ବଢ଼ୁଛି ଭାରତୀୟଙ୍କ ଋଣ ବୋଝ

ନୂଆଦିଲ୍ଲୀ,୧୭-୯: ଭାରତୀୟ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ସଞ୍ଚୟ କମିବାରେ ଲାଗିଛି। ଫଳରେ ୨୦୧୮ ସୁଦ୍ଧା ୫ ବର୍ଷରେ ଲୋକଙ୍କ ଉପରେ ଋଣ ବୋଝ ୫୮% ବୃଦ୍ଧି ପାଇ ୭.୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଗଲାଣି। ଅନ୍ୟପକ୍ଷରେ ୨୦୧୭ରେ ଏହି ମାତ୍ର ୨୨ ପ୍ରତିଶତ ବଢ଼ିଥିଲା ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ରିସର୍ଚ୍ଚରୁ ଜଣାପଡିଛି।
ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ, ଗତ ୫ ବର୍ଷ ଭିତରେ ଭାରତୀୟ ପରିବାରଙ୍କ ଉପରେ ଋଣବୋଝ ଦୁଇଗୁଣା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏହି ଅବଧିରେ ଖର୍ଚ୍ଚ ହେବାକୁ ଥିବା ଆୟ(ଡିସ୍‌ପୋଜେବଲ୍‌ ଇନ୍‌କମ୍‌) ମାତ୍ର ଦେଢ଼ଗୁଣା ବଢ଼ିଛି। ଫଳସ୍ବରୂପ ଦେଶର ମୋଟ ସଞ୍ଚୟ ପରିମାଣ ୪.୧% ହ୍ରାସ ପାଇ ୩୪.୬ରୁ ୩୦.୫%କୁ ହ୍ରାସ ପାଇଛି। ଘରୋଇ ସ୍ତରରେ ସଞ୍ଚୟ ହ୍ରାସ ପାଇଥିବାରୁ ଜାତୀୟ ସ୍ତରରେ ଏହା କମିବାର ମୁଖ୍ୟ କାରଣ ହୋଇଛି। ଏହି ୫ ବର୍ଷରେ ପ୍ରତ୍ୟେକ ପରିବାରର ସଞ୍ଚୟ ପ୍ରାୟ ଜିଡିପି ହିସାବରେ ୬.୪% କମିଛି। ଆର୍ଥିକ ବର୍ଷ ୨୦୧୨ରେ ଘରୋଇ ସଞ୍ଚୟ ହାର ୨୩.୬% ରହିଥିବା ବେଳେ ୨୦୧୮ରେ ଏହା ହ୍ରାସ ପାଇ ୧୭.୨% ହୋଇଛି। ସଞ୍ଚୟ ହ୍ରାସର ପ୍ରଭାବ ଅର୍ଥନୀତି ଉପରେ ପଡୁଥିବା ସ୍ପଷ୍ଟ ଦେଖାଯାଉଛି।
ଏସ୍‌ବିଆଇ ରିପୋର୍ଟରେ କୁହାଯାଇଛି ଯେ, କେବଳ ସୁଧ ହାର ହ୍ରାସ କରିବା ଦ୍ୱାରା ଅର୍ଥନୀତିରେ ଦେଖାଦେଇଥିବା ସମସ୍ୟାର ସମାଧାନ ହେବ ନାହିଁ। ସରକାରଙ୍କ ପକ୍ଷରୁ ଆହୁରି କେତେକ ଅନ୍ୟ ପଦକ୍ଷେପ ନେବାକୁ ହେବ। ବ୍ୟାଙ୍କ ପକ୍ଷରୁ ନିଜର ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ, କ୍ୟାପିଟାଲ ଗେନ୍‌ ଟ୍ୟାକ୍ସ ହଟାଇ ଦେବା ପରେ ୨୦୧୮ରେ ଅର୍ଥ ସଞ୍ଚୟ ଉପରେ କିଛି ମାତ୍ରାରେ ସକାରାମତ୍କ ପ୍ରଭାବ ପଡିଥିବା ଦେଖାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏହା ପୁଣି କମିଯାଇଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ସେକ୍ଟର ଭିତ୍ତିରେ ସହାୟତା ପ୍ୟାକେଜ ଘୋଷଣା କରିଦେଲେ ଚଳିବ ନାହିଁ। ଏହା ସ୍ଥାନରେ ଖର୍ଚ୍ଚ ବଢ଼ାଇବାକୁ ହେବ। ବିଶେଷ କରି ଗ୍ରାମାଞ୍ଚଳରେ ଖର୍ଚ୍ଚ ବଢ଼ାଇବା ଉପରେ ଜୋର୍‌ ଦେବାକୁ ପଡିବ। କୃଷକଙ୍କୁ ଆର୍ଥିକ ସହାୟତା ଦେବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା ଘୋଷଣା କରାଯାଇଛି ସତ, ଲକ୍ଷ୍ୟ ଠାରୁ ଅନେକ କମ୍‌ ଚାଷୀଙ୍କୁ ଅର୍ଥ ଆବଣ୍ଟନ କରାଯାଇଛି। ପିଏମ୍‌ କିଷାନ ପୋର୍ଟାଲରୁ ଜଣାପଡୁଛି ଯେ, ଲକ୍ଷ୍ୟ ଠାରୁ ପ୍ରାୟ ଅଧା ଚାଷୀ ପଞ୍ଜୀକରଣ କରିଛନ୍ତି। ଚଳିତବର୍ଷ ଜୁନ୍‌ ସୁଦ୍ଧା ୬.୮୯ କୋଟି ଚାଷୀଙ୍କର ପଞ୍ଜୀକରଣ ଯାଞ୍ଚ ଶେଷ ହୋଇଛି। ଅନ୍ୟପକ୍ଷରେ ସରକାର ୧୪.୬ କୋଟି ଚାଷୀଙ୍କୁ ପିଏମ୍‌ କିଷାନ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ସେହିପରି ବଜେଟରେ ଆବଣ୍ଟିତ ପୁଞ୍ଜିଗତ ଖର୍ଚ୍ଚ ହ୍ରାସ ପାଇଛି ବୋଲି ଉଲ୍ଲେଖ କରି ରିପୋର୍ଟରେ କୁହାଯାଇଛି ଯେ, ଅଦ୍ୟାବଧି ସରକାର କେବଳ ୩୨ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଛନ୍ତି। ଗତବର୍ଷ ଏହି ସମୟରେ ଏହା ୩୭.୧ ପ୍ରତିଶତ ଥିଲା। ଅନ୍ୟପକ୍ଷରେ ନିବେଶ ଭାରିମାତ୍ରାରେ ହ୍ରାସ ପାଇଛି। ୨୦୦୭ରୁ ୨୦୧୪ ମଧ୍ୟରେ ୫୦% ନିବେଶ ହୋଇଥିବା ବେଳେ ୨୦୧୪ରୁ ୨୦୧୯ ମଧ୍ୟରେ ଏହା ୩୦%କୁ ହ୍ରାସ ପାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଅର୍ଥନୀତିରେ ସୃଷ୍ଟି ହୋଇଥିବା ସଙ୍କଟ ଅତ୍ୟନ୍ତ ଗଭୀର। ଏହାର ଚେର ବହୁଦୂରକୁ ଲମ୍ବିଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ସେକ୍ଟର ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜର ପ୍ରଭାବ କେତେ ପଡୁଛି, ତାହା ଦେଖିବାକୁ ହେବ ବୋଲି ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି।


All Right Reserved By Dharitri.Com

ବିଶେଷଜ୍ଞଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି;ଅର୍ଥ ବ୍ୟବସ୍ଥା ପାଇଁ ମାନସ ମନ୍ଥନ

ନୂଆଦିଲ୍ଲୀ,୧୦-୧: ଆଗାମୀ ୨୦୨୪-୨୫ ସୁଦ୍ଧା ଦେଶର ଅର୍ଥବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ଲାଗି ସରକାର ଯୋଜନା ଧାର୍ଯ୍ୟ କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଏହି...

ଆଇଆରସିଟିସି ଆଣିବ ଆଇପିଓ;ବିକ୍ରି ହେବ ୧୨% ଅଂଶଧନ

ନୂଆଦିଲ୍ଲୀ,୨୩-୮: ରେଲଓ୍ବେର ପର୍ଯ୍ୟଟନ ଏବଂ ଖାଦ୍ୟ ବ୍ୟବସ୍ଥା ତଦାରଖ କରୁଥିବା ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟ୍ୟୁରିଜିମ୍‌ କର୍ପୋରେଶନ(ଆଇଆର୍‌ସିଟିସି) ଖୁବଶୀଘ୍ର ଇନିସିଆଲ ପବ୍ଲିକ୍‌ ଅଫରିଂ(ଆଇପିଓ) ଆଣିବାକୁ...

ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖାଯିବ: ସୀତାରାମନ୍‌

ନୂଆଦିଲ୍ଲୀ,୭-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ...

ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ,୨-୧୧: ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଦେବାକୁ ପଡୁଥିବା ଫିସ୍‌ ଉପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗିବନି। ଅଥରିଟି ଫର ଆଡଭାନ୍ସ ରୁଲିଂ(ଏଏଆର୍‌)ର...

ଟାଟାସନ୍ସ ଅଧ୍ୟକ୍ଷ ପଦବୀକୁ ଫେରିବାକୁ ଇଛା ନାହଁ:ସାଇରସ୍‌ ମିସ୍ତ୍ରି

ନୂଆଦିଲ୍ଲୀ,୬-୧: ଟାଟାସନ୍ସର ଅଧ୍ୟକ୍ଷ ପଦବୀକୁ ଫେରିବା ଲାଗି ଇଚ୍ଛା ନାହିଁ ବୋଲି ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରି ରବିବାର କହିଛନ୍ତି। କ୍ଷୁଦ୍ର ଅଂଶୀଦାର ଭାବେ ସାପୋରଜୀ...

ଜିଡିପିର ନୂଆ ବେସ୍‌ ଇୟର ନିଷ୍ପତ୍ତି ଶୀଘ୍ର

ନୂଆଦିଲ୍ଲୀ,୬-୧୧: ମୋଟ ଘରୋଇ ଉତ୍ପାଦ(ଜିଡିପି)ର ନୂଆ ବେସ୍‌ ଇୟର ନେଇ ସରକାର ଆଉ କିଛି ମାସ ମଧ୍ୟରେ ନିଷ୍ପତ୍ତି ନେବେ। ବର୍ତ୍ତମାନ ଜିଡିପି ଲାଗି ବେସ୍‌...

ଟ୍ରେଡ ଡିଲ୍‌ ଲାଗି ଆମେରିକା-ଚାଇନାର ସହମତି

ନୂଆଦିଲ୍ଲୀ,୧୪-୧୨: ପ୍ରଥମ ପର୍ଯ୍ୟାୟ ଟ୍ରେଡ ଡିଲ ଲାଗି ଆମେରିକା ଏବଂ ଚାଇନା ସହମତି ପ୍ରକାଶ କରିଛନ୍ତି। ଏହି ଚୁକ୍ତି ସମ୍ପାଦିତ ହେଲେ ଗତ ୧୭ ମାସ...

ଆଇଟି ସେକ୍ଟରରେ ବଢ଼ୁଛି ନିଯୁକ୍ତି

ନୂଆଦିଲ୍ଲୀ,୧୭-୫: ଇନ୍‌ଫର୍ମେଶନ ଟେକ୍ନୋଲୋଜି(ଆଇଟି) କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିରେ ଦକ୍ଷତା ଥିବା ବ୍ୟକ୍ତିବିଶେଷଙ୍କୁ ଭାରି ମାତ୍ରାରେ ନିଯୁକ୍ତି ଦିଆଯାଉଛି। ଗତ ଆର୍ଥିକ ବର୍ଷରେ ନିଯୁକ୍ତି କ୍ଷେତ୍ର ମାନ୍ଦା...

Leave a comment

Your email address will not be published. Required fields are marked *