ପୁଞ୍ଜି ବଜାରରେ ଏଫ୍‌ପିଆଇଙ୍କ ୧୮୪୧ କୋଟି ନିବେଶ

ମୁମ୍ବାଇ,୧୬।୯: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ସେପ୍ଟେମ୍ବର ୧୩ ସୁଦ୍ଧା ପୁଞ୍ଜି ବଜାରରେ ୧୮୪୧ କୋଟି ଟଙ୍କା ନିବେଶ କରିଛନ୍ତି। ଏଥିପୂର୍ବରୁ ସେମାନେ କ୍ରମାଗତ ଦୁଇ ମାସ ହେବ ବଜାରରେ ଶେୟାର ବିକ୍ରି କରି ଅର୍ଥ କାଢ଼ି ନେଉଥିଲେ। ଆଲୋଚ୍ୟ ସମୟ ମଧ୍ୟରେ ସେମାନେ ୨୦୩୧.୦୨ କୋଟି ଟଙ୍କାର ଶେୟାର ବିକ୍ରି କରିଥିବା ବେଳେ ୩୮୭୨.୧୯ କୋଟି ଟଙ୍କା କିଣିଛନ୍ତି। ଏଭଳି ଭାବେ ସେମାନେ ମୋଟ ୧୮୪୧.୧୭ କୋଟି ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଏଥିପୂର୍ବରୁ ଏଫ୍‌ପିଆଇ ଅଗଷ୍ଟରେ ୫୯୨୦.୦୨ କୋଟି ଟଙ୍କା, ଜୁଲାଇରେ ୨୯୮୫.୮୮କୋଟି ଟଙ୍କାର ନେଟ୍‌ ଶେୟାର ବିକ୍ରି କରିଥିଲେ। ବଜାର ବିଶ୍ଲେଷକ ଫର୍ମ ଗ୍ରୋର ମୁଖ୍ୟ ପରିଚାଳନା ଅଧିକାରୀ ହର୍ଷ ଜୈନଙ୍କ କହିବାନୁଯାୟୀ, ଆମେରିକା-ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ନରମ ପଡିବା ଓ ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ୪.୩% ରହିବା ଯୋଗୁ ଏଫ୍‌ପିଆଇଙ୍କ ଭାରତୀୟ ପୁଞ୍ଜି ବଜାର ପ୍ରତି ଆକର୍ଷଣ ପୁଣି ବଢ଼ିଛି।


All Right Reserved By Dharitri.Com

ଟିକସ ବ୍ୟବସ୍ଥାର ସରଳୀକରଣ ଲାଗି ପଦକ୍ଷେପ ନିଆଯାଉଛି: ସୀତାରାମନ

ନୂଆଦିଲ୍ଲୀ,୮-୧: ଦେଶରେ ଟିକସ ବ୍ୟବସ୍ଥାର ସରଳୀକରଣ ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସୂଚନା ଦେଇଛନ୍ତି। ସେହିଭଳି ସାଧୁ...

୨୦୨୦ରେ ସବୁ ସମାସ୍ୟାର ସମାଧାନ:ସାହାରା ମୁଖ୍ୟ

ନୂଆଦିଲ୍ଲୀ,୧୩-୨: ୨୦୨୦ରେ ସବୁ ସମସ୍ୟାର ସମାଧାନ ହୋଇଯିବା ନେଇ ଆଶାବାଦୀ ରହିଥିବା ସାହାରା ମୁଖ୍ୟ ସୁବ୍ରତ ରୟ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,...

ଫିନୋଲେକ୍ସ ପକ୍ଷରୁ ଡିଲର ସମ୍ମିଳନୀ

ଭୁବନେଶ୍ୱର,୨-୧୧(ବ୍ୟୁରୋ): ପ୍ରମୁଖ ପିଭିସି ପାଇପ ନିର୍ମାତା ଫିନୋଲେକ୍ସ କମ୍ପାନୀର ଅଧିକୃତ ବିତରକ ଏରାଇଜ ମାର୍କେଟିଂ ଭୁବନେଶ୍ୱରର ଆନୁକୂଲ୍ୟରେ ଏକ ମେଗା ଡିଲରମିଟ ସ୍ଥାନୀୟ ଏକ ହୋଟେଲରେ...

ଅନ୍ୟ ବୃହତ୍‌ ଦେଶରୁ ତେଲ କିଣାଯିବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୪-୪: ଆସନ୍ତା ମେ’ ୨ ପରେ ଭାରତ ସମେତ ୮ଟି ଦେଶ ଇରାନରୁ ଅଶୋଧିତ ତେଲ କିଣିପାରିବେ ନାହିଁ। ଏ ସଂକ୍ରାନ୍ତରେ ପୂର୍ବରୁ ଆମେରିକା କଟକଣା...

ରେଲଓ୍ବେ ଇତିହାସରେ ନୂଆ;ଚଳନ୍ତା ଟ୍ରେନରେ ମିଳିବ ମାଲିସର ମଜା

ନୂଆଦିଲ୍ଲୀ,୯-୬: ଆଗାମୀ ଦିନରେ ଚଳନ୍ତା ଟ୍ରେନରେ ଯାତ୍ରୀ ମାଲିସର ମଜା ନେଇପାରିବେ। ଭାରତୀୟ ରେଳ ଇତିହାସରେ ପ୍ରଥମଥର ଏଭଳି ପଦକ୍ଷେପ ନିଆଯିବ। ଜଣେ ବରିଷ୍ଠ ଅଧିକାରୀ...

ବିମାନଠୁ ଅଧା ହେବ ତେଜସ୍‌ ଭଡା

ନୂଆଦିଲ୍ଲୀ,୨୮-୮: ରେଲଓ୍ବେର ସହାୟକ କମ୍ପାନୀ ଆଇଆର୍‌ସିଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ଦୁଇଟି ତେଜସ୍‌ ଏକ୍ସପ୍ରେସ ଟ୍ରେନର ଭଡ଼ା ସେହି ମାର୍ଗରେ ଚାଲୁଥିବା ସମସ୍ତ ବିମାନ...

ବଜେଟକୁ ଅପେକ୍ଷା ନ କରି ବିଭିନ୍ନ ପଦକ୍ଷେପ ନିଆଯାଉଛି: ନିର୍ମଳା

ନୂଆଦିଲ୍ଲୀ,୬-୧: ବିଭିନ୍ନ କ୍ଷେତ୍ର ସାମ୍ନା କରୁଥିବା ସମସ୍ୟାକୁ ବିଚାର କରି ସରକାର ପଦକ୍ଷେପ ନେଉଛନ୍ତି। ଏଥି ଲାଗି ବଜେଟ ଯାଏ ଅପେକ୍ଷା କରାଯାଉନାହିଁ ବୋଲି ଅର୍ଥମନ୍ତ୍ରୀ...

୧୮ ଦିନ କାମ ବନ୍ଦ କଲା ଅଶୋକ ଲେଲ୍ୟାଣ୍ଡ

ନୂଆଦିଲ୍ଲୀ,୧୦-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁ ଚିନ୍ତିତ କମ୍ପାନୀଗୁଡ଼ିକ କାର୍ଯ୍ୟ ସମୟ ହ୍ରାସ କରିବା ଭଳି ଉପାୟ ଆପଣାଇବା ଆରମ୍ଭ କଲେଣି। ମାରୁତି ତା’ର...

Leave a comment

Your email address will not be published. Required fields are marked *