Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ପୋଷା କୁକୁରର ମୃତ୍ୟୁ, ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ୍‌,୧୫।୯:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଏକ ପୋଷା କୁକୁରର ମୃତ୍ୟୁ ଘଟିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ପୋଲିସ କୁକୁରକୁ ଚିକିତ୍ସା କରୁଥିବା ପଶୁ ଚିକିତ୍ସକଙ୍କ ନାଁରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ୧୧ ମାସର ପୋଷା କୁକୁର ହସ୍କିର ସ୍ବାସ୍ଥ୍ୟ ବୁଧବାର ହଠାତ୍‌ ଖରାପ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ନିବାସର କର୍ମଚାରୀମାନେ କୁକୁରକୁ ପଶୁ କ୍ଲିନିକ୍‌କୁ ନେଇଥିଲେ। ସେଠାରେ ଡାକ୍ତର ରଞ୍ଜିତ୍‌ କୁକୁରର ଚିକିତ୍ସା କରିବା ପୂର୍ବରୁ ତାକୁ ୧୦୧ ଡିଗ୍ରୀ ଜ୍ୱର ହୋଇଥିବା କହିଥିଲେ। କୁକୁରକୁ ଔଷଧ ମଧ୍ୟ ସେ ଦେଇଥିଲେ। କିନ୍ତୁ କିଛି ସମୟ ପରେ ହସ୍କିର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳା ଯୋଗୁ କୁକୁରର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନିବାସ ପକ୍ଷରୁ ସମ୍ପୃକ୍ତ ଡାକ୍ତରଙ୍କ ନାଁରେ ଆଇପିସି ଧାରା ୪୨୯ ଏବଂ ୧୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବିପକ୍ଷ କଂଗ୍ରେସ ଏହି ଘଟଣାକୁ ନିନ୍ଦା କରିବା ସହ ଲୋକଙ୍କର ଡେଙ୍ଗୁରେ ମୃତ୍ୟୁ ଘଟୁଥିବାବେଳେ ରାଜ୍ୟ ସରକାର ଏକ ପୋଷା କୁକୁର ମୃତ୍ୟୁରେ ମାମଲା ରୁଜୁ କରୁଛନ୍ତି, ଯାହାକି ହାସ୍ୟାସ୍ପଦ। ସୂଚନାଯୋଗ୍ୟ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିବାସରେ ୯ଟି ପୋଷା କୁକୁର ଅଛି।


All Right Reserved By Dharitri.Com

ଆଶାରାମ ବାପୁଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୨।୭: ନାବାଳିକା ବଳାତ୍କାର ଅଭିଯୋଗରେ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ପୁଣି ଝଟକା। ତାଙ୍କ ଜାମିନ ଆବେଦନ ଶୁକ୍ରବାର ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ବଳାତ୍କାର...

ମୋଦିଙ୍କ ସମୟରେ ଭଲ ଖୋଜିବା ଅଳିଆରୁ ଛୁଞ୍ଚି ଖୋଜିବା ସହ ସମାନ: ଖୁର୍ସିଦ

ନୂଆଦିଲ୍ଲୀ,୧।୯: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ମୋଦିଙ୍କ ସମୟରେ ଭଲ ଖୋଜିବା ଅଳିଆରୁ ଛୁଞ୍ଚି ଖୋଜିବା...

ମହାରାଷ୍ଟ୍ରରେ କ୍ଷମତା ଯୁଦ୍ଧ:ଉଦ୍ଧବ ନେବେ ଚୂଡ଼ାନ୍ତ ନିଷ୍ପତ୍ତି

ମୁମ୍ବାଇ,୧-୧୧:ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ମଧ୍ୟରେ କ୍ଷମତା ଲଢ଼େଇ ଜାରି ରହିଛି। ଶିବସେନାର ବରିଷ୍ଠ ନେତା ଏକ୍‌ନାଥ ସିନ୍ଧେ ବୁଧବାର ବିଧାୟକ ଦଳ ନେତା ନିର୍ବାଚିତ...

ଇଭିଏମ୍‌ରେ ତ୍ରୁଟି, ଅଖିଳେଶ କହିଲେ ଭାଜପା ପାଇଁ ହେଉଛି ଭୋଟ

ଲକ୍ଷ୍ନୌ,୨୨।୩: ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଅନେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। ବିଶେଷ କରି ଉତ୍ତର ପ୍ରଦେଶରେ ପାଖାପାଖି...

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୬।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ଏବେ ଅଧିକାଂଶ ନେତା ପରସ୍ପର ଉପରକୁ କାଦୁଅ ଫିଙ୍ଗୁଥିବା ଦେଖିବାକୁ ମିଳିଛି। କିଛିଦିନ...

ସୁଷମା ସ୍ବରାଜଙ୍କ ପାର୍ଥିବ ଶରୀର ଦେଖି ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ,୬ା୮: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ୬୭ ବର୍ଷୀୟା ସ୍ବରାଜଙ୍କୁ...

ଟେରର୍‌ ପଣ୍ଡିଂ ମାମଲାରେ ଗିରଫ ହେଲେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ

ନୂଆଦିଲ୍ଲୀ,୧୦।୮: ନ୍ୟାଶନାଲ ଇନଭେଷ୍ଟିଗେଟିଂ ଏଜେନ୍ସି(ଏନ୍‌ଆଇଏ) ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ ରସିଦ୍‌ ଇଞ୍ଜିନିୟରଙ୍କୁ ଗିରଫ କରିଛି। ୨୦୧୭ରେ କଶ୍ମୀରରେ ଏମିତି ମାମଲାରେ...

ମସ୍ତିଷ୍କ ଜ୍ୱରକୁ ନେଇ ଝାଡ଼ଖଣ୍ଡରେ ହାଇ ଆଲର୍ଟ ଜାରି

ରାଞ୍ଚି,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱର ମହାମାରୀର ରୂପ ନେଲାଣି। ଏବେ ସୁଦ୍ଧା ପାଖାପାଖି ଶହେ ଶିଶୁଙ୍କର ମସ୍ତିଷ୍କ ଜ୍ୱର ଯୋଗୁ ମୃତ୍ୟୁ ହୋଇସାରିଲାଣି। ତେବେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *