ଓଜୋନ ରଖିଛି ଜୀବନ

ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖକୁ ‘ବିଶ୍ୱ ଓଜୋନ ଦିବସ’ ଭାବରେ ପାଳନ କରାଯାଇଥାଏ। ଏ ବର୍ଷର ବାର୍ତ୍ତା ହେଲା- ‘୩୨ ବର୍ଷର ଉପଶମକରଣ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା…

”ସୂର୍ଯ୍ୟକିରଣରେ ଆସୁଥିବା କେତେକ ମାରାତ୍ମକ ବିକିରଣକୁ ଓଜୋନ ସ୍ତର ଭୂପୃଷ୍ଠକୁ ଛାଡେ ନାହିଁ। ସେଭଳି ଏକ ମାରାତ୍ମକ ବିକିରଣ ହେଉଛି ‘ଅତିବାଇଗଣି-ଖ’ (ୟୁଭି-ବି)। ଏହି ବିକିରଣ ଆମ ଶରୀରରେ ଚର୍ମରେ କର୍କଟ, ବାର୍ଦ୍ଧକ୍ୟ ଓ ଆଖିରେ ପରଳ ସୃଷ୍ଟି କରିପାରେ। ଏହି ବିକିରଣ ମଧ୍ୟ କୃଷି ଉପତ୍ାଦନ ଉପରେ କୁପ୍ରଭାବ ପକାଇଥାଏ।“

ଆଜି ହେଉଛି ସେପ୍ଟେମ୍ବର ୧୬ ତାରିଖ – ‘ବିଶ୍ୱ ଓଜୋନ ଦିବସ’ ା ଓଜୋନ ହେଉଛି ଏକ ବାଷ୍ପ, ଯାହାକି ଆମ ବାୟୁମଣ୍ଡଳରେ ରହି ଆମର ଜୀବନକୁ ରକ୍ଷା କରୁଛି। ଆମେ ବଞ୍ଚତ୍ବା ପାଇଁ ଅମ୍ଳଜାନ ବାଷ୍ପ ଗ୍ରହଣ କରୁ, ଯାହାକି ଦୁଇ ଦୁଇଟା ଅମ୍ଳଜାନ କଣିକାରେ ଗଠିତ। କିନ୍ତୁ ତିନି ତିନିଟା ଅମ୍ଳଜାନ କଣିକା ମିଶିଲେ ଓଜୋନ ବାଷ୍ପ ସୃଷ୍ଟି ହୁଏ। ଭୂଇଁଠାରୁ ୮ କି.ମି.ରୁ ୫୦ କି.ମି. ଉଚ୍ଚତା ଭିତରେ ଏହି ବାଷ୍ପର ସ୍ତର ରହିଛି। ସୂର୍ଯ୍ୟକିରଣରେ ଆସୁଥିବା କେତେକ ମାରାତ୍ମକ ବିକିରଣକୁ ଓଜୋନସ୍ତର ଭୂପୃଷ୍ଠକୁ ଛାଡେ ନାହିଁ। ସେଭଳି ଏକ ମାରାତ୍ମକ ବିକିରଣ ହେଉଛି ‘ଅତିବାଇଗଣି-ଖ’ (ୟୁଭି-ବି)। ଏହି ବିକିରଣ ଆମ ଶରୀରରେ ଚର୍ମରେ କର୍କଟ, ବାର୍ଦ୍ଧକ୍ୟ ଓ ଆଖିରେ ପରଳ ସୃଷ୍ଟି କରିପାରେ। ଏହି ବିକିରଣ ମଧ୍ୟ କୃଷି ଉପତ୍ାଦନ ଉପରେ କୁପ୍ରଭାବ ପକାଇଥାଏ। ସୂର୍ଯ୍ୟ କିରଣରେ ଏହି ଅତିବାଇଗଣି ବିକିରଣ ରହିଲେ ଗଛର ପତ୍ର ଛୋଟ ହୁଏ ଓ ଫୁଲ ଧରିବାରେ ବିଳମ୍ବ ହୁଏ। ମାଛ ଯାଆଁଳା ଠିକ୍‌ ଭାବରେ ବଢିପାରନ୍ତି ନାହିଁ। ଅତିବାଇଗଣି ବିକିରଣ ଦ୍ୱାରା ଘର, ଲୁଗାପଟା ଓ ଆସବାବ ଉପକରଣର ରଙ୍ଗ ଶୀଘ୍ର ଫିକା ପଡିଯାଏ। ପ୍ରତିବର୍ଷ ପ୍ରାୟ ୧,୩୦,୦୦୦ ବ୍ୟକ୍ତି ଚର୍ମ କର୍କଟ ଦ୍ୱାରା ଆକ୍ରାନ୍ତ ହୁଅନ୍ତି ଓ ୬୬,୦୦୦ ବ୍ୟକ୍ତି ଚର୍ମ କର୍କଟରେ ପ୍ରାଣ ହରାନ୍ତି। ତେଣୁ ଏହି ବିକିରଣ ଆମ ପାଇଁ ବିପଦ। କିନ୍ତୁ ବାୟୁମଣ୍ଡଳରେ ଥିବା ଓଜୋନସ୍ତର ଏହି ମାରାତ୍ମକ ବିକିରଣକୁ ଶୋଷି ନିଏ।ଓଜୋନସ୍ତର ନ ଥିଲେ ପୃଥିବୀ ପୃଷ୍ଠରେ ହୁଏତ ଆଜିର ଜୀବଜଗତ ସମ୍ଭବ ହୋଇପାରି ନ ଥାନ୍ତା। ତେଣୁ ଓଜୋନ ସ୍ତର ଆମର ରକ୍ଷାକାରୀ ଚଦର ପରି କାର୍ଯ୍ୟ କରୁଛି।
ଆମେ ବ୍ୟବହାର କରୁଥିବା ସିଏଫ୍‌ସି ବାଷ୍ପ ଦ୍ୱାରା ବାୟୁମଣ୍ଡଳର ଓଜୋନ ସ୍ତର ନଷ୍ଟ ହୁଏ। ବିଭିନ୍ନ ସୌଖୀନ ଦ୍ରବ୍ୟ, ଫୋମ୍‌, ଏରୋସୋଲ ସ୍ପ୍ରେ, ରେଫ୍ରିଜରେଟର ଓ ଏ.ସି. ଇତ୍ୟାଦିରେ ସିଏଫ୍‌ସି ବାଷ୍ପ ବ୍ୟବହାର କରାଯାଏ। ସିଏଫ୍‌ସି ବ୍ୟତୀତ ମିଥାଇଲ ବ୍ରୋମାଇଡ୍‌ କୀଟନାଶକର ବ୍ୟବହାର ମଧ୍ୟ ଓଜୋନ ସ୍ତରକୁ ନଷ୍ଟ କରେ। ତେଣୁ ଓଜୋନ ସ୍ତରକୁ ନଷ୍ଟ କରୁଥିବା କାରକଗୁଡିକ ସମ୍ପର୍କରେ ଆମେ ସମସ୍ତେ ଜାଣିବା ଜରୁରୀ। ସେହି ସଚେତନତା ସୃଷ୍ଟି କରିବା ସକାଶେ ମିଳିତ ଜାତିସଂଘର ପ୍ରସ୍ତାବ ଅନୁଯାୟୀ ୧୯୯୫ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖକୁ ‘ବିଶ୍ୱ ଓଜୋନ ଦିବସ’ ଭାବରେ ପାଳନ କରାଯାଉଛି। ଏବେ ସିଏଫ୍‌ସି ବଦଳରେ କମ୍‌ ବିପଦପୂର୍ଣ୍ଣ ବାଷ୍ପ ଏଚ୍‌ସିଏଫ୍‌ସି ବ୍ୟବହୃତ ହେଉଛି। ୨୦୨୦ ପରେ ତାହାକୁ ମଧ୍ୟ ବନ୍ଦ କରିବାର ପ୍ରସ୍ତାବ ରହିଛି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଶ୍ୱ ଓଜୋନ ଦିବସ ପାଇଁ ଏକ ବାର୍ତ୍ତା ରଖାଯାଇଛି, ତାହା ହେଉଛି – ‘୩୨ ବର୍ଷର ଉପଶମକରଣ’। ଏହାର ଅର୍ଥ ୧୯୮୭ ମସିହା ସେପ୍ଟେମ୍ବର ୧୬ ତାରିଖରେ ୩୬ଟି ଦେଶକୁ ନେଇ ମଣ୍ଟ୍ରିଲ୍‌ଠାରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଓଜୋନର କ୍ଷୟକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏଥିରେ ବର୍ଣ୍ଣନା କରାଯାଇଥିଲା। ଅତଏବ ଦୀର୍ଘ ୩୨ ବର୍ଷ ଧରି ଏହି ଚୁକ୍ତି ଆମର ସ୍ବାସ୍ଥ୍ୟ ଓ ପରିବେଶକୁ ଉପଶମ କରିଆସୁଛି। ଓଜୋନ ସ୍ତର ଜୀବଜଗତର ଜୀବନ ରକ୍ଷାକାରୀ ସ୍ତର। ଏହାକୁ ସାଇତି ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏହି ବିଷୟରେ ଆମେ ନିଜେ ସଚେତନ ହେବା ଓ ଅନ୍ୟକୁ ସଚେତନ କରିବା।

କମଳାକାନ୍ତ ଜେନା

-ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ, ମୋ : ୯୪୩୯୫୦୧୬୫୧


All Right Reserved By

ଭାଗ୍ୟ ଖୋଲିଦେବ ଏହି ଗଛ

ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି, ବାଡ଼ି ବଗିଚାରେ ଗଛଲତାର ଯନତ୍ ନେଲେ ଆରୋଗ୍ୟ ଲାଭ ସହ ଗ୍ରହଦୋଷ ମଧ୍ୟ କଟିଯାଏ। ତେବେ ଘରେ କେଉଁସବୁ ଗଛ...

ଅହଂଭାବ ଦୂର କରିବାର ସୂତ୍ର

ସମ୍ପର୍କ ଭିତରେ ଯେବେ ଅହଂଭାବ ଆସିଯାଏ ସେତେବେଳେ ସମ୍ପର୍କରେ ଦେଖାଦିଏ ଫାଟ । ତେଣୁ ଏହାକୁ ଯଥାଶୀଘ୍ର ମନରୁ ଦୂରେଇ ଦେବା ନିହାତି ଆବଶ୍ୟକ ।...

ପାଣି ପିଇବା ସମୟରେ ମାନନ୍ତୁ ଏହି ୫ଟି କଥା, ରହିବେ ସୁସ୍ଥ

ଜଣେ ବୟସ୍କ ବ୍ୟକ୍ତି ଦିନକୁ ଦୁଇରୁ ଅଢ଼େଇ ଲିଟର ପାଣି ପିଇଲେ ସୁସ୍ଥ ରହି ପାରିବେ। କିନ୍ତୁ ଏହି ପାଣି ପିଇବାରେ ମଧ୍ୟ କିଛି ନିୟମ...

ବସବାସ: ପୃଥିବୀରେ ଆଗ ନା ମଙ୍ଗଳରେ…

ସୌରମଣ୍ଡଳରେ ଥିବା ଗ୍ରହଗୁଡ଼ିକ ମଧ୍ୟରେ କେବଳ ପୃଥିବୀରେ ହିଁ ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ରହିଛି। ତେବେ ବସବାସ କେଉଁ ଗ୍ରହରେ ପ୍ରଥମେ ସମ୍ଭବ...

ଅଦରକାରୀ ପାର୍ଟସ୍‌ରୁ ବାଇକ୍‌: ଦାମ୍‌ ୨ହଜାର, ୫ଟଙ୍କାରେ ୫୦କିଲୋମିଟର ଯିବ

ସୁରଟ:ପରିବେଶ ପ୍ରଦୂଷଣ ବୃଦ୍ଧିପାଉଛି। ଆଗକୁ ଏକ ଭଲ ପରିବେଶ ମିଳିବ କି ନାହିଁ ତାହା କହିହେବନି। ଅନ୍ୟପକ୍ଷରେ ପେଟ୍ରୋଲ କିମ୍ବା ଡିଜେଲ ଦାମ୍‌କୁ ଲକ୍ଷ୍ୟ କଲେ...

ଏମିତି ବିଶ୍ୱାସ: ଗଛରେ ପଘା ବାନ୍ଧନ୍ତି ମାନସିକଧାରୀ

କୌଣସି ବ୍ୟକ୍ତିଙ୍କ ଗୋରୁ ହଜିଯାଇଛି, ତେବେ ମା’ଙ୍କୁ ପୂଜାକରି ଏହି ଗଛରେ ଏକ ପଘାବାନ୍ଧିଲେ କୁଆଡ଼େ ହଜିଯାଇଥିବା ଗୋରୁ ଘରକୁ ଫେରୁଥିବାର ବିଶ୍ୱାସ କରନ୍ତି ଗାଁର...

ସମର୍ଥିତ ଆମ୍ବୁଲେଶନ ପ୍ରଶିକ୍ଷଣ

”ନ୍ୟୁରୋଲୋଜିକାଲ ଆଘାତ ପରେ ସାଧାରଣ ଅବସ୍ଥାକୁ ଫେରିବା ପ୍ରାୟ କଷ୍ଟକର । ବୟସ୍କମାନଙ୍କ ମଧ୍ୟରେ ବିକଳାଙ୍ଗତାର ମୁଖ୍ୟ କାରଣ ହେଉଛି ଷ୍ଟ୍ରୋକ୍‌। ଅଧାରୁ ଅଧିକ ଲୋକ...

ମହାକାଶ ବୈଜ୍ଞାନିକଙ୍କ ଅନ୍ଧବିଶ୍ୱାସ: ରାହୁ କାଳ ଓ ୧୩ ଅଶୁଭ

ଚେନ୍ନାଇ, ୨୧।୭: ଇଣ୍ଡିଆନ ସ୍ପେସ୍‌ ଏଜେନ୍ସି ମହାକାଶକୁ ରକେଟ୍‌ ଓ ସାଟେଲାଇଟ ପଠାଉଛି , କିନ୍ତୁ ଏହା ପଛରେ କିଛି ଅନ୍ଧବିିଶ୍ୱାସ ଯୋଡ଼ିି ହୋଇ ରହିଛି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *