Posted inଜାତୀୟ

ହୋର୍ଡିଂ ପଡ଼ି ମୃତ୍ୟୁ ଘଟଣା: ସମ୍ପୃକ୍ତ ନେତାଙ୍କ ବିରୋଧରେ ମାମଲା ରୁଜୁ

ଚେନ୍ନାଇ,୧୫।୯: ରାସ୍ତା କଡରେ ଲାଗିଥିବା ବେଆଇନ ହୋର୍ଡିଂ ଯୋଗୁ ଜଣେ ୨୩ ବର୍ଷୀୟା ଯୁବତୀଙ୍କ ଜୀବନ ଯାଇଛି। ଚେନ୍ନାଇରେ ଘଟିଥିବା ଏହି ଘଟଣା ପରେ ସମ୍ପୃକ୍ତ ହୋର୍ଡିିଂ ଲଗାଇଥିବା ଏଆଇଏଡିଏମକେ ନେତା ଜୟଗୋପାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାଡ୍ରାସ ହାଇକୋର୍ଟ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଶୁଭଶ୍ରୀ ରବି ନାମ୍ନୀ ଜଣେ ଛାତ୍ରୀ ଶୁକ୍ରବାର ନିଜ ସ୍କୁଟିରେ କ୍ରୋମପେଟସ୍ଥିତ ଘରକୁ ଫେରୁଥିଲେ। ତେବେ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଏକ ହୋର୍ଡିଂ ତାଙ୍କ ଉପରେ ପଡି ଯାଇଥିଲା। ସେ ଭାରସାମ୍ୟ ହରାଇ ଗାଡିରୁ ଖସି ପଡିଥିଲେ। ଏହି ସମୟରେ ପଛ ପଟୁ ଆସୁଥିବା ଏକ ୱାଟର ଟ୍ୟାଙ୍କର ତାଙ୍କ ଉପରେ ଚଢି ଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବେଆଇନ ହୋର୍ଡିଂ ଯୋଗୁ ଶୁଭଶ୍ରୀଙ୍କ ଜୀବନ ଯାଇଥିବା ପ୍ରଚାର ହେବା ପରେ ମାଡ୍ରାସ ହାଇକୋର୍ଟ ସରକାର ଓ ରାଜନୈତିକ ଦଳଗୁଡିକ ଉପରେ କ୍ଷୁବ୍ଧ ହୋଇଛନ୍ତି।


All Right Reserved By Dharitri.Com

ସତ ପାଇଁ କ୍ଷମା ମାଗିବି ନାହିଁ: ରାହୁଲ

ନୂଆଦିଲ୍ଳୀ,୧୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ତାଙ୍କ କଥାରେ ଅଡି ବସିଛନ୍ତି। ‘ରେପ୍‌ ଇନ୍‌ ଇଣ୍ଡିଆ’ ଉକ୍ତିକୁ ନେଇ ସେ କେବେବି ଭୁଲ୍‌ ମାଗିବେ...

ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: ସମସ୍ତଙ୍କ ମତାମତ ଜରୁରୀ କହିଲେ ମୋଦି

ନୂଆଦିଲ୍ଲୀ,୩୦।୧: ଜାନୁୟାରୀ ୩୧ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକ ଶେଷ...

ପୁଣି ସାମ୍ନାକୁ ଆସିଲେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାକୁ ଆସିଥିବା ମହିଳା

ନୂଆଦିଲ୍ଲୀ,୧୪।୭: ପାକିସ୍ତାନର ଓ୍ବାଘା ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ କରତାରପୁର କରିଡରକୁ ନେଇ ଆରମ୍ଭ ହୋଇଥିବା ବୈଠକରେ ଉପସ୍ଥିତ ଥିବା ମହିଳାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା...

କ୍ଷୀର ସହିତ ଏବେ ୯ ଶହ ଟଙ୍କା ଦେବେ ଗୋ ମାତା

ଲକ୍ଷ୍ନୌ,୨୨।୮: ଏଣିକି ଗୋ ମାତା କ୍ଷୀର ସହିତ ୯ ଶହ ଟଙ୍କା ମଧ୍ୟ ଦେବେ। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଜିଲାରେ ଗୋବଂଶ ସୁରକ୍ଷା ପାଇଁ ଜିଲାପାଳ ଶୈଳେନ୍ଦ୍ର...

୨୨ରେ ନିର୍ଭୟା-ଦୋଷୀଙ୍କୁ ହେବନି ଫାଶୀ !

ନୂଆଦିଲ୍ଲୀ,୧୫।୧: ନିର୍ଭୟା ମାମଲାର ୪ ଦୋଷୀ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂଙ୍କୁ ଜାନୁୟାରୀ ୨୨ରେ ଫାଶୀ ହୋଇ ନ...

ନୀରବ ମୋଦିଙ୍କ ଜାମିନ ଆବେଦନ ନାମଞ୍ଜୁର

ନୂଆଦିଲ୍ଲୀ, ୭।୧୧: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜାମିନ ଆବେଦନକୁ ଲଣ୍ଡନର କୋର୍ଟ ପୁଣିଥରେ ଅଗ୍ରାହ୍ୟ କରି ଦେଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପ୍ରାୟ...

ଦେଢ ବର୍ଷର ଶିଶୁକୁ ଘରେ ଛାଡି କନଷ୍ଟେବଳ ସାଜିଛନ୍ତି କରୋନା ଯୋଦ୍ଧା

ନୂଆଦିଲ୍ଲୀ,୨୫।୪: ନିଜର ବୃତ୍ତିକୁ ନେଇ ଦିନେ ପରିବାରଠାରୁ ପଡୋଶୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ସମାଲୋଚନା ଶିକାର ହେଉଥିବା ମହିଳା କନଷ୍ଟେବଳ ଆଜି ଏକ ଅଦୃଶ୍ୟ ଯୁଦ୍ଧରେ...

ବରଫ ଚାଦରରେ ଆଚ୍ଛାଦିତ ହେଲା ବଦ୍ରୀନାଥ

ଡେରାଡୁନ,୨୭।୧୨: ଉତ୍ତର ଭାରତରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିଲ୍ଲୀରେ ତାପମାତ୍ରା ୪.୨ ଡିଗ୍ରୀ ଥିବା ବେଳେ ଉତ୍ତର ଭାରତରେ ଏହା ମାଇନସ...

Leave a comment

Your email address will not be published. Required fields are marked *