Posted inଫୁରସତ

ଭିନ୍ନ ଏହି କ୍ୟାମ୍ପିଙ୍ଗ୍‌ ସାମଗ୍ରୀ

ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି କିଛି ରୋମାଞ୍ଚକର ଅନୁଭୂତି ପାଇବା ପାଇଁ କେତେ ଲୋକ କ୍ୟାମ୍ପିଙ୍ଗ୍‌ରେ ଯିବାକୁ ପସନ୍ଦ କରିଥାନ୍ତି। ତେବେ ଏହି କ୍ୟାମ୍ପିଙ୍ଗ୍‌କୁ ଯିବା ପୂର୍ବରୁ ଆବଶ୍ୟକ ତଥା ସୁରକ୍ଷା ଦୃଷ୍ଟିରୁ କିଛି ଖାସ୍‌ ସାମଗ୍ରୀକୁ ସାଙ୍ଗରେ ନେଇକି ଯିବାକୁ ହୋଇଥାଏ। ହେଲେ ଏବେ କିଛି ଭିନ୍ନ ଶୈଳୀର କ୍ୟାମ୍ପିଙ୍ଗ୍‌ ସାମଗ୍ରୀ ମାର୍କେଟ୍‌ରେ ମିଳିଲାଣି, ଯାହାକୁ ନେଇକି ଗଲେ ଟିକେ ଅଲଗା ଅନୁଭୂତି ମିଳିପାରିବ…

 

ଫ୍ଲୋଟିଂ ଟେଣ୍ଟ: ସାଧାରଣତଃ କ୍ୟାମ୍ପିଙ୍ଗ୍‌ରେ ଗଲାବେଳେ ଟେଣ୍ଟରେ ରହିବାର ସୁଯୋଗ ମିଳିଥାଏ, ଯାହା ଖୁବ୍‌ ନିଆରା ଲାଗେ। ହେଲେ ତା’ଠୁ ବି ଆହୁରି ନିଆରା ଅନୁଭୂତି ମିଳେ ଫ୍ଲୋଟିଂ ଟେଣ୍ଟରେ କିଛି ସମୟ ବିତାଇଲେ। କାରଣ ଏହି ଟେଣ୍ଟ ପାଣି ଉପରେ ଭାସମାନ ଅବସ୍ଥାରେ ରହିଥାଏ, ଯାହା ମଧ୍ୟରେ ପର୍ଯ୍ୟଟକ ବସି ପାରିବେ ଏବଂ ଶୋଇବାର ମଜା ମଧ୍ୟ ନେଇପାରିବେ। ପୂର୍ବେ ଫ୍ଲୋଟିଂ ଟେଣ୍ଟର ବ୍ୟବହାର ବିଦେଶରେ ବେଶି ହେଉଥିଲା, ହେଲେ ଏବେ ଭାରତର ବିଭିନ୍ନ ସ୍ଥାନରେ ବି ଲୋକେ ଫ୍ଲୋଟିଂ ଟେଣ୍ଟରେ ବସି ବୁଲିବାର ମଜା ନେଲେଣି।

ଫୋଲ୍ଡିଂ କାନୋପି ଚେୟାର୍‌: ଏହି ଚେୟାର୍‌ର ଚତୁଃପାର୍ଶ୍ୱରେ ଏକ ଟ୍ରାନ୍ସପରେଣ୍ଟ ସ୍କ୍ରିନ୍‌ ଘୋଡାଇ ହୋଇ ରହିଥାଏ। ଏପରିକି ଚେୟାର୍‌ର ଉପରି ଭାଗ ବି କଭର୍‌ ହୋଇକି ଥାଏ। ଯଦ୍ଦ୍ବାରା ଖରା ହେଉ କିମ୍ବା ବର୍ଷା ସମୟରେ ମଧ୍ୟ ଏହି ଚେୟାର୍‌କୁ ବାହାରେ ପକାଇ ତା’ଉପରେ ଆରାମରେ ବସିହୁଏ। ତା’ଛଡ଼ା ଏଥିରେ ଲାଗିଥିବା ସ୍କ୍ରିନ୍‌ ଯୋଗୁ ଏହାକୁ ଗଛଲତା ଥିବା ସ୍ଥାନରେ ପକାଇ ବସିଲେ ପୋକଜୋକ ପ୍ରତି ଡର ବି ନଥାଏ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଚେୟାର୍‌କୁ ଫୋଲ୍ଡ କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆରାମରେ ନେଇହୁଏ।

ପୋର୍ଟେବଲ୍‌ ଫ୍ରିଜର୍‌: ଏହି ଫ୍ରିଜର୍‌ରେ ସ୍ବତନ୍ତ୍ର ଟେମ୍ପରେଚର୍‌ ଗଜ୍‌, ଓ୍ବେଦର୍‌ ରେଜିଷ୍ଟାଣ୍ଟ କ୍ୟାବିନେଟ୍‌, ଏଲ୍‌ଇଡି ଇଣ୍ଡିକେଟର୍‌ ଓ ସଫ୍ଟ ଟଚ୍‌ ଅପରେଟିଙ୍ଗ୍‌ ପାନେଲ୍‌ ରହିଥିବାରୁ ଏହା ବେଶ୍‌ କିଛିଦିନ ଧରି ପାଣିକୁ ଥଣ୍ଡା ଓ ଖାଦ୍ୟ ପଦାର୍ଥକୁ ସତେଜ ରଖିଥାଏ। ତା’ଛଡ଼ା ଏହାର ସାଇଜ୍‌ ଛୋଟ ହୋଇଥିବାରୁ ଏହାକୁ ଆରାମରେ ହାତରେ ଧରି ଯାଇହୁଏ। ଫଳରେ କ୍ୟାମ୍ପିଙ୍ଗ୍‌ରେ ଗଲାବେଳେ ଏହାକୁ ନେବା ସହଜ ହୋଇଥାଏ।

ପୋର୍ଟେବଲ୍‌ ଏସ୍‌ପ୍ରେସୋ ମେକର୍‌: କଫି ଲଭର୍‌ଙ୍କ ପାଇଁ ଖୁସି ଖବର। କାରଣ ଏବେ ମାର୍କେଟ୍‌କୁ ଆସିଗଲାଣି ଏସ୍‌ପ୍ରେସୋ ବା ନାନୋପ୍ରେସୋ କଫି ମେକର୍‌। ଏହି କଫି ମେକର୍‌କୁ ଚଲେଇବା ପାଇଁ ନା ବ୍ୟାଟେରିର ବ୍ୟବହାର ହୁଏ ନା ଇଲେକ୍ଟ୍ରିସିଟିର ଦରକାର ପଡ଼େ। କେବଳ ଗରମ ପାଣି କିମ୍ବା ଗରମ କ୍ଷୀର ଓ କଫି ପାଉଡର୍‌କୁ ଏହି ମେକର୍‌ରେ ପକାଇ କିଛି ସମୟ ପ୍ରେସ୍‌ କଲେ ଏଥିରୁ କଫି ପ୍ରସ୍ତୁତ ହୋଇ ବାହାରିଥାଏ। ତେଣୁ କ୍ୟାମ୍ପିଙ୍ଗ୍‌ ପାଇଁ ଏହା ଏକ ବେଷ୍ଟ ଅପ୍‌ଶନ ହୋଇପାରେ।

ଇନ୍‌ଫ୍ଲାଟେବଲ୍‌ ଟ୍ରାନ୍ସପରେଣ୍ଟ ବବଲ୍‌ ଟେଣ୍ଟ: ଏହି ଟେଣ୍ଟଟି ଫୋଲ୍ଡ ହୋଇକି ରହିଥାଏ। ବେଲୁନ୍‌ରେ ଯେମିତି ପବନ ପୂରାଯାଏ, ଠିକ୍‌ ସେମିତି ଏହି ଟେଣ୍ଟକୁ ବି ପବନ ଦ୍ୱାରା ଫୁଲା ଯାଇଥାଏ। ତା’ଛଡ଼ା ଏହା ଟ୍ରାନ୍ସପରେଣ୍ଟ ହୋଇଥିବାରୁ ଏହା ଭିତରୁ ବାହାର ଦୁନିଆକୁ ଆରାମରେ ଦେଖିହୁଏ। ସେହିପରି ଏହି ଟେଣ୍ଟରେ ସ୍ବତନ୍ତ୍ର ସାଇଲେଣ୍ଟ ଏୟାର୍‌-ବ୍ଲୋଇଂ ଏବଂ ଫିଲ୍ଟରେଶନ୍‌ ସିଷ୍ଟମ୍‌ ଥିବାରୁ ଏହାକୁ ଯେକୌଣସି ସ୍ଥାନରେ ଆଉ ଜଳବାୟୁରେ ବ୍ୟବହାର କରିହୁଏ।

ଇନ୍‌ଫ୍ଲାଟେବଲ୍‌ ପୋର୍ଟେବଲ୍‌ ଟବ୍ସ: ଏହି ଟବ୍ସକୁ ବି ପବନ ଦ୍ୱାରା ଫୁଲାଇ ତିଆରି କରାଯାଇଥାଏ। ଯେହେତୁ କ୍ୟାମ୍ପିଙ୍ଗ୍‌ରେ ବାହାରକୁ ଯିବାକୁ ହୋଇଥାଏ, ଖୋଲାରେ ଗାଧୋଇବାରେ ଯେପରି ଅସୁବିଧା ନ ହୁଏ, ସେଥିପାଇଁ ଏହି ଟବ୍ସକୁ ସାଙ୍ଗରେ ନେଇକି ଯିବା ନିହାତି ଜରୁରୀ। ତା’ଛଡ଼ା ଏହି ଟବ୍ସକୁ ଫୋଲ୍ଡ କରି ହେଉଥିବାରୁ ଏହାକୁ ନେବାରେ କିଛି ଅସୁବିଧା ହୁଏ ନାହିଁ।

ଇଲେକ୍ଟ୍ରିକ୍‌ ହିଟେଡ୍‌ ସକ୍ସ ରିଚାର୍ଜେବଲ୍‌ ବ୍ୟାଟେରି: ଏହି ସକ୍ସକୁ ପିନ୍ଧିବାରେ ଅନେକ ଫାଇଦା ରହିଥାଏ। କାରଣ ଏଥିରେ ଏପରି ଏକ ସ୍ବତନ୍ତ୍ର ଧରଣର ମ୍ୟାଟେରିଆଲ୍‌ ରହିଛି, ଯାହା ଆପେ ଆପେ ପାଦକୁ ଉଷୁମ ଦେଇଥାଏ। ତା’ଛଡ଼ା ପାଦତଳ ଝାଳୁଆ ହେବାରୁ ମଧ୍ୟ ଏହା ରକ୍ଷା କରିଥାଏ। ଯଦ୍ଦ୍ବାରା ଅଧିକ ସମୟ ଚଲାବୁଲା କରିବାରେ କଷ୍ଟ ଅନୁଭବ ହୁଏନାହିଁ।

ମସାଜର୍‌ ବ୍ୟାକ୍‌ପ୍ୟାକ୍‌: ଏହି ବ୍ୟାକ୍‌ପ୍ୟାକ୍‌ରେ ଜିନିଷପତ୍ର ନେବା ପାଇଁ ଭଲ ସ୍ପେଶ୍‌ ରହିବା ସହିତ ଆଣ୍ଟି ସ୍କ୍ରାଚ୍‌ ମ୍ୟାଟେରିଆଲ୍‌ର ବ୍ୟବହାର କରାଯାଇଛି। ତା’ଛଡ଼ା ଏହାର ଓ୍ବାଟର୍‌-ରେଜିଷ୍ଟାଣ୍ଟ କ୍ଷମତା ମଧ୍ୟ ରହିଛି। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବ୍ୟାକ୍‌ପ୍ୟାକ୍‌ର ଯେଉଁ ଅଂଶ ପିଠି ସଂସ୍ପର୍ଶରେ ଆସେ, ସେହି ସ୍ଥାନରେ ଏମିତି କିଛି ମ୍ୟାଟେରିଆଲ୍‌ ଲଗାଯାଇଛି, ଯଦ୍ଦ୍ବାରା ଏହାକୁ ପିଠିରେ ପକାଇ ଗଲାବେଳେ ଏହା ପିଠିରେ ଘସିହୋଇ ତାକୁ ମସାଜ୍‌ କରିବାର କାମ ଆପେ ଆପେ କରିଥାଏ। ଫଳରେ ପିଠିକୁ ଆରାମ ଲାଗେ ଆଉ ଥକ୍କା ଜଣାପଡ଼େନି। କ୍ୟାମ୍ପିଙ୍ଗ୍‌ ପାଇଁ ଏହା ମଧ୍ୟ ଏକ ଭଲ ଅପଶନ୍‌।


All Right Reserved By

କେରଳରେ ଅନ୍‌ଲାଇନ୍‌ରେ ମିଳିବ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ, ଦାମ୍‌ କେତେ ଜାଣନ୍ତି…

କେରଳର ଜେଲ୍‌ରେ ସଜା କାଟୁଥିବା କଏଦୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଏବେ ଅନ୍‌ଲାଇନ୍‌ରେ ମିଳିବ। ତ୍ରିଶୂରସ୍ଥିତ ବୈୟୁର ସେଣ୍ଟ୍ରାଲ ଜେଲ୍‌ର କଏଦୀମାନଙ୍କୁ ସ୍ବରୋଜଗାର ପାଇଁ ଖାଦ୍ୟ...

ଯେଉଁଠି ଫୁଲ ତୋଡା ଧରିଲେ ଖୁବ୍‌ଶୀଘ୍ର ହୁଏ ବିବାହ

ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଚାଇନାରେ ଥିବା ଏକ ଅଜବ ପରମ୍ପରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଏମିତି ପରମ୍ପରାରେ ଲୋକେ ଭାଗ...

୭୦ ବର୍ଷୀୟ ୟୁନିଭର୍ସିଟି ଟପ୍ପର୍‌

ରାଞ୍ଚି:ଜୀବନର ଅପରାହ୍ନରେ ଯେତେବେଳେ ଶରୀର ସାଥିରେ ମନ ରହିବାକୁ ଚାହେଁନି ଠିକ୍‌ ସେତିକିବେଳେ ୭୦ ବର୍ଷୀୟ ଜଣେ ଅବସରପ୍ରାପ୍ତ ଶିକ୍ଷକ ବ୍ରଜକିଶୋର ଠାକୁର ୟୁନିଭର୍ସିଟି ଟପ୍ପର...

ଅଳପ ଲାଜେଇ ଟିକେ ସିଆଣି: ମନ କିଣିନେଲା ଚୋରାଚାହାଣି

ପ୍ରଶ୍ନ-ଜଣେ ସୁନ୍ଦରୀର ଚୋରାଚାହାଣି ମୋତେ ଘାଇଲା କରିଛି। ତା’ ପ୍ରେମରେ ପଡିଯାଇଛି କହିଲେ କିଛି ଭୁଲ ହେବ ନାହିଁ। ହେଲେ ସେ କେମିତି ମୋ ମନ...

ପ୍ରଦୂଷଣ ଦୂର କରିବ ଜୈବ ପରଦା

ଲଣ୍ଡନ: ଲଣ୍ଡନର ଇକୋ-ଲୋଜିକ ଷ୍ଟୁଡିଓ ନାମକ ଏକ ଫାର୍ମ ଜୈବ ପରଦା ବିକାଶ କରିଛନ୍ତି, ଯାହା ଦିନକୁ ଏକ କେଜି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରିବ। ଏହି...

ଏହି ଦୁର୍ଗରେ ରାତିରେ ରୁହନ୍ତିନି କେହି…

ମହାରାଷ୍ଟ୍ରର ପୁଣେ ସହରରେ ରହିଛି ଶନିୱାର୍‌ୱାଡ଼ା ଦୁର୍ଗ। ୧୭୪୬ରେ ଏହା ନିର୍ମାଣ କରାଯାଇଥିଲା। ୧୮୧୮ ମସିହା ପର୍ଯ୍ୟନ୍ତ ଏଠାରେ ମରହଟ୍ଟା ପେଶୱାମାନଙ୍କର ରାଜତ୍ୱ ଥିଲା। ଏହାପରେ...

ସବୁଠୁ ମହଙ୍ଗା ପରିବା, କିଲୋ ୮୨ ହଜାର ଟଙ୍କା

ଦୁନିଆରେ ଏଭଳି ଏକ ପରିବା ରହିଛି, ଯାହା ମୂଲ୍ୟ ସାମ୍ନାରେ ଆଳୁ, ଟମାଟୋ କି ପିଆଜ ଦର ବାଲିଗୋଡି଼ ସହ ସମାନ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ...

ଶେଷ ନିଃଶ୍ୱାସ ନେଲା ରୟାଲ କଇଁଛ ‘ଆଲାଗ୍‌ବା’

ଲାଗୋସ୍‌: ଦକ୍ଷିଣ ପଶ୍ଚିମ ନାଇଜେରିଆର ସବୁଠାରୁ ବୟସ୍କ କଇଁଛ କୁହାଯାଉଥିବା ‘ଆଲାଗ୍‌ବା’ ଆଉ ଦର୍ଶକଙ୍କ ମନୋରଞ୍ଜନ କରିପାରିବ ନାହିଁ। ଓଗ୍‌ବୋମୋସ୍‌ ରାଜପ୍ରାସାଦରେ ରହୁଥିବା ଏହି ପୋଷା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *