Posted inଫୁରସତ

ଶରୀର କଳାଜାଇରେ ଭରା, ତଥାପି ହେଲେ ମଡେଲ

ବ୍ରିଙ୍ଗହାମ୍‌ର ଚେରିଲ ସ’ ଏକ ବିରଳ ଚର୍ମ ରୋଗ କଞ୍ଜେନିଟାଲ ମାଲାନୋସାଇଟିସ୍‌ରେ ଆକ୍ରାନ୍ତ ହୋଇଥିଲେ। ଫଳରେ ତାଙ୍କ ଶରୀର ସାରା ବଡ ବଡ କଳା ଜାଇ ହୋଇଯାଇଥିଲା। ସେଥିପାଇଁ ପିଲାଦିନୁ ସେ ସମାଜର ଅନେକ ଗଞ୍ଜଣା ଶୁଣିଛନ୍ତି। କିଏ ତାଙ୍କୁ ‘ଡାଲମେସିଆନ୍‌’ ତ କିଏ ‘ସ୍ପଟି ଫେସ୍‌’ ଓ ‘କୁକି’ ଡାକୁଥିଲେ। କେହି କେହି ତ ତାଙ୍କୁ ପାଖରେ ବସେଇବାକୁ ବି ଭଲ ପାଉ ନ ଥିଲେ। ଦୁଇ ସନ୍ତାନର ମା’ ଚେରିଲ କିନ୍ତୁ ଏଥିପାଇଁ ନିଜକୁ କେବେ ଘର କୋଣରେ ଲୁଚାଇ ରଖି ନାହାନ୍ତି। ଯଦିଓ ପ୍ରଥମେ ପ୍ରଥମେ ଲୋକଙ୍କ କଥା ତାଙ୍କୁ ଖରାପ ଲାଗୁଥିଲା, ହେଲେ ପରବର୍ତ୍ତୀ ସମୟରେ ସେ ନିଜକୁ ଭଲ ପାଇବା ଆରମ୍ଭ କରିଦେଇଥିଲେ। ନିକଟରେ ସେ ନିଜର କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଅପଲୋଡ କରିଥିଲେ। ଆଶ୍ଚର୍ଯ୍ୟଜନକଭାବେ କିଛିଦିନ ପରେ ତାଙ୍କୁ ‘ମଡେଲ୍ସ ଅଫ୍‌ ଡାଇଭର୍ସିଟି’ ନାମକ ମଡେଲିଂ ଏଜେନ୍ସିରୁ ମଡେଲିଂର ଅଫର୍‌ ଆସିଲା, ଯାହାକୁ ଚେରିଲ ଆଦୌ ବିଶ୍ୱାସ କରିପାରି ନ ଥିଲେ। ଏହି ମଡେଲିଂ ଏଜେନ୍ସି ଭିନ୍ନ ଶରୀରଧାରୀ ମହିଳା, ଯାହାଙ୍କୁ ସମାଜ ଅସୁନ୍ଦର କହେ, ତାଙ୍କୁ ବାଛିଥାଏ ମଡେଲିଂ ପାଇଁ। ବର୍ତ୍ତମାନ ଚେରିଲ ଜଣେ ସଫଳ ମଡେଲ। ଆଉ ସେ ନିଜ ଜୀବନକୁ ନେଇ ବେଶ୍‌ ଖୁସି ଅଛନ୍ତି। ଆଉ ଅନ୍ୟ ପାଇଁ ଉଦାହରଣ ବି ସାଜିଛନ୍ତି।


All Right Reserved By

ରାଷ୍ଟ୍ରପତି ଭବନଠାରୁ ମଧ୍ୟ ଅଧିକ ସୁରକ୍ଷା ଦିଆଯାଏ ଏହି ଭବନକୁ

ସବୁ ଦେଶର ସୁରକ୍ଷିତ ସ୍ଥାନ ବା ଭବନ କହିଲେ ବୁଝାଏ ରାଷ୍ଟ୍ରପତି ଭବନ। ଏଠାରେ ସର୍ବଦା କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ହେଲେ ଏହଠାରୁ ମଧ୍ୟ...

ଅହିଂସା ପୂଜାରୀଙ୍କ ସମ୍ପର୍କରେ ଅନେକ କଥା…

ଜାତିର ପିତା ମହାମତ୍ା ଗାନ୍ଧୀ ଭାରତର ସ୍ବାଧୀନତା ଆନ୍ଦୋଳନରେ ପ୍ରମୁଖ ନେତା ଥିଲେ ଓ ଅହିଂସା ମାର୍ଗରେ ଆନ୍ଦୋଳନ କରି ଦେଶକୁ ସ୍ବାଧୀନତା ଦେବାରେ ମୁଖ୍ୟ...

୧୩୨ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ମଧ୍ୟପ୍ରଦେଶର ପଚମଢ଼ୀ ରାଜଭବନ

ମଧ୍ୟପ୍ରଦେଶର ଗ୍ରୀଷ୍ମକାଳୀନ ପଚମଢ଼ୀ ରାଜଭବନ ଦୀର୍ଘ ୧୩୨ ବର୍ଷ ପରେ ସାଧାରଣ ଜନତାଙ୍କ ପାଇଁ ଖୋଲିଛି। ଲୋକେ ଏହାର ପୁରୁଣା ବିଲିଡିଂ ଏବଂ ସାମଗ୍ରୀ ଦେଖି...

ଗୋଲଡେନ୍‌ ବ୍ଲଡ୍‌ ଗ୍ରୁପ୍‌ ଅତି ବିରଳ: ପୃଥିବୀରେ ରହିଛନ୍ତି ମାତ୍ର ୪୩ ଜଣ

ସାଧାରଣତଃ ୪ ଟି ବ୍ଲଡ୍‌ ଗ୍ରୁପ୍‌ର ଲୋକ ପୃଥିବୀରେ ରହିଥାନ୍ତି। ସେଥି ମଧ୍ୟରେ ଏ, ବି, ଏବି ତଥା ଓ ବ୍ରୁପ୍‌ ରହିଥାଏ। ଏହା ସହିତ...

ଟାଇଟନ୍‌କୁ ଯିବ ରୋଟରକ୍ରାଫ୍ଟ

ପୃଥିବୀରେ ଜୀବ ଜଗତ ଆରମ୍ଭ ହେବା ସମୟରେ ଯେଭଳି ବାୟୁମଣ୍ଡଳ ଥିଲା ତାହା ସେଠାରେ ରହିଛି ବୋଲି ନାସାର ଗବେଷକମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ...

ମାଗଣାରେ ଖାଇବାକୁ ଡେଟ୍‌ରେ ଯାଆନ୍ତି ଯୁବତୀ

କାଲିଫର୍ନିଆ: ବିବାହ ବା ରିଲେଶପଶିପରେ ରହିବା ପୂର୍ବରୁ ପରସ୍ପରକୁ ଜାଣିବା ପାଇଁ ପୁଅ-ଝିଅ ଡେଟିଂରେ ଯାଉଥିବା କଥା କିଛି ନୂଆ ନୁହେଁ। ଅନ୍‌ଲାଇନ୍‌ ଡେଟିଂ ଆପ୍‌ରୁ...

କଳିଝଗଡ଼ା କରିବାକୁ ଯେଉଁ ମେଳାକୁ ଆସନ୍ତି ମହିଳା..

ଉତ୍ତରପ୍ରଦେଶ ଭଦୋହିରେ ପ୍ରତିବର୍ଷ ଏକ ମେଳା ଆୟୋଜିତ ହୋଇଥାଏ। ଏହାକୁ କଜରୀ ମେଳା କୁହାଯାଏ। ମେଳାରେ ରହିଛି ଏକ ପରମ୍ପରା। ଏଠାକୁ ଆସିଥିବା ମହିଳାମାନେ ପ୍ରଥମେ...

ପ୍ରଥମେ ହନିମୁନ୍‌ ପରେ ବିବାହ…

ଛତିଶଗଡ଼ ବସ୍ତର ଅଞ୍ଚଳରେ ବାସ କରୁଥିବା ଗୋଣ୍ଡ ଜନଜାତିଙ୍କ ମଧ୍ୟରେ ଏକ ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି। ପରମ୍ପରା ଅନୁସାରେ ବରକନ୍ୟାଙ୍କୁ ବିବାହ ପୂର୍ବରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *