ୍ଲୀ,୧୫-୭: ଜୁଲାଇରେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୯୫୩ କୋଟି ଟଙ୍କା ଉଠାଇ ନେଇଛନ୍ତି। ଚଳିତ ମାସ...

ପାଇକାରୀ ମୁଦ୍ରାସ୍ଫୀତି ୨୨ ମାସର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୫-୬: ପାଇକାରୀ ମୁଦ୍ରାସ୍ଫୀତି ହାର ମେ’ରେ ୨.୪୫% ରେକର୍ଡ କରାଯାଇଛି। ଏହା ୨୨ ମାସର ସର୍ବନିମ୍ନ ସ୍ତର କୁହାଯାଉଛି। ଏଥିପୂର୍ବରୁ ୨୦୧୭ ଜୁଲାଇରେ ଏହା ୧.୮୮%...

ଜେଟ୍‌ ଏୟାରଓ୍ବେଜର ନିୟନ୍ତ୍ରଣ ନେବାକୁ ଅଣ୍ଟା ଭିଡ଼ିଲେ କର୍ମଚାରୀ

ନୂଆଦିଲ୍ଲୀ,୩୦-୪: ବୁଡ଼ି ଯାଇଥିବା ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ ପୁନର୍ବାର ଛିଡା କରିବା ଲାଗି ଏବେ କର୍ମଚାରୀମାନେ ଅଣ୍ଟା ଭିଡ଼ିଛନ୍ତି। ବାହାର ନିବେଶକଙ୍କଠାରୁ ୩ ହଜାର...

ଏନ୍‌ସିଏଲ୍‌ଟିର ଦ୍ୱାରସ୍ଥ ହେଲେ କେନ୍ଦ୍ର; ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଅଡିଟର, ଅନ୍ୟ ୨୧ଙ୍କ ଆକାଉଣ୍ଟ ହେବ ଅଚଳ

ନୂଆଦିଲ୍ଲୀ,୭-୮: ଅର୍ଥ ସଙ୍କଟର ସମ୍ମୁଖୀନ ହୋଇଥିବା ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ର ଅଡିଟର ଡେଲଏଟ ଓ ବିଏସ୍‌ଆରଙ୍କର ଅଡୁଆ ବଢ଼ିବାକୁ ଯାଉଛି। ସେମାନଙ୍କ ସହ...

ବାଇଜୁସ୍‌ର ରବିନ୍ଦ୍ରନ ଦେଶର ନୂଆ କୋଟିପତି;ଟ୍ୟୁସନରୁ ମିଳିଥିଲା ଆପ୍‌ ତିଆରି ଆଇଡିଆ

ନୂଆଦିଲ୍ଲୀ,୩୦-୭: ଏକଦା ଟ୍ୟୁସନ ପଢ଼ାଉଥିବା ବାଇଜୁ ରବିନ୍ଦ୍ରନ ଆଜି ଭାରତର ନୂଆ କୋଟିପତି ଭାବେ ପରିଗଣିତ ହେଉଛନ୍ତି। ଗତ ୮ ବର୍ଷ ଭିତରେ ତାଙ୍କ ସମ୍ପତ୍ତି...

୨୫ରେ ଜିଏସ୍‌ଟି କାଉନ୍‌ସିଲ ବୈଠକ

ନୂଆଦିଲ୍ଲୀ,୨୨ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୫ରେ ଜିଏସ୍‌ଟି କାଉନସିଲ୍‌ର ୩୬ତମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଇଲେକ୍ଟ୍ରିକ୍‌ ଗାଡ଼ି(ଇ-ଯାନ) ଉପରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *