ବିଧାୟକଙ୍କୁ ବାଚସ୍ପତିଙ୍କ ପରାମର୍ଶ, ଗ୍ରନ୍ଥାଗାରରେ ଅଧ୍ୟୟନ କର

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ବିଧାୟକମାନେ ବିଧାନସଭା ଗ୍ରନ୍ଥାଗାରରେ ଅଧ୍ୟୟନ କରନ୍ତୁ। ଅଧିବେଶନ ଚାଲିଥିବା ସମୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରନ୍ତୁ। ଏହାଦ୍ୱାରା ଜନ ପ୍ରତିନିଧିମାନେ ଅଧିକ ଦକ୍ଷ ଓ ପାରଦର୍ଶୀ ହୋଇପାରିବେ। ଶନିବାର ଷୋଡ଼ଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କ ପାଇଁ ଆୟୋଜିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପନୀ ଦିବସରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହା କହିଛନ୍ତି।

ସୂର୍ଯ୍ୟ କହିଥିଲେ ଯେ, ଜନପ୍ରତିନିଧି ଅଧିକ ଦକ୍ଷ ହୋଇପାରିଲେ ଲୋକମାନଙ୍କ ଆଶା, ଆକାଂକ୍ଷାକୁ ଅଧିକ ମାତ୍ରାରେ ପୂରଣ କରିପାରିବେ। ଗୃହ ପରିଚାଳନା ବିଧିବ୍ୟବସ୍ଥା, ଆଇନ ପ୍ରଣୟନ, ବଜେଟ୍‌ ପ୍ରସ୍ତୁତି, ବିଶେଷ ଅଧିକାର, ବୈଧାନିକ ପ୍ରଥା, ପରମ୍ପରା ସମ୍ପର୍କରେ ପ୍ରଦାନ କରାଯାଇଥିବା ପ୍ରଶିକ୍ଷଣ ନିଶ୍ଚିତ ଉପାଦେୟ ହେବ ବୋଲି ସୂର୍ଯ୍ୟ କହିଥିଲେ। ସେହିପରି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସମସ୍ତଙ୍କ ପାଇଁ ଉପାଦେୟ। ନବାଗତ ଏଥିରୁ ଜ୍ଞାନ ଅର୍ଜନ କରିଥିବା ବେଳେ ବରିଷ୍ଠମାନେ ଅଭିଜ୍ଞତା ବାଣ୍ଟିଛନ୍ତି। ଏହା ନିଶ୍ଚିତ ରୂପେ ଜନ ପ୍ରତିନିଧିଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ପ୍ରମିଳା କହିଛନ୍ତି। ପ୍ରଥମାର୍ଦ୍ଧରେ ଲୋକ ସଭା ସଚିବାଳୟ ନିର୍ଦ୍ଦେଶକ(ପିଆରଆଇଡିଇ) ପୁଲିନ୍‌ ପୁନିଆ ଏବଂ କୃଷିମନ୍ତ୍ରୀ ଅରୁଣ ସାହୁ ବକ୍ତବ୍ୟ ରଖିଥିଲେ। ଉଭୟେ କିଭଳି ପ୍ରଭାବୀ ବିଧାୟକ ହୋଇପାରିବେ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ବିଧାନସଭାର ବଜେଟ୍‌ ପ୍ରକ୍ରିୟା ବିଷୟରେ ଲୋକ ସଭା ସଚିବାଳୟ ନିର୍ଦ୍ଦେଶକ ଏମ୍‌.କେ. ମଧୁସୂଦନ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଆଲୋଚନା କରିଥିଲେ। ଦ୍ୱିତୀୟାର୍ଦ୍ଧରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ନିର୍ଦ୍ଦେଶକ ପି. ପୁନିଆ ମତ ରଖିଥିଲେ। ଶେଷ ପର୍ଯ୍ୟାୟରେ ପ୍ରଥମଥର ପାଇଁ ବିଧାନସଭାରେ ଇ-ବିଧାନସଭା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ଏଥିରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସଂସଦୀୟ ବ୍ୟାପାର(ଏନ୍‌ଆଇସି) ଉପ ମହାନିର୍ଦ୍ଦେଶକ ଏନ୍‌.ଏସ୍‌. ଅର୍ଣ୍ଣେଜା ଆଲୋଚନା କରିଥିଲେ। ଏହି ବିଷୟକୁ ଜାଣିବା ନେଇ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଆସନ୍ତା ଅଧିବେଶନଗୁଡିକ ଯେପରି କାଗଜମୁକ୍ତ ହୋଇପାରିବ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। କିଛିଦିନ ପୂର୍ବେ ଇ-ବିଧାନସଭା ସମ୍ପର୍କରେ ଜ୍ଞାନ ଅର୍ଜନ କରିବା ପାଇଁ ଏକ କମିଟି ହିମାଚଳପ୍ରଦେଶ ଗସ୍ତ କରିଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ପାରାଦୀପରେ ତାଣ୍ଡବ ରଚିଲା ଅମ୍ଫନ୍‌: ୨୪ ଘଣ୍ଟା ବର୍ଷା ପବନରେ ଲୋକେ ଆତଙ୍କିତ

ପାରାଦୀପ,୨୦ା୫(ସ୍ବ.ପ୍ର.): ବଙ୍ଗୋପ ସାଗରରୁ ସୃଷ୍ଟ ବାତ୍ୟା ଅମ୍ଫାନ ପାରାଦୀପରେ ତାଣ୍ଡବ ରଚିଛି। ଏହାଦ୍ୱାରା ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ଘଣ୍ଟାପ୍ରତି ୧୦୬ କି.ମି. ବେଗରେ ପବନ...

ବାଲମୁଚ୍‌ ହତ୍ୟା ମାମଲା :ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ ଜେଲ

ଢେଙ୍କାନାଳ ଅଫିସ, ୧ା୧୦ ଢେଙ୍କାନାଳ ସହରସ୍ଥିତ ମଣ୍ଟଫୋର୍ଟ ସ୍କୁଲ ନିକଟରେ ୨୦୧୬ ମସିହାରେ ଘଟିଥିବା ସଞ୍ଜୁ ବାଲମୁଚ୍‌ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି।...

ବଲାଙ୍ଗୀର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୧୮।୪: ବଲାଙ୍ଗୀର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ (କିସ) ପରିସରରେ କାର୍ଯ୍ୟକ୍ଷମ କୋଭିଡ ହସ୍ପିଟାଲକୁ ଶନିବାର ମୁଖ୍ୟ ଶାସନ ସଚିବ ଅସିତ...

ଅପରାହ୍ନ ୪ଟାରେ ବାନା ବନ୍ଧା

ପୁରୀ ଅଫିସ,୧୧।୧୦: ଋତୁ ଚକ୍ରର ପରିବର୍ତ୍ତନରେ ଏବେ ଶୀତ ଋତୁର ଆଗମନ ହେବ। ସାଧାରଣତଃ କାର୍ତ୍ତିକ ମାସରୁ ଶୀତଋତୁ ଆରମ୍ଭ ହୋଇଥାଏ। କୁମାର ପୂର୍ଣ୍ଣିମା ଡାଲାରେ...

ଅଖିଳ ଭାରତ ଡାକ ଭାରୋତ୍ତୋଳନ; ଯୁବକମାନେ ସକାରାତ୍ମକ ବିଶ୍ୱାସ ଜାଗ୍ରତ କରନ୍ତୁ : ରାଜ୍ୟପାଳ

ବ୍ରହ୍ମପୁର ଅଫିସ,୩୦ା୯-ସକାରାତ୍ମକ ଆତ୍ମବିଶ୍ୱାସ ଅସଫଳ କାର୍ଯ୍ୟକୁ ମଧ୍ୟ ସଫଳତାରେ ପରିଣତ କରିଥାଏ ା ନିଜ ଭିତରେ ଥିବା ସକାରାତ୍ମକ ବିଶ୍ୱାସ ଜାଗ୍ରତ କରିବା ଆବଶ୍ୟକ। ଯୁବକଙ୍କ...

‘ଅମ୍ଫନ୍‌’ ମୁକାବିଲା ନିମନ୍ତେ ପହଞ୍ଚିଲେଣି ୩୧ ଟିମ୍‌: ମଧ୍ୟରାତ୍ର ସୁଦ୍ଧା ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ଘଣ୍ଟାକୁ ୧୮ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି ‘ଅମ୍ଫନ’। ଏବେ ଏହା ପାରାଦୀପଠାରୁ ୩୫୦ କିମି ଏବଂ ଦୀଘାରୁ ୫୧୦ କିମି ଦୂରରେ...

ପରିବେଶ ପର୍ଯ୍ୟଟନସ୍ଥଳୀରେ ବଢ଼ୁଛନ୍ତି ପର୍ଯ୍ୟଟକ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ନୟାଗଡ଼ ଜିଲାର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଛୋଟ ଆଭ୍ୟନ୍ତରୀଣ ଗ୍ରାମ ବଡ଼ମୂଳ ସମ୍ପର୍କରେ ଦିନେ କେହି ଶୁଣି ନ ଥିଲେ କି ଜାଣି...

ଜବରଦଖଲରେ ସରକାରୀ ଜମି

ଆରଡ଼ି,୧୦।୨ (ଡି.ଏନ.ଏ.)-ଜବରଦଖଲକାରୀଙ୍କ କବଳରେ ସରକାରୀ ଜମି। କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୪ରୁ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜବରଦଖଲ ଉଚ୍ଛେଦ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ...

Leave a comment

Your email address will not be published. Required fields are marked *