ଘାଟିରେ ଓଲଟିଲା ବିଜୁ ଗାଁ ବସ୍‌: ୧୨ ଯାତ୍ରୀ ଆହତ

କେନ୍ଦୁଝର, ୧୬ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଘାଟିରେ ସୋମବାର ଏକ ବିଜୁ ଗାଁ ବସ୍‌ ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ମହିଳା ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ବସଟି କେନ୍ଦୁଝରରୁ ଯାତ୍ରୀନେଇ କରଦାଙ୍ଗି ଅଭିମୁଖେ ଯାଉଥିଲା। କାଞ୍ଜିପାଣି ଘାଟିରୁ ବସ୍‌ଟି ତଳକୁ ଗଡ଼ୁଥିବା ବେଳେ ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା। ଡ୍ରାଇଭର ବସ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।


All Right Reserved By Dharitri.Com

ମୁକୁଳା ପଡ଼ିଛି ତ୍ରିବେଣୀନଗର ଡ୍ରେନ୍‌

ବ୍ରହ୍ମପୁର ଅଫିସ,୯ା୬-ବ୍ରହ୍ମପୁରକୁ ସ୍ବଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ବହୁ ପଦକ୍ଷେପ ନେଉଛି। ଫାଉଣ୍ଟେନଠାରୁ ଆରମ୍ଭ କରି ସହରର କାନ୍ଥଗୁଡିକରେ...

ଅସୁରକ୍ଷିତ ଘରେ ଚାଲିଛି ପାଠପଢ଼ା : ଗୃହ ନିର୍ମାଣ ସତ୍ତ୍ୱେ ହେଉନି ହସ୍ତାନ୍ତର

ରଣପୁର,୧୯।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକ ସୁଆଁସିଆ ସାହି ଅଙ୍ଗନୱାଡି କେନ୍ଦ୍ରରେ କାନ୍ଥ ଭୁଶୁଡି ୨୦୧୨ ଜୁଲାଇ ୯ରେ ୭ ଶିଶୁଙ୍କ ମୃତ୍ୟୁ ପରେ ବି ପ୍ରଶାସନ...

ବଢି ଚାଲିଛି ମାପ ଓଜନ ଠକେଇ

ଭଦ୍ରକ ଅଫିସ, ୧୪।୧୦ – ଭଦ୍ରକ ଜିଲା ସଦର ମହକୁମା ବଙ୍କସାହି ଠାରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବୈଧ ମାପବିଜ୍ଞାନ ନିରୀକ୍ଷକଙ୍କ...

ସୁନ୍ଦରପୁର ରଜ ମହୋତ୍ସବ ଉଦ୍‌ଘାଟିତ: ସଭା ସାଙ୍ଗକୁ ରଜ କୁଇନ ପ୍ରତିଯୋଗିତା

ଖଇରା, ୧୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସୁନ୍ଦରପୁର ହାଇସ୍କୁଲ ପଡିଆରେ ବ୍ଲକସ୍ତରୀୟ ରଜ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସକାଳେ କମିଟି ସଭାପତି ଅଧ୍ୟାପକ...

ମାସକ ମଧ୍ୟରେ କାର୍ଯ୍ୟକାରୀ ହେବ ‘ସଫା ଆପ୍‌’

ବ୍ରହ୍ମପୁର ଅଫିସ,୨୦ା୯- ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ର ସ୍ବତନ୍ତ୍ର ସାଧାରଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତଥା ନିଗମ ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ...

କାଳୀପୂଜା ଲାଗି ସରକାରୀ ଛୁଟି ଘୋଷଣା

ଭଦ୍ରକ ଅଫିସ,୨୮।୧୦: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୂଜା ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି। ଖାସ୍‌ ଏଥିପାଇଁ ଜିଲାର ସମସ୍ତ ସ୍କୁଲ, କଲେଜ ସମେତ...

ବୈତରଣୀରେ ଜଳସ୍ତର ବୃଦ୍ଧି: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଭଣ୍ଡାରିପୋଖରୀ, ୨୦।୮ (ଡି.ଏନ.ଏ.) – ବୈତରଣୀ ନଦୀର ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୬ଟାଠାରୁ ଜଳସ୍ତର ଆଖୁଆପଦାଠାରେ ଦ୍ରୁତଗତିରେ ବୃଦ୍ଧି ପାଇବା...

ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ

ଦେବଗଡ଼, ୧୭।୧୦(ଡି.ଏନ୍‌.ଏ.): ସହର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଫଳରେ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଯାହାକୁ...

Leave a comment

Your email address will not be published. Required fields are marked *