Posted inUncategorized

ରାଜଧାନୀରେ ହାଇଭୋଲଟେଜ୍‌ ଡ୍ରାମା: ଚାଲାଣ କଟିବା ଡରରେ ଆତ୍ମହତ୍ୟା ଧମକ ଦେଲେ ଯୁବତୀ

ନୂଆଦିଲ୍ଲୀ,୧୬।୯: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଆରମ୍ଭ ହୋଇଛି। ପ୍ରତିଦିନ ଲୋକଙ୍କ ଚାଲାଣ କଟାଯାଉଥିବା ବେଳେ କିଏ ୨୦ ହଜାର ତ କିଏ ୨ଲକ୍ଷ ଟଙ୍କା ଜରିମାନା ଦେଉଥିବା ଦେଖିବାକୁ ମିଳିଛି। ଆଉ କିଏ କିଏ ଚାଲାଣ କଟିବା ଡରରେ ପୋଲିସଙ୍କ ସହ ଯୁକ୍ତିତର୍କ କରୁଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସିଛି। ଏପରି ସ୍ଥିତିରେ ଦିଲ୍ଲୀରୁ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ଜଣେ ଯୁବତୀ ପୋଲିସ ସହ ମୁହାଁମୁହିଁ ହେବା ପରେ ଆତ୍ମହତ୍ୟାର ଧମକ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର ସକାଳେ ଦିଲ୍ଲୀର କଶ୍ମୀରୀ ଗେଟ୍‌ ନିକଟରେ ଜଣେ ସ୍କୁଟି ଚାଳିକା ଫୋନରେ କଥା ହେବା ସହ ଗାଡିର ନମ୍ବର ପ୍ଲେଟ ଭାଙ୍ଗିଯାଇଥିବାରୁ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇଥିଲେ। ହେଲେ ଯୁବତୀ ଜଣକ ଚାଲାଣ କଟିବା ଡରରେ ପୋଲିସ ସହ ଯୁକ୍ତିତର୍କ କରିଥିଲେ। ଆଉ ଯଦି ତାଙ୍କୁ ଛଡା ନ ଯାଏ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଏହାପରେ ଯୁବତୀ ଜଣକ କାନ୍ଦିବା ସହ ନିଜ ହେଲମେଟକୁ ତଳେ ଫୋପାଡି ଦେଇଥିଲେ। ପ୍ରାୟ ୨୦ ମିନିଟ୍‌ ଧରି ଏଭଳି ଡ୍ରାମା ଚାଲିବା ପରେ ପୋଲିସ ତାଙ୍କୁ ଛାଡ଼ିଦେଇଥିଲା।


All Right Reserved By Dharitri.Com

Posted inUncategorized View All

ଆତ୍ମନିର୍ଭରଶୀଳ ହେବ ଭାରତ: ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି।...

ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ମୋଦି

ଲକ୍ଷ୍ନୌ,୨୧।୧୨: ଡିସେମ୍ବର ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତିର ଲୋକାର୍ପଣ କରାଯିବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପଦରୁ ଇସ୍ତଫା ଦେଲେ ମିଲିନ୍ଦ, ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୮ା୭(ପି.ଟି.): କଂଗ୍ରେସ ଦଳରେ ନେତୃତ୍ୱ ସଙ୍କଟ ଦେଖାଦେଇଥିବାବେଳେ ରବିବାର ମିଲିନ୍ଦ ଦେଓରା ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ସାଂଗଠନିକ ପଦରୁ ଇସ୍ତଫା ଦେଇଛନ୍ତି। ମୁମ୍ବାଇ କଂଗ୍ରେସ ସଭାପତି...

ଘୁଞ୍ଚିଲା ଯୁକ୍ତ ୩ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ ସେମିଷ୍ଟର ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବି ନେଇ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ପରେ ପରୀକ୍ଷା ତାରିଖକୁ ପରିବର୍ତ୍ତନ କରାଯାଇଛି। ବର୍ଷକ...

ଏହି ବ୍ୟକ୍ତିଙ୍କଠାରୁ କୋହଲି ଖାଇଥିଲେ ଶକ୍ତ ଚାପୁଡା, ଯାହାକୁ ଏବେ ବି ଭୁଲି ପାରିନାହାନ୍ତି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ କ୍ରିକେଟରେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରେ, କିଛି...

କ୍ରୀଡ଼ାକୁ ପ୍ରୋତ୍ସାହନ: ଖୁବ୍‌ଶୀଘ୍ର ଆସିବ ନୂଆ କ୍ରୀଡ଼ା ନୀତି

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ନୂତନ କ୍ରୀଡ଼ା ନୀତି (ସ୍ପୋର୍ଟସ୍‌ ପଲିସି) ଆସିବ। ଏଥିପାଇଁ ଚିଠା ନୀତି ପ୍ରସ୍ତୁତି ଚାଲିଛି। କ୍ରୀଡ଼ା ଓ କ୍ରୀଡ଼ା ବ୍ୟକ୍ତିଙ୍କୁ...

ନିର୍ବାଚନୀ ପରବର୍ତ୍ତୀ ହିଂସା : ବୋମାମାଡ଼, ୬ ଆହତ

ବ୍ରହ୍ମଗିରି,୨୬ା୫(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି। ନିର୍ବାଚନରେ ହାରଜିତ୍‌କୁ କେନ୍ଦ୍ର କରି ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଭାଟପଡ଼ା ଗ୍ରାମରେ ଘନଘନ...

ବାଇକ୍‌କୁ ଧକ୍କା ଦେଲା ଟ୍ରକ: ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଜୀବନଗଲା

ଡେରାବିଶ, ୮ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କର ଶୁକ୍ରବାର ସକାଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ସହଦେବ ବିଶ୍ୱାଳ (୩୪)। ସୂଚନା...

Leave a comment

Your email address will not be published. Required fields are marked *