ସ୍ମୃତିଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ମନେ ମନେ ଗାଆନ୍ତୁ ଗୀତ

ବୟସର ମଧ୍ୟବର୍ତ୍ତୀ ସୋପାନରେ ପହଞ୍ଚିବା ପରେ ଶାରୀରିକ ଏବଂ ମାନସିକ ରୂପରେ ଧୀରେ ଧୀରେ ମଣିଷ ଦୁର୍ବଳ ହୋଇପଡ଼େ। ଏସମୟରେ ଅନେକଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି ହ୍ରାସ ହେବା ଭଳି ସମସ୍ୟା ଦେଖାଯାଏ। ସ୍ବିଡେନ୍‌ରେ ୮୦୦ ମହିଳାଙ୍କ ଉପରେ ଏକ ଗବେଷଣା କରାଯାଇଥିଲା, ଯେଉଁମାନଙ୍କ ବୟସ ପ୍ରାୟ ୪୭ ବର୍ଷରୁ ଊର୍ଦ୍ଧ୍ୱ ଥିଲା। ନ୍ୟୁରୋଲଜି ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏହି ଗବେଷଣା ଅନୁସାରେ, ମାନସିକ ଗତିବିଧି ଆଧାରରେ ପଢ଼ିବା, ବାଦ୍ୟଯନ୍ତ୍ର ବଜାଇବା, ସାମୂହିକ ଗୀତ ଗାଇବା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା, ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବା ଆଦି ଏ ବୟସର ମହିଳାଙ୍କୁ ଖୁବ୍‌ ଆରାମ ଦେଇଥାଏ। ସ୍ବିଡେନ୍‌ର ଗୋଥେନବର୍ଗ ବିଶ୍ୱବିଦ୍ୟାଳୟର ଜେନ୍ନା ନଜର୍‌ଙ୍କ ମତରେ, ଏ ସମସ୍ତ ଗତିବିଧି ଯଦି ସବୁବେଳେ ଚାଲୁରହିଥାଏ, ତେବେ ତାହା ବୃଦ୍ଧାବସ୍ଥାରେ ଲୋପ ପାଇବାକୁ ଯାଉଥିବା ସ୍ମୃତିଶକ୍ତିକୁ ରୋକିବାରେ ସାହାଯ୍ୟ କରେ। କାରଣ ଏସବୁ ସଂଜ୍ଞାନାତ୍ମକ ସ୍ବାସ୍ଥ୍ୟକୁ ସଂରକ୍ଷିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି, ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରୁ ନ ଥିବା ଲୋକେ ଯଦି ଘରେ ବସି ଯେକୌଣସି କାମ କରିବା ବେଳେ ମନେମନେ ଗୀତ ଗୁଣୁଗୁଣାନ୍ତି, ତେବେ ତାହା ସ୍ମୃତିଶକ୍ତି ହ୍ରାସ ହେବାରୁ ରକ୍ଷା କରିଥାଏ। ଏଭଳି ସହଜ ଉପାୟ ଥାଉ ଥାଉ, ସ୍ମୃତି ଶକ୍ତି ପ୍ରଖର କରିବାକୁ କାହଁିକି ମୂଲ୍ୟବାନ୍‌ ସମୟ ଏବଂ ଟଙ୍କା ଖର୍ଚ୍ଚ କରିବେ। ଏହାକୁ ବିନା ପଇସାରେ ନିଜ ଜୀବନରେ ସାମିଲ କରିପାରିବେ।


All Right Reserved By Dharitri.Com

ନିଃସଙ୍ଗତାର ସାଥୀ ରୋବୋ

ଆଜିକାଲି ରୋବୋକୁ ବିଭିନ୍ନ କାମରେ ନିୟୋଜିତ କରା ଯାଉଛି। ଏପରି କି ଚିକିତ୍ସା ବିଜ୍ଞାନରେ ବିଭିନ୍ନ ଜଟିଳ ଅପରେଶନରେ ଏହା ଡାକ୍ତରମାନଙ୍କୁ ସାହାଯ୍ୟ କରିବାର ଉଦାହରଣ...

ରାନୀ ପାଲକ

ପର୍ଯ୍ୟଟନ ସହର ପୁରୀର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟରେ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଉଛି। କିନ୍ତୁ ଯେଉଁଠି ସୁସ୍ବାଦୁ ଖାଦ୍ୟ ସେଇଠି ଗ୍ରାହକଙ୍କ ଭିଡ଼।...

ଏସିଡିଟିରୁ ରକ୍ଷା ପାଇବାକୁ ଚାହୁଁଥିଲେ ଖାଲି ପେଟରେ ପିଅନ୍ତୁ ଏହି ରସ

ହର୍ବାଲ୍‌ ଔଷଧ ମଧ୍ୟରେ ଅଁଳା ଅନ୍ୟତମ। ଏହାର ବ୍ୟବହାର ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ କରାଯାଇଆସୁଛି। ଭିଟାମିନ, ଫାଇବର୍‌, କ୍ୟାଲସିୟମ୍‌...

ପ୍ରତିଦିନ କରୋନା ଯାଞ୍ଚ କରାଇବେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୫: କରୋନା ଭାଇରସ୍‌ ମହାସଙ୍କଟ ଦେଇ ଗତି କରୁଛି ଆମେରିକା। ସାରା ବିଶ୍ୱରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ହେଉଛି ଆମେରିକାରେ। ଏଠାରେ ଦିନକୁ...

ରୋଷେଇ ଘରେ ଥିବା ଏହି ଜିନିଷ ହୋଇଥାଏ କ୍ୟାନ୍‌ସରର କାରଣ

ବର୍ତ୍ତମାନ ସମୟରେ କ୍ୟାନ୍‌ସର ଏକ ସାଂଘାତିକ ରୋଗ। ଅଧିକାଂଶ ଲୋକଙ୍କ ମୃତ୍ୟୁ କ୍ୟାନ୍‌ସର ଦ୍ୱାରା ହୋଇଥାଏ। ତେଣୁ ଏହି ରୋଗରୁ ଦୂରେଇ ରହିବା ପାଇଁ ଖାଇବା...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ…

ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ ଜୟପୁର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ବିଭିନ୍ନ ଫଳ, ପନିପରିବା ଏବଂ...

ଗୁଆ ଶରୀର ପାଇଁ କ୍ଷତିକାରକ

ଜର୍ନାଲ ଅଫ୍‌ ଦ ଆମେରିକାନ୍‌ ଡେଣ୍ଟାଲ ଆସୋସିଏଶନର ରିପୋର୍ଟ ଅନୁଯାୟୀ ଗୁଆ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏହାଦ୍ୱାରା ମୁଖ ଗହ୍ବର କର୍କଟ ରୋଗ ହୋଇଥାଏ। ବିଶ୍ୱ ସ୍ବାସ୍ଥ୍ୟ...

ବ୍ରାଜିଲ ରାଷ୍ଟ୍ରପତି ହେବେ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି

ବ୍ରାସିଲିଆ, ୧୫-୧୧(ପି.ଟି.): ୨୦୨୦ ସାଧାରଣତନ୍ତ୍ର ଦିବସରେ ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ସେ ଗ୍ରହଣ...

Leave a comment

Your email address will not be published. Required fields are marked *