Posted inଜାତୀୟ

ଅରୁଣାଚଳରେ ଉଗ୍ରପନ୍ଥୀ ଆକ୍ରମଣ: ବିଧାୟକଙ୍କ ସମେତ ୧୧ ଜଣଙ୍କୁ ହତ୍ୟା

ଇଟାନଗର,୨୨ା୫(ପି.ଟି./ଆଇଏନ୍‌ଏସ୍‌): ଅରୁଣାଚଳ ପ୍ରଦେଶରେ ନାଗା ଉଗ୍ରପନ୍ଥୀମାନେ ମଙ୍ଗଳବାର ଜଣେ ବିଧାୟକଙ୍କ ସମେତ ୧୧ ଜଣଙ୍କୁ ହତ୍ୟା କରିଛନ୍ତି। ବିଧାୟକ ତଥା ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ପ୍ରାର୍ଥୀ ତିରୋଙ୍ଗ ଓ ଅନ୍ୟମାନେ ୩ଟି କାର୍‌ରେ ଆବୋହ ଆସାମରୁ ଫେରୁଥିବାବେଳେ ଅରୁଣାଚଳର ତିରାପ ଜିଲାର ଏକ ସ୍ଥାନରେ ଉଗ୍ରବାଦୀମାନେ ସେମାନଙ୍କୁ ଅଟକରାଇ ଆଖିବୁଜା ଗୁଳିବର୍ଷା କରିଥିଲେ। ଏଥିରେ ତିରୋଙ୍ଗ, ତାଙ୍କ ପରିବାରର ୬ ଜଣ ଓ ୪ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି। ଉଗ୍ରପନ୍ଥୀଙ୍କୁ ଧରିବା ଲାଗି ଆସାମ ରାଇଫଲ୍ସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନକୁ ଜୋର୍‌ଦାର କରାଯାଇଛି। ଏନ୍‌ପିପି ଅଧ୍ୟକ୍ଷ ତଥା ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍‌ ସଙ୍ଗ୍‌ମା ଏହାର ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଖୋନ୍‌ସା ଓ୍ବେଷ୍ଟ ନିର୍ବାଚନମଣ୍ଡଳୀ ବିଧାୟକ ତିରୋଙ୍ଗ ସଦ୍ୟ ସମାପ୍ତ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ପୁନଃ ନିର୍ବାଚିତ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଗ୍ରପନ୍ଥୀ ସଙ୍ଗଠନ ନ୍ୟାଶନାଲିଷ୍ଟ ସୋସିଆଲିଷ୍ଟ କାଉନ୍‌ସିଲ୍‌ ଅଫ୍‌ ନାଗାଲାଣ୍ଡ ଇସାକ୍‌ ଆଣ୍ଡ ମୁଇଭା (ଏନ୍‌ଏସ୍‌ସିଏନ୍‌-ଆଇଏମ୍‌) ପକ୍ଷରୁ ପୂର୍ବରୁ ତିରୋଙ୍ଗଙ୍କୁ ହତ୍ୟା ଧମକ ମିଳିଥିଲା। ତିରୋଙ୍ଗ ନିଜ ପରିବାର ସହ ୩ଟି କାର୍‌ରେ ଆସାମରୁ ଖୋନ୍‌ସାକୁ ଫେରୁଥିଲେ। ଗୋଟିଏ କାର୍‌ ତିରୋଙ୍ଗଙ୍କ ପୁଅ ଚଳାଉଥିଲେ। ସେମାନେ ପୂର୍ବାହ୍ନ ୧୧ଟା ୩୦ରେ ଅରୁଣାଚଳ ରାଜଧାନୀ ଇଟାନଗରଠାରୁ ୨୬୦ କି.ମି. ଦୂର ବୋଗାପାନିରେ ପହଞ୍ଚତ୍ଥିବାବେଳେ ସଶସ୍ତ୍ର ଏନ୍‌ଏସ୍‌ସିଏନ୍‌-ଆଇଏମ୍‌ ଉଗ୍ରପନ୍ଥୀମାନେ ଅଟକାଇ ଖୁବ୍‌ ନିକଟରୁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ତିରାପ ଡେପୁଟି କମିଶନର ପି.ଏନ୍‌. ଥୁଙ୍ଗନ୍‌ ସୂଚନା ଦେଇଛନ୍ତି। ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏହି ଆକ୍ରମଣର ଦୃଢ଼ନିନ୍ଦା କରିଛନ୍ତି। ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ୍‌ ସଙ୍ଗ୍‌ମା ଏହାକୁ ଅତ୍ୟନ୍ତ ବର୍ବର ବୋଲି ଅଭିହିତ କରିବା ସହ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କନ୍‌ରାଡ୍‌ ଦାବି କରିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଶୋକବ୍ୟକ୍ତ କରିବା ସହ ସମବେଦନା ଜଣାଇଛନ୍ତି। ହତ୍ୟାକାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ସେ ଟୁଇଟ୍‌ କରିଛନ୍ତି।


All Right Reserved By Dharitri.Com

ଦ୍ୱିତୀୟ ଥର ମୋଦି ସରକାର:ଶପଥ ନେଲେ ୨୪ କ୍ୟାବିନେଟ, ୯ ସ୍ବାଧୀନ, ୨୪ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ,୩୧।୫:ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ବିପୁଳ ବିଜୟ ପରେ ଗୁରୁବାର ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ...

ଲୁଙ୍ଗି, ଚପଲ ପିନ୍ଧି ଗାଡି ଚଳାଇବା ଉପରେ ମତ ରଖିଲେ ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଆରମ୍ଭ ହେବାପରେ ଲୋକଙ୍କ ବହୁ ସଂଖ୍ୟାରେ ଚାଲାଣ କଟୁଥିବା ଦେଖିବାକୁ ମିଳିଛି। ନିକଟରେ ଲୁଙ୍ଗି ଓ ଚପଲ...

ଆଇସିୟୁରୁ ବାହାରିଲେ ଉନ୍ନାଓ ବଳାତ୍କାର ପୀଡିତା

ନୂଆଦିଲ୍ଲୀ,୧।୯: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ ତାଙ୍କୁ...

ନଭଲଖାଙ୍କୁ ୪ ସପ୍ତାହ ଗିରଫରୁ ମୁକ୍ତି

ନୂଆଦିଲ୍ଲୀ,୧୬ା୧୦(ପି.ଟି.): ଭୀମା କୋରେଗାଁଓ ହିଂସା ମାମଲାରେ ନାଗରିକ ଅଧିକାର କର୍ମୀ ଗୌତମ ନଭଲଖାଙ୍କୁ ଗିରଫଦାରିରୁ ୪ ସପ୍ତାହ ଅନ୍ତରୀଣ ସୁରକ୍ଷା ମିଳିଛି। ଜଷ୍ଟିସ୍‌ ଅରୁଣ ମିଶ୍ର...

ପିତା ଅରୁଣଙ୍କ ପରି ଝିଅ ସୋନାଲୀ ଏବଂ ପୁଅ ରୋହନ ମଧ୍ୟ ଆଇନଜୀବୀ

ନୂଆଦିଲ୍ଲୀ, ୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଶନିବାର ୬୬ ବର୍ଷ ବୟସରେ ପରଲୋକ ଘଟିଛି। ୧୯୫୨ ଡିସେମ୍ବର ୨୮ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ।...

ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣ: ସ୍ଥାନୀୟ ଦୋକାନୀ ମୃତ

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲା ଅବନ୍ତିପୁରା ଅଞ୍ଚଳର ଜଣେ ସ୍ଥାନୀୟ ଦୋକାନୀଙ୍କୁ ବୁଧବାର ସନ୍ଧ୍ୟାରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି।...

ଉନ୍ନାଓ ମାମଲା: ଏମ୍ସରେ ଶୁଣାଣି

ନୂଆଦିଲ୍ଲୀ,୧୨ା୯ (ପି.ଟି./ଆଇଏଏନ୍‌ଏସ୍‌): ଉନ୍ନାଓ ପୀଡ଼ିତା ଚିକିତ୍ସିତ ହେଉଥିବା ନୂଆଦିଲ୍ଲୀର ଏମ୍ସରେ ବୁଧବାର ‘ଇନ୍‌ କ୍ୟାମେରା’ ପ୍ରୋସିଡିଂ ଆରମ୍ଭ ହୋଇଛି। ବଳାତ୍କାର ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ...

ସଡ଼କ ଦୁର୍ଘଟଣାରେ ମନ୍ତ୍ରୀଙ୍କ ପୁଅ ମୃତ

ଲକ୍ଷ୍ନୌ, ୨୬।୬: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଉତ୍ତରାଖଣ୍ଡ ସରକାରର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କ ପୁଅ ଅଙ୍କୁର। ଏକ ବିବାହ ଭୋଜି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *