କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନାମରେ ଠକେଇ ମାମଲା : ୩ ଅଟକ

କେନ୍ଦୁଝର,୧୫।୯(ସ୍ବ.ପ୍ର.): କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନାମରେ ଠକେଇ ମାମଲାରେ ଟାଉନ ଥାନା ପୋଲିସ ଓଡ଼ିଶା ଏଜୁକେଶନ ଆଣ୍ଡ ଟ୍ରେନିଂ (ଓଏଇଟି) ନାମକ ଏକ କମ୍ପ୍ୟୁଟର ସଂସ୍ଥାର ୩ ଜଣଙ୍କୁ ରବିବାର ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି। କମ୍ପ୍ୟୁଟର ତାଲିମ ନେବା ପରେ ବିଭିନ୍ନ ହାଇସ୍କୁଲ ଓ ଏମ୍‌ଇ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେବାକୁ କହି ପ୍ରତ୍ୟେକ ପିଲାଙ୍କ ଠାରୁ ୪୦ହଜାର ଟଙ୍କା ଆଦାୟ କରିଥିବା ସଂସ୍ଥା ବିରୋଧରେ କ୍ଷତିଗ୍ରସ୍ତ ଯୁବତୀ/ଯୁବକମାନେ ସ୍ଥାନୀୟ ଟାଉନ ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ଏମାନଙ୍କୁ ଅଟକ ରଖିଛି।
ଅଭିଯୋଗ ଅନୁଯାୟୀ,୨୦୧୬ ଡିସେମ୍ବର ୨୫ରେ ପ୍ରଥମ ବ୍ୟାଚ୍‌ ମୟୂରଭଞ୍ଜ ଜିଲା କରଡିଆ ଶାଖା, କରିଆରେ ସେମାନଙ୍କୁ ତାଲିମ ଦିଆଯାଇଥିଲା। ଦ୍ୱିତୀୟ ବ୍ୟାଚ୍‌ ଫ୍ୟୁଚର ବିଦ୍ୟାର୍ଥୀ, ବଣିଆପାଟ, କେନ୍ଦୁଝର ସହରରେ ତାଲିମ ଦିଆଯାଇଥିଲା। ଅଲ୍‌ ଇଣ୍ଡିଆ ଆଇଟି ଆସୋସିଏଶନରୁ ଫ୍ରାଞ୍ଚାଇଜ୍‌ ଆଣି ଏହି ଓଇଏଟି ସଂସ୍ଥା ଚାଲିଥିଲା।ଏହି ସଂସ୍ଥାର ମାଲିକ ଅମୂଲ୍ୟ କୁମାର ମହାନ୍ତି(ଏମ୍‌ଡି), ମଳୟ କୁମାର ପାତ୍ର ( ନିର୍ଦ୍ଦେଶକ), ଜଗଦା ରଞ୍ଜନ ପାତ୍ର, ରବି ନାରାୟଣ ମହାନ୍ତ(ଆକାଉଣ୍ଟାଣ୍ଟ)ଥିବା ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ଯୁବତୀ/ଯୁବକଙ୍କ ଠାରୁ ୪୦ ହଜାର ଟଙ୍କା ଲେଖାଏ ଆଦାୟ କରିଥିବା ଅଭିଯୋଗ ହୋଇଛି। ଏ ବାବଦକୁ ୩୦ ହଜାର ଟଙ୍କାର ରସିଦ ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ବିନା ରସିଦରେ ନେଇଥିବା ଅଭିଯୋଗ ହୋଇଛି। କିଛି ପିଲାଙ୍କୁ ଚାକିରି ଦେଇ ନ ପାରିବାରୁ ସେମାନେ କୋର୍ଟର ଆଶ୍ରୟ ନେଇଥିଲେ। ପରେ ୧୩ ଅକ୍ଟୋବରରେ ଚେକ୍‌ ପ୍ରଦାନ କରାଯାଇଥିଲେ ହେଁ ଏହି ଚେକରେ ଟଙ୍କା ଉଠାଯାଇ ପାରି ନ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଣୁ ଏହା ଏକ ବଡ଼ ଧରଣର ଠକେଇ କରାଯାଇଥିବାରୁ ଟଙ୍କା ଜମା ଦେଇଥିବା ଯୁବତୀ/ଯୁବକମାନେ ରବିବାର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଫଳରେ ଉକ୍ତ ସଂସ୍ଥାର ୩ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟାଉନ ଥାନାଧିକାରୀ ସୋମନାଥ ଜେନା କହିଛନ୍ତି।


All Right Reserved By Dharitri.Com

ଭଙ୍ଗାଯାଉନି ବିପଦସଙ୍କୁଳ ଶ୍ରେଣୀଗୃହ : ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ

ନୟାଗଡ଼ ଅଫିସ/ନୂଆଗାଁ (ଡି.ଏନ.ଏ.)୨୭।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଚାହାଳିସ୍ଥିତ ଜନଶକ୍ତି ନୋଡ଼ାଲ ଉଚ୍ଚବିଦ୍ୟାଳୟରେ କେତେକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଜୀବନ...

ଗଭୀର ନିଷ୍ଠା ସଫଳତାର ବାଟ ଦେଖାଏ

ବଲାଙ୍ଗୀର ଅଫିସ, ୨୮ା୭ – ବଲାଙ୍ଗୀର ସିଏନ୍‌ସି କଲେଜ ପରିସରରେ ଗ୍ରାଜୁଏସନ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସିଏନ୍‌ସି କଲେଜ ନିର୍ଦ୍ଦେଶକ ଆଶୁତୋଷ ପୁରୋହିତ ଏବଂ ପ୍ରଦୀପ...

ଛେଳି ଚୋର ସନ୍ଦେହ: ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ଆସିକା,୨୯ା୭(ଡି.ଏନ୍‌.ଏ): ଗାଙ୍ଗପୁର ଥାନା ପଳାସପଲ୍ଲୀ ଗ୍ରାମରେ ରବିବାର ପୂର୍ବାହ୍ନରେ ସାଇକଲରେ ବୁଲି ମାଂସ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଛେଳି ଚୋର ସନ୍ଦେହରେ ଗ୍ରାମବାସୀ ପୋଲିସ...

ମଦମୁକ୍ତ ଅଞ୍ଚଳ ଦାବିରେ ମହିଳାଙ୍କ ପଦଯାତ୍ରା

ରେମୁଣା, ୩୦।୧୦(ଡି.ଏନ.ଏ.)-ରେମୁଣା ଥାନା ଅଧୀନ କଲ୍ୟାଣପୁର ପଞ୍ଚାୟତରେ ଦେଶୀମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଘରର ପୁରୁଷମାନେ ମଦ୍ୟପାନ କରି ନାନା ବିଶୃଙ୍ଖଳା ଘଟାଉଥିବାରୁ...

ଲକ୍‌ଡାଉନ୍‌ ପରେ କଳାବଜାର ଉପରେ କଡ଼ା ନଜର

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ.): ଗୋଟିଏ ପଟେ କରୋନା ସଂକ୍ରମଣ ପ୍ରତିହତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ବଳବତ୍ତର ରହିଥିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌...

କୃଷି ବୀମା ଅର୍ଥ ପ୍ରଦାନ, ଜଳସେଚନ ବ୍ୟବସ୍ଥା :ଦାବିଚାଷୀଙ୍କ ୬ ଘଣ୍ଟା ରାସ୍ତା ଅବରୋଧ

ନୂଆପଡ଼ା ଅଫିସ/ଖଡ଼ିଆଳ,୧୦।୮(ଡି.ଏନ.ଏ.) ଗତବର୍ଷ ମରୁଡ଼ିର ଉଚିତ କୃଷିବୀମା ଟଙ୍କା ପ୍ରଦାନ ସହ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ଯୋଗାଣ ଦାବିରେ ଚାଷୀମାନେ ଖଡିଆଳ-ଭବାନୀପାଟଣା ରାସ୍ତାକୁ...

ଦକ୍ଷିଣା ପାଇଁ ଭକ୍ତଙ୍କୁ ଦୁର୍ବ୍ୟବହାର

ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ଦାନ, ଦକ୍ଷିଣା ଆଦାୟ କରାଯାଇପାରିବ ନାହିଁ। ଏହା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ହେଲେ ଏହାକୁ କେତେକ ସେବାୟତ...

ସ୍ତ୍ରୀଙ୍କୁ ମାଡ଼ମାରି ଗଛରେ ଟାଙ୍ଗିଦେଲେ ସ୍ବାମୀ: ଡାଳ ଭିଙ୍ଗିଯିବାରୁ ବଞ୍ଚିଗଲେ ସ୍ତ୍ରୀ

ଆନନ୍ଦପୁର,୧୪।୬(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ନଦୁଆଁ ଗ୍ରାମରେ ରଜ ଉତ୍ସବ ଚାଲିଥିବା ବେଳେ ଏକ ଅଘଟଣ ଘଟିଛି। ସ୍ତ୍ରୀଙ୍କୁ ମାଡ଼ମାରି ଗଛରେ ଟାଙ୍ଗି ଦେଇଥିଲେ...

Leave a comment

Your email address will not be published. Required fields are marked *