ନୂଆଦିଲ୍ଲୀରେ ଓଡ଼ିଆ କର୍ମଚାରୀଙ୍କ ଦୁରବସ୍ଥା : ଛୁଟି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦାବି

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ଦେଶର ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ଭବନ, ଓଡ଼ିଶା ସଦନ ଏବଂ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ରହିଛି। ଏହି ସବୁରେ ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ଠିକା କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ନିରାପତ୍ତା ରକ୍ଷୀ, ରୁମ୍‌ ବୟ, ମାଳି, ଡ୍ରାଇଭର ରହିଛନ୍ତି। ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା, ଯାତାୟାତ ଖର୍ଚ୍ଚ, ମହାନଗର ଭତ୍ତା ପ୍ରଭୃତି ମିଳୁନାହିଁ। ଅନୁରୂପ ଭାବେ ଏମାନଙ୍କୁ ସାମୟିକ ଛୁଟି, ଅର୍ଜିତ ଛୁଟି, ପର୍ବପର୍ବାଣି ଛୁଟି ତଥା ଅନ୍ୟାନ୍ୟ ଛୁଟି ମଧ୍ୟ ମିଳି ନ ଥାଏ। କୌଣସି କାରଣରୁ କାର୍ଯ୍ୟଦିବସରେ ଯୋଗଦେଇ ନ ପାରିଲେ ଏମାନଙ୍କୁ ଦରମାର କେତେକ ଅଂଶ ହରାଇବାକୁ ପଡ଼ିଥାଏ। ସଚିବାଳୟଠାରୁ ଆରମ୍ଭ କରି ରାଜ୍ୟରେ ଥିବା ଅନ୍ୟ ସରକାରୀ କାର୍ଯ୍ୟାଳୟର ଠିକା କର୍ମଚାରୀମାନେ ଛୁଟି ସହ ଅନ୍ୟାନ୍ୟ ସୁବିଧା ପାଉଛନ୍ତି, ହେଲେ ଦିଲ୍ଲୀରେ କାର୍ଯ୍ୟରତ କର୍ମଚାରୀ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ଅନ୍ୟ କର୍ମଚାରୀଙ୍କ ପରି ଦିଲ୍ଲୀରେ କାର୍ଯ୍ୟରତ ଓଡ଼ିଆଙ୍କୁ ସୁବିଧା ସୁଯୋଗ ପ୍ରଦାନ ନେଇ ଦାବି କରାଯାଇଛି। କର୍ମଚାରୀମାନେ ଏ ନେଇ ବରିଷ୍ଠ ଅଧିକାରୀଙ୍କୁ ଏକାଧିକ ଥର ଅବଗତ କରିଛନ୍ତି। ହେଲେ କୌଣସି ସୁଫଳ ପାଇପାରିନାହାନ୍ତି ବୋଲି କର୍ମଚାରୀମାନେ କହିଛନ୍ତି।


All Right Reserved By Dharitri.Com

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଧାମନଗର,୧।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦାସଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁବେଳକୁ...

ମାର୍କେଟ ବିଲ୍ଡିଂ ଘଟଣା: ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ ଗିରଫ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ରବିବାର ମୁଖ୍ୟ ଅଭିଯୁକ୍ତ...

ମିଶନ୍‌ ସୁବିଦ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନରୁ ମିଶନ୍‌ ସୁବିଦ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଅନୁସୂଚିତ ଜାତି(ଏସ୍‌ସି), ଅନୁସୂଚିତ ଜନଜାତି(ଏସ୍‌ଟି) ହଷ୍ଟେଲଗୁଡିକରେ ସର୍ବନିମ୍ନ...

ଆଜି ନବମୀ ସନ୍ଧ୍ୟା ଦର୍ଶନ

ପୁରୀ ଅଫିସ,୧୧।୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼...

ଷ୍ଟାର୍ଟଅପ୍‌ରେ ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମର ସଫଳତା ଦେଖିବାକୁ ମିଳୁଛି। ୨୦୧୮ରେ ଓଡ଼ିଶା ଜାତୀୟ ସ୍ତରରେ ଷ୍ଟାର୍ଟଅପ୍‌ ପାଇଁ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି। ୨୦୧୫-୧୬ରେ...

ଡଷ୍ଟବିନ୍‌ରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ଅବସ୍ଥା ଗୁରୁତର

ଯାଜପୁର ଟାଉନ,୨।୧୦ (ଡି.ଏନ୍‌.ଏ.): ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଯାଜପୁର ଜିଲା ରସଲପୁର ବ୍ଲକ ଅଧୀନ ମଧୁବନ ସ୍ବାସ୍ଥ୍ୟକେନ୍ଦ୍ରରୁ ବୁଧବାର ସକାଳେ ଏକ ନବଜାତ...

ରତ୍ନଭଣ୍ଡାରକୁ ନେଇ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ପରେ ଭକ୍ତଙ୍କ ମନରେ ବଢ଼ିଲା ସନ୍ଦେହ

ପୁରୀ ଅଫିସ, ୨୮ା୧୧: ପୁଣି ଚର୍ଚ୍ଚାକୁ ଆସିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ବିଧାନସଭାରେ ମଙ୍ଗଳବାର ଆଇନ ମନ୍ତ୍ରୀ ପ୍ରତାପ ଜେନା ଏବେ ଭିତର ରତ୍ନଭଣ୍ଡାର ଖୋଲାଯିବ ନାହିଁ...

ପରିଚୟ ଫାଉଣ୍ଡେଶନ ପକ୍ଷରୁ ‘ଶ୍ରୀ ଆୱାର୍ଡସ୍‌’ର ୪ର୍ଥ ସଂସ୍କରଣ: ୧୨ ପ୍ରତିଭାଙ୍କୁ ‘ଶ୍ରୀ ଆଓ୍ବାର୍ଡ’

ଭୁବନେଶ୍ୱର,୨୧।୭(ବ୍ୟୁରୋ): ପରିଚୟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ‘ଶ୍ରୀ ଆୱାର୍ଡସ୍‌’ର ଚତୁର୍ଥ ସଂସ୍କରଣ ଶନିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ରାଜ୍ୟ ସଭା ସଦସ୍ୟ...

Leave a comment

Your email address will not be published. Required fields are marked *