ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗ: ଗୁହାରି ଶୁଣିବାକୁ ରାସ୍ତାକୁ ଓହ୍ଲାଇଲେ ଜିଲାପାଳ, ଏସ୍‌ପି

ନୂଆପଡା ଅଫିସ/କୋମନା,୧୭।୯(ଡି.ଏନ.ଏ.)
ଜାତୀୟ ରାଜପଥର ଦୁରାବସ୍ଥାକୁ ନେଇ ଜିଲାବ୍ୟାପି ଅସନ୍ତୋଷ ଦୃଢୀଭୂତ ହେଉଥିବା ବେଳେ ଜିଲା ପ୍ରଶାସନ ଏହାର ଗୁରୁତ୍ୱକୁ ଉପଲବ୍ଧି କରିଛି । ନୂଆପଡ଼ା ଜିଲା କୋମନା ବ୍ଲକ ଉଦ୍ୟାନବନ୍ଧବାସୀ ଆନ୍ଦୋଳନ ମୁହାଁ ହେଉଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଖୋଦ ଜିଲାପାଳ ମଧୁସ୍ମିତା ସାହୁ ଏବଂ ଏସ୍‌ପି ବିନୀତ ଅଗ୍ରୱାଲ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରି ଦାବିପତ୍ର ଗ୍ରହଣ କରିଥିଲେ। ସେଠାରେ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କୁ ମଧ୍ୟ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାନ୍ୟ ଦାବିଗୁଡିକ ଉପରେ ତଦନ୍ତ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଆଜକୁ ୫ ବର୍ଷ ହେବ ନିର୍ମାଣ କାମ ଚାଲିଥିବା ୩୫୩ ନଂ. ଜାତୀୟ ରାଜପଥ ଆଜିଯାଏଁ ଶେଷ ହୋଇ ନ ଥିବାବେଳେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଖାଲଖମା ହୋଇ ମରଣଯନ୍ତା ପାଲଟିଛି । ଏହାକୁ ନେଇ ବିଭିନ୍ନ ଜାଗାରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ଉଦ୍ୟାନବନ୍ଧବାସୀ ବନ୍ଦ ପାଳନ କରିବାକୁ ପ୍ରସ୍ତୁତି ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ରବିବାର ଏସ୍‌ପି ଅଗ୍ରୱାଲ ଆନ୍ଦୋଳନକାରୀମାନଙ୍କୁ ଡାକି ଆଲୋଚନା କରିଥିବାବେଳେ ଏହାକୁ ସେ ଜିଲାପାଳଙ୍କ ସହ ଆଲୋଚନା କରି ସମାଧାନ ରାସ୍ତା ବାହାର କରିବେ। ଆନ୍ଦୋଳନରୁ ବିରତ ରହିବାକୁ ଅନୁରୋଧ କରିଥିଲେ । ପ୍ରତିଶ୍ରୁତି ମୁତାବକ ସୋମବାର ପୂର୍ବାହ୍ନ ୧୧ଟାରେ ଖୋଦ ଜିଲାପାଳ ସାହୁ ଏବଂ ଏସ୍‌ପି ଅଗ୍ରୱାଲ ଉଦ୍ୟାନବନ୍ଧରେ ପହଞ୍ଚତ୍ଥିଲେ। ଆନ୍ଦୋଳନକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେଠାକୁ ଠିକାଦାରଙ୍କ ପ୍ରତିନିଧିଙ୍କ ଡକାଇ ରାସ୍ତାର ଅବସ୍ଥା ବୁଲି ଦେଖିଥିଲେ। ତୁରନ୍ତ ଗାଡି ଚଳାଚଳ ସକାଶେ ରାସ୍ତା ମରାମତି କରିବା ସହ ରାସ୍ତା କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଠିକା କମ୍ପାନୀ ଆସନ୍ତା ୨୦ ତାରିଖ ସୁଦ୍ଧା ଦଲଦଲିଠାରୁ ଖଡିଆଳ ଯାଏଁ ସବୁଜାଗାରେ ମରାମତି କରିବା ସହ ଆଗାମୀ ୭ ମାସ ମଧ୍ୟରେ ସମ୍ପୂର୍ଣ୍ଣ ରାସ୍ତା କାମ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ଉଦ୍ୟାନବନ୍ଧରେ କ୍ରସ ଡ୍ରେନେଜ ନିର୍ମାଣ, ଜାତୀୟ ରାଜପଥରେ ବିସ୍ଥାପିତ ପରିବାରକୁ ଥଇଥାନ କରିବା ନାଁରେ ୨ କୋଟି ଟଙ୍କାର ଅନିୟମିତତା ହୋଇଛି । ଏହାର ତଦନ୍ତ କରିବାକୁ ଦାବି କରାଯାଇଛି। ଏହିଭଳି ଜାତୀୟ ରାଜପଥ ୩୫୩ରୁ କୁରେଶ୍ୱର ରାସ୍ତାକୁ ତୁରନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରିବାକୁ କୁହାଯାଇଛି । ଜିଲାପାଳ ଏହି ସବୁ ଦାବି ଗୁଡିକୁ ତୁରନ୍ତ ପୂରଣ କରାଯିବା ଦିଗରେ ନିଜେ ପଦକ୍ଷେପ ନେବେ ବୋଲି କହିଥିଲେ। ଆନ୍ଦୋଳନକାରୀଙ୍କ ମଧ୍ୟରେ ସୋମନାଥ ଖମାରୀ, ପ୍ରଦୀପ ସାହୁ, ହେମନ୍ତ କୁମାର କର, ସନ୍ତୋଷ ମହାନ୍ତି, ଜହରଲାଲ ସୁନାନୀ, ଓମପ୍ରକାଶ ରଣା, ମୂରଲୀଧର ପାଢୀ, ହୋମସିଂ ମାଝି, ବିଶେଶ୍ୱର ଧରୁଆ ପ୍ରମୁଖ ସାମିଲ ଥିଲେ। ଜିଲା ପ୍ରଶାସନ ଲୋକଙ୍କ ନିକଟକୁ ଆସି ଆଲୋଚନା କରିଥିବାରୁ ସମସ୍ତେ ଖୁସି ପ୍ରକଟ କରିଥିଲେ। ଫଳରେ ପ୍ରଶାସନ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିଥିଲା ।

 


All Right Reserved By

ଭାଜପାକୁ ପୁଣି ଫେରିପାରନ୍ତି ବିଜୟ ମହାପାତ୍ର

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ଭାଜପାର ପୂର୍ବତନ ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ଥରେ ଭାଜପାକୁ ଫେରିପାରନ୍ତି। ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଛକାପଞ୍ଝା ଆରମ୍ଭ ହୋଇଥିବାବେଳେ...

ଆଶୀର୍ବାଦ ଗିରଫ ହେବା ପ୍ରସଙ୍ଗ: ରିମାଣ୍ଡରେ ନେବନି ସିବିଆଇ; ପୁଅ ସଞ୍ଜୟ କହିଲେ ‘ଏହା ଷଡ଼ଯନ୍ତ୍ର’

କଟକ ଅଫିସ,୧୯।୯: ଆଗକୁ ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ନିର୍ବାଚନ ଥିବାବେଳେ ଗୁରୁବାର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ଚର୍ଚ୍ଚାର ବିଷୟ ପାଲଟିଛି।...

ଭିସୁଟ୍‌ ଅଧ୍ୟାପକ ଆନ୍ଦୋଳନର ଅନ୍ତ

ସମ୍ବଲପୁର,୧୪।୮(ବ୍ୟୁରୋ): ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌) ଅଧ୍ୟାପକଙ୍କ ଆନ୍ଦୋଳନର ମଙ୍ଗଳବାର ଅନ୍ତ ଘଟିଛି। କୁଳସଚିବ ମଙ୍ଗଳବାର ଚିଠି ନଂ-୫୪୨, ତା ୧୩।୮।୧୯...

ବାଲି ପରିବହନକାରୀ-ଗ୍ରାମବାସୀଙ୍କ ସଂଘର୍ଷ

ଜଳେଶ୍ୱର,୧୬।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଶିଖରପୁର ପଞ୍ଚାୟତ ଅନ୍ତର୍ଗତ କଲୋନୀସାହି ନିକଟସ୍ଥ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଅହୋରାତ୍ର ଶତାଧିକ ଟ୍ରାକ୍ଟର ଓ ଡମ୍ପର ଯୋଗେ...

ନନ୍ଦନକାନନର ଘଡ଼ିଆଳ କୁମ୍ଭୀର ଯିବ ଭିତରକନିକା

ବାରଙ୍ଗ,୧୮ା୫(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଘଡିଆଳ କୁମ୍ଭୀର ଭିତରକନିକାକୁ ଯିବ। ନନ୍ଦନକାନନରେ ଘଡିଆଳ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଫଳରେ ଏମାନଙ୍କ ବାସସ୍ଥାନ, ଖାଦ୍ୟ ଓ...

ଷୋଡ଼ଶ ବିଧାନସଭା: ବିଧାୟକ ଭାବେ ଶପଥ ନେଲେ ନବୀନ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଗୁରୁବାର ଆରମ୍ଭ ହୋଇଛି। ଏଥିରେ ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରୁଛନ୍ତି। କାମଚଳା ବାଚସ୍ପତି ଅମର ପ୍ରସାଦ...

ଛୁରି ଭୁସିି ଯୁବକଙ୍କୁ ହତ୍ୟା

କଟକ ଅଫିସ,୧୯ା୯: ଲାଲବାଗ ଥାନା ଅନ୍ତର୍ଗତ ଚୁନଭାଟି ଗଳି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସେ ହେଲେ କାର୍ତ୍ତିକ...

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ରାୟଗଡ଼ା ଅଫିସ, ୩୧।୭ (ଡି.ଏନ୍‌.ଏ.): ରାୟଗଡ଼ା ରେଳ ଷ୍ଟେଶନର ୭ ନଂ. ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ରେ ବୁଧବାର ଘଟିଛି ଅଗ୍ନିକାଣ୍ଡ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *