Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ତାମିଲନାଡୁର ଅମ୍ବାସମୁଦ୍ରମ୍‌

ତାମିଲନାଡୁର ଏକ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଅମ୍ବାସମୁଦ୍ରମ୍‌ର ଭଲ ନାଁ ରହିଛି। ଦେବସ୍ଥଳୀ ବ୍ୟତୀତ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଜଳପ୍ରପାତ, ଡ୍ୟାମ୍‌ ତଥା ଅଭୟାରଣ୍ୟ ବି ଅଛି। ଖାସ୍‌ ସେଥିପାଇଁ ବର୍ଷସାରା ଏଠାରେ ଆଗନ୍ତୁକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହେଉଛି।

ତାମିଲନାଡୁର ତିରୁନେଲଭେଲି ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଛୋଟ ସହର ହେଉଛି ଅମ୍ବାସମୁଦ୍ରମ୍‌। ଏହି ସହର ପଶ୍ଚିମୀଘାଟ ପର୍ବତମାଳାର ପାଦଦେଶରେ ଅବସ୍ଥିତ ଏବଂ ତମୀରାବାରାନୀ ନାମକ ଏକ ନଦୀ ଏଠାରେ ପ୍ରବାହିତ। ଉକ୍ତ ନଦୀର ଗୋଟିଏ ପାର୍ଶ୍ୱରେ ଅମ୍ବାସମୁଦ୍ରମ୍‌ ଥିବାବେଳେ ଅନ୍ୟ ପାର୍ଶ୍ୱରେ ରହିଛି ଏହାର ପଡୋଶୀ ସହର କଲ୍ଲିଦାଇକୁରିଚି। ଖାସ୍‌ ସେଥିପାଇଁ ଅମ୍ବାସମୁଦ୍ରମ୍‌ର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷସାରା ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ।

କେବେ ଓ କେମିତି ଯିବେ
ଅମ୍ବାସମୁଦ୍ରମ୍‌ର ଜଳବାୟୁ ବର୍ଷସାରା ବେଶ୍‌ ଅନୁକୂଳ ରହିଥାଏ। ନା ବେଶି ଖରା ହୁଏ ନା ବେଶି ଶୀତ। ଖାସ୍‌ କରି ବର୍ଷାଦିନ ପରେ ପରେ ଏଠାକାର ପାଣିପାଗ ବେଶ୍‌ ଆରାମଦାୟକ ରୁହେ। ତେବେ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଏଠାକୁ ଯିବା ପାଇଁ ସେପ୍ଟେମ୍ବରରୁ ମାର୍ଚ୍ଚ ହେଉଛି ସବୁଠୁ ଭଲ ସମୟ। ସେହିପରି ଗମନାଗମନର ମଧ୍ୟ ଏଠାରେ ଭଲ ବ୍ୟବସ୍ଥା ରହିଛି। ମଦୁରାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅମ୍ବାସମୁଦ୍ରମ୍‌ର ନିକଟତମ ବିମାନବନ୍ଦର ହୋଇଥିବାବେଳେ ଚେନ୍ନାଇ ସେଣ୍ଟ୍ରାଲ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ଏକ ମୁଖ୍ୟ ରେଳଷ୍ଟେଶନ। ଅନ୍ୟପକ୍ଷେ ଦେଶର ବିଭିନ୍ନ ସ୍ଥାନରୁ ବସ୍‌ ଯୋଗେ ମଧ୍ୟ ଅମ୍ବାସମୁଦ୍ରମ୍‌କୁ ବୁଲିବାକୁ ଯାଇହେବ।

କ’ଣ ଦେଖିବେ
ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ: ଅମ୍ବାସମୁଦ୍ରମ୍‌ରେ ଅନେକ ଆଧ୍ୟାତ୍ମିକ ସ୍ଥଳୀ ଦେଖିବାକୁ ମିଳିଥାଏ। ଖାସ୍‌କରି ପ୍ରାୟ ୨୦୦ ବର୍ଷ ପୁରୁଣା ଥିରୁମୁଲାନାଥାର୍‌ସ୍ବାମୀ ମନ୍ଦିର ଏବଂ କାଷିବାନାଥାସ୍ବାମୀ ମନ୍ଦିର ହେଉଛି ଏଠାକାର ଦୁଇ ପ୍ରମୁଖ ଦେବସ୍ଥଳୀ। ତା’ଛଡ଼ା ପାପନାଶସ୍ବାମୀ ମନ୍ଦିର, ଅଗସ୍ତୀୟାର୍‌ ମନ୍ଦିର, କ୍ରିଷ୍ଣାସ୍ବାମୀ ମନ୍ଦିର, କାଶି ବିଶ୍ୱନାଥାର୍‌ ମନ୍ଦିର, ଦୁର୍ଗାଇ ଅମ୍ମାନ୍‌ ମନ୍ଦିର, ଶିବସୈଲମ୍‌ ମନ୍ଦିର ଇତ୍ୟାଦି ବି ହେଉଛି ଏଠାକାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟକ ଚାହିଁଲେ ଏହି ସବୁ ଦେବଭୂମି ବୁଲି ପ୍ରଭୁକୃପା ଲଭି ପାରିବେ।

କାଲାକ୍କଡ୍‌ ମୁଣ୍ଡାନାଥୁରାଈ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର:ତାମିଲନାଡୁର ଉଭୟ ତିରୁନେଲଭେଲି ଜିଲା ଓ କନ୍ୟାକୁମାରୀ ଜିଲାର ପରିସୀମା ଭିତରେ ଆସୁଥିବା କାଲାକ୍କଡ୍‌ ମୁଣ୍ଡାନାଥୁରାଈ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ତେବେ କେବଳ ବାଘ ନୁହେଁ ଅନ୍ୟ ବିରଳ ପଶୁପକ୍ଷୀଙ୍କୁ ବି ଦେଖିବାର ଏକ ନିଆରା ଅନୁଭୂତି ଏଠାରେ ମିଳିଥାଏ। ଅମ୍ବାସମୁଦ୍ରମ୍‌ ବୁଲି ଆସୁଥିବା ପର୍ଯ୍ୟଟକ ଚାହିଁଲେ ଏଠାକୁ ମଧ୍ୟ ଯାଇ ବୁଲିପାରିବେ।
ଅଗସ୍ତୀୟାର୍‌ ଜଳପ୍ରପାତ:ତିରୁନେଲଭେଲି ଜିଲାରେ ଅଗସ୍ତୀୟାର୍‌ ନାମକ ଏକ ଜଳପ୍ରପାତ ବି ରହିଛି। ଅମ୍ବାସମୁଦ୍ରମ୍‌ଠାରୁ ଏହା ମାତ୍ର କିଛି କି.ମି. ବ୍ୟବଧାନରେ ଅବସ୍ଥିତ। ପ୍ରାକୃତିକ ବୈଭବରେ ଭରା ଏହି ଜଳପ୍ରପାତ ନିକଟକୁ ଅନେକ ପର୍ଯ୍ୟଟକ ପିକ୍‌ନିକ୍‌ କରିବା ପାଇଁ ମଧ୍ୟ ଆସିଥାନ୍ତି।  ଏସବୁ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ଅମ୍ବାସମୁଦ୍ରମ୍‌ଠାରୁ ଅଳ୍ପ କିଛି ଦୂରରେ ଥିବା ପାପନାଶମ୍‌ ଡ୍ୟାମ୍‌, କରାଈୟାର୍‌ ଡ୍ୟାମ୍‌, ସର୍‌ଭାଲାର୍‌ ଡ୍ୟାମ୍‌ ଇତ୍ୟାଦି ବି ବୁଲି ଦେଖିପାରିବେ।


All Right Reserved By Dharitri.Com

ବେଡ୍‌ରୁମ୍‌ରୁ ଏମିତି ଶବ୍ଦ ଶୁଣି ଭୟରେ ଥରି ଉଠୁଥିଲେ ଦମ୍ପତି, ଜାଣନ୍ତୁ ଏ ଶବ୍ଦ କ’ଣ ଥିଲା

ଭାବିଲେ ଆପଣ ବେଡ୍‌ରୁମ୍‌ରେ ଥିବେ, ସେହି ରୁମ୍‌ରୁ ଅଜବ ଶବ୍ଦ ଆସୁଥିବ। ନା ଶାନ୍ତିରେ ବସିପାରିବେ ନା ଶୋଇପାରିବେ। ଭୟରେ ଦେହ ଥରି ଉଠିବ। ଏମିତି...

ପ୍ରେମ ମାନେନା ବୟସ : ବୃଦ୍ଧାଶ୍ରମରେ ପ୍ରେମ, ପରେ ବିବାହ

ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି। କେତେବେଳେ କାହା ସହ ପ୍ରେମ ହୋଇଯିବ କହି ହୁଏନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆମେରିକାର ଓହିଆ...

ସକାଳର ଅପେକ୍ଷାରେ…

ପ୍ରତ୍ୟେକ ମା,ବାପା ସନ୍ତାନ ଜନ୍ମପରେ ତାଙ୍କ ଭବିଷ୍ୟତ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି, ମାତ୍ର ପରିସ୍ଥିତି ବେଳେବେଳେ ସେସବୁକୁ ବଦଳେଇଦିଏ। ଯେଉଁଥିରେ କି ସେମାନଙ୍କ ଭବିଷ୍ୟତ...

ଚିକୁନଗୁନିଆକୁ ରୋକିବ ଯନ୍ତ୍ର

ନ୍ୟୁୟର୍କ: ୟୁଏସ୍‌ ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନଶନ(ସିଡିଓ)ର ଗବେଷକମାନେ ଏକ ଡିଭାଇସ୍‌ ବିକାଶ କରିଛନ୍ତି ଯାହା ମାଈ ମଶାଙ୍କୁ ଆକର୍ଷିତ କରିପାରିବ। ମଶା...

ଏହି ଗାଁରେ ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ

ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନି ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମା’ଙ୍କର ଜମଜ...

ମାଙ୍କଡ଼ର ଅନ୍‌ଲାଇନ ଶପିଂ

ବେଜିଂ: ସ୍ମାର୍ଟଫୋନ୍‌ ହେଉ କି କମ୍ପ୍ୟୁଟର ଏଥିରେ ଇଣ୍ଟରନେଟ୍‌ ସଂଯୋଗ କରି ଘରେ ବସି ଅନ୍‌ଲାଇନ୍‌ରେ ବିଭିନ୍ନ କାର୍ଯ୍ୟ ସହଜରେ କରିହେଉଛି। ଏସବୁ ଭିତରେ ଅନ୍‌ଲାଇନ୍‌...

କରୋନା ଭୂତାଣୁ ଡିପ୍‌ ଫ୍ରିଜରରେ ବି ବଞ୍ଚିରୁହେ ୨୮ ଦିନ !

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ, ପନିପରିବା ଆଦିକୁ ସତେଜ ରଖିବା ପାଇଁ ଘରେ ସଭିଏଁ ଫ୍ରିଜର ବ୍ୟବହାର...

ଏହି କୁଣ୍ଡରେ ଗାଧୋଇଲେ ଦୃଷ୍ଟିଶକ୍ତି ଫେରିଆସେ…

ରାଜସ୍ଥାନରେ ପ୍ରଭୁ ରାମଦେବ ବାବାଙ୍କ ମନ୍ଦିର ରହିଛି । ଯୋଧପୁରର ମସୁରିୟା ଅଞ୍ଚଳରେ ଥିବା ଏହି ମନ୍ଦିର ପରିସରରେ ରହିଛି ଏକ ଦିବ୍ୟ କୁଣ୍ଡ। ଏହାକୁ...

Leave a comment

Your email address will not be published. Required fields are marked *