Posted inଜାତୀୟ

ବଙ୍ଗଳା ଛାଡ଼ିନାହାନ୍ତି ୮୨ ଏମ୍‌ପି

ନୂଆଦିଲ୍ଲୀ,୧୬ା୯(ପି.ଟି.): ଲୋକ ସଭା କମିଟିର ତାଗିଦ ସତ୍ତ୍ୱେ ୮୨ ଏମ୍‌ପି ଏପର୍ଯ୍ୟନ୍ତ ସରକାରୀ ବଙ୍ଗଳା ଖାଲିକରିନାହାନ୍ତି। ତୁରନ୍ତ ଘର ଖାଲି କରାଇବା ପାଇଁ ପୂର୍ବତନ ଏମ୍‌ପିମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରକାର ବିଚାର କରୁଥିବା ଜଣାପଡିଛି। ପାଖାପାଖି ୨୦୦ ପୂର୍ବତନ ଏମ୍‌ପିଙ୍କୁ ବଙ୍ଗଳା ଖାଲିକରିବା ପାଇଁ ଅଗଷ୍ଟ ୧୯ରେ ସି.ଆର୍‌. ପାଟିଲଙ୍କ ନେତୃତ୍ୱରେ ଲୋକ ସଭା ହାଉସିଂ କମିଟି ନିର୍ଦ୍ଦେଶ ଦେଇଥିଲେ। ୭ ଦିନ ମଧ୍ୟରେ ସେମାନଙ୍କୁ ଘର ଛାଡ଼ିବାକୁ କୁହାଯାଇଥିବାବେଳେ ୩ ଦିନ ମଧ୍ୟରେ ବିଦ୍ୟୁତ, ପାଣି ଓ ରନ୍ଧନ ଗ୍ୟାସ ସଂଯୋଗ କାଟିଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ଅଧିକାଂଶ ଏମ୍‌ପି ବଙ୍ଗଳା ଛାଡ଼ିଥିବାବେଳେ ଏବେ ବି ୮୨ ଏମ୍‌ପି ଘର ଖାଲି କରିନାହାନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ସମ୍ପୃକ୍ତ ଏମ୍‌ପିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଉସିଂ କମିଟି ସୂତ୍ରରୁ କୁହାଯାଇଛି।


All Right Reserved By Dharitri.Com

ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ନିହତ ହୋଇଛନ୍ତି ୯୬୩ ଆତଙ୍କବାଦୀ: ଶାହ

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ୯୬୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୪୧୩ ଯବାନ ଶହୀଦ୍‌ ହୋଇଛନ୍ତି।...

‘ଜୟ ଶ୍ରୀରାମ’ କହି ୧୭ ସ୍କୁଲ ଛାତ୍ର ନିଲମ୍ବିତ

ରାଞ୍ଚି,୨୬ା୯(ପି.ଟି.): ଝାଡ଼ଖଣ୍ଡର ଷ୍ଟିଲ ସିଟି ଜାମ୍‌ଶେଦ୍‌ପୁରରେ ଏକ ଚର୍ଚ୍ଚ ଦ୍ୱାରା ପରିଚାଳିତ ସ୍କୁଲରେ ‘ଜୟ ଶ୍ରୀ ରାମ’ ଉଚ୍ଚାରଣ କରି ୧୭ ଛାତ୍ର ନିଲମ୍ବିତ ହୋଇଥିବା...

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୪ର୍ଥ ତାଲିକା ପ୍ରକାଶ କଲା ଜେଜେପି: କରନାଲରୁ ତେଜ ବାହାଦୁର

ଚଣ୍ଡିଗଡ଼,୩।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ହରିୟାଣା ଆସନ ପାଇଁ ଜନନାୟକ ଜନତା ପାର୍ଟି (ଜେଜେପି)ଗୁରୁବାର ଆଶାୟୀ ପ୍ରାର୍ଥୀଙ୍କ ୪ର୍ଥ ତାଲିକା ଜାରି...

ଉନ୍ନାଓ ବଳାତ୍କାର ମାମଲା: କୁଲଦୀପଙ୍କ ବିରୋଧରେ ଆସିପାରେ ରାୟ

ଲକ୍ଷ୍ନୌ,୧୬।୧୨: ଉନ୍ନାଓ ବହୁ ଚର୍ଚ୍ଚିତ ବଳାତ୍କାର ମାମଲାର ଶୁଣାଣି ସୋମବାର ହୋଇପାରେ। ତିସ୍‌ ହଜାରୀ କୋର୍ଟ ଭାଜପାରୁ ବିତାଡିତ ବିଧାୟକ କୁଲଦୀପ ସେନଗରଙ୍କ ବିରୋଧରେ ରାୟ...

ପତ୍ନୀଙ୍କ ଜନ୍ମଦିନରେ କେଜରିଓ୍ବାଲଙ୍କ ବିଶେଷ ଉପହାର

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ମଙ୍ଗଳବାର ହେଉଛି ଏକ ବିଶେଷ ଦିନ। ମଙ୍ଗଳବାର ସକାଳୁ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଭୋଟ...

ଫଳାଫଳ ଆସିବା ପରେ ଆଜି ପ୍ରଥମଥର ବାୟନାଡ ଗସ୍ତରେ ଯିବେ ରାହୁଲ

ଥିରୁଭାନନ୍ତପୂରମ, ୭।୬: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ଶୁକ୍ରବାର ପ୍ରଥମଥର ପାଇଁ କେରଳର ବାୟନାଡ ଗସ୍ତରେ ଯିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।...

ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ମହାରାଷ୍ଟ୍ରରେ କର୍ନାଟକ ରାଜନୀତିର ପୁନରାବୃତ୍ତି କରୁଛି ଭାଜପା: ପ୍ରିୟଙ୍କା

ମୁମ୍ବାଇ,୨୫।୧୧: ଦେଶର ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ମହାରାଷ୍ଟ୍ରରେ ଭାଜପା କର୍ନାଟକ ରାଜନୀତିର ପୁନରାବୃତ୍ତି କରୁଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଭିଯୋଗ କରିଛନ୍ତି।...

‘୨୬/୧୧ ପରେ ପାକ୍‌ ଉପରେ ଆକ୍ରମଣ ଯୋଜନା ଥିଲା’

ନୂଆଦିଲ୍ଲୀ,୨୯ା୧୨(ଆଇଏଏନ୍‌ଏସ୍‌): ୨୦୦୮ ନଭେମ୍ବ ୨୬ରେ ପାକ୍‌ ଆତଙ୍କବାଦୀ ମୁମ୍ବାଇ ଉପରେ ଆକ୍ରମଣ କରିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ...

Leave a comment

Your email address will not be published. Required fields are marked *