ପିଲାକୁ ବୁଦ୍ଧିମାନ କରିବା ପାଇଁ କେତୋଟି କଥାପ୍ରତି ଧ୍ୟାନ ଦିଅନ୍ତୁ

ପିଲାର ଭବିଷ୍ୟତକୁ ନେଇ ସବୁ ମା’ବାପା ଚିନ୍ତା କରିଥାନ୍ତି। ନିଜ ପିଲାକୁ ଠିକ୍‌ ଦିଗରେ ନେବା ଏବଂ ବୁଦ୍ଧିମାନ କରିବା ପାଇଁ କୌଣସି ପ୍ରୟାସକୁ ସେମାନେ ହାତଛଡ଼ା କରି ନ ଥାନ୍ତି। ପାଠ ପଢ଼ାପ୍ରତି ପିଲାଙ୍କ ଆଗ୍ରହ ବଢ଼ାଇବା ପାଇଁ ମା’ବାପା ସବୁଠାରୁ ଅଧିକ ଯତ୍ନବାଦ ହୋଇଥାନ୍ତି। ସେମାନଙ୍କୁ ମାନସିକ ସ୍ତରରେ ସକ୍ଷମ ଏବଂ ଜ୍ଞାନୀ କରିବା ପାଇଁ ପ୍ରଥମରୁ ଚିନ୍ତା କରିବା ସହ ଉଚିତ୍‌ ପଦକ୍ଷେପ ନେବା ଆବଶ୍ୟକ। କାରଣ ଏହି ସମୟରେ ପିଲାର ମସ୍ତିଷ୍କ ବିକଷିତ ହୋଇଥାଏ।
ଜାଣିବା କେତୋଟି ଟିପ୍ସ:
ଶିଶୁ ସହ କଥା ହୁଅନ୍ତୁ: ଶିଶୁ ବା ଛୋଟ ପିଲାକୁ ଶିକ୍ଷିତ କରିବା ପାଇଁ ସେମାନଙ୍କ ସହ କଥାବର୍ତ୍ତା ହେବା ଆବଶ୍ୟକ। ଶିଶୁ ସହ କଥା ହେବା ଦ୍ୱାରା ସମ୍ପର୍କ ଶକ୍ତ ହେବା ସାଙ୍ଗକୁ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ତେଣୁ ଇଂଲିଶ, ହିନ୍ଦୀ ତଥା ନିଜ ଭାଷାରେ କଥା ହୁଅନ୍ତୁ।
ଘରେ ସକାରାତ୍ମକ ପରିବେଶ: ଶିଶୁ ପାଇଁ ଘରେ ଏକ ସୁନ୍ଦର ଏବଂ ସକାରାତ୍ମକ ପରିବେଶ ସୃଷ୍ଟି ହେବା ଆବଶ୍ୟକ। ଯାହାଫଳରେ ଶିଶୁର ଚିନ୍ତାଧାରା ମଧ୍ୟ ସକାରାତ୍ମକ ହେବ।
ବୟସ ଅନୁସାରେ ଖେଳଣା ଚୟନ: ଶିଶୁ ପାଇଁ ଖେଳଣା କିଣୁଥିଲେ ସେମାନଙ୍କ ବୟସ ଅନୁସାରେ ତାହା ଚୟନ କରନ୍ତୁ। କାରଣ ଖେଳଣାର ପ୍ରଭାବ ଶିଶୁର ମାନସିକ ବିକାଶ ଉପରେ ପ୍ରଭାବ ପଡ଼ିଥାଏ।
ଘରେ ପାଠ ପଢ଼ାନ୍ତୁ: ଶିଶୁ ସ୍କୁଲ ଗଲେ ପାଢ଼ ପଢ଼ିବ, ଏପରି ମାନସିକତା ଆଦୌ ହେଲେ ରଖନ୍ତୁ ନାହିଁ। ଘରେ ଖେଳିବା ସମୟରେ ମଧ୍ୟ ଶିଶୁକୁ ପାଠ ପଢ଼ାନ୍ତୁ। ଖେଳଣା ସାହାଯ୍ୟରେ ମଧ୍ୟ ଆପଣ ଶିଶୁକୁ ପାଠ ପଢ଼ାଇପାରିବେ।


All Right Reserved By

ଶରୀର ପାଇଁ ଲାଭଦାୟକ ଥଣ୍ଡା କ୍ଷୀର

ନିୟମିତ କ୍ଷୀର ପିଇଲେ ଶରୀର ସୁସ୍ଥ ରହିଥାଏ। ହେଲେ ଏହି କ୍ଷୀରକୁ କେହି ଉଷୁମ ଅବସ୍ଥାରେ ପିଅନ୍ତି ତ ଆଉ କେହି ଥଣ୍ଡା କ୍ଷୀର ପିଇବାକୁ...

ସର୍ଭିକାଲ ମ୍ୟୁକସ୍‌ ଓ ଅପ୍ରଜନନତା

‘ଏକ ସାଧାରଣ ଚକ୍ରରେ, ସର୍ଭିକ୍ସ ଡିମ୍ବାଣୁ ସୃଷ୍ଟି ପାଇଁ ଦରକାରୀ ଜଳୀୟ ମ୍ୟୁକସ୍‌ ସୃଷ୍ଟି କରିଥାଏ। ସାଧାରଣତଃ ଏହି ମ୍ୟୁକସ୍‌ ବାହ୍ୟ ପଦାର୍ଥ ଆକ୍ରମଣରୁ ମହିଳାଙ୍କ...

କାଶ ସମସ୍ୟା ଦୂର କରେ ଡାର୍କ ଚକୋଲେଟ୍‌

କାଶ ଏକ ସାଧାରଣ ସମସ୍ୟା। ଅନେକ ସମୟରେ କାଶ ସମସ୍ୟା ଏଭଳି ବଢ଼ିଯାଏ ଯେ, ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୁଏ। ଏଥିପାଇଁ କେହି...

ଏହି ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ ଡାଇବେଟିସ୍‌ ହେବା ଆଶଙ୍କା ଅଧିକ…

ଡାଇବେଟିସ୍‌ ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ହୋଇଥାଏ। ତେବେ କେତେକଙ୍କଠାରେ ଏହା ଦେଖାଯାଇ ନ ଥାଏ। ଅପରପକ୍ଷରେ କେତେକଙ୍କ ଠାରେ ଏହା ଗୁରୁତର...

ଭାଷା ବୁଝିବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋକୁ ବ୍ୟବହାର କରାଯାଉଛି। ବିଶେଷଭାବରେ ସ୍ବାସ୍ଥ୍ୟକ୍ଷେତ୍ରରେ ଏହାର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ସାଧାରଣତଃ ଜଣେ ମଣିଷ ଭାଷାକୁ ମଣିଷ ହିଁ...

ଅତ୍ୟଧିକ ପାଣି ପିଇବା କ୍ଷତିକାରକ

ଦୈନିକ ଠିକ୍‌ ଅନୁପାତରେ ପାଣି ପିଇବା ଜରୁରୀ। ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ମାତ୍ର ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ଫଳରେ ଶରୀର ଉପରେ...

କଟା ପିଆଜ ଫ୍ରିଜ୍‌ରେ ରଖିବା ହାନିକାରକ

ଖାଇବାରେ ପିଆଜର ବ୍ୟବହାର ଅଧିକ ହୋଇଥାଏ। ପିଆଜ ବିନା ଖାଦ୍ୟର ସ୍ବାଦ ଯେମିତି ପାଣିଚିଆ ହୋଇଯାଏ। ପ୍ରାୟ ସମସ୍ତ ଭାରତୀୟ ନିଜ ରୋଷେଇରେ ପିଆଜର ଉପଯୋଗ...

ବିଶ୍ୱ ତମାଖୁ ନିିରୋଧ ଦିବସ

ମେ ୩୧ରେ ବିଶ୍ୱ ତମାଖୁ ନିିରୋଧ ଦିବସ ପାଳନ କରାଯାଉଛି। ତମାଖୁ ସେବନ କରି ବିଶେଷକରି ଫୁସଫୁସ ଜନିତ ରୋଗ ଏବଂ କ୍ୟାନସର ପରି ମହାମାରୀର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *