ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ମୋକିମଙ୍କୁ ନା: ଡିସିପିଙ୍କ ବଦଳି ଦାବି କଲା ନଗର କଂଗ୍ରେସ

କଟକ ଅଫିସ,୧୫।୯: କମିଶନରେଟ୍‌ ପୋଲିସ ପକ୍ଷରୁ ଅନୁଷ୍ଠିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ଡିସିପି ଅଖିଳେଶ୍ୱର ସିଂ ନ ଡାକିବାକୁ ନେଇ କଟକ ସହରରେ ଅସନ୍ତୋଷ ତେଜିବାରେ ଲାଗିଛି। ଐତିହାସିକ କଟକ ସହର ଭାଇଚାରା ଓ ପରମ୍ପରାକୁ ବହନ କରୁଥିବାବେଳେ ପୋଲିସ ପ୍ରଶାସନର ଏଭଳି କାର୍ଯ୍ୟକୁ ନଗର କଂଗ୍ରେସ ବିରୋଧ କରିଛି। ଏ ନେଇ ନଗର କଂଗ୍ରେସ ପକ୍ଷରୁ ସିଡିଏ, ବିଡାନାସୀ, ସେଲ୍‌ଟର ଛକ, ଚାନ୍ଦିନୀଚୌକ, ପୁରୀଘାଟ, ବାଦାମବାଡି, ପ୍ରେସ୍‌ ଛକ, ଓଏମ୍‌ପି, ଜଗତ୍‌ପୁର, ରାଣୀହାଟ, ବକ୍ସିବଜାର ଓ ଚୌଧୁରୀ ବଜାର ଆଦି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ସହ ଡିସିପିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତିବର୍ଷ କଟକରେ ଦୁର୍ଗାପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ କରିବା ପାଇଁ ଜିଲା ଓ ପୋଲିସ ପ୍ରଶାସନ, ଶାନ୍ତି କମିଟି, ପୂଜା କମିଟିଗୁଡିକ ପକ୍ଷରୁ ପ୍ରସ୍ତୁତି ବୈଠକ ସହ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ କମିଶନରେଟ୍‌ ପୋଲିସ ପକ୍ଷରୁ ଗୁରୁବାର ସ୍ଥାନୀୟ ଶହୀଦ ଭବନଠାରେ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବାରବାଟୀ-କଟକ ଓ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ସମସ୍ତ ରାଜନୈତିକ ଦଳର ନେତା ଏବଂ ସମସ୍ତ ପୂଜା କମିଟିର କର୍ମକର୍ତ୍ତାଙ୍କୁ ଆମନ୍ତ୍ରଣ କରାଯାଇଥିଲା। ତେବେ ଏହି ବୈଠକକୁ ବିଧାୟକ ମୋକିମଙ୍କୁ ଆମନ୍ତ୍ରଣ ନ କରାଯିବା ନେଇ ବିବାଦ ଦେଖାଦେଇଛି। ଦୀର୍ଘବର୍ଷରୁ ରହିଆସିଥିବା ପରମ୍ପରାକୁ ଡିସିପି ସିଂ ଭାଙ୍ଗିଛନ୍ତି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଡିସିପି ସିଂଙ୍କ ଏଭଳି କାର୍ଯ୍ୟକୁ ବିରାଧ କରି ନଗର କଂଗ୍ରେସ ପକ୍ଷରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ତୁରନ୍ତ ବଦଳି ପାଇଁ ଦାବି କରାଯାଇଛି । ଏ ନେଇ ଡିସିପି ସିଂ କହିଛନ୍ତି, ମୋକିମଙ୍କ ସହ ମୋର ବ୍ୟକ୍ତିଗତ ତିକ୍ତତା ନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଦଶହରା ପ୍ରସ୍ତୁତି ବୈଠକ ଡକାଯାଇଥିଲା। ପୂର୍ବରୁ ମୋକିମ ଥାନାରେ ପଶି ଭଙ୍ଗାରୁଜା କରିବା ସହ ଆଇନକୁ ହାତକୁ ନେଇଥିବାରୁ ତାଙ୍କୁ ଏହି ବୈଠକକୁ ଡକାଯାଇ ନ ଥିଲା। ଅନ୍ୟପକ୍ଷରେ ବିଧାୟକ ମୋକିମ କହିଛନ୍ତି, ଯେ ପର୍ଯ୍ୟନ୍ତ ହାଇକୋର୍ଟ ମୋତେ ଦୋଷୀ ବୋଲି କହିନାହାନ୍ତି, ସେ ପର୍ଯ୍ୟନ୍ତ ମୁଁ ଦୋଷୀ କି ନିର୍ଦ୍ଦୋଷ ତାହା ଡିସିପି ମତ ଦେଇ ପାରିବେ ନାହିଁ। ଏହାଛଡ଼ା ଯଦି ଆଇନ ଶୃଙ୍ଖଳା କଥା ଉଠୁଛି, ତେବେ ସେଦିନ ମଞ୍ଚରେ ବସିଥିବା ସରକାରୀ ଦଳର ନେତାମାନଙ୍କ ପ୍ରତି ବି ଡିସିପିଙ୍କ ନଜର ପଡୁ । ସେଠାରେ ଅନେକ ରାଜନେତା ଉପସ୍ଥିତ ଥିଲେ, ଯେଉଁମାନଙ୍କ ନାମରେ ଅନେକ ଆପରାଧିକ ମାମଲା ରହିଛି। ଏହାଛଡ଼ା ରାଜନୀତି ଜୀବନରେ ଏପରି କିଛି ଘଟଣା ଦେଇ ଆସିବା କୌଣସି ନୂଆ କଥା ନୁହେଁ।
ସୂଚନାଯୋଗ୍ୟ, ପୂର୍ବରୁ ପୋଲିସର ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ମଧ୍ୟ ବିଧାୟକ ମୋକିମଙ୍କୁ ଡକାଯାଇ ନ ଥିଲା। ଏ ନେଇ ବିଧାୟକ ମୋକିମ ପ୍ରତିବାଦ ମଧ୍ୟ କରିଥିଲେ।


All Right Reserved By Dharitri.Com

ରସୁଲପୁର ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ରସୁଲପୁର,୧।୮(ଡି.ଏନ୍‌.ଏ.): ଯାଜପୁର ଜିଲାପାଳ ରଞ୍ଜନକୁମାର ଦାସ ବୁଧବାର ପୂର୍ବାହ୍ନରେ ରସୁଲପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ଦାସ ଧର୍ମଶାଳା ବ୍ଲକ ଜାରକା...

ଅସ୍ତରଙ୍ଗ ଉପକୂଳ ଲଙ୍ଘିଲା ଅଶାନ୍ତ ସମୁଦ୍ର: ଚାଷଜମିରେ ମାଡ଼ିଲା ଲୁଣା ଜୁଆର, ଗ୍ରାମବାସୀ ଆତଙ୍କିତ

କାକଟପୁର, ୨।୭(ଡି.ଏନ୍‌.ଏ.)-ଲଘୁଚାପ ଏବଂ ଅମାବାସ୍ୟା ତିଥି ପାଇଁ ଅଶାନ୍ତ ହୋଇପଡ଼ିଛି ସମୁଦ୍ର। ମଙ୍ଗଳବାର ମଧ୍ୟାହ୍ନରେ ଅସ୍ତରଙ୍ଗ ଉପକୂଳର ଉଦୟକଣି ଗଁା ନିକଟରେ ଉଚ୍ଚ ଜୁଆର କୂଳ...

କେଉଁ ୪ ପ୍ରାର୍ଥୀଙ୍କ ମୁଣ୍ଡରେ ହାତୀ ଢାଳିବ ସୁନାକଳସ

ନୟାଗଡ଼ ଅଫିସ,୨୨।୫: ପ୍ରାୟ ଏକ ମାସ ଧରି ଇଭିଏମ୍‌ରେ ସିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଗୁରୁବାର ଖୋଲାଯିବ। ଏହି ଦିନ ଭୋଟଗଣତି ହେଉଥିବାରୁ ସବୁଠି ଉତ୍କଣ୍ଠା...

ଗ୍ରୀଷ୍ମରେ ରକ୍ତ ଅଭାବ ଦୂର ପାଇଁ ପ୍ରୟାସ: ଷଷ୍ଠ ଶିବିରରେ ୨୪ ୟୁନିଟ୍‌ ରକ୍ତ ସଂଗ୍ରହ

ବ୍ରହ୍ମପୁର ଅଫିସ୍‌,୨୦ା୫-ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ ପରିସରରେ ଥିବା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି। ଆବଶ୍ୟକ ସ୍ଥଳେ...

ବିଶ୍ୱ ଏଡ୍‌ସ ଦିବସ : ସଚେତନ ରାଲି

ରାଜନଗର,୧।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡ. ରଶ୍ମି ମହାନ୍ତିଙ୍କ...

ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନୂଆପଡା ଅଫିସ/କୋମନା,୭।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗାଁରେ ଏକ ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି...

ବ୍ରହ୍ମପୁରରୁ ୪ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର ଅଫିସ,୨୮ା୭-ରବିବାରରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତାହ ପାଳନ କରାଯାଉଛି। ସରକାରୀ ଗାଡ଼ିଗୁଡ଼ିକୁ ମାଓବାଦୀମାନେ ଜାଳି ଦେଉଥିବା ନଜିର ରହିଛି।...

ବ୍ରହ୍ମପୁର ଷ୍ଟାଡିୟମ୍‌ରେ ସର୍ବସାଧାରଣଙ୍କ ପ୍ରବେଶ: ପେସାଦାର ଖେଳାଳିଙ୍କ ବିରୋଧ

ବ୍ରହ୍ମପୁର ଅଫିସ୍‌,୨୧ା୬- ନେତା ବଦଳିଲେ, ନୀତି ବଦଳେ। ଏକଥା କୁହାଯାଏ। ହେଲେ ବ୍ରହ୍ମପୁର ସହରରେ ଏବେ ନେତା ବଦଳୁଥିବା ନୀତି ସମସ୍ୟା ସୃଷ୍ଟି କରୁଛି। ବ୍ରହ୍ମପୁର...

Leave a comment

Your email address will not be published. Required fields are marked *