Posted inUncategorized

ବନ୍ଧୁକ ଦେଖାଇ ଶ୍ରେଣୀଗୃହରୁ ଶିକ୍ଷୟିତ୍ରୀଙ୍କଠାରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ତିର୍ତ୍ତୋଲ,୧୬।୯(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ବଫାପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକଙ୍କ ଠାରୁ ସୋମବାର ବନ୍ଧୁକ ଦେଖାଇ ସୁନାହାର ନେଇ ଯାଇଛନ୍ତି ଦୁର୍ବୃତ୍ତ। ସେ ଆଜି ସକାଳେ ଶ୍ରେଣୀରେ ପଢ଼ାଉଥିବା ସମୟରେ ଦୁଇଜଣ ଯୁବକ ଏକ ବାଇକ୍‌ରେ ଆସି ବିଦ୍ୟାଳୟ ନିକଟରେ ଅଟକିଥିଲେ। ଯୁବକ ଦ୍ୱୟଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀଙ୍କ ପାଖକୁ ଆସି କଥା ହେବା ଆଳରେ ବନ୍ଧୁକ ଦେଖାଇ ସୁନାହାର ବେକରୁ ଖୋଲି ଦେବାକୁ କହିଥିଲେ। ଭୟରେ ଶିିକ୍ଷୟିତ୍ରୀ ହାର ଖୋଲି ଦେବା ପରେ ଯୁବକ ଜଣକ ପୂର୍ବରୁ ପ୍ରସ୍ତୁତ ଥିବା ବାଇକ ଚାଳକଙ୍କ ପଛରେ ବସି ଚାଲିଯାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

Posted inUncategorized View All

ଶପଥ ନେଲେ ନୂଆ ବିଧାୟକ: କାମଚଳା ବାଚସ୍ପତି ଶପଥପାଠ କରାଇଲେ

ଭୁବନେଶ୍ୱର,୩୦ା୫(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ବୁଧବାର ଶପଥ ନେବା ପରେ ଗୁରୁବାର ନବନିର୍ବାଚିତ ବିଧାୟକମାନେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି...

ଧୋନୀ ଖେଳିବା ଉଚିତ୍‌: କୁଲଦୀପ

ନୂଆଦିଲ୍ଲୀ,୮।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି ରିଷ୍ଟ ସ୍ପିନର କୁଲଦୀପ ଯାଦବ। ତାଙ୍କ ପାଖରେ ଏବେବି ବହୁତ କ୍ରିକେଟ ବାକି...

ମାଲକାନଗିରି ଜିଲା ଚିଠି: ପ୍ରହସନ ପାଲଟିଛି ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଉଦ୍ଧାର ଯୋଜନା; କାହା ପାଖରେ ତଥ୍ୟ ନାହିଁ

ଦେଶରେ ଶିଶୁମାନଙ୍କ ସୁରକ୍ଷା, ଯତ୍ନ, ଖାଦ୍ୟପେୟ, ଶିକ୍ଷାଦାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଜିଲାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଚାଇଲ୍ଡଲାଇନ୍‌,...

ସାବରିମାଲା ମନ୍ଦିର ପାଇଁ ଆଇନ ପ୍ରଣୟନ କରିବାକୁ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୧୧: ସାବରିମାଲା ଆୟପ୍ପା ମନ୍ଦିରକୁ ନେଇ ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ସାବରିମାଲା ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଓ ମନ୍ଦିର ପ୍ରଶାସନର ସୁବିଧାକୁ...

ପୋଲିସ ଉପରେ ଆକ୍ରମଣ: କଟିଲା ଏଏସ୍‌ଆଇଙ୍କ ହାତ

ଚଣ୍ଡିଗଡ଼,୧୨।୪: କରୋନା ଭାଇରସକୁ ନେଇ ପଞ୍ଜାବ ସରକାର ରାଜ୍ୟରେ ଲକ୍‌ଡାଉନ ସହ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ସମୟରେ ବାହାରକୁ ବାହାରିବାରେ କଟକଣା ରହିଛି। ହେଲେ...

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କଟକ ଚଣ୍ଡିଛକଠାରେ ଛାତ୍ରମାନେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କଟକ ଚଣ୍ଡିଛକଠାରେ ଛାତ୍ରମାନେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି।

ରଥଯାତ୍ରା ପାଇଁ କଡ଼ା ହେବ ସୁରକ୍ଷା ବ୍ୟବସ୍ଥା : ରାଜଧାନୀରେ ୧୫, କଟକରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁୁବନେଶ୍ୱର,୩ା୭(ବ୍ୟୁରୋ): ଆସନ୍ତା ୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ହେବ। ବିଶେଷକରି ପୁରୀ ଭଳି...

ମୋଦି-ଟ୍ରମ୍ପ୍‌ଙ୍କ ସେଲ୍ଫି ନେଇଥିବା ଏହି ବାଳକ ଜଣଙ୍କ କିଏ ଜାଣନ୍ତି କି

ହ୍ୟୁଷ୍ଟନ୍‌,୨୩।୯: ଆମେରିକାର ହ୍ୟୁଷ୍ଟନରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଉଭୟଙ୍କ...

Leave a comment

Your email address will not be published. Required fields are marked *