Posted inଖେଳ

ଓସିଏ ଚୟନକର୍ତ୍ତାଙ୍କୁ ନ ଡ଼ାକି ଶେଷ କରିଦେଲେ ଚୟନ ପ୍ରକ୍ରିୟା

କଟକ ଅଫିସ,୧୫ା୯-୧୯ବର୍ଷରୁ କମ୍‌ ରାଜ୍ୟ ବାଳକ କ୍ରିକେଟ ଦଳର ଚୟନପ୍ରକ୍ରିୟା ସରିଗଲା ପଛେ ଚୟନକର୍ତ୍ତାଙ୍କୁ ଖୋଜା ପଡ଼ିଲାନି। ଚୟନ ପ୍ରକ୍ରିୟା ନେଇ ଥରେ ଫୋନ୍‌ କି ମେସେଜ ମଧ୍ୟ ଦିଆଗଲାନି। ଏଭଳି ସ୍ଥିତିରେ ପହଞ୍ଚିଲାଣି ରାଜ୍ୟ କ୍ରିକେଟର ସ୍ଥିତି। ରାଜ୍ୟ ଜୁନିୟର ଚୟନ କମିଟିର ଦୁଇ ଜଣ ଚୟନକର୍ତ୍ତାଙ୍କ ଅନୁପସ୍ଥିତିରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। କମିଟିରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ ଜଣ ସଦସ୍ୟ ଅଛନ୍ତି। ଜୁନିୟର ଦଳର ଚୟନ ପ୍ରକ୍ରିୟାରେ ବିପୁଳ ଅର୍ଥ କାରବାର ହେଉଥିବା ପୂର୍ବରୁ ଅଭିଯୋଗ ଅଛି। ଜଣେ ଚୟନକର୍ତ୍ତା ଏ ସମ୍ପର୍କରେ ସୋସିଆଲ ମିଡ଼ିଆରେ ମଧ୍ୟ ପୋଷ୍ଟ ମଧ୍ୟ କରିଥିଲେ। ଓସିଏ କର୍ମଚାରୀମାନେ ନିଜର ଏପରି ମନ୍ଦ ଉଦ୍ଦେଶ୍ୟରୁ ଦୂରେଇ ରଖିବା ପାଇଁ ଏହି ଦୁଇ ଚୟନକର୍ତ୍ତାଙ୍କୁ ଚୟନପ୍ରକ୍ରିୟାକୁ ଡକାଯାଇ ନ ଥିବା କେତେଜଣ ପୂର୍ବତନ କ୍ରୀଡ଼ାବିତ କହିଛନ୍ତି ।
କ୍ରିକେଟ ଆସୋସିଏଶନ(ଓସିଏ) ଦ୍ୱାରା ଗତ ୧୦ ତାରିଖରୁ କଟକର ୨ଟି ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ ରାଜ୍ୟ ବାଳକ କ୍ରିକେଟ ଦଳର ଚୟନପ୍ରକ୍ରିୟା ଶନିବାର ଶେଷ ହୋଇଛି। ବିଡ଼ାନାସୀ ଓ ବୋଷ ଗ୍ରାଉଣ୍ଡରେ ମୋଟ ୩ଟି ଟ୍ରାଏଲ ମ୍ୟାଚ୍‌ ଖେଳାଯାଇଥିଲା। ୧୧ ଓ ୧୨ ତାରିଖରେ ବର୍ଷା ହେବା ଯୋଗୁଁ ଏହାକୁ ଦୁଇ ଦିନ ଘୁଞ୍ଚାଯାଇଥିଲା। ପ୍ରଥମେ ରାଜ୍ୟରୁ ମୋଟ ୬୨ଜଣ ଖେଳାଳିଙ୍କ ନାମ ଏହି ଶିବିର ନିମନ୍ତେ ସ୍ଥିର କରିଥିଲା ଓସିଏ । ପରେ ୮୦ ଓ ଏହା ପରେ ୧୦୦ଟପିଥିଲା ଶିବିରରେ ଯୋଗଦେଇ ଥିବା ଖେଳାଳିଙ୍କ ସଂଖ୍ୟା । କେଉଁ ଜିଲାରୁ କେତେଜଣ ଲେଖାଏ ଖେଳାଳି ପଠାଯିବେ ସେନେଇ ଯେଉଁ ନିୟମ କରିଥିଲା ଓସିଏ ତାହାକୁ ପରବର୍ତ୍ତୀ ସମୟରେ ଖୋଲାଖୋଲି ଭାଙ୍ଗି ଦିଆଯାଇଥିଲା। ଓଦା ଗ୍ରାଉଣ୍ଡରେ ୧୦୦ଖେଳାଳିଙ୍କୁ ନେଇ ମାତ୍ର ୩ଟି ଟ୍ରାଏଲ ମ୍ୟାଚ୍‌ରେ ଓସିଏର ଏହି ଚୟନପ୍ରକ୍ରିୟା ଶେଷ ହୋଇଗଲା। ଆଉ କିଛି ଦିନ ପରେ ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ କରାଯିବ। ହେଲେ ଖେଳାଳି ଚୟନପ୍ରକ୍ରିୟାରେ ଅନେକ ଜାଲିଆତି ହୋଇଛି ଏବେ ଅଭିଯୋଗ ଉଠିଲାଣି। ଯେଉଁ ଦୁଇ ଜଣ ଚୟନକର୍ତ୍ତାଙ୍କୁ ଡକାଗଲାନି ସେମାନେ ଦୀର୍ଘବର୍ଷ ଧରି ରାଜ୍ୟ ଜୁନିୟର ଚୟନ କମିଟିରେ ଅଛନ୍ତି। ହେଲେ ଦୁଇ ଚୟନକର୍ତ୍ତାଙ୍କୁ କାହିଁକି ଡକାଗଲାନି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଉତ୍ତର ଦେଉନାହାନ୍ତି ଓସିଏର ଅଧିକାରୀମାନେ। ବିଗତ ବର୍ଷ ଗୁଡ଼ିକରେ ରାଜ୍ୟ ଜୁନିୟର କ୍ରିକେଟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ରହିଛି।
ଗତ ଅଗଷ୍ଟ ୨୪ରେ ରାଜ୍ୟ ଜୁନିୟର ଚୟନ କମିଟିର ଜଣେ ସଦସ୍ୟ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଚୟନ ପ୍ରକ୍ରିୟାରେ ଅର୍ଥ କାରବାର ହେଉଛି ବୋଲି ଉଲ୍ଲେଖ କରିବା ସହ ଏଥିରେ ଓସିଏର ଅନେକ ଅଧିକାରୀ ସାମିଲ ବୋଲି ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ଫୋନ୍‌ କଲରେ ଟଙ୍କା ଯଚାହେଉଛି ବୋଲି ଏହି ସଦସ୍ୟଜଣଙ୍କ ସୂଚନା ମଧ୍ୟ ଦେଇଥିଲେ ।


All Right Reserved By Dharitri.Com

Posted inଖେଳ View All

ଅତ୍ୟଧିକ ଅପିଲ: କୋହଲିଙ୍କୁ ଜରିମାନା

ସାଉଥାମ୍ପଟନ, ୨୪।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଜରିମାନାର ସମ୍ମୁଖୀନ ହୋଇଛନ୍ତି। ଶନିବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ଆକ୍ରମଣାତ୍ମକ ଢଙ୍ଗରେ ଅତ୍ୟଧିକ ଅପିଲ...

ଟି୨୦ ବିଶ୍ୱକପ୍‌: ଖେଳାଳିଙ୍କୁ ୨ ସପ୍ତାହ ଆସୋଲେଶନ ପାଇଁ ଡୁପ୍ଲେସିଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୪।୫ (ପି.ଟି.):ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି ଅଷ୍ଟ୍ରେଲିଆରେ ଆଗକୁ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି।...

ଫ୍ରେଞ୍ଚ୍‌ ଓପନ ଟେନିସ: ନାଡାଲ, ଫେଡରର ତୃତୀୟ ରାଉଣ୍ଡରେ

ପ୍ୟାରିସ, ୩୦।୫(ଏଏଫପି)- ସ୍ପେନର ରାଫାଲ ନାଡାଲ ଓ ସୁଇଜରଲାଣ୍ଡର ରୋଜର ଫେଡରର ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।...

ବେଲଜିୟମ ଟୁର୍‌ରେ ଭାରତର ଶତପ୍ରତିଶତ ରେକର୍ଡ

ଆଣ୍ଟ୍ବେର୍ପ(ବେଲଜିୟମ), ୪।୧୦- ବେଲଜିୟମ ଟୁର୍‌ରେ ଭାରତୀୟ ହକି ଦଳ ଶତ ପ୍ରତିଶତ ବିଜୟ ରେକର୍ଡ ହାସଲ କରିଛି। ଦଳ ଖେଳିଥିବା ୫ଟି ଯାକ ମ୍ୟାଚରେ ବିଜୟ...

ୟୁଏସ୍‌ ଓପନ୍‌: ବିପର୍ଯ୍ୟୟ: କ୍ୱାର୍ଟରରୁ ଫେଡରରଙ୍କ ବିଦାୟ

ନ୍ୟୁୟର୍କ, ୫।୯ (ଏଏଫ୍‌ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ର କ୍ୱାର୍ଟର ଫାଇନାଲରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି।...

ଆଉଟ୍‌ ନ ହେବା ସତ୍ତ୍ୱେ ପ୍ୟାଭିଲିଅନ ଫେରିଲେ ଯୁବି

ନୂଆଦିଲ୍ଲୀ,୨୬।୭- ଯୁବରାଜ ସିଂ (ଯୁବି) ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିଛନ୍ତି। ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ ଦ୍ୱିତୀୟ...

ଓହରିଲେ ଜୋକୋଭିଚ୍‌, କ୍ୱାର୍ଟରରେ ଓ୍ବାରିଙ୍କା

ନ୍ୟୁୟର୍କ,୨।୯: ଡିଫେଣ୍ଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ୟୁଏସ୍‌ ଓପନ ପ୍ରିକ୍ୱାର୍ଟର ଫାଇନାଲରୁ ଓହରି ଯାଇଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ନଂ ୧ ସିଡ୍‌ ଜୋକୋଭିଚ୍‌ ୬-୪,...

ଅଲିମ୍ପିକ୍ସ ସ୍ଥଗିତ ପାଇଁ ଗ୍ଲୋବାଲ ଆଥ୍‌ଲେଟ ଗ୍ରୁପ୍‌ର ଆହ୍ବାନ

ଟୋକିଓ, ୨୨ା୩ (ଏପି)- ମହାମାରୀ କରୋନା ଭାଇରସ୍‌ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନ ଆସିଛି, ସେ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ଲାଗି ଗ୍ଲୋବାଲ୍‌...

Leave a comment

Your email address will not be published. Required fields are marked *