Posted inUncategorized

ଦାଦାଙ୍କ ମୃତଦେହକୁ ହିନ୍ଦୁ ରୀତିନୀତିରେ ସଂସ୍କାର କଲେ ୩ ମୁସଲମାନ ଭାଇ

ଅହମ୍ମଦାବାଦ,୧୬।୯: ଗୁଜରାଟ ଅମରେଲି ଜିଲା ସବରକୁଣ୍ଡଲା ସହରରେ ଦେଖିବାକୁ ମିଳିଛି ମାନବିକତାର ଏକ ଅନନ୍ୟ ଉଦାହରଣ। ଦେଶରେ ଯେତେବେଳେ ଧର୍ମ ନାଁରେ ଅପପ୍ରଚାର ଚାଲିଛି ସେତେବେଳେ ଏହା ଏକ ବଡ ଉଦାହରଣ ବୋଲି ଆଲୋଚନା ହେଉଛି। ଏଠାରେ ମୁସଲମାନ ପରିବାରରେ ୩ ଭାଇ ତାଙ୍କ ବାପାଙ୍କର ଜଣେ ବ୍ରାହ୍ମଣ ବନ୍ଧୁଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ସଂସ୍କାର କରିଛନ୍ତି। ସୂଚନାଯୋଗ୍ୟ, ମୃତ ବ୍ୟକ୍ତିଙ୍କ ନାଁ ହେଉଛି ଭାନୁଶଙ୍କର ପାଣ୍ଡ୍ୟା। ତାଙ୍କର ପରିବାର ବୋଲି କେହି ନ ଥିଲେ। ସେ ଦୀର୍ଘଦିନ ହେବ ମୁସଲମାନ ପରିବାରରେ ରହି ଆସୁଥିଲେ। ଆଉ ତାଙ୍କ ମୃତ୍ୟୁ ପରେ ଅବୁ, ନଜିର ଓ ଜୁବେର ନାମକ ୩ ଭାଇ ତାଙ୍କର ମୃତଦେହକୁ ହିନ୍ଦୁ ରୀତିନୀତିରେ ସଂସ୍କାର କରିଥିବା ପ୍ରକାଶ। କାରଣ ବାପାଙ୍କ ବନ୍ଧୁ ଭାବେ ଏହି ୩ ଭାଇ ତାଙ୍କୁ ଦାଦା ବୋଲି ସମ୍ବୋଧନ କରୁଥିଲେ।


All Right Reserved By Dharitri.Com

Posted inUncategorized View All

ଦୁଇଟି ଉଦ୍ଭାବନର ଅନ୍ତ

ଇଂ. ମାୟାଧର ସ୍ବାଇଁ ସଭ୍ୟତାର ବିକାଶରେ ସହାୟକ ହୋଇଥିବା କେତୋଟି ପ୍ରଭାବଶାଳୀ ଉଦ୍ଭାବନ ମଧ୍ୟରୁ ଦୁଇଟିର ବ୍ୟବହାର ବନ୍ଦ ହେବାକୁ ଯାଉଛି। ଗୋଟିଏ ହେଉଛି ତାପଦୀପ୍ତ...

ଦକ୍ଷିଣା ପାଇଁ ଭକ୍ତଙ୍କୁ ଦୁର୍ବ୍ୟବହାର

ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ଦାନ, ଦକ୍ଷିଣା ଆଦାୟ କରାଯାଇପାରିବ ନାହିଁ। ଏହା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ହେଲେ ଏହାକୁ କେତେକ ସେବାୟତ...

ଜେଟ୍‌କୁ ମିଳିଲେନି ନୂଆ ବିଡର

ମୁମ୍ବାଇ, ୩-୯: ଋଣ ସଙ୍କଟରେ ଫସି ବନ୍ଦ ହୋଇ ପଡିଥିବା ଜେଟ ଏୟାରଓ୍ବେଜକୁ ନୂଆ ବିଡର ମିଳିନ ଥିବା ଜଣା ପଡିଛି। ବର୍ତ୍ତମାନ କମ୍ପାନୀ ବିରୋଧରେ...

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ ଅରାଜକତା ଦେଖାଦେଇଛି। ଆଇନ କାନୁନ ବୋଲି କିଛି ନାହିଁ। ଦିନ ଦ୍ୱିପ୍ରହରରେ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରୁଛନ୍ତି। ବଳାତ୍କାର, ଚୋରି, ଡକାୟତି...

୧୭ ଦିନର ଶିଶୁକନ୍ୟାଙ୍କୁ ନଦୀ ବାଲିରେ ପୋତିଲେ ପିତା

ଚେନ୍ନାଇ,୬।୧୧: ତାମିଲନାଡୁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପିତା ତାଙ୍କର ୧୭ ଦିନର ଶିଶୁକନ୍ୟାଙ୍କୁ ନଦୀ ବାଲିରେ ପୋତି ଦେଇଛନ୍ତି। ଭାଦାମାରୁଥୁର୍‌ ଗାଁର ୨୯...

ତାତିରେ ସିଝୁଛି ସାରା ଓଡ଼ିଶା: ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ

ଭୁବନେଶ୍ୱର,(ବ୍ୟୁରୋ)/ଧାମନଗର,୧୮।୪(ଡି.ଏନ୍‌.ଏ.): ଡହଡହ ଖରାରେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ବେଳୁ ଖରାର ପ୍ରଭାବ ଦେଖିବାକୁ ମିଳୁଛି। ଲୋକେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ଯାଏ...

ହଳଦିଆପଦର ରେଳଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୨।୬: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳବାଇ ପୋଲିସ ରବିବାର ସକାଳେ ହଳଦିଆପଦର ରେଳଧାରଣା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଯୁବକଙ୍କ ପରିଚୟ...

Leave a comment

Your email address will not be published. Required fields are marked *