‘ଏବି ଆନି ସିଡିି’ରେ ଅମିତାଭ

ମୁମ୍ବାଇ: ବିକ୍ରମ୍‌ ଗୋଖ୍‌ଲେଙ୍କ ମରାଠୀ ଚଳଚ୍ଚିିତ୍ର ‘ଏବି ଆନି ସିଡ଼ି’ରେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ଅତିଥି କଳାକାରଭାବେ ଅଭିନୟ କରିବେ। ଚଳଚ୍ଚିତ୍ରଟି ମିଲିନ୍ଦ୍‌ ଲେଲେଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ। ଅମିତାଭ ଏଥିରେ ଜଣେ ମେଗାଷ୍ଟାର୍‌ ଚରିତ୍ରରେ ମାତ୍ର ୧୫ ମିନିଟ୍‌ ଅଭିନୟ କରିବେ ବୋଲି ପ୍ରଯୋଜକ ଅକ୍ଷୟ ବାର୍ଦାପୁର୍‌କର୍‌ ପ୍ରକାଶ କରିଛନ୍ତି। ଗୋଖଲେ ଏନେଇ ଅମିତାଭ୍‌ଙ୍କ ସ୍ବୀକୃତି ଆଣିସାରିଥିବା ସେ କହିଛନ୍ତି। ତାଙ୍କୁ ଭେଟିବା ପରେ ସେ ତତ୍‌କ୍ଷଣାତ୍‌ ଆମ ସହ ଯୋଡ଼ିହେବାକୁ ରାଜିହୋଇ ଯାଇଥିଲେ ବୋଲି ବାର୍ଦାପୁର୍‌କର୍‌ ପ୍ରକାଶ କରିିଛନ୍ତି। ଚଳଚ୍ଚିତ୍ରଟିରେ ବଚ୍ଚନ ଓ ଗୋଖଲେ ପିଲାଦିନର ସାଙ୍ଗଭାବେ ଦେଖାଦେବେ। ଦୀର୍ଘ ୭୦ ବର୍ଷ ପରେ ଏକ ବାର୍ଥ ଡେ’ ପାର୍ଟିରେ ସେମାନଙ୍କ ମଧ୍ୟରେ ସାକ୍ଷାତ ହୁଏ। ଫିିଲ୍ମ ଟାଇଟଲ୍‌କୁ ନେଇ ବାର୍ଦାପୁର୍‌କର୍‌ କହିଛନ୍ତି ଯେ, ‘ଏବି’ ମାନେ ଅମିତାଭ୍‌ ବଚ୍ଚନ ଓ ‘ସିଡିି’ମାନେ ଗୋଖ୍‌ଲେଙ୍କ ଚରିତ୍ର ଚନ୍ଦ୍ରକାନ୍ତ ଦେଶପାଣ୍ଡେଙ୍କ ନାମରେ ନାମିତ। ଏହି କମେଡ଼ି ଡ୍ରାମାଯୁକ୍ତ ଚଳଚ୍ଚିତ୍ରଟି ଚଳିତବର୍ଷ ଡିସେମ୍ବରରେ ମୁକ୍ତିଲାଭ କରିବ। ପ୍ରକାଶଥାଉ କି, ପୂର୍ବରୁ ଅମିତାଭ୍‌ ଓ ଗୋଖ୍‌ଲେ ଏକାଠି ମିଶି ‘ଅଗ୍ନିପଥ’ ଓ ଖୁଦା ଗଓ୍ବା’ ଚଳିଚ୍ଚିତ୍ର କରିଥିଲେ।


All Right Reserved By

‘ଦ କପିଲ ଶର୍ମା ଶୋ’ର ଶୁଟିଂରୁ ବ୍ରେକ୍‌ ନେବେ କପିଲ

କମେଡି କିଙ୍ଗ୍‌ କପିଲ ଶର୍ମା ନିଜ ଶୋ’ ‘ଦ କପିଲ ଶର୍ମା ଶୋ’ର ଶୁଟିଂରେ ବ୍ରେକ୍‌ ଦେଇଛନ୍ତି। ଶୁଣିବାକୁ ମିଳିଛି, କପିଲ ଆଉ ୨୦ ଦିନ...

ମୁଁ ସନ୍ନି ଲିଓନ ନୁହେଁ, ଦୟାକରି ମୋତେ ଫୋନ୍‌ କରନ୍ତୁ ନାହିଁ

ନୂଆଦିଲ୍ଲୀ,୩୦।୭: ପର୍ନ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା ସନ୍ନି ଲିଓନ ଘରେ ଘରେ ବେଶ୍‌ ପରିଚିତ। ଏବେ କିନ୍ତୁ ତାଙ୍କ ନାଁକୁ ନେଇ ଜଣେ...

କ୍ୟାଟ୍ରିନାଙ୍କ ଶାଢ଼ିପିନ୍ଧା ଫଟୋ ଦେଖି ଏମିତି କ୍ୟାପଶନ୍‌ ଲେଖିଲେ ଭାଇଜାନ୍‌

ଆଉ ୪ ଦିନ ପରେ ‘ଭାରତ’ ଫିଲ୍ମ ରିଲିଜ ହେବ। ଦର୍ଶକ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। କାରଣ କ୍ୟାଟ୍ରିନା ଆଉ ଭାଇଜାନ୍‌ଙ୍କ ଫିଲ୍ମକୁ...

ସୂର୍ଯ୍ୟବଂଶୀରେ ଅକ୍ଷୟଙ୍କ ଦମ୍‌ଦାର ଆକ୍ସନ: ଅଭିନେତା ଶେୟାର କଲେ ପାଓ୍ବାର ପ୍ୟାକ୍‌ ଭିଡିଓ

ମୁମ୍ବାଇ: ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାର ଓ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ପ୍ରଥମ ଥର ପାଇଁ ଏକାଠି କାମ କରୁଛନ୍ତି। ଯେଉଁଠି ଦୁଇଜଣ...

କାହା ପ୍ରେମରେ ପଡିଛନ୍ତି ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଜବରିୟା ଯୋଡି’ର ଟ୍ରେଲର ନିକଟରେ ରିଲିଜ୍‌ ହୋଇଛି। ଦର୍ଶକଙ୍କ ତରଫରୁ ଏହି ଟ୍ରେଲରକୁ ଭଲ ରେସ୍‌ପନ୍ସ...

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶାହରୁଖ

ମୁମ୍ବାଇ: ଚଳିତ ନିର୍ବାଚନରେ ବାଜିମାତ କରିଛି ଭାଜପା। ପୂର୍ଣ୍ଣ ବହୁମତ ସହ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ନରେନ୍ଦ୍ର ମୋଦି। ନିର୍ବାଚନ...

କନ୍ଦାଇ ଦେଲା ‘ବାଟଲା ହାଉସ’ର ନୂଆ ଗୀତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍‌’ ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ତା’ ପୂର୍ବରୁ...

‘ଡଟର ଅଫ ଦ ନେଶନ’ ସମ୍ମାନରେ ସମ୍ମାନିତ ହେବେ ସୁର ସାମ୍ରାଜ୍ଞୀ

ନୂଆଦିଲ୍ଲୀ,୬।୯ : ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ତାଙ୍କ ସଙ୍ଗୀତର ଚର୍ଚ୍ଚା ସାରା ବିଶ୍ୱରେ ରହିଛି। ଲତାଙ୍କ ସଙ୍ଗୀତରେ ଦେଶକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *