Posted inଫୁରସତ

ଛାତ୍ରୀଛାତ୍ରଙ୍କ ବହିକିଣାରେ ପ୍ରଥମ ଦରମା ଟଙ୍କା ଖର୍ଚ୍ଚ ହୋଇଥିଲା: ଶିକ୍ଷାବିତ୍‌ ସ୍ବାଧୀନ ଶେଖର ଷଡ଼ଙ୍ଗୀ

ଶିକ୍ଷାବିତ୍‌ ତଥା ସାମାଜିକ କର୍ମୀ ସ୍ବାଧୀନ ଶେଖର ଷଡ଼ଙ୍ଗୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
କଟକ ସଦର ୪୨ ମୌଜା ଅନ୍ତର୍ଗତ ଏରଞ୍ଚ ଗାଁରେ ମୋ ଜନ୍ମ। ବେଣ୍ଟକାର ଉଚ୍ଚବିଦ୍ୟାଳୟରୁ ୧୯୭୬ରେ ଏକାଦଶ ପାସ୍‌ କରିବା ପରେ ଜେକେବିକେ କଲେଜରେ ଆଇ.ଏ. ଓ ରେଭେନ୍ସାରେ ବି.ଏ. ପଢିଥିଲି। ବି.ଏ. ପଢିବା ସମୟରେ ମୁଁ ଏନ୍‌ଏସ୍‌ଏସ୍‌ (ଜାତୀୟ ସେବା ସଂସ୍ଥା)ର ଜଣେ ଭଲ୍ୟୁଣ୍ଟିୟର୍‌ ଥିଲି। ତା’ପରେ ବାଣୀବିହାରରେ ରାଜନୀତି ବିଜ୍ଞାନରେ ପି.ଜି. କଲି। ଅଧ୍ୟାପନା କ୍ଷେତ୍ରରେ କାର୍ଯ୍ୟ କରିବାକୁ ଇଚ୍ଛା ଥିବାରୁ ପି.ଜି. ପଢା ପରେ ମଧୁସୂଦନ ଲ’ କଲେଜରେ ଏଲ୍‌ଏଲ୍‌ବି କରିବା ସହିତ ୪୨ ମୌଜା ନିକଟରେ ନୂଆ କରି ଖୋଲିଥିବା ସୁଦର୍ଶନ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲି। ଏହା ହେଉଛି ୧୯୮୪ ମସିହାର କଥା। ସେତେବେଳେ ଏହି କଲେଜଟି ମ୍ୟାନେଜ୍‌ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ତା’ଛଡ଼ା ନୂଆ କରି ଖୋଲିଥିବାରୁ ଦରମା ବି ମିଳୁ ନ ଥିଲା। ପ୍ରାୟ ୪/୫ ବର୍ଷ ବିନା ପାରିଶ୍ରମିକରେ ଅଧ୍ୟାପନା କରିବା ପରେ ମ୍ୟାନେଜ୍‌ମେଣ୍ଟ ତରଫରୁ ମୋତେ ପ୍ରଥମ କରି ହଜାରେ ଟଙ୍କା ଦରମା ମିଳିଲା। ବାପାମା’ଙ୍କର ୫ଟି ସନ୍ତାନ ମଧ୍ୟରୁ ମୁଁ ଥିଲି ୨ୟ ସନ୍ତାନ। ତା’ଛଡ଼ା ବାପା ଫରେଷ୍ଟ ଡିପାର୍ଟମେଣ୍ଟରେ ଚାକିରି କରୁଥିଲେ। ତେଣୁ ଘରେ ମୋ ଦରମାର କୌଣସି ଆବଶ୍ୟକତା ନ ଥିଲା। ସେଥିପାଇଁ ମୁଁ ମୋ ଦରମା ଟଙ୍କାକୁ ଗରିବ ଛାତ୍ରୀଛାତ୍ରଙ୍କ ବହିକିଣାରେ ଖର୍ଚ୍ଚ କରିଥିଲି। ଏହି ଧାରା ମୋର ସେହି ଗୋଟିଏ ମାସ ଦରମାରେ ସୀମିତ ରହିଲାନି, ପ୍ରାୟ ସବୁବେଳେ ଚାଲିଲା। କହିବାକୁ ଗଲେ ଟଙ୍କା ପଇସା ପ୍ରତି ମୋର ଦୁର୍ବଳତା କେବେ ନ ଥିଲା କି ଏବେ ବି ନାହିଁ। ଯେତେବେଳେ କୌଣସି ଗରିବ ପିଲାଟିକୁ ବହିଖାତା କିଣି ନ ପାରିବା କିମ୍ବା ପରୀକ୍ଷା ଫି’ନ ଦେଇ ପାରିବାର ଦେଖେ, ସେତେବେଳେ ମୁଁ ମୋ ସାଧ୍ୟ ମତେ ତାକୁ ସାହାଯ୍ୟ କରିବାକୁ ଚେଷ୍ଟା କରେ। ସେହିପରି କେଉଁ ଛାତ୍ରୀଛାତ୍ରଙ୍କର ଚପଲ ନ ଥିଲେ ନୂଆ ଚପଲ କିଣିଦିଏ, ପାଠ ଠିକ୍‌ରେ ବୁଝି ପାରୁ ନ ଥିଲେ ପିଲାଙ୍କୁ ଏକ୍ସଟ୍ରା କ୍ଲାସ୍‌ କରି ସେମାନଙ୍କୁ ସହଜ ଭାବେ ବୁଝାଇବାକୁ ଚେଷ୍ଟା କରେ। ଅନ୍ୟପକ୍ଷେ ଗରିବ ମେଧାବୀ ପିଲାଙ୍କୁ ଅଗ୍ରାଧିକାର ଭିତ୍ତିରେ ଶିକ୍ଷାଦାନ କରି ସମାଜରେ ପ୍ରତିଷ୍ଠା କରାଇବାକୁ ମୁଁ ପ୍ରାଣପଣେ ଚେଷ୍ଟା କରିଥାଏ। ଏହିପରି ଭାବେ ଅଧ୍ୟାପନା କରିବା ସଙ୍ଗେସଙ୍ଗେ ୧୯୮୬ରେ ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ୍‌ ଅଫିସର୍‌ ଭାବେ ଦାୟିତ୍ୱ ତୁଲାଇବା ଆରମ୍ଭ କଲି। ଯଦ୍ଦ୍ବାରା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନ ବିଶେଷ କରି ଗ୍ରାମାଞ୍ଚଳଗୁଡ଼ିକରେ ରକ୍ତଦାନ ଶିବିରର ଆୟୋଜନ କରିବା, ଗରିବ ଲୋକଙ୍କ ପାଇଁ ଅସମୟରେ ରକ୍ତ ଯୋଗାଇବା, ମେଡିକାଲ୍‌ ନେବା, ରୋଟାରୀ ଓ ଲାୟନ୍ସ କ୍ଲବର ସହବନ୍ଧିତାରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରି ମାଗଣାରେ ଚିକିତ୍ସା ଯୋଗାଇବା, ମେଡିକାଲ୍‌ କ୍ୟାମ୍ପ ଆୟୋଜନ କରିବା, ବୃକ୍ଷରୋପଣ ପ୍ରତି ସଚେତନତା ସୃଷ୍ଟି କରିବା, ଖରାଦିନେ ଜଳଛତ୍ର ଖୋଲି ପାଣି ବଣ୍ଟନ କରିବା ଇତ୍ୟାଦି କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲି। ଅଧ୍ୟାପନା ସହିତ ସମାଜସେବା ହେଉଥିବାରୁ ମୋତେ ଖୁବ୍‌ ଆତ୍ମଶାନ୍ତି ମିଳୁଥିଲା। ୧୯୯୬ରେ ସୁଦର୍ଶନ କଲେଜକୁ ସରକାରୀ ମାନ୍ୟତା ମିଳିଲା ଆଉ ୧୯୯୭ରେ ମୋ ବାହାଘର ହେଲା। ୟା’ ଭିତରେ ଅନେକ ବର୍ଷ ବିତିଗଲାଣି। ମୁଁ ଚାକିରିରୁ ଅବସର ମଧ୍ୟ ନେଇସାରିଲିଣି। ହେଲେ ମୋର ଶିକ୍ଷାଦାନ ଆଉ ସମାଜସେବା ସେମିତି ଚାଲିଛି। ମଝିରେ ମଝିରେ ସୁଦର୍ଶନ କଲେଜକୁ ଅତିଥି ଅଧ୍ୟାପକ ଭାବେ ଆମନ୍ତ୍ରିତ ହୋଇ ଛାତ୍ରୀଛାତ୍ରଙ୍କର ଚରିତ୍ର ଗଠନ ପ୍ରତି ଧ୍ୟାନ ଦେଉଛି। ତା’ଛଡ଼ା ଓଡ଼ିଶା ରେଡକ୍ରସ୍‌ ସୋସାଇଟିର ମୁଁ ଜଣେ ଆଜୀବନ ସଦସ୍ୟ। ସେହିପରି ଓଡିଶା ସ୍ବେଚ୍ଛାକୃତ ରକ୍ତଦାତା ସଂଘର ସଭାପତି, ଲାୟନ୍ସ କ୍ଲବ କଟକ ବାରବାଟିର ସମ୍ପାଦକ ଓ ସଭାପତି, କଟକ ସଦର ଉଠାଜଳସେଚନ ପାଣିପଞ୍ଚାୟତ ମହାସଂଘର ସଭାପତି, କଟକ ୪୨ ମୌଜା ବିକାଶ ପରିଷଦର ସମ୍ପାଦକ ଦାୟିତ୍ୱ ମୁଁ ତୁଲାଇଛି। ଆଉ ଏବେ କଟକ ୪୨ ମୌଜା ବିକାଶ ପରିଷଦର ଉପଦେଷ୍ଟା ଏବଂ ଏରଞ୍ଚ ମା’ଦକ୍ଷିଣେଶ୍ୱରୀ ପାଣିପଞ୍ଚାୟତର ସଭାପତି ଭାବେ ମୁଁ ନିଜର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରୁଛି। ଏ ନେଇ ମୋତେ ଅନେକ ସମ୍ମାନଜନକ ପୁରସ୍କାର ମଧ୍ୟ ମିଳିଛି। ବିଶେଷକରି ୨୦୧୫ରୁ ୨୦୧୮ ମସିହା ଭିତରେ ପୁନର୍ବାର ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ୍‌ ଅଫିସର୍‌ ଭାବେ ଅବସ୍ଥାପିତ ହୋଇ ପୋଷ୍ୟଗ୍ରାମ ଡିହସାହି, ବହଳପଡା, ୪୨ ମୌଜାଠାରେ ୭ ଦିନିଆ ୨ଟି ସ୍ବତନ୍ତ୍ର ଶିବିର ଆୟୋଜନ କରି ଉକ୍ତ ସାହିର ସାମଗ୍ରିକ ବିକାଶ ପାଇଁ ସ୍ବେଚ୍ଛାସେବୀଙ୍କ ସହଯୋଗରେ ସଫଳତା ହାସଲ କରିଥିବାରୁ ନିକଟରେ ମୋତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଭୁବନେଶ୍ୱରର ୩୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶ୍ରେଷ୍ଠ ପ୍ରୋଗ୍ରାମ୍‌ ଅଫିସର୍‌ ଭାବେ ପୁରସ୍କୃତ କରାଯାଇଛି। ଏସବୁ ବ୍ୟତୀତ ଆବଶ୍ୟକ ଅନୁଯାୟୀ ୟା’ ଭିତରେ ୧୨୬ ଜଣଙ୍କର ଶବସଂସ୍କାର କରିବାରେ ମୁଁ ସାହାଯ୍ୟ ସହଯୋଗ କରିଆସିଛି।
-ଅମ୍ବ୍ରିତା


All Right Reserved By Dharitri.Com

ନର୍କ ଗୁମ୍ଫା

ଭିଏତ୍‌ନାମର ଦା ନାଙ୍ଗରେ ମାର୍ବଲ ପର୍ବତରେ ଏକ ବଡ଼ ଗୁମ୍ଫା ଅଛି, ଯାହା ପରିଚିତ ଅମ୍‌ ଫୁ ତଥା ହେଲ୍‌ କେଭ୍‌ ଭାବେ। ଏହା ମଧ୍ୟରେ...

ଯେଉଁଠି କଏଦୀଙ୍କୁ ଶୋଇବା ମନା

ଦକ୍ଷିଣ ରୁଷ୍‌ରେ ଅବସ୍ଥିତ ଏହି ଜେଲ୍‌ର ନିୟମ ଅନ୍ୟ ଦେଶର ଜେଲ୍‌ଠୁ ସମ୍ପୂର୍ଣ୍ଣ ଭିନ୍ନ। ଜେଲ୍‌ରୁ ଆଜି ପର୍ଯ୍ୟନ୍ତ କଏଦୀ ଫେରାର୍‌ ହେବା ଘଟଣା ସାମ୍ନାକୁ...

ଇତିହାସ ପାଲଟିବ ‘ଗଧ’

ନୂଆଦିଲ୍ଲୀ: ନିର୍ବୁଦ୍ଧିଆ ପ୍ରାଣୀ ଭାବେ ଦୁର୍ନାମ ମୁଣ୍ଡାଇଛି ଗଧ। ଏପରି କି ‘ଗଧ’ ନଁ। ଶୁଣିଲେ ମନରେ ଭିନ୍ନ ଭାବନା ସୃଷ୍ଟି ହୁଏ। ଦୀର୍ଘଦିନ ଧରି...

ତ୍ୱଚାରେ ରହିଛି ପେନ୍‌ ରାଡାର୍‌

ସ୍ବିଡେନର କାରୋଲିନ୍‌ସ୍କା ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଶରୀରର ଯନ୍ତ୍ରଣାକୁ ଅନୁଭବ କରିପାରୁଥିବା ତ୍ୱଚାର ଏକ ସୂକ୍ଷ୍ମ ଉପାଦାନ ଠାବ କରିଛନ୍ତି । ଏହାକୁ ବୈଜ୍ଞାନିକମାନେ କହୁଛନ୍ତି ପେନ୍‌...

ଆଣ୍ଟି କରୋନା ଟେଣ୍ଟ୍‌ ତିଆରି କଲେ ମହିଳା

ଉହାନ, ୨୨।୨: ଚାଇନାରେ କରୋନା ଆତଙ୍କ ସୃଷ୍ଟି କରିଛି। ଲୋକଙ୍କୁ ଘରୁ ବାହାରକୁ ନ ବାହାରିକୁ ସରକାର କଟକଣା ଜାରି କରିଛନ୍ତି। ଫଳରେ ପିଲାମାନଙ୍କ ସ୍କୁଲ...

ଓଡ଼ିଶାର କୁନି ତାରକା: ଯିଏ ପାଲଟିଛନ୍ତି ଅନ୍ୟ ପାଇଁ ଆଦର୍ଶ

ପିଲା ହେଉଛନ୍ତି ପ୍ରଜାପତି ପରି। ମନ ସେମାନଙ୍କର ଚାହେଁ ଉଡ଼ି ବୁଲିବାକୁ, ଆଉ ଛୁଇଁବାକୁ ଦୂର ଦିଗ୍‌ବଳୟ। ବେଳେବେଳେ ସେଇ ଝୁଙ୍କ୍‌ରେ ସେମାନେ ନିଜର ସମସ୍ତ...

ଜନବସତିରେ ରହିବା ପାଇଁ କରିବାକୁ ପଡ଼େ ଆପେଣ୍ଡିକ୍ସ୍‌ ଅପରେଶନ୍‌

ଓ୍ବାଶିଂଟନ,୧।୩: ଭାରତରେ ରହିବା ପାଇଁ ଭାରତୀୟ ନାଗରିକତ୍ୱ ପ୍ରମାଣ ଜରୁରୀ। ସେହିପରି ପୃଥିବୀର ବିଭିନ୍ନ ସ୍ଥାନରେ ରହିବା ଲାଗି ଭିନ୍ନ ଭିନ୍ନ ପ୍ରାମାଣିକ ତଥ୍ୟର ଆବଶ୍ୟକତା...

ସଫଳତା ପଛରେ.. ଗୁରୁଙ୍କ ହାତ

ପ୍ରତ୍ୟେକଙ୍କ ଜୀବନରେ ଗୁରୁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଆନ୍ତି। ସେମାନଙ୍କର ପ୍ରେରଣା ଆମକୁ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ଯଥେଷ୍ଟ ସାହାଯ୍ୟ କରିଥାଏ। ସେହିପରି...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *