Posted inଫୁରସତ

ବ୍ୟକ୍ତିତ୍ୱ: ଅନ୍ତର୍ଜାତୀୟ ସୁପରଷ୍ଟାର ଏମା ଓ୍ବାଟ୍‌ସନ୍‌

ଇଣ୍ଟରନ୍ୟାଶନାଲ ସୁପରଷ୍ଟାର ବା ଅନ୍ତର୍ଜାତୀୟ ସୁପରଷ୍ଟାର। ଅତି କମ୍‌ ବୟସରେ ଏଭଳି ଏକ ମୁକୁଟ ପିନ୍ଧିବାର ସଫଳ ହୋଇଛନ୍ତି ସେ। ଏକ ପରିସଂଖ୍ୟାନ ଅନୁଯାୟୀ ସେ ହେଉଛନ୍ତି ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ବିଷୟରେ ସର୍ବାଧିକ ଥର ଅନ୍ତର୍ଜାତୀୟ ପତ୍ରିକାମାନଙ୍କରେ ତଥ୍ୟ ପ୍ରକାଶିତ ହୋଇଛି। ପୁଣି ଇଣ୍ଟରନେଟ୍‌ରେ ମଧ୍ୟ ତାଙ୍କ ଫଟୋର ଡାଉନ୍‌ଲୋଡ଼ ତାଲିକା ସର୍ବାଧିକ। ଏହି ସବୁକୁ ଆଖି ଆଗରେ ରଖି ତାଙ୍କୁ କୁହାଯାଉଛି ଅନ୍ତର୍ଜାତୀୟ ସୁପରଷ୍ଟାର ବା ଇଣ୍ଟରନ୍ୟାଶନାଲ ସୁପରଷ୍ଟାର। ସେ ହେଉଛନ୍ତି ସୁନ୍ଦରୀ ଅଭିନେତ୍ରୀ ଏମା ଓ୍ବାଟ୍‌ସନ୍‌। ବିଶେଷକରି ‘ଦି ବ୍ଲିଙ୍ଗ୍‌ ରିଙ୍ଗ୍‌’ ଫିଲ୍ମ ରିଲିଜ୍‌ ହେବା ପରେ ତାଙ୍କର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଇଛି।

୨୦୧୩ରେ ମୁକ୍ତିଲାଭ କରିଥିଲା ଫିଲ୍ମ ‘ଦି ବ୍ଲିଙ୍ଗ୍‌ ରିଙ୍ଗ୍‌’। ଏହା ଏକ ବ୍ୟଙ୍ଗାତ୍ମକ କ୍ରାଇମ୍‌ ଡ୍ରାମା। କିଛି ପଥଭ୍ରଷ୍ଟ କିଶୋର ଜଣେ ସୁନ୍ଦରୀ ସେଲିବ୍ରିଟିଙ୍କ ଘରୁ ଚୋରି କରୁଛନ୍ତି। ଏହି ସୁନ୍ଦରୀ ସେଲିବ୍ରିଟି ଭୂମିକାରେ ଅଭିନୟ କରିଛନ୍ତି ସୁନ୍ଦରୀ ଏମା। ଫିଲ୍ମ ରିଲିଜ୍‌ ହେବା ପରେ ମୁଭି କ୍ରିଟିକ୍‌ମାନେ କହିଥିଲେ ଯେ ଏହା ହେଉଛି ଏମାଙ୍କ ଜୀବନର ସବୁଠାରୁ ସଫଳ ଫିଲ୍ମ। ଏହି ଫିଲ୍ମ ହିଁ ଏମାଙ୍କୁ ଜଣେ ଅନ୍ତର୍ଜାତୀୟ ନାୟିକାରେ ପରିଣତ କରିଦେଇଥିଲା।

ହ୍ୟାରି ପୋଟର୍‌ରୁ ଆରମ୍ଭ : ଏମାଙ୍କୁ ହ୍ୟାରିପୋଟର୍‌ର ନାୟିକା ବୋଲି କୁହାଯାଏ। ତାଙ୍କର ପୂରାନାମ ଏମା ଚାର୍ଲୋଟ୍‌ ଡୁଏରେ ୱାଟ୍‌ସନ୍‌। ପ୍ୟାରିସ୍‌ରେ ଜନ୍ମ। ସେ ଏକାଧାରରେ ଜଣେ ମଡେଲ୍‌ ତଥା ଅଭିନେତ୍ରୀ ।
ସେ ୯ ବର୍ଷର ହୋଇଥିବା ବେଳେ ଅଭିନୟ ଜଗତକୁ ଆସିଥିଲେ। ସେହି ଫିଲ୍ମ ଥିଲା ହ୍ୟାରି ପୋର୍ଟର୍‌। ହ୍ୟାରି ପୋଟର ସିରିଜ୍‌ ହିଁ ଏମାଙ୍କୁ ଜଣେ ଅଭିନେତ୍ରୀର ମାନ୍ୟତା ଦେଇଥିଲା। ହରମିନୁ ଗ୍ରାଞ୍ଜର ଭୂମିକାରେ ଅଭିନୟ କରି ସେ ସମସ୍ତଙ୍କ ମନ ଜିଣି ନେଇଥିଲେ।

ମୂଳରୁ ଅଭିନୟ : ପିଲାଟି ବେଳୁ ଏମାଙ୍କ ଭିତରେ ଅଭିନୟ କରିବାର ନିଶା ଭରପୂର ହୋଇ ରହିଥିଲା। ସ୍କୁଲ୍‌ରେ ଅନୁଷ୍ଠିତ ଡ୍ରାମା ତଥା ଏକକ ଅଭିନୟରେ ସେ ଅଂଶଗ୍ରହଣ କରୁଥିଲେ ଓ ପ୍ରାଇଜ୍‌ ଜିତୁଥିଲେ। ହ୍ୟାରି ପୋଟର ସିରିଜ୍‌ରେ ଅଭିନୟ କରି ସେ ହଲିଉଡ୍‌କୁ ପ୍ରବେଶ କରିଥିଲେ। ବୟସରେ କମ୍‌ ହୋଇଥିଲେ ମଧ୍ୟ ଏମାଙ୍କ ପ୍ରତିଭା ତାଙ୍କୁ ସଫଳତାର ପାହାଚ ଚଢ଼େଇ ନେଇଥିଲା। ବଡ଼ ପରଦାରେ ନୁହେଁ; ଏମା ଓ୍ବାଟସନ୍‌ ଟେଲିଭିଜନ୍‌ରେ ମଧ୍ୟ ବେଶ୍‌ ସମାନ୍ତରାଳ ଭାବରେ ସକ୍ରିୟ। ‘ଦି ଟେଲ୍‌ ଅଫ୍‌ ଡେସ୍‌ପିରେକ୍ସ’ ଥିଲା ତାଙ୍କର ପ୍ରଥମ ଟେଲି ସିରିଜ୍‌। ଏହା ଥିଲା ଏକ ଆନିମେଟେଡ଼ ଫିଲ୍ମ।

ଜନ୍ମ ଓ ପରିବାର : ୧୯୯୦ ମସିହା ଏପ୍ରିଲ୍‌ ୧୫ ତାରିଖରେ ପ୍ୟାରିସ୍‌ର ଏକ ଓକିଲ ପରିବାରରେ ଏମା ୱାଟ୍‌ସନ୍‌ ଜନ୍ମଗ୍ରହଣ କରିଥିଲେ। ବାପାଙ୍କ ନଁା କ୍ରିସ୍‌ ୱାଟ୍‌ସନ୍‌ ଏବଂ ମା’ଙ୍କ ନାମ ଜାକ୍‌ଲିନ୍‌ ଲୁସ୍‌ବେ। ଦୁହେଁ ଆଇନ୍‌ ବ୍ୟବସାୟ ସହିତ ଜଡ଼ିତ ଥିଲେ। ତାଙ୍କୁ ଯେତେବେଳେ ପାଞ୍ଚବର୍ଷ ସେତେବେଳେ ତାଙ୍କ ବାପାମା’ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଲା। ବାପା ସେମାନଙ୍କଠାରୁ ଦୂରେଇଗଲେ। ମା’ ଜାକ୍‌ଲିନ୍‌ ବ୍ରିଟେନ୍‌ ଫେରି ଆସିଲେ। ପ୍ୟାରିସ୍‌ରେ ଜନ୍ମ ହୋଇଥିଲେ ମଧ୍ୟ ବ୍ରିଟେନ୍‌ରେ ବିତିଲା ତାଙ୍କ କୈଶୋର ଓ ଯୌବନ। ପାଠପଢ଼ା ମଧ୍ୟ ବ୍ରିଟେନ୍‌ରେ ହେଲା। ଏହାସତ୍ତ୍ୱେ ବି ଏମା ଭଲପାଆନ୍ତି ପ୍ୟାରିସ୍‌କୁ। କାରଣ ପ୍ୟାରିସ୍‌ ତାଙ୍କର ଜନ୍ମସ୍ଥାନ।

୬ ବର୍ଷରୁ ଅଭିନୟରେ ତାଲିମ : ସେ ୬ ବର୍ଷର ହୋଇଥିବା ବେଳେ ନିଷ୍ପତ୍ତି ନେଇଥିଲେ ଯେ, ବଡ଼ ହୋଇ ସେ ଅଭିନେତ୍ରୀ ହେବେ। ଅଭିନୟକୁ କ୍ୟାରିୟର କରିବେ। ସେଥିଲାଗି ସେ ଏକ ନାଟ୍ୟ ଅନୁଷ୍ଠାନରେ ବିଧିବଦ୍ଧ ଭାବରେ ତାଲିମ୍‌ ନେଲେ। କେବଳ ଅଭିନୟ ନୁହେଁ; ଅଭିନୟ ସହିତ ଗୀତ, ନାଚ ଏବଂ ଅନ୍ୟାନ୍ୟ ବିଭାଗରେ ତାଲିମ ନେଲେ। ୧୦ ବର୍ଷର ହେବା ବେଳକୁ ଏମା ସ୍କୁଲ୍‌ ତଥା ସ୍ଥାନୀୟ ଅଞ୍ଚଳରେ ଥିବା ନାଟ୍ୟ ଅନୁଷ୍ଠାନମାନଙ୍କରେ ଅଂଶ ଗ୍ରହଣ କରି ପ୍ରସିଦ୍ଧ ହୋଇ ପାରିଥିଲେ। ଏହି ସମୟରେ ହ୍ୟାରି ପୋଟର ସିରିଜ୍‌ ପାଇଁ ଜଣେ ସୁନ୍ଦରୀ କିଶୋରୀ ଅଭିନେତ୍ରୀଙ୍କୁ ଖୋଜା ଯାଉଥିଲା। ସେଥିଲାଗି କଳାକାର ଚୟନ କରାଯାଉଥିଲା। ଏମା ଏହି କଳାକାର ଚୟନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ବ୍ୟକ୍ତିଗତ ଜୀବନ : ୨୦୦୧ରେ ହ୍ୟାରି ପୋଟର ସିରିଜ୍‌ର ପ୍ରଥମ ଫିଲ୍ମ ‘ଦି ଫିଲୋସଫର୍‌ସ ଷ୍ଟୋନ୍‌’ର ଶୁଭମୁକ୍ତି ହେଲା। ପ୍ରଥମ ଦିନରେ ହିଁ ଏହା ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ସମାଲୋଚକମାନେ ପ୍ରଶଂସାରେ ପୋତି ପକେଇଥିଲେ ଏହି ଫିଲ୍ମ ସହିତ ଏମା ୱାଟ୍‌ସନ୍‌ଙ୍କୁ। ଏମାଙ୍କ ଅନ୍ୟ ଫିଲ୍ମ ମଧ୍ୟରେ ରହିଛି ‘ଦିସ ଇଜ ଦ ଏଣ୍ଡ’, ‘କଲୋନିଆ’, ‘ବିୟୁଟି ଆଣ୍ଡ ଦ ବିଷ୍ଟ’, ‘ଲିଟିଲ ଓ୍ବିମ୍ୟାନ୍‌’ ଏବଂ ଆହୁରି ଅନେକ।


All Right Reserved By Dharitri.Com

ଇତିହାସ ପାଲଟିବ ‘ଗଧ’

ନୂଆଦିଲ୍ଲୀ: ନିର୍ବୁଦ୍ଧିଆ ପ୍ରାଣୀ ଭାବେ ଦୁର୍ନାମ ମୁଣ୍ଡାଇଛି ଗଧ। ଏପରି କି ‘ଗଧ’ ନଁ। ଶୁଣିଲେ ମନରେ ଭିନ୍ନ ଭାବନା ସୃଷ୍ଟି ହୁଏ। ଦୀର୍ଘଦିନ ଧରି...

ଏଠି ସବୁ ସମୟରେ ମାରିଥାଏ ବିଜୁଳି, କାରଣ ଖୋଜି ପାଉନାହାନ୍ତି ବୈଜ୍ଞାନିକ

ଆଜିର ସମୟରେ ବିଜ୍ଞାନର ବହୁ ଅଗ୍ରଗତି ହୋଇଛି ସତ କିନ୍ତୁ ବିଶ୍ୱରେ ଏମିତି କିଛି ରହସ୍ୟମୟ ଘଟଣା ରହିଛି, ଯାହାର କାରଣ ବୈଜ୍ଞାନିକମାନେ ମଧ୍ୟ ଖୋଜି...

କୁକୁରର ମାଟରନିଟି ଫଟୋଶୁଟ୍‌

ଆଜିକାଲି ଓ୍ବେଡିଂ, ପ୍ରି ଓ୍ବେଡିଂ ଫଟୋଶୁଟ୍‌ ବେଶ୍‌ ସାଧାରଣ ହୋଇଗଲାଣି। ସେମିତି ଆଉ ଏକ ଫଟୋଶୁଟ୍‌ର ଟ୍ରେଣ୍ଡ ବି ଚାଲିଛି। ସେ ହେଉଛି ମାଟରନିଟି ଫଟୋଶୁଟ୍‌।...

୫ ଇଞ୍ଚର ବୁଢ଼ା ଅଙ୍ଗୁଳି ପାଇଁ ଟିକ୍‌ଟକ୍‌ରେ ପ୍ରସିଦ୍ଧ

ଆମେରିକା, ମାସାଚୁସେଟ୍‌ସ୍ଥ ଓ୍ବେଷ୍ଟପୋର୍ଟର ୨୦ ବର୍ଷୀୟ ଜାକୋବ ପିନା ନିକଟରେ ଟିକ୍‌ଟକ୍‌ରେ ହୋଇଛନ୍ତି ପ୍ରସିଦ୍ଧ। ତେବେ ନିଜ ଗୀତ କି ନାଚ ପାଇଁ ନୁହେଁ। ବରଂ...

ଟ୍ରାଫିକ୍‌ ଜାମ୍‌ରେ ଫଶିବାରୁ ଏହି ବ୍ୟକ୍ତି ନିଜେ ତିଆରି କଲେ ହେଲିକପ୍ଟର

ଦିନକୁ ଦିନ ରାସ୍ତାଘାଟରେ ଗାଡ଼ିମୋଟର ସଂଖ୍ୟା ବଢ଼ିଚାଲିଛି। ଫଳରେ ଟ୍ରାଫିକ ସମସ୍ୟା ଦେଖାଦେବାରୁ ଲୋକେ ଠିକ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି। ଏଥିରୁ ରକ୍ଷା ପାଇବା...

ଆଙ୍କର ହେବା ସହଜ ନୁହେଁ: ଅଭିମନ୍ୟୁ ପରିଡ଼ା

ଯାତ୍ରାର ପ୍ରଥମ ଚରଣ ଆରମ୍ଭ ହୁଏ ଆଙ୍କରିଂରୁ। ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକମାନେ ପ୍ରଥମେ ଯାହାଙ୍କୁ ଦେଖି ତାଳିମାଡ଼ କରନ୍ତି ସେ ହେଉଛନ୍ତି ଜଣେ ଆଙ୍କର।...

ପ୍ରଥମ ରୋଜଗାରରେ ସାଙ୍ଗମାନଙ୍କ ସହ ଖୁବ୍‌ ଖାଇଥିଲି: ପ୍ରଫେସର୍‌ ଡ.ମୃଣାଳ ଚାଟାର୍ଜୀ

ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲା ଅନ୍ତର୍ଗତ କାଟୋଆରେ ମୋର ଜନ୍ମ ହୋଇଥିଲେ ହେଁ ପାଠପଢ଼ା ଭଦ୍ରକରେ ହୋଇଥିଲା। ଚରମ୍ପା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ଓ ଭଦ୍ରକ କଲେଜରୁ ଆଇ.ଏ,...

ସ୍ମାର୍ଟ ଡଷ୍ଟବିନ୍‌ ତିିଆରି କଲେ ୧୨ ବର୍ଷର ବାଳକ, ଆବର୍ଜନା ପୂରଣ ହେଲେ ଖାଲି କରିବାକୁ ପଠାଇବ ସନ୍ଦେଶ

ହାଇଦ୍ରାବାଦର ମହମ୍ମଦ ହସନ ନାମକ ଜଣେ ୧୨ ବର୍ଷୀୟ ବାଳକ ଏକ ସ୍ମାର୍ଟ ଡଷ୍ଟବିନ୍‌ ତିଆରି କରିଛନ୍ତି। ଏହି ଡଷ୍ଟବିନ୍‌ର ଖାସ୍‌ କଥା ହେଲା ଆବର୍ଜନା...

Leave a comment

Your email address will not be published. Required fields are marked *