ପୂର୍ବତନ ମୁଖ୍ୟ ଶାସନ ସଚିବ ନଳିନୀକାନ୍ତ ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ନଳିନୀକାନ୍ତ ପଣ୍ଡାଙ୍କର ଶନିବାର ପରଲୋକ ହୋଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ଯାଜପୁରରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍ସା କଲେଜରେ ସ୍ନାତକ କରିବା ପରେ ସେ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରୁ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ପଣ୍ଡା ଇଷ୍ଟ ଆଫ୍ରିକାରେ ଜାତିସଂଘର ମୁଖ୍ୟ ଉପଦେଷ୍ଟା ଭାବେ ୮ ବର୍ଷ ଦାୟିତ୍ୱ ତୁଲାଇଥିଲେ। ସେ ୫ ଅଗଷ୍ଟ ୧୯୮୭ରୁ ୩୧ ମେ ୧୯୮୯ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ସୁଧା ପଣ୍ଡା ଓ ୩ ପୁଅ, ଗୋଟିଏ ଝିଅ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଶ୍ରୀ ପଣ୍ଡାଙ୍କ ବାସଭବନକୁ ଯାଇ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।


All Right Reserved By Dharitri.Com

ଆଜି ନିଟ୍‌ ପରୀକ୍ଷା

ଭୁବନେଶ୍ୱର,୨୦।୫(ବ୍ୟୁରୋ) : ଦି ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ସୋମବାର ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟାରେ ସରିବ।...

ଜବରଦଖଲକୁ ବିରୋଧ, ରାସ୍ତାକୁ ଓହ୍ଲାଇବେ ୫୦୦ ପରିବାର

ଭୁବନେଶ୍ୱର, ୬ା୨(ବ୍ୟୁରୋ): ପାଇକନଗରରେ ଚାଲିଥିବା ଜମି ବିବାଦ ଘଟଣାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରୁନାହିଁ। ୫୦୦ରୁ ଊର୍ଦ୍ଧ୍ୱ ପରିବାର ଉକ୍ତ ସରକାରୀ ଜମି ଉପରେ ନିର୍ଭର...

ଓଡ଼ିଶା ବିଧାନସଭାର ହେବ ନବକଳେବର

ଭୁବନେଶ୍ୱର,୧୭-୯(ବ୍ୟୁରୋ):ଓଡ଼ିଶା ବିଧାନସଭା ହେବ ଦେଶର ମଡେଲ ବିଧାନ ସଭା। ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ବିଲ୍ଡିଂ କମିଟି ଗଠନ...

ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଆଇଏଏସ୍‌ ଅଫିସର ଏସ୍‌.ଭିନିଲକ୍ରିଷ୍ଣା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପରେ ଏବେ ଆଇଏଏସ୍‌ ଅଫିସର ଏସ୍‌.ଭିନିଲକ୍ରିଷ୍ଣା ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ଏ ସମ୍ପର୍କରେ ସେ ଏକ ଭିଡିଓ...

ବନ୍ଧୁକରେ ରୋମାନ୍ସ, ଫୁଟିଲା ଗୁଳି

ଭୁବନେଶ୍ୱର, ୧୧ା୨(ବ୍ୟୁରେ): ପ୍ରେମିକାଙ୍କ ଶରୀରରେ ବନ୍ଧୁକ ଲଗାଇ ରୋମାନ୍ସ କରୁଥିଲେ ପ୍ରେମିକ। ଅଜାଣତରେ ଦବି ହୋଇଯାଇଥିଲା ଟ୍ରିଗର। ବନ୍ଧୁକର ଗୋଟିଏ ଗୁଳି ପ୍ରେମିକାଙ୍କ ଜଙ୍ଘରୁ ବାହାରି...

ପୁଣି ଲୁଟେରା ମାତିଲେ : ପିସ୍ତଲ ଦେଖାଇ ଟଙ୍କା, ମୋବାଇଲ ଲୁଟି ନେଲେ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : କମିଶନରେଟ୍‌ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ପୁଣି ଲୁଟେରା ମାତିଛନ୍ତି। ପାତ୍ରପଡା ଅଞ୍ଚଳରେ ଥିବା ଦୋକାନରେ ପଶି ମୁଣ୍ଡରେ ପିସ୍ତଲ ଲଗାଇ ଟଙ୍କା...

ରାଜଧାନୀରୁ କାର ଲୁଟ୍‌ ର଼୍ୟାକେଟର ପର୍ଦ୍ଦାଫାଶ : ୩ କାର, ବିପୁଳ ଅଳଙ୍କାର ଜବତ, ୪ ଗିରଫ

ଭୁବନେଶ୍ୱର/ପାତ୍ରପଡା, ୨୮।୬(ବ୍ୟୁରୋ/ଡି.ଏନ୍‌.ଏ.) : ଗତ କିଛି ମାସ ହେବ ରାଜଧାନୀରେ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଛି। ବିଶେଷକରି ବାରମ୍ବାର କାର୍‌ ଲୁଟ୍‌ ଘଟଣା ପୋଲିସର ଚିନ୍ତା...

ନୂଆ ମୋଟର ଯାନ ଆଇନ ଲାଗୁ ପରେ ବଢୁଛି ଜାଲିଆତି

ଭୁବନେଶ୍ୱର,୯ା୯(ବ୍ୟୁରୋ) : ନୂଆ ମୋଟର ଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ଲାଗୁହେବା ପରେ ପୋଲିସ୍‌ ଏବଂ ଆରଟିଓ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଯେଉଁମାନଙ୍କର ଡ୍ରାଇଭିଂ...

Leave a comment

Your email address will not be published. Required fields are marked *