Posted inଜାତୀୟ

ଟାର୍ଗେଟରେ ମନ୍ଦିର, ରେଳଷ୍ଟେଶନ

ଚଣ୍ଡିଗଡ଼/ରୋହତକ,୧୬ା୯ : ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଯିବା ପରେ ଭାରତ ବିରୋଧରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ବିଷ ଓକାଳୁଥିବାବେଳେ ପଡ଼ୋଶୀ ଦେଶର ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଲେଣି। ଦଶହରାରେ ଭାରତର ୬ ରାଜ୍ୟର ମନ୍ଦିର ଓ ୧୧ଟି ରେଳଷ୍ଟେଶନକୁ ବିସ୍ଫୋରଣରେ ଉଡ଼ାଇଦେବା ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଧମକ ଦେଇଛି। ପଠାନ୍‌କୋଟ ଆକ୍ରମଣର ମାଣ୍ଡରମାଇଣ୍ଡ ମୌଲାନା ମାସୁଦ୍‌ ଆଝାରଙ୍କ ନେତୃତ୍ୱାଧୀନ ଜୈଶ୍‌ଠାରୁ ଏଭଳି ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ସମ୍ପୃକ୍ତ ରେଳଷ୍ଟେଶନ ଓ ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ମିଳିଥିବା ସୂଚନାନୁସାରେ ହରିୟାଣାର ରୋହତକ୍‌ସ୍ଥିତ ରେଳଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟକୁ ହିନ୍ଦୀରେ ଲେଖାଯାଇଥିବା ଏକ ଚିଠି ଡାକ ଯୋଗେ ଆସିଛି। ଶନିବାର ହସ୍ତଗତ ହୋଇଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜୈଶ୍‌ ଟାର୍ଗେଟରେ ଦେଶର ୧୦ ରାଜ୍ୟର ଅନେକ ମନ୍ଦିର ଓ ୧୧ଟି ରେଳଷ୍ଟେଶନ ରହିଛି। ଅକ୍ଟୋବର ୮ରେ ବିସ୍ଫୋରଣ କରି ରଓ୍ବୋଡି, ହିସାର, ରୋହତକ୍‌, କୁରୁକ୍ଷେତ୍ର, ମୁମ୍ବାଇ ସିଟି, ବେଙ୍ଗାଲୁରୁ, ଚେନ୍ନାଇ, ଜୟପୁର, ଭୋପାଳ, କୋଟା ଓ ଇଟାର୍ସିରେ ଥିବା ରେଳଷ୍ଟେଶନଗୁଡ଼ିକୁ ଉଡ଼ାଇ ଦିଆଯିବ। ସେହିପରି ୬ଟି ରାଜ୍ୟର ଅନେକ ମନ୍ଦିରକୁ ମଧ୍ୟ ଆକ୍ରମଣ କରି ଧ୍ୱସ୍ତବିଧ୍ୱସ୍ତ କରିଦିଆଯିବ। ଜମ୍ମୁ-କଶ୍ମୀରର ଜୈଶ୍‌ ଏରିଆ କମାଣ୍ଡର ମାସୁଦ୍‌ ଅହମ୍ମଦ ଉକ୍ତ ଚିଠି ପଠାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ଆମେ ଜେହାଦୀମାନେ ହଜାର ହଜାର ସଂଖ୍ୟାରେ ରହିଛୁ। ଆତଙ୍କବାଦୀଙ୍କ ହତ୍ୟାର ପ୍ରତିଶୋଧ ସ୍ବରୂପ ଆମେ ଭାରତକୁ ଧ୍ୱଂସ କରିଦେବୁ। ସାରା ଭାରତରେ ରକ୍ତର ହୋଲି ଖେଳିବୁ ବୋଲି ଏଥିରେ ଧମକ ଦିଆଯାଇଛି। ପୋଲିସ ମଧ୍ୟ ଉକ୍ତ ଚିଠି ମିଳିଥିବା ସ୍ପଷ୍ଟ କରିଛି। ତେବେ ଏହି ପତ୍ର କଶ୍ମୀରର ମାସୁଦ୍‌ ଅହମ୍ମଦ ପଠାଇଛନ୍ତି ନା କରାଚୀରୁ ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାର ପଠାଇଛନ୍ତି ସେନେଇ ପୋଲିସ ତନାଘନା ଚଳାଇଛି। ମନ୍ଦିର ଓ ରେଳଷ୍ଟେଶନଗୁଡ଼ିକରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବା ସହ ସବୁଠି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି। ପ୍ରକାଶ ଯେ, କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର ପରେ ଜୈଶ୍‌ ଜଳପଥରେ ଭାରତ ଆକ୍ରମଣ କରିପାରେ ବୋଲି ନୌସେନା ମୁଖ୍ୟ ଆଡ୍‌ମିରାଲ କରମ୍‌ବୀର ସିଂ ଗତ ମାସରେ ସ୍ପଷ୍ଟ କରିଥିଲେ। ୫୦ ଜଣ ଜୈଶ୍‌ ଆତଙ୍କବାଦୀ ଭାରତ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ନେଇ ବର୍ଡର ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରୁ ମଧ୍ୟ କୁହାଯାଇଥିଲା। ପାକିସ୍ତାନୀ ସେନା ଓ ସେଠାକାର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଜୈଶ୍‌ ଆତଙ୍କବାଦୀଙ୍କ ତାଲିମ ଦେଇ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ମଧ୍ୟ ନିକଟରେ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ଜାଣିବାକୁ ପାଇଛନ୍ତି।


All Right Reserved By Dharitri.Com

ମ୍ୟାଜିକ୍‌ ନମ୍ବରକୁ ଏକାକୀ ଟପିଲା ଭାଜପା

ନୂଆଦିଲ୍ଲୀ, ୨୪।୫: ଦେଶ ସାରା ଭାଜପା କ୍ୟାମ୍ପରେ ଏବେ ଖୁସିର ଲହରି, ଉତ୍ସବର ପରିବେଶ। ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ...

ସିଆଚେନ୍‌ରେ ହାତୁଡ଼ିରେ ପିଟିଲେ ଅଣ୍ଡା ବି ଫାଟୁନି: ଖାଦ୍ୟ ପାଇଁ ହନ୍ତସନ୍ତ ଯବାନ

ସିଆଚେନ୍‌, ୯।୬: ସିଆଚେନ୍‌ରେ ୨୦ ହଜାର ମିଟର ଉପରେ ଦେଶର ସୁରକ୍ଷା ପାଇଁ ମୁତୟନ ରହିଛନ୍ତି ସେନା ଯବାନ। ଯବାନଙ୍କ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀ...

ହଳଦୀ ମିଶା କ୍ଷୀରପାନ ଅବସାଦ ଦୂରକରେ

ନୂଆଦିଲ୍ଲୀ: ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର...

ପ୍ରକୃତ ରୂପକୁ ଫେରୁଛି ପ୍ରକୃତି

ନୂଆଦିଲ୍ଲୀ: କୋଭିଡ୍‌-୧୯କୁ ନେଇ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। ଏହାକୁ ନେଇ ଅବ୍ୟବସ୍ଥିତ ହୋଇପଡ଼ିଛି ସାରା ବିଶ୍ୱ। ସଂକ୍ରମଣ ରୋକିବାକୁ ଭାରତ ଏବେ ୨୧ଦିନିଆ ଲକ୍‌ଡାଉନ୍‌ରେ।...

ହିନ୍ଦୁ ମୁସଲମାନ ମିଳିମିଶି ନିର୍ମାଣ କରନ୍ତୁ ମନ୍ଦିର-ମସଜିଦ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ଐତିହାସିକ ରାୟ ଦେଇଛନ୍ତି ତାହା...

ଜେସିବି-ଡମ୍ପର ସମେତ ୯ ଗାଡ଼ିରେ ନିଆଁ ଲଗାଇଲେ ମାଓବାଦୀ

ଦନ୍ତଓ୍ବାଡା,୨୪।୧୧: ଛତିଶଗଡ଼ ଦନ୍ତଓ୍ବାଡାରେ ମାଓବାଦୀମାନେ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଉଥିବା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଁ ସରକାରଙ୍କ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ-କଶ୍ମୀର,୧୭।୮: ପାକିସ୍ତାନ ଶନିବାର ଜମ୍ମୁ-କଶ୍ମୀର ରାଜୌରି ଜିଲାର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି। ଶହୀଦ ଯବାନ...

ଆସନ୍ତାକାଲିଠାରୁ ୩ ଦିନ ଯାଏଁ ଉତ୍ତରପ୍ରଦେଶ ଲକ୍‌ଡାଉନ୍‌

ଲକ୍ଷ୍ନୌ,୨୪।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ଉତ୍ତରପ୍ରଦେଶର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ୩ ଦିନ ଯାଏଁ ଉତ୍ତରପ୍ରଦେଶର...

Leave a comment

Your email address will not be published. Required fields are marked *