Posted inଖେଳ

ପ୍ରଥମ ଟି୨୦: ଧର୍ମଶାଳାରେ ପ୍ରବଳ ବର୍ଷା

ଧର୍ମଶାଳା, ୧୫।୯(ପି.ଟି.)- ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ଗ୍ରାଉଣ୍ଡରେ ରବିବାର ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବର୍ଷା ଏହି ମ୍ୟାଚ୍‌ରେ ବାଧା ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଅପରାହ୍ନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ସାରା ଦିନ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମ୍ୟାଚ୍‌ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଷ୍ଟାଡିୟମରେ ଉନ୍ନତ ଡ୍ରେନେଜ ବ୍ୟବସ୍ଥା ରହିଛି। ଯଦି ୫ଟା ସୁଦ୍ଧା ବର୍ଷା ବନ୍ଦ ହୁଏ ତାହାଲେ ପୂରା ମ୍ୟାଚ୍‌ ସମ୍ଭବ ହୋଇପାରିବ। ସବୁକିଛି ବର୍ଷା ବନ୍ଦ ହେବା ଉପରେ ନିର୍ଭର କରୁଛି। ଅତିକମ୍‌ରେ ୫ ଓଭର ବିଶିଷ୍ଟ ମ୍ୟାଚ୍‌ ସମ୍ଭବ ହେବାର ନିୟମ ରହିଛି। ଭାରତ ଗସ୍ତରେ ଆସିଥିବା ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ସହ ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି।


All Right Reserved By Dharitri.Com

Posted inଖେଳ View All

ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ସମର୍ଥନ ଜଣାଇଲେ ପ୍ରଶଂସକ

ନୂଆଦିଲ୍ଲୀ,୧୧ା୭- ଭାରତୀୟ ଦଳ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ଚଳିତ ଆଇସିସି ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛି। ଏହି ପରାଜୟ ପରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ବଲିଉଡ୍‌...

ଅନୁଷ୍କାଙ୍କୁ ବିବାହ ବାର୍ଷିକୀର ଉପହାର ଦେଲେ ବିରାଟ କୋହଲି

ମୁମ୍ବାଇ, ୧୨।୧୨: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଭାରତ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ...

ଭାରତ ରନର୍ସ ଅପ୍‌

ଜୋହର ବାହରୁ (ମାଲେସିଆ), ୨୦ା୧୦- ଭାରତୀୟ ଜୁନିୟର ପୁରୁଷ ହକି ଦଳ ଏଠାରେ ଚାଲିଥିବା ୯ମ ସୁଲ୍‌ତାନ ଅଫ୍‌ ଜୋହର କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ହାରିଯାଇଛି।...

ରଷିଆନ ଓପନ ବ୍ୟାଡ୍‌ମିଣ୍ଟନ : ଭାରତର ଅଭିଯାନ ଶେଷ

ଭ୍ଲାଡିଭୋସ୍ତକ (ରୁଷିଆ), ୨୦ା୭ (ପି.ଟି.): ଏଠାରେ ଚାଲିଥିବା ରଷିଆନ ଓପନ୍‌ ବିଡଡ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଭାରତୀୟ ମହିଳା...

ଲର୍ଡସ ଟେଷ୍ଟ: ବର୍ଷା ଯୋଗୁ ପ୍ରଥମ ଦିନ ଧୋଇଗଲା

ଲର୍ଡସ,୧୫।୮(ଏଏଫପି)- ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ଏଠାରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଆଶେସ ଟେଷ୍ଟର ପ୍ରଥମ ଦିନର ଖେଳ ବାତିଲ ହୋଇଛି। କ୍ରମାଗତ...

ନୂଆ କୋଚ୍‌ ରିଡ୍‌ଙ୍କ ସହ ସହଜ ମନେ କରୁଛୁ : ମନପ୍ରୀତ

ଭୁବନେଶ୍ୱର,୫।୬(ସ୍ପୋଟର୍‌ସ ବ୍ୟୁରୋ)- ଆଉ ମାତ୍ର ଗୋଟିଏ ଦିନ ପରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌)...

ଆଇପିଏଲ୍‌: ପଞ୍ଜାବ ୧୨ ରନରେ ବିଜୟୀ

ମୋହାଲି,୧୭।୪(ପି.ଟି.)- ଘରୋଇ ପରିବେଶରୁ ଫାଇଦା ଉଠାଇ କିଙ୍ଗ୍ସ ଇଭେଭେନ ପଞ୍ଜାବ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୨ତମ ମ୍ୟାଚ୍‌ରେ  ରାଜସ୍ଥାନ ରୟାଲ୍ସକୁ ୧୨...

ପୁଣି ବିଶ୍ୱକପ୍‌ରେ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମାଞ୍ଚେଷ୍ଟର,୨୮।୬- ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ‘ମଦର ଅଫ୍‌ ଅଲ ବ୍ୟାଟ୍‌ଲ’ ବୋଲି କୁହାଯାଏ। ଗତ ୧୬ ତାରିଖରେ ପାକିସ୍ତାନକୁ ଏକତରଫା ମ୍ୟାଚ୍‌ରେ ହରାଇ ଭାରତୀୟ ଦଳ...

Leave a comment

Your email address will not be published. Required fields are marked *