Posted inଫୁରସତ

ତାପମାତ୍ରାକୁ ଅନୁଭବ କରିପାରୁଥିବା ଟେବୁଲ

ଆଜିକାଲି ଅନେକ ପ୍ରକାରର ଆସବାବପତ୍ର ଆସିଗଲାଣି। ଫୋଲ୍ଡିଂ ଆସବାବ ସହ ବିଭିନ୍ନ ଅଜବ ଆସବାବ ବି ରହିଛି। ନିକଟରେ ଆଉ ଏକ ପ୍ରକାରର ଅଜବ ଆସବାବପତ୍ର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ୟୁକେ, ଅକ୍ସଫୋର୍ଡର ଡିଜାଇନର୍‌ ଜେ’ ଓ୍ବାଟସନ୍‌ ତିଆରି କରିଛନ୍ତି ଏହି ଖାସ୍‌ ଆସବାବପତ୍ର। ଯାହା ତାପମାତ୍ରାକୁ ଅନୁଭବ କରିପାରେ। ଏହା ଏକ ଟେବୁଲ ଓ ବେଞ୍ଚ ଅଟେ, ଯାହା ଉପରେ ବସିବା ପରେ ମଣିଷ ଶରୀର ମଧ୍ୟସ୍ଥ ତାପମାତ୍ରାକୁ ଅନୁଭବ କରିଥାଏ। ଆଉ ବ୍ୟକ୍ତି ଜଣକ ଉଠିଯିବା ପରେ ଟେବୁଲରେ ରହିଯାଏ ବସିଥିବା ଭଙ୍ଗିରେ ଏକ ଚିତ୍ର। ଏଭଳି ହେବା ପଛର କାରଣ ହେଉଛି ଟେବୁଲ ଓ ବେଞ୍ଚ ଉପରେ ହୋଇଥିବା ଥର୍ମୋକ୍ରୋମିକ ଫିନିଶ୍‌। ମଣିଷ ହୁଅନ୍ତୁ କି ମଗ୍‌ ଅବା ପ୍ଲେଟ୍‌ ଭଳି ବସ୍ତୁ, ଟେବୁଲ ଓ ବେଞ୍ଚର ଉପରିଭାଗ ଯେତେବେଳେ ସେଗୁଡିକର ତାପମାତ୍ରା ସଂସ୍ପର୍ଶରେ ଆସେ ସେହି ଆକାରର ଚିହ୍ନ ସୃଷ୍ଟି ହୋଇଯାଏ। ଅନେକ ସମୟରେ ତ ଲୋକେ ଏହାକୁ ଦେଖି ଭୟ କରି ଯାଆନ୍ତି। ଆଉ ଯିଏ ଏହା ବିଷୟରେ ଅବଗତ ଥାଆନ୍ତି ସେମାନେ ଏହି ତାପାମାତ୍ରା ଜନିତ ଚିତ୍ରକୁ ଦେଖି ମଜା ଉଠାଇଥାଆନ୍ତି।


All Right Reserved By

୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ ଛାତ୍ର, ଡାକ୍ତର ପାରିଲେନି, ନିଜେ ରସର୍ଚ୍ଚ କରି ହେଲେ ଭଲ

ଆମେରିକାର ଡାଉ ଲିଣ୍ଡ୍‌ସେ ନାମକ ଜଣେ ଛାତ୍ର ୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ। ତାଙ୍କୁ ଭଲ କରିବା ପାଇଁ ସମସ୍ତ ଡାକ୍ତର ଲାଗିଥିଲେ ମଧ୍ୟ...

ସ୍କର୍ଟ ପିନ୍ଧି ଅଫିସ ଆସିଲେ ମହିଳା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ରୁଷର ଏକ କର୍ମ୍ପାନୀ ଏବେ ତା’ର ଏକ ନିଆରା ଚିନ୍ତାଧାରା ପାଇଁ ଆସିଛି ଚର୍ଚ୍ଚାକୁ। ଟେଟପ୍ରୋଫ୍‌ ନାମକ ଏକ ଆଲୁମିନିୟମ ଉତ୍ପାଦନ କମ୍ପାନୀ ମହିଳା କର୍ମଚାରୀଙ୍କ...

ଶୁଭବେଳାରେ ପିଲା ଜନ୍ମ ପାଇଁ ଆଗୁଆ ଓଟି ବୁକ୍‌ କରୁଛନ୍ତି ଅଭିଭାବକ

ବିବାହ ଉତ୍ସବ, ଜନ୍ମଦିନ କିମ୍ବା ଅନ୍ୟ କୌଣସି ସମାରୋହ ପାଇଁ ହୋଟେଲ, ରିସର୍ଟ ଆଦି ବୁକ୍‌ ହେଉଥିବା ଜାଣିଛନ୍ତି। କିନ୍ତୁ କେବେ ଶୁଣିଛନ୍ତି ଶୁଭବେଳାରେ ଡେଲିଭରି...

ଅଧିକ ଆୟ ସତ୍ତ୍ୱେ ପାଖରେ ରହୁନାହିଁ ଅର୍ଥ, ଏଥିରୁ ମୁକ୍ତି ଲାଗି କରନ୍ତୁ ଏପରି ପୂଜା

ଚଳିତବର୍ଷ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୨ରେ ପଡୁଥିବାବେଳେ ଏହି ଦିନରେ ଘରେ ପୂଜାର୍ଚ୍ଚନା କରିବା ଫଳରେ ସୁଖଶାନ୍ତି ବଢ଼ିଥାଏ। କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଆୟ...

ପାଣି ଭିତରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରୁଥିବା ବେଳେ ବୁଡ଼ିଗଲେ ପ୍ରେମିକ

ପ୍ରେମିକମାନେ ପ୍ରେମିକାଙ୍କ ସମ୍ମୁଖରେ ନିଜ ଭଲପାଇବାକୁ ପ୍ରକାଶ କରିବା ସହ ନିଜର ଜୀବନସାଥୀ କରିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଆଉ ନିଜ ଆଡକୁ ଆକର୍ଷିତ...

ଏହି ଗାଁରେ ୯ ବର୍ଷ ହେଲା ଖାଲି ଜନ୍ମ ନେଉଛନ୍ତି ଝିଅ, ପୁଅ ଜନ୍ମ ହେଲେ ମିଳିବ ପୁରସ୍କାର

ପୋଲାଣ୍ଡର ମିଜେସ୍କେ ଔନ୍ଦ୍ରଜେନ୍‌ସ୍କି ନାମକ ଏକ ଗାଁରେ ଦୀର୍ଘ ୯ ବର୍ଷ ହେବ କେବଳ ଝିଅ ଜନ୍ମ ହେଉଛନ୍ତି। ୨୦୧୦ ମସିହାରେ ଏହି ଗାଁରେ କେବଳ...

୩ ହଜାର ଫୁଟ୍‌ ପାହାଡ଼ ଚଢ଼ିଲେ ୧୦ ବର୍ଷର ଝିଅ

ଯେଉଁ ପାହାଡ଼କୁ ଚଢ଼ିବା ସମୟରେ ପ୍ରାୟ ୩୧ଜଣଙ୍କ ମୃତ୍ୟୁ ହୋଇଛି ସେଠାରେ ଜଣେ ୧୦ ବର୍ଷର ଝିଅ ଏହାକୁ ଚଢ଼ିିବାରେ ସଫଳ ହୋଇଛନ୍ତି। ଏଥିସହ ସବୁଠୁ...

ଏମିତି ମନ୍ଦିର ଯେଉଁଠି ରୋବଟ୍‌ ପୂଜାରୀ

ସାଧାରଣତଃ ମନ୍ଦିରରେ ପୂଜାରୀମାନେ ପୂଜା କରିଥାନ୍ତି। ମାତ୍ର ଏମିତି ଏକ ମନ୍ଦିର ରହିଛି ଯେଉଁଠି ପୂଜାରୀ ନୁହନ୍ତି, ରୋବଟ୍‌ କରିଥାନ୍ତି ପୂଜା। ଏପରି ମନ୍ଦିର ରହିଛି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *