Posted inଜାତୀୟ

ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଲେ ପରିବାର ଲୋକେ

ଜଳନ୍ଧର,୧୫।୯: ପଞ୍ଜାବର ତରନତାରନରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଛନ୍ତି ଯୁବତୀଙ୍କ ପରିବାର ଲୋକେ। ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ତରନତାରନର ନୌଶେରା ଢାଲା ନିବାସୀ ଅମନଦୀପ ସିଂ ନିଜ ଗ୍ରାମର ଅମନପ୍ରୀତ କୌରଙ୍କୁ ପ୍ରେମ କରି ବସିଥିଲେ। କିନ୍ତୁ ଯୁବତୀଙ୍କ ପରିବାର ଲୋକେ ଏହା ସପକ୍ଷରେ ନ ଥିଲେ। ଏହା ସତ୍ତ୍ୱେ ୪ ମାସ ତଳେ ପରିବାର ବିରୋଧରେ ଯାଇ ଉଭୟେ ଘରୁ ପଳାଇ ବିବାହ କରିଥିଲେ। ଶନିବାର ଉଭୟେ ଗାଁ ଫେରିବାରୁ ଅମନପ୍ରୀତଙ୍କ ପରିବାର ଲୋକେ ଝିଅ-ଜ୍ୱାଇଁଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ଅମନଦୀପଙ୍କ ମୃତ୍ୟୁ ହୋଇଥିବାବେଳେ ଅମନପ୍ରୀତଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ମାଆଙ୍କ ଆଶୀର୍ବାଦ ନେବେ ମୋଦି

ନୂଆଦିଲ୍ଲୀ,୨୬ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଗୁଜୁରାଟର ଅହମ୍ମଦାବାଦରେ ପହଞ୍ଚି ମାଆ ହୀରାବେନ୍‌ଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିବେ। ଲୋକସଭା ନିର୍ବାଚନରେ ଏନ୍‌ଡିଏ ସଂଖ୍ୟା...

ପଦ ହରାଇଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୮।୧୧: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ‘ଦେଶଭକ୍ତ’ କହି ବିବାଦ ଘେରକୁ ଚାଲି ଯାଇଥିଲେ। ଏବେ ଏହା...

ଭାରତୀୟ କୋଷ୍ଟ ଗାର୍ଡରେ ସାମିଲ୍‌ ହେଲା ‘ବରାହ’

ଚେନ୍ନାଇ,୨୫।୯: ଭାରତୀୟ କୋଷ୍ଟ ଗାର୍ଡରେ ‘ବରାହ’ ପାଟ୍ରୋଲିଂ ଜାହାଜ ସାମିଲ୍‌ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଆୟୋଜିତ ଏକ ଉତ୍ସବରେ ଏହାକୁ ଚେନ୍ନାଇ...

ଆଜି ଦିଲ୍ଲୀ ଭୋଟ

ନୂଆଦିଲ୍ଲୀ, ୮ା୨: ଦିଲ୍ଲୀ ବିଧାନସଭାର ୭୦ ଆସନ ଲାଗି ଶନିବାର ଭୋଟଗ୍ରହଣ କରାଯିବ। ଏଥିପାଇଁ ଗୂୁରୁବାର ସବୁ ଦଳ ପକ୍ଷରୁ ହାଇଭୋଲ୍ଟେଜ୍‌ ପ୍ରଚାର ସରିଥିବାବେଳେ ଶୁକ୍ରବାର...

ଜନଜାତି ସାମଗ୍ରୀର ନୂଆ ଠିକଣା ‘ଆଦିଶା’

ମାଣ୍ଡିଆ ଚୂନାରୁ ଆରମ୍ଭ କରି ଶାଳଫୁଲ ଚାଉଳ ପର୍ଯ୍ୟନ୍ତ କଳା ତୁଳସୀ ପାଉଡରରୁ ପାଳୁଅ ଚୂନା ପର୍ଯ୍ୟନ୍ତ ଓଡ଼ିଶାର ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ...

ପ୍ଲାଷ୍ଟିକ ବଦଳରେ ମିଳୁଛି କ୍ଷୀର

ପଞ୍ଚକୁଲା,୨୬।୧୨: ହରିୟାଣାର ପଞ୍ଚକୁଲାରେ ଏବେ ଲୋକଙ୍କୁ ପ୍ଲାଷ୍ଟିକ ବଦଳରେ କ୍ଷୀର ମିଳୁଛି। ପଞ୍ଚକୁଲା ନଗର ନିଗମ ପକ୍ଷରୁ ଏବେ ଏମିତି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।...

ଧାର୍ଯ୍ୟ ସମୟରେ ହୋଇ ପାରିଲାନି ଆସ୍ଥା ଭୋଟ: ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ବେଙ୍ଗାଲୁର,୧୯।୭: ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ହୋଇ ପାଲିଲାନି ଆସ୍ଥା ଭୋଟ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ କହିଲେ ଆସନ୍ତା ସୋମବାର ଅବା ମଙ୍ଗଳବାର...

ପୋଲିସକୁ ୫୦ହଜାର ଟଙ୍କା ଦାନ କଲେ ୩ବର୍ଷର ବାଳକ

ମୁମ୍ବାଇ,୧୩।୫: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ସରକାରଙ୍କୁ ସବୁ ବର୍ଗର ଲୋକେ ସହାୟତାର ହାତ ବଢ଼ାଉଛନ୍ତି। ଇତିମଧ୍ୟରେ...

Leave a comment

Your email address will not be published. Required fields are marked *