Posted inଜାତୀୟ

୨୦୫୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ,୧୫।୯: ସୀମାରେ ପାକ୍‌ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ପାକିସ୍ତାନ ଦ୍ୱାରା ମଧ୍ୟ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି ପାକିସ୍ତାନ ସୀମାରେ ୨୦୫୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଲାଣି। ଭାରତୀୟ ସେନା ଶିବିରକୁ ଲକ୍ଷ୍ୟ କରି ପାକିସ୍ତାନ କରିଥିବା ଗୁଳିଗୋଳା ବର୍ଷଣରେ ଏପର୍ଯ୍ୟନ୍ତ ୨୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ପାକିସ୍ତାନକୁ ଏନେଇ ବାରମ୍ବାର ବୁଝା ଯାଉଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରୁନାହିଁ। ଭାରତ ପକ୍ଷରୁ କେବେ ପ୍ରଥମ ଥର ଲାଗି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ନ ଥିବା ବେଳେ ପାକିସ୍ତାନ କେବେବି ସୀମାରେ ଶାନ୍ତ ବତାବରଣରେ ରହିବାକୁ ପସନ୍ଦ କରୁ ନ ଥିବା କହିଛି ବୈଦେଶିକ ମନ୍ତ୍ରଣାଳୟ।


All Right Reserved By

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ: ବର୍ଜନ କଲେ ବିରୋଧୀ

ନୂଆଦିଲ୍ଲୀ,୨୦ା୬(ପି.ଟି.): ଦେଶରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ହେଉଥିବାରୁ ଆର୍ଥିକ ଓ ପ୍ରଶାସନିକ ବୋଝ ବଢ଼ୁଛି। ଏହାକୁ ଏଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ...

ପବିତ୍ର ମୋହନ ଦାସଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ, ୬-୯(ପି.ଟି.):ଗୁରୁଦିବସରେ ଭାରତର ୪୬ ଶିକ୍ଷକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଜାତୀୟ ଶିକ୍ଷକ ପୁରସ୍କାର-୨୦୧୯ରେ ସମ୍ମାନିତ କରିଛନ୍ତି। କୋରାପୁଟର ବୋରିଗୁମାସ୍ଥିତ ପ୍ରୋଜେକ୍ଟ ୟୁପି ସ୍କୁଲ...

କେଜରିଓ୍ବାଲଙ୍କ ମୁସଲିମ୍‌ ଭୋଟ ବୟାନକୁ ନେଇ ଜବାବ ରଖିଲେ ଶିଲା

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଚଳିତ ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ଟି ଯାକ ଆସନ ଏଏପି ହାତକୁ ଆସୁଥିବା...

ରାଜ୍ୟ ସଭାରେ କାନ୍ଦିଲେ ଏମ୍‌ପି: କହିଲେ, ମୋ ମୃତ୍ୟୁରେ ଶୋକ କରିବେ ନାହିଁ

ନୂଆଦିଲ୍ଲୀ, ୨୪।୭: ରାଜ୍ୟ ସଭାରେ ବୁଧବାର କିଛି ଏମ୍‌ପିଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା। ଏହି ଅବସରରେ ଜଣେ ଏମ୍‌ପି ବିଦାୟୀ ଭାଷଣ ଦେଉଥିବାବେଳେ ଭାବୁକ...

ଓ୍ବିପ୍ରୋର ନୂଆ ଅଧ୍ୟକ୍ଷ ହେବେ ରିଶଦ୍‌ ପ୍ରେମ୍‌ଜୀ: ଅଜୀମ୍‌ ପ୍ରେମ୍‌ଜୀ ନେବେ ଅବସର

ନୂଆଦିଲ୍ଲୀ,୩୦।୭: ଆଇଟି କମ୍ପାନୀ ଓ୍ବିପ୍ରୋର ନୂତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅଜୀମ୍‌ ପ୍ରେମ୍‌ଜୀଙ୍କ ପୁଅ ରିଶଦ୍‌ ପ୍ରେମ୍‌ଜୀ ଦାୟିତ୍ୱ ଗ୍ରହଣ କରିବେ। ମଙ୍ଗଳବାର...

ଯୁବତୀଙ୍କ ସହ ଡ୍ୟାନ୍ସ କରୁଥିବା ବିହାରର ୪ ବିଧାୟକଙ୍କ ଭିଡିଓ ଭାଇରାଲ

ପାଟନା,୧୦।୬: ବିହାରର ୪ ଜଣ ବିଧାୟକ ନିକଟରେ ମଣିପୁରରେ ପ୍ରେମରେ ଉବୁଟୁବୁ ହେଉଥିବା ବେଳେ ସେମାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇମ୍ଫାଲ ଟାଇମ୍ସରେ ପ୍ରକାଶିତ...

ଅଖିଳେଶଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା ହଟିବ: ରହିବେନି ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ

ଲକ୍ଷ୍ନୌ,୨୩।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସୁରକ୍ଷା ଦଳରେ ଏଣିକି ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ ରହିବେନି। ତାଙ୍କର ଜେଡ୍‌ ପ୍ଲସ୍‌ ସୁରକ୍ଷା ହଟାଇବା ପାଇଁ...

ସନ୍ଧ୍ୟା ସୁଦ୍ଧା ବେଙ୍ଗାଲୁର ପହଞ୍ଚିବେ କୁମାରସ୍ବାମୀ

ବେଙ୍ଗାଲୁର,୭।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ରବିବାର ସନ୍ଧ୍ୟାରେ ବେଙ୍ଗାଲୁରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଆମେରିକା ଗସ୍ତରେ ଥିବା କୁମାରସ୍ବାମୀ ରାଜ୍ୟ ରାଜନୀତିର ହଟ୍ଟଗୋଳକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *