Posted inଖେଳ

ତ୍ରି-ରାଷ୍ଟ୍ରୀୟ ଟି୨୦: ଆଫଗାନିସ୍ତାନକୁ ଜିତାଇଲେ ନବି

ଢାକା, ୧୫।୯- ସ୍ଥାନୀୟ ଶେର୍‌ ଇ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ଆଫଗାନିସ୍ତାନ ୨୫ ରନରେ ଘରୋଇ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଆଫଗାନିସ୍ତାନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମହମ୍ମଦ ନବିଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୬୪ ରନ୍‌ କରିଥିଲା। ନବି ୫୪ ବଲରୁ ୭ ଛକା ଓ ୩ ଚୌକା ବଳରେ ୮୪ ରନ କରିଥିବାବେଳେ ଅସଘର ଆଫଘାନ (୪୦) ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ। ବାଂଲାଦେଶ ପକ୍ଷରୁ ମହମ୍ମଦ ସୈଫୁଦ୍ଦିନ ୪ ଓ ଶାକିବ ଅଲ୍‌ ହାସନ ୨ଟି ଉଇକେଟ୍‌ ନେଇଥିଲେ। ଜବାବରେ ବାଂଲାଦେଶ ୧୯.୫ ଓଭରରେ ୧୩୯ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ମହମ୍ମଦୁଲା ୪୪, ସବିର ରହମାନ ୨୪, ଆଫିଫ୍‌ ହୋସେନ ୧୬, ଶାକିବ ଓ ମୁସ୍ତାଫିଜୁର ରହମାନ ୧୫ ରନ କରିଥିଲେ। ବିଜୟୀ ଆଫଗାନିସ୍ତାନ ପକ୍ଷରୁ ମୁଜିବ ଉର୍‌ ରହମାନ ୪ ଏବଂ ଫରିଦ୍‌ ମଲିକ, ଗୁଲାବଦିନ ନାଇବ ଓ ଅଧିନାୟକ ରଶିଦ ଖାଁ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଆଫଗାନିସ୍ତାନର ଏହା ଲଗାତର ୨ୟ ବିଜୟ। ଶନିବାର ଆଫଗାନିସ୍ତାନ ଏହାର ପ୍ରଥମ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ପରାସ୍ତ କରିଥିଲା। ଦୁଇ ବିଜୟ ସହ ଆଫଗାନିସ୍ତାନ ୮ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି। ବାଂଲାଦେଶ (୪) ଓ ଜିମ୍ବାଓ୍ବେ (୦) ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି।


All Right Reserved By

Posted inଖେଳ

ପୁଅ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ କ୍ରିକେଟର, କୋଟି କୋଟି ଟଙ୍କା ରୋଜଗାର: ବାପା ଏବେ ବି ରେଳ ଷ୍ଟେଶନରେ ବିକୁଛନ୍ତି ବିସ୍କୁଟ

କୁହାଯାଏ, ପୁଅ କିମ୍ବା ଝିଅଟିଏ ଯଦି ରୋଜଗାରକ୍ଷମ ହୋଇ ନିଜ ଆୟରେ ଚଳିବା ସହ ପରିବାର ଚଳାଇଥାନ୍ତି ସେତେବେଳେ ମାବାପାଙ୍କ ଦୁଃଖ ଦୂର ହୁଏ। କିନ୍ତୁ...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ଫାଇନାଲ

ବର୍ମିଂହାମ୍‌,୧୨।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଦ୍ୱିତୀୟ ଦଳ ଭାବେ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ...

ଦ୍ୱିତୀୟ ରାଉଣ୍ଡରେ ନାଗଲ

ନୂଆଦିଲ୍ଲୀ,୨୧।୮(ପିଟି): ଯୁବ ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର କ୍ୱାଲିଫାୟର୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।...

ରାସ୍ତାରେ ମାଙ୍କଡଚିତ କରୁଥିବା ଦୁଇ ଛାତ୍ରୀଛାତ୍ରଙ୍କ ଦାୟିତ୍ୱ ନେଲା ସାଇ

କୋଲକାତା,୫।୯: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଦୁଇ ଛାତ୍ରୀଛାତ୍ର ସ୍କୁଲ ପୋଷାକ ପିନ୍ଧି ରାସ୍ତାରେ ମାଙ୍କଡଚିତ (ସମରସଲ୍ଟ) କରୁଥିବାର ଦେଖିବାକୁ...

ଜାତୀୟ ଶିବିରରେ ଜବାମଣୀ, ଆରତୀ, ସୋନୀ

କଟକ ଅଫିସ,୪ା୧୦- ଚଳିତମାସ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଜାତୀୟ ମହିଳା ଫୁଟବଲ ଦଳର ଶିବିର ଅନୁଷ୍ଠିତ ହେବ। ଏଏଫସି ମହିଳା ଏସିଆନ-୨୦୨୨ ଯୋଗ୍ୟତା...

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ସ୍ତ୍ରୀ ଏବେ ବି ଚୁଲିରେ ରୋଷେଇ କରୁଛନ୍ତି, ନାଁ ଜାଣି ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଭାରତୀୟ କ୍ରିକେଟରଙ୍କୁ କୋଟି କୋଟି ଟଙ୍କା ପାରିଶ୍ରମିକ ମିଳିଥାଏ। ଆଇପିଏଲ ଆରମ୍ଭ ହେବା ପରଠାରୁ ଖେଳାଳିମାନେ ଆଗ ଅପେକ୍ଷା ଆହୁରି ଅଧିକ ରୋଜଗାର କରୁଛନ୍ତି।...

ସମସ୍ତଙ୍କ ହୃଦୟ ଜିତିଲେ ସୁମିତ୍‌ ନାଗଲ

ନୂଆଦିଲ୍ଲୀ,୨୭।୮:ଯୁବ ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ ଓପନର ପ୍ରଥମ ମ୍ୟାଚ୍‌ ହାରି ଯାଇଥିଲେ ମଧ୍ୟ ସମସ୍ତଙ୍କ...

ଦେଶର ଡୋପ ଟେଷ୍ଟ ଲାବ୍‌ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୨୩।୮(ପି.ଟି.): ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଶୁକ୍ରବାର ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ)କୁ ଭର୍ତ୍ସନା କରି ଦେଶରେ ଥିବା ଏକମାତ୍ର ଓ୍ବାଡା ସ୍ବୀକୃତି ପ୍ରାପ୍ତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *