Posted inଜାତୀୟ

ଥରିଲା ଆଣ୍ଡାମାନ

ପୋର୍ଟବ୍ଲେୟାର,୨୨।୫: ଆଣ୍ଡାମାନ ନିକୋବରରେ ବୁଧବାର ଭୂକମ୍ପ ଅନୁଭୁତ ହୋଇଛି। ଭୋର୍‌ ୬ଟା ୯ରେ ଏଠାରେ ଭୂକମ୍ପ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିବାଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୋର୍‌ ସମୟରେ ଭୂକମ୍ପ ହେବାରୁ ଘରେ ଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ପୁଣି ଭୂକମ୍ପ ହେବାର ଆଶଙ୍କା କରି ରାତିରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୂଚନାଯୋଗ୍ୟ, ମଙ୍ଗଳବାର ମଧ୍ୟ ଏଠାରେ ୪.୧ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଥିଲା। ଆଣ୍ଡାମାନ ନିକୋବର ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ୍‌ ଫାୟାର ଅନ୍ତର୍ଗତ ରହିଥିବାରୁ ଏଠାରେ ଅନେକ ସମୟରେ ଭୂକମ୍ପ ହୋଇଥାଏ।


All Right Reserved By

ମମତାଙ୍କୁ ସାଥ୍‌ ଦେବନାହିଁ କଂଗ୍ରେସ-ସିପିଏମ୍‌

କୋଲକାତା, ୨୭।୬: ପଶ୍ଚିମବଙ୍ଗରେ ଭାଜପାକୁ ମାତ୍‌ ଦେବା ପାଇଁ ମମତା ବିପକ୍ଷ ଦଳର ସହଯୋଗ ଲୋଡିଛନ୍ତି। କିନ୍ତୁ କଂଗ୍ରେସ ଏବଂ ସିପିଏମ୍‌ ଏଥିରେ ମମତାଙ୍କୁ ସହଯୋଗ...

କଂଗ୍ରେସର ହାତ ଛାଡ଼ିପାରନ୍ତି ରୋଶନ

ବେଙ୍ଗାଲୁର,୨୧।୫: ଏକ୍‌ଜିଟ୍‌ ପୋଲ୍‌ ଆସିବା ପରେ କର୍ନାଟକ କଂଗ୍ରେସରେ ବିଦ୍ରୋହର ମାହୋଲ ଦେଖାଦେଇଛି। ଏଥିଯୋଗୁ ରାଜ୍ୟ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟ ସରକାର ଉପରେ ସମସ୍ୟା...

ବ୍ରତ ଭାଙ୍ଗିବା ପାଇଁ ପନୀର ବଦଳରେ ଆସିଲା ଚିକେନ

ନାଗପୁର,୬।୭: ପୁଣେର ଅତିରିକ୍ତ ଜିଲା ଉପଭୋକ୍ତା ଫୋରମ ଖାଦ୍ୟ ଡେଲିଭରି କରୁଥିବା କମ୍ପାନୀ ଜୋମାଟୋ ଓ ହୋଟେଲ ଉପରେ ୫୫ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି। ଉକ୍ତ...

ଧାରଣାରେ ବସିଲେ ଉନ୍ନାଓ ପୀଡିତାଙ୍କ ପରିବାର

ଲକ୍ଷ୍ନୌ,୩୦।୭: ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣାକୁ ନେଇ ବେଳକୁ ବେଳ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ସୋମବାର ଭାଜପା ବିଧାୟକ କୁଲଦୀପ ସିଂ...

ଜଗନ୍ନାଥଙ୍କ କରୁଣା ଭିକ୍ଷା କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ,୪।୭: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଗୁରୁବାର ଅହମ୍ମଦାବାଦରେ ଥିବା ଜଗନ୍ନାଥ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀଗୁଣ୍ଡିଚା ଅବସରରେ ସେଠାରେ ଟଣା ଯାଉଥିବା ରଥରେ...

ଏନ୍‌ଆଇଏକୁ ମିଳିବ ଅଧିକ କ୍ଷମତା

ନୂଆଦିଲ୍ଲୀ,୧୬ା୭(ପି.ଟି.): ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଅଧିକ କ୍ଷମତା ଦେବା ଲାଗି ସଂଶୋଧିତ ବିଲ୍‌ ଲୋକ ସଭାରେ ସୋମବାର ଗୃହୀତ ହୋଇଛି। ଏନ୍‌ଆଇଏ ସଂଶୋଧନ ବିଲ୍‌...

ଆକାଶରୁ ଖସିଲା ୧୩ କିଗ୍ରା ଓଜନର ରହସ୍ୟମୟ ପଥର

ପାଟନା,୨୪।୭: ବିହାର ମଧୁବାନି ଅଞ୍ଚଳରେ ଆକାଶରୁ ୧୩ କିଗ୍ରା ଓଜନର ଏକ ରହସ୍ୟମୟ ପଥର ଖସିଛି। ଏନେଇ ଜିଲାପାଳ ଶିର୍‌ସତ୍‌ କପିଲ୍‌ ଅଶୋକ ବୁଧବାର ସୂଚନା...

ଏକ୍‌ଜିଟ୍‌ ପୋଲ୍‌କୁ ଦେଖି ବିଚଳିତ ନ ହୋଇ ଫଳାଫଳକୁ ଅପେକ୍ଷା ରଖନ୍ତୁ: ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ସରିଥିବା ବେଳେ ଫଳଫଳ ଘୋଷଣା ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ଏପଟେ ଗଣମାଧ୍ୟମର ଏକ୍‌ଜିଟ୍‌ ପୋଲ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *