ଶତାଧିକ ମାଛ ମୃତ:ଠିକାସଂସ୍ଥା ନାମରେ ଅଭିଯୋଗ

ବଇଣ୍ଡା,୧୫।୯(ଡି.ଏନ.ଏ.)-କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତରେ ଥିବା ଚନ୍ଦନ ପୋଖରୀରେ ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କରୁଥିବା ଠିକାସଂସ୍ଥା ପକ୍ଷରୁ ଶୁକ୍ରବାରଠାରୁ ରବିବାର ୩ ଦିନ ଧରି ବିଷାକ୍ତ ବସ୍ତୁ ପକାଯାଉଛି। ଫଳରେ ପୋଖରୀ ପାଣି ବିଷାକ୍ତ ହେବାସହିତ ଶତାଧିକ ମାଛ ରବିବାର ସକାଳେ ମରି ଭାସୁଥିବା ଦେଖିବାକୁ ମିଳିଛି। ଏ ନେଇ ପୋଖରୀକୁ ନିଲାମ ନେଇଥିବା ଶରଧାମୁଣ୍ଡା ଗ୍ରାମର ସୁରଥ ପ୍ରଧାନ ହଣ୍ଡପା ଥାନାରେ ଠିକାସଂସ୍ଥା ନାମରେ ଲିଖିତ ଅଭିଯୋଗ କରିଛନ୍ତି।
ଘଟଣାରୁ ଜଣାପଡ଼ିଛି, ଚଳିତ ମାସ ୧୧,୧୨,୧୩ ତାରିଖରେ ପ୍ରଶାସନ ଓ ଠିକାସଂସ୍ଥା ପକ୍ଷରୁ ବଇଣ୍ଡା ଛକ ଅଞ୍ଚଳରେ ଥିବା ଦୋକାନ ଓ ବାସ ଗୃହ ଉଚ୍ଛେଦ କରାଯାଇଥିଲା। ଏଥିରୁ ବାହାରିଥିବା ଅଶଂବିଶେଷ ଓ ବିଷାକ୍ତ ବସ୍ତୁ ଗୁଡ଼ିକ ଠିକାସଂସ୍ଥା ପକ୍ଷରୁ ଚନ୍ଦନ ପୋଖରୀରେ ପକାଯାଇଛି। ଫଳରେ ଶହ ଶହ ମାଛ ମରି ଯାଇଛନ୍ତି। ଏହି ପୋଖରୀରେ ବଇଣ୍ଡା, ନୁନୁକାପଶି, ଶଙ୍ଖାରୀସାହି, ଦଳିତସାହି ଆଦି ଗ୍ରାମବାସୀ ଶୌଚ କରୁଥିବାବେଳେ ଏବେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ ବୋଲି ସନ୍ଦେହ କରାଯାଉଛି। ତୁରନ୍ତ ଠିକାସଂସ୍ଥା ପକ୍ଷରୁ ପୋଖରୀ ପାଣିକୁ ଶୁଦ୍ଧ କରିବା ସହ ବିଷାକ୍ତ ବସ୍ତୁ ଅନ୍ୟତ୍ର ପକାଇବା ପାଇଁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ନୁନୁକାପଶି ସରପଞ୍ଚ ଜଳଧର ସାହୁ କହିଛନ୍ତି, ୨୦୧୮ରେ ଉକ୍ତ ପୋଖରୀରେ ଉକ୍ତ ଠିକାସଂସ୍ଥା ପକ୍ଷରୁ ବିଷାକ୍ତ ବସ୍ତୁ ପକାଯାଇଥିବାବେଳେ ପଞ୍ଚାୟତ ପକ୍ଷରୁ ମନା କରାଯାଇଥିଲା। ପୁଣି ୩ଦିନ ହେବ ବିଷାକ୍ତ ବସ୍ତୁ ଠିକାସଂସ୍ଥା ପକ୍ଷରୁ ଜୋର ଜବରଦସ୍ତ ପକାଯାଉଛି। ଫଳରେ ପୋଖରୀ ପାଣି ବିଷାକ୍ତ ହେବାସହ ମଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏ ନେଇ ପଞ୍ଚାୟତ ପକ୍ଷରୁ ଆଠମଲ୍ଲିକ ଉପଜିଲାପାଳ, କିଶୋରନଗର ବିଡିଓ, ତହସିଲଦାରଙ୍କୁ ଅବଗତ କରାଯାଇଛି। ଠିକାସଂସ୍ଥା ନାମରେ ମାମଲା ରୁଜୁ କରାଯିବ। ଏ ନେଇ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କହିଛନ୍ତି, ଚନ୍ଦନ ପୋଖରୀରେ ବର୍ଜ୍ୟବସ୍ତୁ ପକାଇବା ପାଇଁ କାହାରିକୁ ନିର୍ଦ୍ଦେଶ ଦିଆଯାଇନାହିଁ। ଉକ୍ତ ପୋଖରୀରେ ସର୍ବସାଧାରଣ ଲୋକ ନିର୍ଭର କରୁଛନ୍ତି। ଠିକାସଂସ୍ଥା ସେଠାରେ ବିଷାକ୍ତ ବସ୍ତୁ ନ ପକାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ତଦନ୍ତ କରାଯିବ।


All Right Reserved By Dharitri.Com

ଦନ୍ତାହାତୀ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର,୧୪।୧: କେନ୍ଦୁଝର ଜିଲା ତେଲକୋଇ ଥାନା କୁଣ୍ତେଇହତା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଛି ଦନ୍ତା ହାତୀ। ରବିବାର ବିଳମ୍ବିତ ରାତିରେ ଆକ୍ରମଣ କରିବାରୁ ସେ...

ବିଦ୍ୟୁତ୍‌ ଖୁଣ୍ଟ ଚୋରି ଉଦ୍ୟମ

ଓଡ଼ଗାଁ,୨୦।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ସେସୁ କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସିନେମା ହଲ ଛକ ତଥା ରଙ୍ଗଣିପାଟଣା ଅଞ୍ଚଳରୁ କେତେକ ଅଦରକାରୀ ଲୁହା ବିଦ୍ୟୁତ୍‌ ଖୁଣ୍ଟ...

କରୋନାରୁ ଆରୋଗ୍ୟ ପାଇଁ ଆୟୁର୍ବେଦ ଔଷଧ ବ୍ୟବହାରକୁ ସ୍ବାଗତ

କଟକ ଅଫିସ୍‌,୯।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ରାଜେଶ...

ଦୁର୍ବ୍ୟବହାର ଅଭିଯୋଗ; ଏସ୍‌ପିଙ୍କ ଅଫିସ ଆଗରେ ପୋଲିସ ସଂଘର ଧାରଣା

ଛତ୍ରପୁର,୧୭ା୧୦(ଡି.ଏନ.ଏ.)- ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ବୁଧବାର ଶପଥପାଠ କରିଛନ୍ତିି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ପତିତପାବନ...

ସାତ୍‌ସପନ ହେଇଛେ ସରକାରୀ ସାହାଯ୍‌: ଗୁଟେ ପରିବାର: ୪ ଭିନ୍ନକ୍ଷମ ଭାଇବହେନ୍‌

  ପର୍ଲା, ୧୦ା୯ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲର ଧଅଁରପୁର ପଁଚେତ୍‌ ଅଧୀନ ଭାଲୁଚୁଆ ଗଁାରେ ଗୁଟେ ପରିବାରର ୪ ଭାଇବହେନ୍‌...

ଲକ୍‌ଡାଉନ କଟକଣାରେ ମଦ ଦେକାନ ଖୋଲା

ବୌଦ୍ଧ, ୩୦ା୩(ସ୍ବପ୍ର): ସାରାଦେଶ ଲକଡାଉନରେ ରହିଥିବାବେଳେ କେବଳ ଜରୁରୀ ସାମଗ୍ରୀ ଦୋକାନଗୁଡିକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସୋମବାର ବୌଦ୍ଧ...

ହୀରା ପଥର କାରବାରକୁ ନେଇ ଗୁଳିମାଡ଼ ଘଟଣା: ୪ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି/ଚିକିଟି, ୧୪ା୬ (ଡି.ଏନ.ଏ.)- ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ବୀରସିଂହ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ହୀରା ପଥର କାରବାରକୁ କେନ୍ଦ୍ରକରି ଗତ ୬ ତାରିଖ ଅପରାହ୍ନରେ ସୁବାସ...

କଟକଣା ସତ୍ୱେ ହାଟରେ ଲୋକଙ୍କ ଭିଡ଼

ନିରାକାରପୁର, ୪ ।୪ (ଡ଼ି ଏ ନ ଏ ), ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ପୁରାତନ ସାପ୍ତାହିକ ହାଟରେ କଟକଣା ସତ୍ବେ ଶନିବାର...

Leave a comment

Your email address will not be published. Required fields are marked *