ମାଓବାଦୀ ଗଡରେ ମହିଳା ଜିଲାପାଳ; ସୁନାବେଡାବାସୀଙ୍କ ସବୁ ସମସ୍ୟା ବୁଝିଲେ

ନୂଆପଡା ଅଫିସ,୧୬ା୯: ନୂଆପଡା ଜିଲାର ମାଓବାଦୀଙ୍କ ଗଡ କୁହାଯାଉଥିବା ସୁନାବେଡା ଅଭୟାରଣ୍ୟରେ ଖୁବ କମ୍‌ ଅଧିକାରୀ ପାଦ ମାଡିଛନ୍ତି । ସେମାନେ ବି କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଯାଇଥିବାବେଳେ ବର୍ତ୍ତମାନ ଜିଲାପାଳ ମଧୁସ୍ମିତା ସାହୁ ବିନା ପୋଲିସ କର୍ଡନରେ ଦିନସାରା ସୁନାବେଡା ଅଭୟାରଣ୍ୟ ବୁଲି ଲୋକଙ୍କ ବିଭିନ୍ନ ସମସ୍ୟା କଥା ବୁଝି ନିର୍ଭିକତାର ପରିଚୟ ଦେଇଛନ୍ତି । ବନବାସୀ ଆଦିବାସୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ସହ ଅଧିକାରୀମାନଙ୍କୁ ମଧ୍ୟ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇଆସିଛନ୍ତି । ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ସମୁଦ୍ର ପତନରୁ ୩ ହଜାର ଫୁଟ ଉଚ୍ଚରେ ଥିବା ସୁନାବେଡା ଅଣୟାରଣ୍ୟ ଭିତରେ ୫୫ଟି ଜନବସତି ରହିଛି। ସେମାନେ ସାଧାରଣ ମୌଳିକ ସୁବିଧା ବିଜୁଳି, ପାନୀୟ ଜଳ, ଗମନାଗମନ ସୁବିଧାରୁ ଅପହଞ୍ଚ। ଏସବୁ ଦେଖିବାକୁ ସରକାରୀ ଅଧିକାରୀମାନଙ୍କ ବର୍ଷାଧିକକାଳ ଦେଖାସାକ୍ଷାତ ମିଳି ନ ଥାଏ। ବ୍ଲକ ପ୍ରଶାସନ ଲୋକଙ୍କଠାରୁ ବିଭିନ୍ନ ବାହାନା କରି ଦୂରେଇ ରହୁଥିବା ଅଭିଯୋଗ ହେଉଛି। ଜିଲାପାଳ ନୂତନ ଭାବେ ଜିଲାକୁ ଆସି ଏସବୁ ଗୁରୁତ୍ୱ ଦେଇ ହଠାତ ରବିବାର ଗସ୍ତ କରିଥିଲେ। ତାଙ୍କ ସହ କୌଣସି ପୋଲିସ ବ୍ୟବସ୍ଥା ମଧ୍ୟ ନ ଥିଲା। ଗାଡିର ଲାଲ ବତୀ କେବଳ ଓହ୍ଲାଇ ରଖାଯାଇଥିଲା। ଅଗନାଅଗନି ବନସ୍ତ ମଧ୍ୟରେ ଜଙ୍ଗଲ ତଳି ମିଛାପାଲି ଗାଁଠାରୁ ଦୀର୍ଘ ୩୦ କି.ମି. ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ଯାଇଥିଲେ। ସୁନାବେଡା ବସ୍ତିରେ ପହଞ୍ଚତ୍ ସେଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫରୁ ଚାଲିଥିବା ସେବାଶ୍ରମ ବିଦ୍ୟାଳୟ ବୁଲି ଦେଖିଥିଲେ। ସେଠାରେ ବହୁ ଦିନ ଧରି ଅଧାପନ୍ତରିଆ ହୋଇ ପଡିରହିଥିବା ସ୍କୁଲ ଗୃହଗୁଡିକର ସ୍ଥିତି ଦେଖିଥିଲେ। ପିଲାଙ୍କ ଉପସ୍ଥାନ ସହ ଖାଇବା ପିଇବା କଥା ପଚାରି ବୁଝିଥିଲେ। ଏହା ପରେ ସିବିଡିଏ (ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା) ତରଫରୁ କରାଯାଇଥିବା କେତୋଟି ରାସ୍ତା କାମ ଦେଖିଥିଲେ। ବସ୍ତିରେ ଭୁଞ୍ଜିଆ ସମ୍ପ୍ରଦାୟର କେତେକ ଲୋକଙ୍କୁ ଭେଟି ବିଭିନ୍ନ ସମସ୍ୟା କଥା ବୁଝିଥିଲେ। ସୁନାବେଡାରେ ଆଦିବାସୀଙ୍କ ଜୀବନ ଜିବିକା ସକାଶେ ସେଭଳି କୌଣସି କାମ ହେଉ ନ ଥିବାରୁ ତୁରନ୍ତ ରୋଜଗାର ବ୍ୟବସ୍ଥା କରିବାକୁ କହିଥିଲେ। ଜିଲାପାଳ ଏହା ଉପରେ ବିଶେଷ ଧ୍ୟାନ ଦେବେ ବୋଲି କହିଥିଲେ। ଅଙ୍ଗନୱାଡି କେନ୍ଦ୍ର ବୁଲି ସମନ୍ବିତ ଶିଶୁ ବିକାଶ ଯୋଜନା ଉପରେ ଦୃଷ୍ଟି ଦେଇଥିଲେ। ପରେ ମିଛାପାଲି ନିକଟରେ ଥିବା ସିବିଡିଏର ସ୍ବତନ୍ତ୍ର କମ୍ପ୍ଲେକ୍ସ ଦେଖିଥିଲେ। ସେଠାରେ କର୍ମଚାରୀମାନଙ୍କୁ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ପରିଦର୍ଶନ ବେଳେ ସିବିଡିଏ ସ୍ବତନ୍ତ୍ର ଅଧିକାରୀ ଭକ୍ତବନ୍ଧୁ ଅଗସ୍ତୀ, ସହକାରୀ ଯନ୍ତ୍ରୀ ସୀତାକାନ୍ତ ସାହୁ, ଯନ୍ତ୍ରୀ ସୁନୀଲ କୁମାର ଅର୍ଗାର, ଓପିଲିପି ପ୍ରୋଜେକ୍ଟ ମ୍ୟାନେଜର ସୁରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


All Right Reserved By Dharitri.Com

ସୁନ୍ଦର ହେବ ବ୍ରହ୍ମପୁର: ପୋଷ୍ଟର୍‌ ଚିରା ଅଭିଯାନରେ ସାମିଲ ହୋଇ ଜିଲାପାଳ କହିଲେ ‘ଜନଭାଗିତା ଦ୍ୱାରା ପରିବର୍ତ୍ତନ ସମ୍ଭବ’

ବ୍ରହ୍ମପୁର ଅଫିସ୍‌, ୨୮।୭: ଗଞ୍ଜାମ ଜିଲା ବ୍ରହ୍ମପୁର ସହରକୁ ସୁନ୍ଦର କରିବା ପାଇଁ ସରକାରୀସ୍ତରରେ ପ୍ରୟାସ ଚାଲିଛି । ଏଥିରେ ସହରର ବୁଦ୍ଧିଜୀବୀ ଏବଂ ବିଭିନ୍ନ...

ଷୋଳମପୁରରେ ୩ୟ କରୋନା ପଜିଟିଭି ଚିହ୍ନଟ ପରେ ଗ୍ରାମକୁ ସାନିଟାଇଜ଼ କରାଗଲା

ଭଣ୍ଡାରିପୋଖରୀ, ୧୫।୫ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ତୃତୀୟ କରୋନା ପଜିଟିଭ ଗୁରୁବାର ଚିହ୍ନଟ ହୋଇଥିଲେ। ତାଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

୬ ହଜାର ୮ ଶହ ଟଙ୍କା ଜରିମାନା ଆଦାୟ

ବନ୍ତ,୪।୫(ଡି.ଏନ୍‌.ଏ.) : କରୋନା ଲକ୍‌ ଡାଉନ୍‌ କଟକଣା ସମୟରେ ରବିବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରେ କିଛି ବ୍ୟକ୍ତି ଆଇନକୁ ଅମାନ୍ୟ...

ବର୍ଷାପବନରେ ପାନ ବରଜ, ଫସଲ ନଷ୍ଟ

ହିଞ୍ଜିଳିକାଟୁ,୯ା୩(ଡି.ଏଡ଼୍‌.ଏ.) ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ସମେତ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅପରାହ୍ନ ପ୍ରାୟ ୫ରେ କାଳବୈଶାୀଖୀ ସହ ବର୍ଷାପବନ ହୋଇଛି। ଫଳରେ ବ୍ୟାପକ ଫସଲ ସହ...

ବେଆଇନ ଇଟାଭାଟି ଉଚ୍ଛେଦକୁ ବିରୋଧ: ବିଫଳ ହୋଇ ଫେରିଲେ ଅଧିକାରୀ

ବାଲେଶ୍ୱର ଅଫିସ,୧୯।୧୨-ବାଲେଶ୍ୱର ଜିଲା ସଦର ତହସିଲ ଅନ୍ତର୍ଭୁକ୍ତ ଫୁଲାଡ଼ି ଅଞ୍ଚଳରେ ଥିବା ୪ଟି ବେଆଇନ ଇଟାଭାଟି ଉଚ୍ଛେଦ ଲାଗି ପ୍ରଶାସନ ପ୍ରସ୍ତୁତ ହୋଇ ଗୁରୁବାର ପୂର୍ବାହ୍ନରେ...

ଘୋଷଣା ପୂର୍ବରୁ ଲକ୍‌ ଡାଉନ, ଲୋକେ ହଇରାଣ

କେନ୍ଦୁଝର,୨୪।୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ସହରରେ ଗତ ସୋମବାରଠାରୁ ଲକ୍‌ଡାଉନ କରାଯାଇଛି। ଫଳରେ ଜନଜୀବନ ବ୍ୟାହତ ହୋଇପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ...

ରଣପୁର ଏନ୍‌ଏସିରେ ପରିମଳ, ଷ୍ଟ୍ରିଟ ଲାଇଟ୍‌ରେ ଦୁର୍ନୀତି:ଭିଜିଲାନ୍ସ ଜବତ କଲା କାଗଜପତ୍ର

ରଣପୁର,୨୦ା୯(ସ୍ବ.ପ୍ର.): ରଣପୁର ଏନ୍‌ଏସିରେ ପରିମଳ ଓ ଷ୍ଟ୍ରିଟ ଲାଇଟ୍‌ରେ ଦୁର୍ନୀତି ହୋଇଥିବା ନେଇ ନୟାଗଡ଼ ଭିଜିଲାନ୍ସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି । ଭିଜିଲାନ୍ସ ଡିଏସ୍‌ପି...

ସ୍ବାଧୀନତା ଦିବସ ପାଳିତ

ବରଗଡ ଅଫିସ,୧୫।୮: ବରଗଡ କେଶବ ନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉକ୍ତ ସମାରୋହରେ ଶିକ୍ଷାବିତ୍‌ ରୁକ୍ମଣ ମହାପାତ୍ର...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *