ଏବେ ବି ମନେପଡ଼େ ଆକାଶବାଣୀ କଟକ: ରବି ରାୟ

ଲୋକମାନଙ୍କୁ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଅଶୀଦଶକରେ ସୃଷ୍ଟି ହୋଇଥିଲା ‘ଲୋକଶକ୍ତି ସଂଗଠନ’। ଏହି ସଂଗଠନର ପରିକଳ୍ପିତ ପିତା ଥିଲେ ରବୀନ୍ଦ୍ର କୁମାର ରାୟ ଓରଫ୍‌ ରବି ରାୟ। ‘ଲୋକଶକ୍ତି ସଂଗଠନ’ ଥିଲା ଓଡ଼ିଶାର ପ୍ରଥମ ‘ପଞ୍ଜୀକୃତ ଷ୍ଟ୍ରିଟ୍‌ ପ୍ଲେ ଗ୍ରୁପ୍‌’। ନେଦରଲାଣ୍ଡ ସରକାର ଏହାକୁ ଫଣ୍ଡିଂ କରୁଥିଲେ। ଆଉ ଏହି ଗ୍ରୁପ୍‌ ଗଁା ଗଁା ବୁଲି ନାଟକ ଜରିଆରେ ଲୋକମାନଙ୍କୁ ସଚେତନ କରାଉଥିଲା। ସେତେବେଳେ ଏହି ଗ୍ରୁପ୍‌ରେ ୩୫ଜଣ ସଦସ୍ୟ ଥିଲେ। ଏମିତି ୭/୮ବର୍ଷ ଚାଲିବା ପରେ ନେଦରଲାଣ୍ଡ ସରକାର ଫଣ୍ଡିଂ ବନ୍ଦ କରିଦେଲେ। ଫଳରେ ପ୍ଲେ ଗ୍ରୁପ୍‌ ବନ୍ଦ ହୋଇଯିବା ଅବସ୍ଥାକୁ ଚାଲିଆସିଲା। କଳାକାରମାନେ ମଧ୍ୟ ଅସହାୟ ହୋଇପଡ଼ିଲେ। ତେବେ ଏତିକିବେଳେ ରବି ରାୟ ନିଷ୍ପତ୍ତି ନେଲେ, ନାଟ୍ୟସଂସ୍ଥା ବନ୍ଦ ହେବନି। ଏହି ସଂସ୍ଥା ନିଜେ ରୋଜଗାର କରିବ। ଆଉ ସେଇଥିରେ ତାହା ଆଗକୁ ବଢ଼ିବ। ବାସ୍‌, ଏହି ନିଷ୍ପତ୍ତିରୁ ସୃଷ୍ଟି ହେଲା ଆଜିର ‘ବାଘାଯତୀନ ଲୋକନାଟ୍ୟ’।

ରବି ରାୟ କହନ୍ତି, ଯେଉଁ ଉଦ୍ଦେଶ୍ୟ ନେଇ ପ୍ରଥମେ ଲୋକଶକ୍ତି ଏବଂ ପରେ ବାଘାଯତୀନ ଲୋକନାଟ୍ୟ ସୃଷ୍ଟିହେଲା ତାହାକୁ ମୁଁ ଏବେ ମଧ୍ୟ ଜାରି ରଖିଛି। ମୁଁ ଆଜି ବି ନାଟକ ଚୟନ କରିବା ବେଳେ ତା’ ଭିତରେ ସମାଜ ପ୍ରତି ଥିବା ବାର୍ତ୍ତା ଉପରେ ଗୁରୁତ୍ୱ ଦେଉଛି। ‘ସୀତାର ଜଳୁଛି ଚିତା’, ‘ମୃତ୍ୟୁଦଣ୍ଡ’, ‘ପାକିସ୍ତାନୀ ଝିଅ’ ଆଦି ଏହାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ।

ଯାତ୍ରାଠୁ ଲୋକମାନେ ଦୂରେଇ ଯାଉଛନ୍ତି କି (?) ବୋଲି ଏକ ପ୍ରଶ୍ନର ଉତ୍ତରରେ ରାୟ କହନ୍ତି, ଲୋକମାନେ ଯାତ୍ରାଠୁ ଦୂରଉ ନାହାନ୍ତି। ବରଂ ଯାତ୍ରା ଲୋକମାନଙ୍କଠାରୁ ଦୂରେଇ ଯାଉଛି। ନାଟକ ଉପରେ ଗୁରୁତ୍ୱ ଦିଆଯାଉନି। ଫାଟକ ବଢୁଛି। ସପରିବାର ବସି ଦେଖିବା ଭଳି ନାଟକ ନାହିଁ। ସଂଳାପରେ ସଂଯମତା ନାହିଁ। କାହାଣୀ କୁଆଡ଼େ ଯାଉଛି ତା’ର ଠିକ୍‌ଠିକଣା ନାହିଁ। କମେଡି ନଁାରେ ଖାଲି ଭଲ୍‌ଗାର ବା ଅଶ୍ଳୀଳ କଥା। କାହିଁକି ଲୋକେ ନାଟକ ଦେଖିବେ?

ଶୁଣାଯାଏ କଳାକାରମାନେ (ଯଦିଓ ହାତଗଣତି) ମାଲିକମାନଙ୍କୁ ପ୍ରଭାବିତ କରି ସେମାନଙ୍କ ଅନୁଯାୟୀ ନାଟକ ଲେଖେଇବାକୁ ଚେଷ୍ଟାକରନ୍ତି। ଏ ପ୍ରକାର ଅନୁଭୂତି ଆପଣଙ୍କର ଅଛି କି? ଏପ୍ରଶ୍ନର ଉତ୍ତରରେ ରାୟ କହନ୍ତି, କେବେକେବେ ଆମ ପାର୍ଟିରେ ଏଭଳି ଘଟଣା ଘଟିଛି। ତେବେ ମୁଁ ସେମାନଙ୍କ କଥା ଶୁଣିନି। ସେମାନେ ଛାଡ଼ି ପଳେଇ ଯାଇଛନ୍ତି। ମୋ ପାର୍ଟି କିନ୍ତୁ ଚାଲିଛି। ମୁଁ ଗୋଟିଏ କଥା ବୁଝେ କଳାକାରଙ୍କୁ ନୁହେଁ; କାହାଣୀକୁ ଗୁରୁତ୍ୱ ଦେଲେ ନାଟକ ଭଲ ହେବ। ମୋର ମନେପଡ଼େ ମଁୁ ଏକ ନାଟକ କରିଥିଲି ‘ଆକାଶବାଣୀ କଟକ’। ସ୍ବର୍ଗତ ଅନନ୍ତ ଓଝାଙ୍କ ରଚନା ଏବଂ ବିନୋଦ ରାଉତଙ୍କ ନିର୍ଦ୍ଦେଶନା। କୌଣସି କଳାକାରଙ୍କ ଉପରେ ଗୁରୁତ୍ୱ ଦିଆଯାଇ ନ ଥିଲା। କାହାଣୀ ଯାହା ଚାହୁଁଥିଲା ସେହି ଅନୁଯାୟୀ କଳାକାରଙ୍କୁ ଭୂମିକା ଦିଆଯାଇଥିଲା। ଏ ନାଟକଟି ଓଡ଼ିଶାରେ ସର୍ବାଧିକ ଆଦୃତ ହୋଇଥିଲା। ମୋର ମନେଅଛି, ଗଞ୍ଜାମର ଠାକୁରାଣୀ ଯାତ୍ରାରେ ଆମ ସହିତ ଛ’ଟି ପାର୍ଟି କମ୍ପିଟିଶନ୍‌ କରୁଥିଲେ। ଆମର ସେଇ ଗୋଟିଏ ନାଟକ ଆଠଦିନ ହାଉସ୍‌ଫୁଲ୍‌ ଚାଲିଥିଲା ବେଳେ ଅନ୍ୟ ପାର୍ଟିସବୁ ଆଠଦିନରେ ତିନିଟା/ଚାରିଟା ନାଟକ ବଦଳେଇଥିଲେ। ଏଥର ଆପଣ ଚିନ୍ତା କରନ୍ତୁ! ରବି ରାୟ କହନ୍ତି, ଜଣକୁ ଗୁରୁତ୍ୱ ଦେଇ ନାଟକ କଲେ ସର୍ବପ୍ରଥମେ ଯାହା ନଷ୍ଟହେବ ତାହା ହେଉଛି ଟିମ୍‌ ସ୍ପିରିଟ୍‌। ଆଉ ଟିମ୍‌ ସ୍ପିରିଟ୍‌ ନଷ୍ଟହେଲେ ନାଟକ କେମିତି ଭଲ ହେବ?


All Right Reserved By Dharitri.Com

ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ଦୀପବୀର

ତିରୁପତି ଦର୍ଶକ ପରେ ବଲିଉଡ୍‌ର ଚର୍ଚ୍ଚିତ ଦମ୍ପତି ରଣବୀର କପୁର ଓ ଦୀପିକା ପାଦ୍ୟୁକୋନ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚତ୍ଛନ୍ତି। ସେଠାରେ ସେ ମଥା ଟେକିଛନ୍ତି।...

ମେକଅପ୍‌ ରୁମ୍‌ରେ ନୁସରତଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ସୁବବେଳେ ବହୁ ଆକ୍ଟିଭ ରୁହନ୍ତି। ଫେସ୍‌ବୁକ୍‌, ଟ୍ବିଟର, ଇନ୍‌ଷ୍ଟାଗ୍ରାମ ଓ...

ଚଳିତବର୍ଷ ଦୀପାବଳି ପାଳିବେନି ଆଲିଆ!

ନିଜର ଦମ୍‌ଦାର ଅଭିନୟ ଏବଂ କ୍ୟୁଟ୍‌ନେସ୍‌ ପାଇଁ ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନଁା କରିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ। କୌଣସି ନା କୌଣସି...

ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ଜନ୍ମଦିନରେ ଖୁବ୍‌ ମଜା କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ବେଳେ ବେଳେ ଆସି ଯାଆନ୍ତି ଚର୍ଚ୍ଚାକୁ। ବିଶେଷ କରି ତାଙ୍କ ଲଭ୍‌ ଅଫେୟାର୍ସ...

ଅମନଙ୍କ ସ୍ବପ୍ନ

ଗୀତକୁ ନେଇ ସ୍ବପ୍ନ ଦେଖନ୍ତି ଅମନ। ଗୀତକୁ ସାଥିକରି ସେ ବାଟ ଚାଲିବେ – ଏମିତି ମଧ୍ୟ ଏକ ନିଷ୍ପତ୍ତି ନେଇଛନ୍ତି ଅମନ। ଅମନଙ୍କ ପୂରାନାମ...

କରନଙ୍କୁ ଜୋକର ବୋଲି କୁହନ୍ତି ତାଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ସେ ତାଙ୍କ ଇନଷ୍ଟାଗ୍ରାମରେ ସବୁବେଳେ ଆକ୍ଟିଭ ଥିବାବେଳେ ତାଙ୍କ ଫିଲ୍ମକୁ ନେଇ...

ଲକ୍ଷ୍ମୀକାନ୍ତଙ୍କ ପାଇଁ ଜୋର୍‌ରେ କାନ୍ଦିଥିଲେ ସଲମାନ

ମୁମ୍ବାଇ: ବଲିଉଡ୍‌ର କମେଡ଼ିଆନ୍‌ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ସୋମବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪ ଡିସେମ୍ବର...

କ୍ଷମା ମାଗିଲେ ଅମିତାଭ୍‌

ମୁମ୍ବାଇ: ବିଗ୍‌ ବି ଅମିତାଭ୍‌ ବଚ୍ଚନ ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। କୋଲକାତାଠାରେ ହୋଇଥିବା ୨୫ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ବିଗ୍‌ ବି ଏଥର ଯୋଗଦେଇପାରି...

Leave a comment

Your email address will not be published. Required fields are marked *