ଜୟ ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

କୋମନା,୧୭।୯(ଡି.ଏନ.ଏ.)
ନୂଆପଡା ଜିଲା କୋମନା ବ୍ଲକ ସିହିନାମୁଣ୍ଡା ଗାଁର ଖେଳ ପଡିଆରେ ଜୟ ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଉଦ୍ୟାନବନ୍ଧ ଓ ମାନିଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମାନିଗୁଡା ଦଳ ଉଦ୍ୟାନବନ୍ଧ ଦଳକୁ ୧-୦ ଗୋଲରେ ପରାସ୍ତ କରି ବିଜୟ ଲାଭ କରିଛି। ସେହିଭଳି ଦ୍ୱିତୀୟ ମ୍ୟାଚ ପଣ୍ଡରାପଥର ଓ ଡୁମେରବାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡୁମେରବାହାଲ ଦଳ ପଣ୍ଡରାପଥର ଦଳକୁ ୧-୦ ଗୋଲରେ ପରାସ୍ତ କରି ବିଜୟ ଲାଭ କରିଥିଲା । ଉଦଘାଟନୀ ଉତ୍ସବରେ ଜୟ ମା’ ବସ୍ତ୍ରାଣୀ କ୍ଲବ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ନୂଆପଡା ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଏମ୍‌ପି ପ୍ରତିନିଧି ଅଭିନନ୍ଦନ ପଣ୍ଡା, ଭାଜପା ଯୁବମୋର୍ଚ୍ଚା ତୁଲସ ପଟେଲ ଓ ସଦାନନ୍ଦ ଯୋଷୀ ପ୍ରମୁଖ ଯୋଗଦେଇଥିଲେ।

ଫଟୋ:


All Right Reserved By Dharitri.Com

ଜିଲାସ୍ତରୀୟ ରାଷ୍ଟ୍ରିୟ ପୋଷଣ ମାସ:ଘର ତିଆରି ପୋଷକ ଉପରେ ଗୁରୁତ୍ୱ ଦେଲେ ଜିଲାପାଳ

ନୂଆପଡା ଅଫିସ,୨୮ା୯ ଘର ତିଆରି ଖାଦ୍ୟରେ ହିଁ ଉପଯୁକ୍ତ ପୋଷକ ତତ୍ୱ ରହିଥାଏ । ଆବହମାନ କାଳରୁ ଆମେ ଘରେ ମା’ ତିଆରି କରୁଥିବା ଖାଦ୍ୟରେ...

ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଉତ୍ସବ: ଶାନ୍ତି, ମୈତ୍ରୀ ଏକତାର ସୂତ୍ରରେ ବାନ୍ଧିହେବା

ନୂଆପଡା ଅଫିସ,୨୭ା୮ ଆମ ଦେଶ ଏକଦା ରାମ ରାଜ୍ୟ ଭାବେ ଅଭିହିତ ହୋଇ ରହିଥିଲା । ପରବର୍ତ୍ତି ସମୟରେ ବୈଦେଶିକ ଶତ୍ରୁ ଆକ୍ରମଣର ଶିକାର ହୋଇ...

ଇଣ୍ଡିପେଣ୍ଡେଣ୍ଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ : କୋମନା, ନୂଆପଡା ମଧ୍ୟରେ ଫାଇନାଲ ମ୍ୟାଚ୍‌

କୋମନା,୨୫।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ତରବୋଡସ୍ଥିତ ରାଜିବ ଗାନ୍ଧୀ ମିନି ଷ୍ଟାଡିୟମରେ ଚାଲିଥିବା ଦ୍ୱାଦଶ ଇଣ୍ଡିପେଣ୍ଡେଣ୍ଟ କପ ଫୁଟବଲ ଟୁର୍ନାମେଣ୍ଟର ଦୁଇଟି ସେମି ଫାଇନାଲ...

ମୁସରଙ୍ଗି ଜଙ୍ଗଲରେ୨ ଛୁଆ ସମେତ ୪ ବାଘ: ଗ୍ରାମବାସୀ ଆତଙ୍କିତ; ଗତିବିଧି ଅନୁଧ୍ୟାନ କରୁଛି ବନବିଭାଗ

ନୂଆପଡା ଅଫିସ,୯ା୮ -ସ୍ଥାନୀୟ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ ଛୁଆ ସମେତ ୪ କଲରାପତରିଆ ବାଘ ରହିଥିବା ଜଣାପଡ଼ିବା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି...

ନୂଆପଡାରେ ବୁଦ୍ଧିଜୀବୀ ସମ୍ମିଳନୀ: ସମସ୍ୟା ସମାଧାନର ବାଟ ଖୋଜୁଛନ୍ତି ବୁଦ୍ଧିଜୀବୀ; ପାର୍ଲାମେଣ୍ଟରେ ଉପସ୍ଥାପନ କରିବି: ଏମ୍‌ପି

ନୂଆପଡା ଅଫିସ,୩୦ା୮-ଲୋକଙ୍କ ବହୁ ଆଶା ଆକାଂକ୍ଷା ଥିଲା ଯେ ନୂଆପଡା ଏକ ଜିଲା ହେବ । ଲୋକଙ୍କର ସବୁ ସମସ୍ୟା ସହଜେ ସମାଧାନ ହେବ ।...

କେବଳ ଲୋକ ଦେଖାଣିଆ ଅସ୍ଥାୟୀ ଶିବିର

ନୂଆପଡା ଅଫିସ,୮ା୫-ଓଡ଼ିଶାର ବିଭିନ୍ନ ଜିଲାର ଲୋକେ କାମଧନ୍ଧା କରିବାକୁ ଯାଇ ଆଉ ଗୋଟିଏ ଜିଲାରେ ଲକ୍‌ ଡାଉନ୍‌ ଯୋଗୁ ଅଟକି ରହିଛନ୍ତି। ସେହିଭଳି ବାହାର ରାଜ୍ୟରେ...

ଜିଲାସ୍ତରୀୟ ୟୁଥ ପାର୍ଲାମେଣ୍ଟ ପ୍ରତିଯୋଗୀତା

ଖଡିଆଳ,୨୨।୮(ଡି.ଏନ.ଏ.)  ନୂଆପଡା ଜିଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ବିଦ୍ୟାଳୟଠାରେ ଓଡିଶା ସରକାରଙ୍କ ଟିଇଆଣ୍ଡ ଏସସିଇଆରଟି ତରଫରୁ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚେତନା ସୃଷ୍ଟି କରିବା ପାଇଁ...

ପଞ୍ଚାୟତସ୍ତରୀୟ ପ୍ରଧାନ ଶିକ୍ଷକ ବୈଠକ

କୋମନା,୨୨।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମପଞ୍ଚାୟତସ୍ତରୀୟ ପ୍ରଧାନ ଶିକ୍ଷକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲଖନା ପଞ୍ଚାୟତ ସରପଞ୍ଚ ସୋନପତି ଜଏନଙ୍କ...

Leave a comment

Your email address will not be published. Required fields are marked *