Posted inଜାତୀୟ

୧୦୦% ଭିଭିପିଏଟି ସ୍ଲିପ୍‌ ଯାଞ୍ଚ ଆବେଦନ ଖାରଜ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଭୋଟ ଗଣତି ଦିନ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌(ଇଭିଏମ୍‌) ସହ ୧୦୦ ପ୍ରତିଶତ ଭୋଟର ଭେରିଫାଏବ୍ଲ ପେପର ଅଡିଟ ଟ୍ରେଲ୍‌ (ଭିଭିପିଏଟି) ସ୍ଲିପ୍‌ ମେଳ କରାଇବା ପାଇଁ ଦାଏର ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ବୃହତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ଶୁଣାଇ ସାରିଥିବାବେଳେ ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ଏମ୍‌.ଆର୍‌. ଶାହଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଚେନ୍ନାଇର ‘ଟେକ୍‌ ଫର୍‌ ଅଲ୍‌’ ସଂଗଠନ ପକ୍ଷରୁ ଦାଏର ପିଆଇଏଲ୍‌ର ଜରୁରୀ ଶୁଣାଣି ପାଇଁ ହୋଇଥିବା ଆବେଦନକୁ ଅଦାଲତ ଅଗ୍ରାହ୍ୟ କରିଦେବା ସହ ମାମଲାକୁ ଖାରଜ କରିଦେଇଥିଲେ। ଏହା ପୂର୍ବରୁ ୨୧ ବିରୋଧୀ ଦଳ ପକ୍ଷରୁ ଦାଏର ରିଭ୍ୟୁ ପିଟିଶନକୁ ମେ ୭ରେ ସିଜେଆଇଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ। ଇଭିଏମ୍‌ ସହ ଭିଭିପିଏଟି ସ୍ଲିପ୍‌ ଯାଞ୍ଚ ସଂଖ୍ୟା ୫୦ ପ୍ରତିଶତକୁ ବଢ଼ାଇବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ଦାବି କରାଯାଇଥିଲା।


All Right Reserved By

କେଜରିଓ୍ବାଲଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ୨ ଶହ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଲ୍‌ ମାଗଣା

ନୂଆଦିଲ୍ଲୀ,୧।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବଡ଼ ଘୋଷଣା କରିଛନ୍ତି। ଏବେ ଦିଲ୍ଲୀର ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ୨ଶହ ୟୁନିଟ୍‌ ପର୍ଯ୍ୟନ୍ତ ବିଲ୍‌ ମାଗଣାରେ ମିଳିବ। ତେବେ...

ତେଲେଙ୍ଗାନା କଂଗ୍ରେସରେ ବିଦ୍ରୋହ

ହାଇଦ୍ରାବାଦ,୭ା୬ (ଆଇଏଏନ୍‌ଏସ୍‌):ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଗୁରୁବାର ତେଲେଙ୍ଗାନାରେ ଦଳକୁ ବଡ଼ ଝଟକା ଲାଗିଛି। ରାଜ୍ୟରେ କଂଗ୍ରେସ ନେତୃତ୍ୱ ପ୍ରତି ଅସନ୍ତୁଷ୍ଟ ୧୨...

ଏପରି ମନ୍ଦିର ଯେଉଁଠି ମାଙ୍କଡ଼ଙ୍କ ପାଖରେ ହୁଏ ଭୋଗ ଲାଗି…

ଉତ୍ତରପ୍ରଦେଶ ସୀତାପୁର ଜିଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବା କୁରସଠ ଗାଁରେ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ମାଙ୍କଡ଼ଙ୍କ ପାଖରେ ଭୋଗ...

ନିଜ ହେଲିକପ୍ଟରକୁ ଖସାଇଥିଲା ଆଇଏଏଫ୍‌

ନୂଆଦିଲ୍ଲୀ,୨୫ା୫: ପୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟ୍‌ ଶିବିରରେ ଭାରତୀୟ ବାୟୁସେନା (ଆଇଏଏଫ୍‌) ପକ୍ଷରୁ କରାଯାଇଥିବା ଏୟାର୍‌ଷ୍ଟ୍ରାଇକ୍‌ରେ ୩୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା ଦାବି...

‘ମନ୍‌ କି ବାତ୍‌’ରୁ ମିଳିଲା ପ୍ରେରଣା: ଗାଁକୁ ସ୍ମାର୍ଟ ରୂପ ଦେଲେ ଗ୍ରାମବାସୀ

ଚଣ୍ଡିଗଡ଼,୨୨।୭: ସରକାର ଦେଶର ବିଭିନ୍ନ ସହରକୁ ସ୍ମାର୍ଟ ରୂପ ଦେବା ପାଇଁ ଯୋଜନା କରିଛନ୍ତି। ତେବେ ପଞ୍ଜାବର ମୋଗା ଜିଲାର ରଣସିଂ କଲା ଗାଁକୁ ଏଭଳି...

ମୋବାଇଲ ନିଶାରେ ପଡିଥିବା ବ୍ୟକ୍ତିଙ୍କର ଏଠାରେ ହେବ ଚିକିତ୍ସା

ଅମୃତସର,୧୨।୭: ପଞ୍ଜାବ ଅମୃତସରରେ ଏକ ହସ୍ପିଟାଲରେ ମୋବାଇଲ ଡି-ଆଡିକଶନ ସେଣ୍ଟର ଖୋଲିଛି। ମୋବାଇଲ ନିଶାରୁ ମୁକ୍ତ କରିବା ପାଇଁ ଏହି କେନ୍ଦ୍ର ଖୋଲା ଯାଇଛି। ଏହା...

ଉପବାଚସ୍ପତି ପଦବୀ ଉପରେ ଶିବସେନାର ନଜର

ନୂଆଦିଲ୍ଲୀ,୬।୬: ଲୋକସଭାର ବାଚସ୍ପତି ଏବଂ ଉପବାଚସ୍ପତି ପଦବୀ କାହାକୁ ମିଳିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଶିବସେନା ଉପବାଚସ୍ପତି ପଦବୀ ପାଇଁ ଦାବି...

ୟେଦୁରପ୍ପା ସରକାରଙ୍କୁ ସମର୍ଥନ ଦେବ କି ଜେଡିଏସ୍‌

ବେଙ୍ଗାଲୁରୁ,୨୭।୭: କର୍ନାଟକ ରାଜନୀତିରେ ବହୁ ସମୟ ଧରି ଲାଗି ରହିଥିବା ନାଟକ ପରେ ଶେଷରେ ଭାଜପା ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *