ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ଖଡିଆଳ,୧୭।୯(ଡି.ଏନ.ଏ.)
ନୂଆପଡା ଜିଲା ଖଡିଆଳ ଲାଞ୍ଜି ଗ୍ରାମପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗ୍ରାମର ଝାଙ୍କର ତଥା ସରପଞ୍ଚ ହିରାଧର ମାଝି ଧୂପ, ଦୀପ, ନୂଆ ଚାଉଳ ଦେଇ ଧରିତ୍ରୀ ମାତାଙ୍କୁ ପୂଜାର୍ଚ୍ଚନା କରିଥିଲେ । ପରେ ଅତିଥିମାନଙ୍କୁ ଗୁମୁର ଓ ବିଭିନ୍ନ ବାଦ୍ୟ ବଜାଇ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ତଥା ଲାଞ୍ଜି ଗ୍ରାମର ସମିତି ସଭ୍ୟ ବାଳକୃଷ୍ଣ ଶବର ସଭାପତିତ୍ୱ କରିଥିବା ବେଳେ କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର ମୁଖ୍ୟଅତିଥି, ମୁଖ୍ୟବକ୍ତା ଶିକ୍ଷାବିତ ତଥା ଡ. ମେଜର ରାମଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାଣ୍ଡେ, ସରପଞ୍ଚ ନନ୍ଦଲାଲ ପାଣ୍ଡେ, ବିଧଉର ଶବର, ଦହିମଟ ଭୋଇ, ଅନୁପ ସିଂଦେଓ, ଅବନୀ ସିଂହନିନା, କକିତା ବିଶିଙ୍କ ସମେତ ୨୨ ଜଣ ସରପଞ୍ଚ, ସମିତି ସଭ୍ୟାସଭ୍ୟ ଯୋଗଦେଇଥିଲେ। ଏହି ନୂଆଁଖାଇ ଭେଟଘାଟ ଉତ୍ସବରେ ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟାସଭ୍ୟ ଏକତାର ସହ ମନମାଲିନ୍ୟ ଭୁଲି ଖଡିଆଳ ପଞ୍ଚାୟତ ସମିତି ଓ ପଞ୍ଚାୟତ ବିକାଶ ତଥା ଜନସାଧାରଣଙ୍କ ସେବକ ରୂପେ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ । ନୂଆଁଖାଇ ଭେଟଘାଟରେ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ପରିଚାଳନା କରିଥିବା ବେଳେ ନାଏବ ସରପଞ୍ଚ ରମ୍ଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


All Right Reserved By Dharitri.Com

୫ ହଜାର ରେଳ ଷ୍ଟେଶନ ଛୁଇଁଲା ମାଗଣା ଓ୍ବାଇଫାଇ ସେବା

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ଭାରତୀୟ ରେଳପଥ ଦେଶର ୫ ହଜାର ଷ୍ଟେଶନରେ ମାଗଣା ଓ୍ବାଇଫାଇ ସେବାକୁ ଉପଲବ୍ଧ କରାଇଛି। ଶନିବାର ଦକ୍ଷିଣ-ପୂର୍ବ ରେଳପଥ ଅନ୍ତର୍ଗତ ପଶ୍ଚିମବଙ୍ଗର ମିଦନାପୁର...

ରଦ୍ଦ ହେବ ନିଶାସକ୍ତ ଡ୍ରାଇଭରଙ୍କ ଲାଇସେନ୍ସ: ଉଲ୍ଲଂଘନକାରୀଙ୍କୁ ରାଜପଥରେ ଜଗିବ ସିସିଟିଭି କ୍ୟାମେରା

ଭୁବନେଶ୍ୱର,୩ା୧(ବ୍ୟୁରୋ): ମଦ୍ୟପାନ କରି ଗାଡି ଚଳାଇଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ଲାଇସେନ୍ସ ରଦ୍ଦ ହେବା ସହ ଚାଳକଙ୍କୁ ଜେଲ ଯିବାକୁ ପଡିବ। ନିଶାସକ୍ତ ଡ୍ରାଇଭରଙ୍କ ଲାଇସେନ୍ସକୁ...

୨୬ରେ ଖୋଲିବ ସ୍କୁଲ

ବ୍ରହ୍ମପୁର ଅଫିସ୍‌,୧୯ା୬: ଗତ ଦେଢ଼ ବର୍ଷ ହେବ ଗଞ୍ଜାମ ଜିଲା ଅନ୍ତର୍ଗତ ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଛତ୍ରପୁର ଓ କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ପଞ୍ଚାୟତସ୍ତରରେ ଘରୋଇ ପାଇଖାନା...

ମହାନଦୀରେ ଡଙ୍ଗା ବୁଡ଼ି ଜଣେ ପର୍ଯ୍ୟଟକ ନିଖୋଜ

ବଡମ୍ବା,୧୧ା୧(ଡି.ଏନ୍‌.ଏ.): ମହାନଦୀରେ ନୌବିହାର ବେଳେ ଡଙ୍ଗାବୁଡ଼ି ଜଣେ ପର୍ଯ୍ୟଟକ ନିଖୋଜ ହୋଇଯାଇଥିବାବେଳେ ୨ଜଣଙ୍କୁ ସ୍ଥାନୀୟ କେତେଜଣ ଲୋକ ଉଦ୍ଧାର କରିଛନ୍ତି। ବଡମ୍ବା ଥାନା ଅନ୍ତର୍ଗତ ମା’ଭଟ୍ଟାରିକାଙ୍କ...

ପଞ୍ଚାୟତରେ ହେବ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ପଞ୍ଚାୟତସ୍ତରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି। ପଞ୍ଚାୟତୱାରୀ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି। ଇତି ମଧ୍ୟରେ ରାଜ୍ୟର ୬୭୯୮...

ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ସାରା ରାଜ୍ୟର ବିଭିନ୍ନ ବନଖଣ୍ଡରେ ଶୁକ୍ରବାରଠାରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ ୨୫ ଟିମ୍‌ ଗଠିତ ହୋଇଛି। ଟିମ୍‌ରେ ବନବିଭାଗ...

ଶହୀଦଙ୍କ ପରିବାରକୁ ମିଳିଲା ସହାୟତା

ଭୁବନେଶ୍ୱର,୨।୭(ବ୍ୟୁରୋ) ଶହୀଦ ମନୋଜ କୁମାର ବେହେରା ଏବଂ ପ୍ରସନ୍ନ କୁମାର ସାହୁଙ୍କ ପରିବାରକୁ ସୋମବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆର୍ଥିକ ସହାୟତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ...

ଦାଉ ସାଧୁଛି ପ୍ରାକୃତିକ ବିପତ୍ତି: ୫ବର୍ଷରେ ଗଲାଣି ୯ ହଜାର ଜୀବନ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ରାଜ୍ୟକୁ ବନ୍ୟା, ବାତ୍ୟା, ମରଡ଼ି, ଅଂଶୁଘାତ ଭଳି ପ୍ରାକୃତିକ ବିପତ୍ତି ଘେରି ରହିଛି। ଏଥିଯୋଗୁ କେବଳ ଧନସମ୍ପତ୍ତି ନଷ୍ଟ ହେଉଛି ତାହା ନୁହେଁ, ବହୁମୂଲ୍ୟ...

Leave a comment

Your email address will not be published. Required fields are marked *