ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ମୌନ ବା କଥା ନ କହିି ନୀରବ ରହିବା ଦ୍ୱାରା  ଅନେକ ଉପକାର ମିଳିଥାଏ। ସପ୍ତାହରେ ୨ ଘଣ୍ଟା ଏପରି କଲେ ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହ ମନରେ ଆଧ୍ୟାତ୍ମିକ ଭାବନା ଜାତ ହୋଇଥାଏ ବୋଲି ବୁଦାପେଷ୍ଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଳେଖ ରହିଛି। ମୌନ ରହିଲେ ଦେଖୁଥିବା କୌଣସି କାର୍ଯ୍ୟକଳାପର ପ୍ରତିକ୍ରିୟା ଦେଇ ହୋଇ ନ ଥାଏ। ଏହାର ସକାରାତ୍ମକ ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ମସ୍ତିଷ୍କର ମନ୍ତବ୍ୟ ଦେବା କିମ୍ବା ବିଚାର କରିବା କାର୍ଯ୍ୟ ନ ହେବାରୁ ହାଇପୋଥାଲାମସ୍‌ ସହିତ ଅନ୍ୟ ଅଂଶକୁ ବିଶ୍ରାମ ମିଳିଥାଏ। ମନ୍ତବ୍ୟ ଦେବା ସମୟରେ ଭଲ ଓ ଖରାପ ଉଭୟ କାର୍ଯ୍ୟର ବିଚାର ମସ୍ତିଷ୍କ ହିଁ କରେ। ତେବେ ଭଲ କାର୍ଯ୍ୟର ବିଚାର ସମୟରେ ମସ୍ତିଷ୍କ ନିର୍ଦ୍ଦେଶରେ ଏଣ୍ଡ୍ରୋଫିନ୍‌, ଡୋପାମାଇନ୍‌ ଏବଂ ସେରୋଟୋନିନ୍‌ ଆଦି ହାପିନେସ୍‌ ହରମୋନ୍‌ କ୍ଷରଣ ହୋଇଥାଏ। ଅନ୍ୟ ପକ୍ଷରେ ଖରାପ କାର୍ଯ୍ୟର ବିଚାର ସମୟରେ ମସ୍ତିଷ୍କ ନିର୍ଦ୍ଦେଶରେ ଉତ୍ତେଜନା ସୃଷ୍ଟିକାରୀ ହରମୋନ୍‌ କ୍ଷରଣ ହୋଇଥାଏ। ଏହାଦ୍ୱାରା ମାନସିକ ଚାପ ବଢ଼ିବା ସହିତ ପାଚନ କ୍ରିୟାରେ ଅନିୟମିତତା ଦେଖାଦେଇଥାଏ । ମାତ୍ର ମୌନ ରହିଲେ ମସ୍ତିଷ୍କକୁ କିଛି ସମୟ ଲାଗି ବାହ୍ୟ ଚିନ୍ତାରୁ ମୁକ୍ତି ମିଳିଥାଏ ବୋଲି ରିପୋର୍ଟରେ ସୂଚିତ ହୋଇଛି।


All Right Reserved By Dharitri.Com

ନୂଆବର୍ଷରେ ପଠାଯାଇଛି ଶହେ ଅରବ ହ୍ବାଟସ୍‌ ଆପ୍‌ ମେସେଜ୍‌: ୨୦ ଅରବ ଭାରତୀୟଙ୍କର

ଓ୍ବାଶିଂଟନ,୪।୧: ନୂଆବର୍ଷ ଅବସରରେ ଭିନ୍ନ ଭିନ୍ନ ଢଙ୍ଗରେ ଲୋକେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି। ଏବେ କମ୍ପାନୀ ଦାବି କରିଛି ଯେ, ଚଳିତ ବର୍ଷ ହ୍ବାଟସ୍‌ ଆପ୍‌...

ସ୍ବପ୍ନରେ ନିଆଁ ବା ପାଣି ଦେଖିଲେ କ’ଣ ସଙ୍କେତ ରହିଥାଏ ଜାଣନ୍ତୁ

ନିଦରେ ସ୍ବପ୍ନ ଦେଖିବା ଏକ ସାଧାରଣ ଘଟଣା ହେଲେ ମଧ୍ୟ ଏହାର ସମ୍ବନ୍ଧ ଆମ ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତ ସହିତ ରହିଥାଏ। ତେବେ ସ୍ବପ୍ନରେ...

‘ଏ’ ବ୍ଲଡ୍‌ ଗ୍ରୁପ୍‌ଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ: ଚାଇନା ରିପୋର୍ଟ !

ବେଜିଂ,୧୮।୩: ଚାଇନାରେ କରୋନା ସଂକ୍ରମଣ ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ସମ୍ପ୍ରତି ଚାଇନାର ଉହାନ ଏବଂ ଶେନଜେନ୍‌ ସହରରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ...

ସିଦ୍ଧାର୍ଥଙ୍କ ସହ ଯାହା ଘଟିଛି, ମୋ ସହ ବି ସେମିତି ହୋଇଥିଲା:ମାଲ୍ୟା

ଲଣ୍ଡନ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରଯାଇଛି। ବ୍ୟବସାୟରେ କ୍ଷତି...

ଚଣାଡାଲି କଟଲେଟ୍‌

ଆବଶ୍ୟକ ସାମଗ୍ରୀ: ଭିଜା ହୋଇଥିବା ଚଣାଡାଲି ଏକକପ୍‌, ହଳଦୀ ଛୋଟ ଚାମଚ, ଲଙ୍କାଗୁଣ୍ଡ ପାଉଡର ଏକ ଛୋଟ ଚାମଚ, କଞ୍ଚାଲଙ୍କା ଦୁଇଟି, ରସୁଣ ୨-୩ଟି କୋଲା,...

ଆଇଏସଆଇ ମୁଖ୍ୟ ହେଲେ ଫୈଜ ଅହମ୍ମଦ

ଇସଲମାବାଦ, ୧୭।୬: ପାକିସ୍ତାନ ସେନାରେ ରବିବାର ଏକ ବଡଧରଣର ଅଦଳବଦଳ କରାଯାଇଛି। ଆଇଏସଆଇ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ ଫୈଜ ହମିଦଙ୍କୁ ନିଯୁକ୍ତି ଦିଆଯାଇଛି। କଠୋରପନ୍ଥୀ...

ଟ୍ରମ୍ପଙ୍କ ସହ ଭାରତ ଆସିବେ ଝିଅ ଇଭାଙ୍କା

ଓ୍ବାଶିଂଟନ୍‌,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ତାଙ୍କ ସହ ସ୍ତ୍ରୀ ମେଲାନିଆ ମଧ୍ୟ ଭାରତ ଆସୁଛନ୍ତି।...

ପୃଥିବୀର ୨୮ ଦେଶରେ ୧୬,୭୮୧ କରୋନା ସଂକ୍ରମିତ: ଭାରତରେ ୩

ନୂଆଦିଲ୍ଲୀ/ବେଜିଂ,୩।୨: ପୃଥିବୀର ୨୮ଟି ଦେଶରେ କରୋନା ଭୁତାଣୁ ଆତଙ୍କରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ଭୁତାଣୁ ଦ୍ୱାରା ଚାଇନାରେ ସର୍ବାଧିକ ୧୬ ହଜାର ୬ ଶହ...

Leave a comment

Your email address will not be published. Required fields are marked *